Biblia Todo Logo
Bib sou entènèt

- Piblisite -




୧ ଯୋହନ 2:13 - ପବିତ୍ର ବାଇବଲ (CL) NT (BSI)

13 ପିତୃଗଣ, ତୁମ୍ଭମାନଙ୍କୁ ଏ ପତ୍ର ଲେଖୁଛି; କାରଣ, ଅନାଦି କାଳରୁ ଯେ ବିଦ୍ୟମାନ; ତାଙ୍କୁ ତୁମେ ଜାଣିଛ। ଯୁବ ସମାଜ, ତୁମକୁ ମଧ୍ୟ ଏପତ୍ର ଲେଖୁଛି, କାରଣ ତୁମେ ପାପୀତ୍ମାକୁ ପରାସ୍ତ କରି ପାରିଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ। ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ।

Gade chapit la Kopi

ଓଡିଆ ବାଇବେଲ

13 ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ । ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ। ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, କାରଣ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ।

Gade chapit la Kopi

ପବିତ୍ର ବାଇବଲ

13 ପିତାମାନେ! ଯେ ଆଦ୍ୟରୁ ଅଛନ୍ତି, ତୁମ୍ଭେମାନେ ତାହାଙ୍କୁ ଆରମ୍ଭରୁ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ଯୁବକମାନେ! ତୁମ୍ଭେମାନେ ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।

Gade chapit la Kopi




୧ ଯୋହନ 2:13
36 Referans Kwoze  

ମୋତେ ଜାଣିଲେ, ମୋ’ ପିତାଙ୍କୁ ମଧ୍ୟ ଜାଣିବ। ଏହି ସମୟରୁ ତୁମ୍ଭେମାନେ ତାଙ୍କୁ ଜାଣିପାରିଛ ଓ ଦେଖିପାରିଛ।”


ପିଲାମାନେ! ଏପତ୍ର ତୁମ୍ଭମାନଙ୍କୁ ଲେଖୁଛି, କାରଣ ପରମ ପିତାଙ୍କୁ ତୁମେ ଜାଣିଛ। ପିତୃଗଣ! ତୁମ୍ଭମାନଙ୍କୁ ଏ ପତ୍ର ଲେଖୁଛି, କାରଣ ଯ।।ଙ୍କର ସ୍ଥିତି ଅନାଦି କାଳରୁ, ତୁମ୍ଭେମାନେ ତାଙ୍କୁ ଜାଣିଛ। ଯୁବ ସମାଜ! ତୁମ୍ଭମାନଙ୍କୁ ମଧ୍ୟ ଏ ପତ୍ର ଲେଖୁଛି, କାରଣ ତୁମ୍ଭେମାନେ ବଳିଷ୍ଠ, ଈଶ୍ୱରଙ୍କ ବାକ୍ୟ ତୁମ୍ଭମାନେ ଅନ୍ତରରେ ରହିଛି ଓ ତୁମ୍ଭେମାନେ ପାପାତ୍ମାକୁ ପରାସ୍ତକରୁଛ।


କିନ୍ତୁ ପିଲାମାନେ! ତୁମ୍ଭେମାନେ ଈଶ୍ୱରଙ୍କ। ସେହି ଭଣ୍ଡ ଭାବବାଦୀମାନଙ୍କୁ ତୁମେ ପରାଜିତ କରିଛ,କାରଣ ତୁମ ଅନ୍ତରରେ ବାସ କରୁଥିବା ଈଶ୍ୱରଙ୍କ ଆତ୍ମଶ, ସାଂସାରିକ ଲୋକମାନଙ୍କ ଆତ୍ମାଠାରୁ ଅଧିକ ଶକ୍ତିଶାଳୀ।


ଅନଦି କାଳରୁ ଯାହାଙ୍କର ଦ୍ଥିତି ରହିଛି, ସେହି ଜୀବନପ୍ରଦାୟକ ବାକ୍ୟ ବିଷୟରେ ଆମେ ଦେଖିବାକୁ ଯାଉଛୁ। ତାଙ୍କ କଥା ଆମେ ଶୁଥିଛୁ, ତାଙ୍କୁ ଆମେ ଦେଖିଛୁ- ବାସ୍ତବିକ, ସ୍ୱଚକ୍ଷୁରେ ଦେଖିଛୁ- ତାଙ୍କ ସ୍ୱର୍ଶ କରିଛୁ।


“ମୋର ପିତା ମୋତେ ସମସ୍ତ ବିଷୟ ଦେଇଛନ୍ତି। ପୁତ୍ର କିଏ, ପିତାଙ୍କ ଛଡ଼ା ଆଉ କିଏ ଜାଣେ ନାହିଁ ଏବଂ ପିତା କିଏ, ପୁତ୍ରଙ୍କ ଛଡ଼ା ଓ ପୁତ୍ର ଯେଉଁମାନଙ୍କଠାରେ ପ୍ରକାଶ କରିବାକୁ ଚାହାନ୍ତି, ସେମାନଙ୍କ ଛଡ଼ା ଆଉ କେହି ଜାଣେ ନାହିଁ।”


ତୁମେ ଯେ ଏକ ମାତ୍ର ସତ୍ୟ ଈଶ୍ୱର, ଏହା ଉପଲବ୍ଧି କରିବା ଏବଂ ତୁମ ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ।


ଆମେ ଜାଣୁ, ଈଶ୍ୱରଙ୍କ ସନ୍ତାନ ପାପରେ ଲିପ୍ତ ହୋଇ ରହିବ ନାହିଁ; କାରଣ ଈଶ୍ୱରଙ୍କ ପୁତ୍ର ତାକୁ ରକ୍ଷା କରିବେ-ଶୟତାନ ତା’ର କ୍ଷତି କରିପାରିବ ନାହିଁ।


ଆମେ କୟିନ ପରି ବୋ ନାହିଁ। କୟିନ ଶୟତାନର ବଶୀଭୂତ ହୋଇ ନିଜ ଭାଇକୁ ହତ୍ୟା କଲା। ତା’ ଭାଇକୁ ସେ କହିଁକି ହତ୍ୟା କଲା? ତା’ର ଭାଇ ସବୁବେଳେ ସତ୍କର୍ମ କରୁଥିଲା।


“ମୋ’ ନିତା ମୋତେ ସବୁକିଛି ଦାନ କରିଛନ୍ତି। ପିତାଙ୍କ ଛଡ଼ଶ ପୁତ୍ରଙ୍କୁ ଆଉ କେହି ଜାଣିନ୍ତି ନାହିଁ। ପୁତ୍ର ଯେଉଁମାନଙ୍କ ନିକଟରେ ପିତାଙ୍କୁ ପ୍ରକାଶ କରିବେ, କେବଳ ସେହିମାନେ ପିତାଙ୍କୁ ଜାଣି ପାରିବେ।


ଆମେ ଜାଣ, ଈଶ୍ୱରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇ ସତ୍ୟ ଈଶ୍ୱରଙ୍କ ସତ୍ତା ଅନୁଭବ କରିବାକୁ ଆମକୁ ଜ୍ଞାନ ଦେଇଛନ୍ତି। ଆମେ ଦତ୍ୟ ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିନ ସଂଯୁକ୍ତ ଜୀବନ ଯାପନ କରୁଛୁ। ସେ ହିଁ ସତ୍ୟ ଈଶ୍ୱର ଏବଂ ସେ ହିଁ ଅନନ୍ତ ଜୀବନ।


ପିଲାମାନେ! ଏପତ୍ର ତୁମ୍ଭମାନଙ୍କୁ ମୁଁ ଏପତ୍ର ଲେଖଚଛି, କାରରଣ ଖ୍ରୀଷ୍ଟଙ୍କ ନାମ ଲାଗି ତୁମ୍ଭମାନଙ୍କ ପାପ କ୍ଷମା ହୋଇଛି।


ପିଲାମାନେ, ତୁମ୍ଭମାନଙ୍କୁ ମୋର ଏହି ଚିଠି ଲେଖିବାର ଉଦ୍ଦେଶ୍ୟ, ଏହି ପଢ଼ି ଯେପରି ଆଉ ପାପ କରିବ ନାହିଁ। ପୁଣି ତୁମ୍ଭେମାନେ ଯେପରି ଜାଣିବ, କେହି ଯଦି ପାପ କରେ, ଆମ ପାଇଁ ପିତା ଈଶ୍ୱରଙ୍କଠାରେ କୃପାଭିକ୍ଷଶ କରିବାକୁ ଜଣେ ମହାପୁଣ୍ୟବାନ ବ୍ୟକ୍ତିଅଛନ୍ତି- ପ୍ରଭୁଯୀଶୁ ଖ୍ରୀଷ୍ଟ।


ଯୁବକମାନଙ୍କୁ ଆତ୍ମସଂଯତ ହେବାକୁ ଶିକ୍ଷା ଦିଅ।


କାରଣ ଯେଉଁ ଈଶ୍ୱର କହିଥିଲେ, “ଅନ୍ଧକାର ମଧ୍ୟରୁ ଆଲୋକର ଆବିର୍ଭାବ ହେଉ”, ସେହି ଈଶ୍ୱର ଖ୍ରୀଷ୍ଟଙ୍କ ମୁଖରେ ପ୍ରତିଭାତ ଐଶ୍ୱରିକ ମହିମା ଦେଖିବା ପାଇଁ ଆମ ହୃଦୟକୁ ଆଲୋକିତ କରିଛନ୍ତି।


ଲୋକେ ତୁମ ପ୍ରତି ଏହି ସବୁ କରିବେ, କାରଣ ସେମାନେ ମୋତେ କିମ୍ବା ପିତାଙ୍କୁ ଜାଣନ୍ତି ନାହିଁ।


ଯୀଶୁ କହିଲେ, “ଫିଲିପ୍, ଏତେ ଦିନ ଧରି ମୁଁ ତୁମ୍ଭମାନଙ୍କ ପାଖରେ ରହିଲିଣି, ଆଜି ପର୍ଯ୍ୟନ୍ତ ତୁମେ ମୋତେ ଚିହ୍ନି ପାରିଲ ନାହିଁ। ଯେ ମୋତେ ଦେଖିଛି, ସେ ମୋ’ ପିତାଙ୍କୁ ଦେଖିଛି। ତେବେ ପିତାଙ୍କୁ ଦେଖାଇବା ପାଇଁ କାହିଁକି କହୁଛ?


ସେମାନେ ପ୍ରଶ୍ନ କଲେ, “ତୁମ ପିତା କେଉଁଠାରେ?” ଯୀଶୁ କହିଲେ: “ମୋତେ କିମ୍ବା ମୋ’ ପିତାଙ୍କୁ ତୁମ୍ଭେମାନେ ଜାଣ ନାହିଁ। ମୋତେ ଜାଣିଥିଲେ, ମୋ’ ପିତାଙ୍କୁ ମଧ୍ୟ ଜାଣିଥା’ନ୍ତ।”


ଏହି ଜଗତ ହେଉଛି କ୍ଷେତ। ଯେଉଁମାନେ ସ୍ୱର୍ଗରାଜ୍ୟର ଅଧିବାସୀ, ସେମାନେ ଭଲ ବିହନ। ବାଳୁଙ୍ଗାଗୁଡ଼ିକ ଶୟତାନର ଅନୁଚର।


ଯେଉଁମାନେ ସ୍ୱର୍ଗରାଜ୍ୟର ବାର୍ତ୍ତା ଶୁଣନ୍ତି, ସେମାନଙ୍କ ହୃଦୟରୁ ଶୟତାନ ତାହା କାଢ଼ି ନେଇ ଯାଇଥାଏ। ଗସ୍ତା କଡ଼ରେ ପଡ଼ିଥିବା ବିହନର ଏହା ହେଉଛି ତାତ୍ପର୍ଯ୍ୟ।


ବୟୋଜ୍ୟେଷ୍ଠମାନଙ୍କୁ ପିତୃତୁଲ୍ୟ ମନେ କର। ସେମାନଙ୍କୁ ଭର୍ତ୍ସନା ନ କରି ନମ୍ର ଭାବରେ ଅନୁଯୋଗ କର। କନିଷ୍ଠମାନଙ୍କ ପ୍ରତି ଭ୍ରାତୃସୁଲଭ ବ୍ୟବହାର କର।


ସେ ସମସ୍ତଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି। ସେମାନେ ସମସ୍ତେ ଏକ ହୁଅନ୍ତୁ- ଏହା ମୋର ପ୍ରାର୍ଥନା। ପିତା, ତୁମେ ଯେପରି ମୋ’ଠାରେ ଓ ମୁଁ ତୁମଠାରେ ବିଦ୍ୟମାନ, ସେହିପରି ସେମାନେ ସମସ୍ତେ ଆମଠାରେ ରହନ୍ତୁ। ଏହାଦ୍ୱାରା ଜଗତ ବିଶ୍ୱାସ କରିବ ଯେ ତୁମେ ମୋତେ ପ୍ରେରଣ କରିଛ।


“ତୁମେ ରାଣ ନିୟମ ନ ପକାଇ କେବଳ ‘ହଁ’ କିମ୍ବା ‘ନାହିଁ’ କୁହ। ଏହାଠାରୁ ଅଧିକ କଥା କହି ପ୍ରତିଜ୍ଞା କରିବା ଶୟତାନର ପ୍ରରୋଚନାରୁ ହୁଏ।


ଏ କଥା ତୁମ୍ଭମାନଙ୍କୁ କହୁଛି, ଯେପରି ମୋ’ ସହିତ ସଂଯୁକ୍ତ ରହି ତୁମେ ମନରେ ଶାନ୍ତି ଅନୁଭବ କରିବ। ଜଗତ ତୁମକୁ କଷ୍ଟ ଦେବ; ତଥାପି ସାହସ ଧର, କାରଣ ମୁଁ ଜଗତକୁ ଜୟ କରିଛି।”


“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ପବିତ୍ର ଆତ୍ମା କଅଣ କହୁଅଛନ୍ତି, ଶୁଣ!” “ଯେଉଁମାନେ ବିଜୟ ଲାଭ କରିବେ, ମୁଁ ସେମାନଙ୍କୁ ଈଶ୍ୱରଙ୍କ ଉଦ୍ୟାନରେ ଫଳୁଥିବା ଜୀବନ ବୃକ୍ଷର ଫଳ ଖାଇବା ପାଇଁ ଅଧିକାର ଦେବି।


ମେଷଶାବକଙ୍କ ରକ୍ତର ବଳରେ ଓ ସେମାନେ ଘୋଷଣା କରୁଥିବା ସତ୍ୟ ପାଇଁ ଆତ୍ମବଳିଦାନ କରିବାକୁ ପ୍ରସ୍ତୁତ ଥିବାରୁ ଆମ ଭାଇମାନେ ବିଜୟୀ ହୋଇଛନ୍ତି।


Swiv nou:

Piblisite


Piblisite