Biblia Todo Logo
Bib sou entènèt

- Piblisite -




୧ ଯୋହନ 2:11 - ପବିତ୍ର ବାଇବଲ (CL) NT (BSI)

11 କିନ୍ତୁ ଯେଉଁ ବ୍ୟକ୍ତି ତା’ଭାଇକୁ ଘୃଣା କରେ, ତା’ର ଅବସ୍ଥିତି ଅନ୍ଧକାର ମଧ୍ୟରେ, ସେ ଅନ୍ଧକାରରେ ବିଚରଣ କରେ, ତା’ର ଗନ୍ତବ୍ୟ ପଥ ସେ ଜାଣିପାରେ ନାହିଁ, ଆମା ଅନ୍ଧକାର ତାକୁ ଦୃଷ୍ଟିହୀନ କରି ରଖିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 କିନ୍ତୁ ଯେ ଆପଣା ଭାଇକୁ ଘୃଣା କରେ, ସେ ଅନ୍ଧକାରରେ ଅଛି, ପୁଣି ଅନ୍ଧକାରରେ ଭ୍ରମଣ କରି କେଉଁ ଆଡ଼େ ଯାଉଅଛି, ତାହା ଜାଣେ ନାହିଁ, କାରଣ ଅନ୍ଧକାର ତାହାର ଚକ୍ଷୁକୁ ଅନ୍ଧ କରିଅଛି।

Gade chapit la Kopi

ଓଡିଆ ବାଇବେଲ

11 କିନ୍ତୁ ଯେ ଆପଣା ଭାଇକୁ ଘୃଣା କରେ, ସେ ଅନ୍ଧକାରରେ ଅଛି, ପୁଣି, ଅନ୍ଧକାରରେ ଭ୍ରମଣ କରି କେଉଁ ଆଡ଼େ ଯାଉଅଛି, ତାହା ଜାଣେ ନାହିଁ, କାରଣ ଅନ୍ଧକାର ତାହାର ଚକ୍ଷୁକୁ ଅନ୍ଧ କରିଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 କିନ୍ତୁ ଯେ ଆପଣା ଭାଇକୁ ଘୃଣା କରେ, ସେ ଅନ୍ଧକାରରେ ଅଛି, ପୁଣି, ଅନ୍ଧକାରରେ ଭ୍ରମଣ କରି କେଉଁଆଡ଼େ ଯାଉଅଛି, ତାହା ଜାଣେ ନାହିଁ, କାରଣ ଅନ୍ଧକାର ତାହାର ଚକ୍ଷୁକୁ ଅନ୍ଧ କରିଅଛି।

Gade chapit la Kopi

ପବିତ୍ର ବାଇବଲ

11 କିନ୍ତୁ ନିଜ ଭାଇକୁ ଘୃଣା କରୁଥିବା ବ୍ୟକ୍ତି ଅନ୍ଧକାରରେ ଥାଏ। ସେ ଅନ୍ଧକାରରେ ବାସ କରେ। ସେ କେଉଁଆଡ଼େ ଯାଏ, ନିଜେ ଜାଣିପାରେ ନାହିଁ; କାରଣ ଅନ୍ଧକାର ତାକୁ ଅନ୍ଧ କରିଦେଇଥାଏ।

Gade chapit la Kopi




୧ ଯୋହନ 2:11
16 Referans Kwoze  

ଯୀଶୁ ଉତ୍ତର ଦେଲେ: “ଯେଉଁ ଆଲୋକ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉଦ୍ଭାସିତ, ତାହା ଆଉ ଅଳ୍ପ ସମୟ ରହିବ। ଆଲୋକ ଥିବାଯାଏ ଗନ୍ତବ୍ୟ ପଥରେ ଚାଲ। ତାହାହେଲେ ତୁମକୁ ଅନ୍ଧକାର ଆଚ୍ଛନ୍ନ କରିବ ନାହିଁ। ଅନ୍ଧକାରରେ ଯାଉଥିବା ଲୋକ କେଉଁଆଡ଼େ ଯାଉଛି, ଜାଣିପାରେ ନାହିଁ।


ଆମ୍ଭେମାନେ ନିଜେ ଦିନେ ନିର୍ବୋଧ, ଅବାଧ୍ୟ ଓ ଭ୍ରାନ୍ତ ଥିଲୁ; ନାନା ପ୍ରକାର ଆମୋଦେ ପ୍ରମୋଦ ଓ ନୀଚ ପ୍ରବୃତ୍ତିଗୁଡ଼ିକର ବଶୀଭୂତ ଥିଲୁ; ଦ୍ୱେଷ ଓ ଈର୍ଷାପରବଶ ହୋଇ ଦିନାତିପାତ କରିଥିଲୁ; ଅନ୍ୟମାନେ ଆମ୍ଭମାନଙ୍କୁ ଘୃଣା କରୁଥିଲେ, ଆମ୍ଭେମାନେ ମଧ୍ୟ ସେମାନଙ୍କୁ ଘୃଣା କରୁଥିଲୁ।


ତୁମେ କହୁଛ, ‘ମୁଁ ଧନବାନ ଓ ସମୃଦ୍ଧିଶାଳୀ, ମୋର ଯାହା ପ୍ରୟୋଜନ, ସବୁ ଅଛି’; ଅଥଚ ପ୍ରକୃତରେ ତୁମେ କେଡ଼େ ଦୁର୍ଦ୍ଦଶାପନ୍ନ ଓ ଦୟନୀୟ, ଏହା ଜାଣ ନାହିଁ। ତୁମେ ଦରିଦ୍ର, ଉଲଗ୍ନ ଓ ଅନ୍ଧ।


ସୁତରାଂ ଆମେ ତାଙ୍କର ସ।।ହାଚର୍ଯ୍ୟ ଅନୁଭବ କରୁଛୁ ବୋଲି କହି, ଯଦି ଅନ୍ଧକାରରେ ବାସ କରୁ, କଥାରେ ଓ କାର୍ଯ୍ୟରେ ଆମେ ମିଥ୍ୟାବାଦୀ ହେବା।


ଯଦି କେହି କହେ, ଏହି ଆଲୋକରେ ତା’ର ସ୍ଥିତି, ଅଥଚ ସେ ତା’ ଭାଇକୁ ଘୃଣା କରୁଥାଏ, ସେ ଅଦ୍ୟାପି ଅନ୍ଧକାର ନିବାସୀ।


ସେମାନେ ବିଶ୍ୱାସ କରିନ୍ତି ନାହିଁ, କାରଣ ସେମାନଙ୍କ ମନକୁ ଏହି ଜଗତର ଦେବତା ଅନ୍ଧ କରି ଦେଇଛି। ଫଳରେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିର୍ ଖ୍ରୀଷ୍ଟଙ୍କ ମହିମାନ୍ୱିତ ସୁସମାଚାରର ଦୀପ୍ତି ସେମାନଙ୍କ ନିକଟରେ ପ୍ରତିଭାତ ହୁଏ ନାହିଁ।


“ସତେ ଯେପରି ଈଶ୍ୱର ସେମାନଙ୍କୁ ଅନ୍ଧ କରି କରି ଦେଇଛନ୍ତି। ସେଥିପାଇଁ ସେମାନେ କିଛି ଦେଖିପାରନ୍ତି ନାହିଁ, ଅବା କିଛି ବୁଝିପାରନ୍ତି ନାହିଁ। ଈଶ୍ୱର କହୁଛନ୍ତି, ‘ଆରୋଗ୍ୟ ଲାଭ କରିବା ପାଇଁ ସେମାନେ ମୋ’ ନିକଟକୁ ଫେରି ଆସୁ ନାହାନ୍ତି’।”


ପ୍ରକୃତରେ ସେମାନଙ୍କର ବୋଧଶକ୍ତି ଲୋପ ପାଇଥିଲା। ଏବେ ମଧ୍ୟ ପୁରାତନ ନିୟମ ପାଠ କରିବର ସମୟରେ ସେମାନଙ୍କର ସମ୍ମୁଖରେ ସେହି ଆବରଣ ରହୁଛି। ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା କେବଳ ସେହି ଆବରଣ ଉନ୍ମୋଚିତ ହୁଏ।


କିନ୍ତୁ ଏହିସବୁ ଗୁଣ ଯାହାଠାରେ ନାହିଁ, ସେ ଅନ୍ଧ ଓ ଅଦୂରଦର୍ଶୀ; ତାହାର ପୂର୍ବକୃତ ସମସ୍ତ ପାପରୁ ପରିଷ୍କୃତ ହୋଇଛି ବୋଲି ସେ ଭୁଲି ଯାଇଛି।


ଯେ କେହି ନିଜର ଭାଇକୁ ପ୍ରେମ କରେର , ତା’ର ସ୍ଥିତି ଆଲୋକରେ; ସେ ସହଜରେ ଝୁଣ୍ଟିପଡ଼େ ନାହିଁ।


ଯେ ତା’ ଭାଇକୁ ଘୃଣା କରେ, ସେ ଜଣେ ନରହନ୍ତା। ନରହନ୍ତାର ଅନନ୍ତ ଜୀବନରେ ଅଧିକାର ନାହିଁ ବୋଲି ତୁମେ ଜାଣିଛ।


ଯଦି କେହି କହେ ଯେ, ସେ ଈଶ୍ୱରଙ୍କୁ ପ୍ରେମ କରେ, ଅଥଚ ସେ ତା’ଭାଇକୁ ଘୃଣା କରେ, ସେ ମିଥ୍ୟାବାଦୀ। ପ୍ରତ୍ୟକ୍ଷରେ ଦେଖୁଥିବା ଜଣେ ଭାଇକୁ ଯେ କେହି ସ୍ନେହ କରିପାରେ ନାହିଁ, ସେ ଅଦୃଶ୍ୟ ଈଶ୍ୱରଙ୍କୁ କଦାପି ପ୍ରେମ କରି ପାିବ ନାହିଁ।


Swiv nou:

Piblisite


Piblisite