Biblia Todo Logo
Bib sou entènèt

- Piblisite -




୧ ଯୋହନ 1:7 - ପବିତ୍ର ବାଇବଲ (CL) NT (BSI)

7 କିନ୍ତୁ ଈଶ୍ୱରଙ୍କ ପରିତ ଆମେ ଯଦି ଆଲୋକରେ ବାସ କରୁ, ଆମେ ପରସ୍ପରର ସାହାଚର୍ଯ୍ୟ ଉଭୋଗ କରିବୁ ଏବଂ ତାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମକୁ ସମସ୍ତ ପାପରୁ କରିଷ୍କାର କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ।

Gade chapit la Kopi

ଓଡିଆ ବାଇବେଲ

7 କିନ୍ତୁ ସେ ଯେପରି ଜ୍ୟୋତିଃର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିଃରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି, ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିଃରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି, ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ।

Gade chapit la Kopi

ପବିତ୍ର ବାଇବଲ

7 ପରମେଶ୍ୱର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ୟ ଆଲୋକରେ ବାସ କରିବା ଉଚିତ୍। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତେବେ ଆମ୍ଭେ ପରସ୍ପର ସହଭାଗୀ ହୋଇପାରିବା। ଯଦି ଆମ୍ଭେମାନେ ଆଲୋକରେ ରହୁ, ତେବେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ।

Gade chapit la Kopi




୧ ଯୋହନ 1:7
34 Referans Kwoze  

ତୁମ୍ଭେମାନେ ନିଜେ ଦିନେ ଅନ୍ଧକାରରେ ଥିଲ। କିନ୍ତୁ ବର୍ତ୍ତମାନ ପ୍ରଭୁଙ୍କ ଲୋକ ହୋଇଥିବାରୁ ତୁମ୍ଭେମାନେ ଆଲୋକରେ ରହିଛ। ତେଣୁ ତୁମ୍ଭେମାନେ ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର।


ଏବଂ ମୃତ୍ୟୁରୁ ପୁନରୁତ୍ôଥତ ସର୍ବପ୍ରଥମ, ବିଶ୍ୱସ୍ତ ସାକ୍ଷ୍ୟଦାତା ଓ ରାଜାଧିରାଜ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭ ପ୍ରତି ହେଉ। ସେ ଆମକୁ ପ୍ରେମ କରନ୍ତି ଓ ତାଙ୍କର ମୃତ୍ୟୁ ଦ୍ୱାରା ଆମକୁ ପାପରୁ ପରିତ୍ରାଣ କରିଅଛନ୍ତି


ରାତ୍ରି ଶେଷ ହେଲାଣି, ଦିବସ ଆଗତପ୍ରାୟ। ଆସ, ଅନ୍ଧକାରର କାର୍ଯ୍ୟସବୁ ପରିତ୍ୟାଗ କରିବା ଓ ଆଲୋକରେ ଯୁଦ୍ଧ କରିବା ପାଇଁ ଉପଯୁକ୍ତ ସାଜ ପରିଧାନ କରିବା।


ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ଆମେ ମୁକ୍ତି ପାଇଛୁ, ଅର୍ଥାତ୍ ଆମର ସମସ୍ତ ପାପ କ୍ଷମା ହୋଇଅଛି। ଈଶ୍ୱରଙ୍କ ଅନୁଗ୍ରହ କେଡ଼େ ମହାନ୍!


ଏହା ଯଦି ସତ୍ୟ ହୋଇଥାଏ, ତେବେ ଖ୍ରୀଷ୍ଟଙ୍କ ରକ୍ତ ଆହୁରି କେତେ ଅଧିକ ଫଳପ୍ରଦ ନ ହେବ? ଅନନ୍ତ ଆତ୍ମାଙ୍କ ସାହୟତାରେ ସେ ନିଜକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦୋଷ ବଳି ରୂପେ ଉତ୍ସର୍ଗ କରିଛନ୍ତି। ତାଙ୍କର ସେହି ରକ୍ତ ଦ୍ୱାରା ଅସାର କ୍ରିୟା କର୍ମରୁ ନିଷ୍କୃତି ଲାଭ କରି ଆମ ବିବେକ ଶୁଚି ହେବ ଏବଂ ଆମେ ଜୀବିତ ଈଶ୍ୱରଙ୍କ ପ୍ରକୃତି ସେବା କରିବାକୁ ସୁଯୋଗ ପାଇବୁ।


ମୁଁ ଉତ୍ତର ଦେଲି, “ମହାଶୟ! ମୁଁ ଜାଣେ ନାହିଁ। ଆପଣ ଜାଣିଥିବେ।” ସେ ମୋତେ କହିଲେ, “ଏହି ଲୋକମାନେ ଭୟଙ୍କର ନିର୍ଯ୍ୟାତନା ସହ୍ୟ କରି ଆସି ଅଛନ୍ତି। ସେମାନେ ମେଷଶାବକଙ୍କ ଉତ୍ତାରେ ନିଜ ନିଜର ପୋଷାକ ଧୋଇ ପରିଷ୍କାର କରିଛନ୍ତି।


ଈଶ୍ୱରଙ୍କ ପୁତ୍ର ଯୀଶୁଠାରୁ ଆମେ ଯେଉଁବାର୍ତ୍ତା ଶୁଣି ଘୋଷଣା କରୁଛୁ, ତାହା ହେଉଛି: ଈଶ୍ୱର ଆଲୋକ- ତାଙ୍କଠାରେ ବିନ୍ଦୁ ମାତ୍ର ଅନ୍ଧକାର ନାହିଁ।


ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ସେ ପ୍ରକାର ଥିଲ। କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ପରିଷ୍କୃତ ହୋଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ। ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଓ ପବିତ୍ରଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧାର୍ମିକରୂପେ ପରିଗଣିତ ହୋଇଅଛ।


କିନ୍ତୁ ତାହା ନିର୍ଦ୍ଦୋଷ, ନିଷ୍ଳକଙ୍କ ମେଷଶାବକ ତୁଲ୍ୟ ଖ୍ରୀଷ୍ଟଙ୍କ ଆତ୍ମବଳିର ଅମୂଲ୍ୟ ରକ୍ତ।


ଯୀଶୁ ଉତ୍ତର ଦେଲେ: “ଯେଉଁ ଆଲୋକ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉଦ୍ଭାସିତ, ତାହା ଆଉ ଅଳ୍ପ ସମୟ ରହିବ। ଆଲୋକ ଥିବାଯାଏ ଗନ୍ତବ୍ୟ ପଥରେ ଚାଲ। ତାହାହେଲେ ତୁମକୁ ଅନ୍ଧକାର ଆଚ୍ଛନ୍ନ କରିବ ନାହିଁ। ଅନ୍ଧକାରରେ ଯାଉଥିବା ଲୋକ କେଉଁଆଡ଼େ ଯାଉଛି, ଜାଣିପାରେ ନାହିଁ।


ସେହି ଯୀଶୁ ଖ୍ରୀଷ୍ଟ ଜଳଦୀକ୍ଷା ଦ୍ୱାରା ତାଙ୍କ ଜୀବନର କାର୍ଯ୍ୟ ଆରମ୍ଭ କରିଥିଲେ, ପୁଣି ନିଜର ରକ୍ତ ଦ୍ୱାରା ମନୁଷ୍ୟର ପରିତ୍ରାଣ ସାଧନ କଲେ। କେବଳ ଜଳଦୀକ୍ଷା ଗ୍ରହଣ କରି ସେ ଆସି ନ ଥିଲେ, ଜଳ ଓ ରକ୍ତ ଉଭୟର ଜୀବନୀ ଶକ୍ତି ନେଇ ସେ ଆସିଥିଲେ। ଏହି କଥାର ସତ୍ୟତା ନିଜେ ପରମାତ୍ମା ପ୍ରାଣିତ କରିଛନ୍ତି; କାରଣ ପରମାତ୍ମା ହିଁ ସତ୍ୟ।


ଯାହା ଆମେ ବାସ୍ତବରେ ଦେଖଛୁ ଓ ଶୁଣିଛୁ, କେବଳ ସେହି କଥା ତୁମ୍ଭମାନଙ୍କ ନିକଟରେ ଘୋଷଣା କରି କହୁଛୁ। ଏହି ଶୁଣି ପିତା ଈଶ୍ୱର ସ ତାଙ୍କ ପୁତ୍ର ଯୀଶୁ ଖ୍ର୍ରୀଷ୍ଟଙ୍କ ସହିତ ଆମର ଯେଉଁ ସାହାଚର୍ଯ୍ୟ ଅଛି, ସେଥିରେ ତୁମ୍ଭେମାନେ ଭାଗୀ ହେବ


ମେଷଶାବକଙ୍କ ରକ୍ତର ବଳରେ ଓ ସେମାନେ ଘୋଷଣା କରୁଥିବା ସତ୍ୟ ପାଇଁ ଆତ୍ମବଳିଦାନ କରିବାକୁ ପ୍ରସ୍ତୁତ ଥିବାରୁ ଆମ ଭାଇମାନେ ବିଜୟୀ ହୋଇଛନ୍ତି।


ସେ କେବଳ ଅମର; ମନୁଷ୍ୟର ଅଗମ୍ୟ ଆଲୋକ ରାଜ୍ୟରେ ସେ ବାସ କରନ୍ତି; କେହି ତାଙ୍କୁ କେବେ ଦେଖି ନାହିଁ; କେହି କେବେ ଦେଖି ପାରିବ ନାହିଁ। ତାଙ୍କର ଗୌରବ ଓ ଶାଶ୍ୱତ ରାଜ୍ୟ ଯୁଗେ ଯୁଗେ ଅକ୍ଷୁର୍ଣ୍ଣ ରହୁ।


ସମସ୍ତ ଉତ୍ତମ ଦାନ ଓ ସର୍ବୋତ୍କୃଷ୍ଟ ଉପହାର ସ୍ୱର୍ଗସ୍ଥ ପିତାଙ୍କଠାରୁ ଆସିଥାଏ। ସେ ସମଗ୍ର ଜ୍ୟୋତିର୍ମଣ୍ଡଳର ସ୍ରଷ୍ଟା। ସେ ପରିବର୍ତ୍ତନଶୀଳ ନୁହନ୍ତିଁ; ଛାୟାପାତ କରି କେବେ ଲେଶମାତ୍ର ଅନ୍ଧକାର ସୃଷ୍ଟି କରନ୍ତି ନାହିଁ।


ତା’ ପରଦିନ ଯୀଶୁଙ୍କୁ ତାଙ୍କ ନିକଟକୁ ଆସୁଥିବାର ଦେଖି ଯୋହନ କହିଲେ, “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ ଯେ ଜଗତର ପାପ ବହି ନେଇ ଯାଆନ୍ତି।


ମୋର ପିଲାମାନେ ସତ୍ୟକୁ ଅନୁସରଣ କରି ଜୀବନ ଯାପନ କରୁଛନ୍ତି ବୋଲି ଶୁଣିଲେ, ମୋର ସବୁାଂରୁ ଅଧିକ ଆନନ୍ଦ ହୁଏ।


ଈଶ୍ୱରଙ୍କ ଆଜ୍ଞାନୁଯାୟୀ ତୁମର କେତେକ ସନ୍ତାନ ଯେ ସତ୍ୟ ଉପରେ ଜୀବନକୁ ଅଧାରିତ କରିଛନ୍ତି, ଏ କଥା ମୁଁ ବଡ଼ ଆନନ୍ଦିତ।


ଆମ ବିରୁଦ୍ଧରେ ଦୋଷ କରିଥିବା ଲୋକମାନଙ୍କୁ ଆମେ ଯେପରି କ୍ଷମା କରୁ, ସେପରି ଆମର ଦୋଷ ସବୁ କ୍ଷମା କର।


ଆମ୍ଭମାନଙ୍କୁ ସବୁ ଦୁଷ୍କର୍ମରୁ ନିବୃତ୍ତ କରାଇ ସତ୍କର୍ମ ପ୍ରତି ଆଗ୍ରହ ଜନ୍ମାଇବାକୁ ଯୀଶୁ ଖ୍ରୀଷ୍ଟ ଆତ୍ମବଳିଦାନ କରିଛନ୍ତି। ଏହା ଦ୍ୱାରା ଆମ୍ଭେମାନେ ଶୁଦ୍ଧପୂତ ହୋଇ ତାଙ୍କର ନିଜ ଲୋକ ହେବା ପାଇଁ ସୁଯୋଗ ପାଇଛୁ।


Swiv nou:

Piblisite


Piblisite