Biblia Todo Logo
Bib sou entènèt

- Piblisite -




୧ ଯୋହନ 1:1 - ପବିତ୍ର ବାଇବଲ (CL) NT (BSI)

1 ଅନଦି କାଳରୁ ଯାହାଙ୍କର ଦ୍ଥିତି ରହିଛି, ସେହି ଜୀବନପ୍ରଦାୟକ ବାକ୍ୟ ବିଷୟରେ ଆମେ ଦେଖିବାକୁ ଯାଉଛୁ। ତାଙ୍କ କଥା ଆମେ ଶୁଥିଛୁ, ତାଙ୍କୁ ଆମେ ଦେଖିଛୁ- ବାସ୍ତବିକ, ସ୍ୱଚକ୍ଷୁରେ ଦେଖିଛୁ- ତାଙ୍କ ସ୍ୱର୍ଶ କରିଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ଵଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ଵହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ଵରୂପ, ବାକ୍ୟ ସମ୍ଵନ୍ଧରେ ଜଣାଉଅଛୁ।

Gade chapit la Kopi

ଓଡିଆ ବାଇବେଲ

1 ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଜଣାଉଅଛୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ୱଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଜଣାଉଅଛୁ।

Gade chapit la Kopi

ପବିତ୍ର ବାଇବଲ

1 ଆମ୍ଭେମାନେ ତୁମ୍ଭମାନଙ୍କୁ ବର୍ତ୍ତମାନ ଯେଉଁ ବିଷୟରେ କହିବାକୁ ଯାଉଛୁ, ତାହା ସୃଷ୍ଟିର ଆରମ୍ଭରୁ ଥିଲା। ଆମ୍ଭେମାନେ ଏହା ଶୁଣିଲୁ, ଆମ୍ଭେମାନେ ଏହା ସ୍ୱଚକ୍ଷୁରେ ଦେଖିଲୁ, ଆମ୍ଭେମାନେ ଏହା ନିରୀକ୍ଷଣ କଲୁ ଏବଂ ଆମ୍ଭେମାନେ ନିଜ ହସ୍ତରେ ସ୍ପର୍ଶ କଲୁ। ଆମ୍ଭେମାନେ ସେହି “ବାକ୍ୟ” (ଖ୍ରୀଷ୍ଟଙ୍କ) ବିଷୟରେ ତୁମ୍ଭକୁ ଲେଖୁଛୁ, ଯାହା ଜୀବନ ଦାନ କରେ।

Gade chapit la Kopi




୧ ଯୋହନ 1:1
23 Referans Kwoze  

ତା’ପରେ ସେ ଥୋମାଙ୍କୁ କହିଲେ, “ଏଇଠି ଆଙ୍ଗୁଠି ଦିଅ। ମୋର ହାତ ଦେଖ। ତୁମ ହାତ ବଢ଼ାଇ ମୋର ଏଇ ପାଶ୍ୱର୍କୁ ସ୍ପର୍ଶ କର। ଆଉ ସନ୍ଦେହ କର ନାହିଁ। ବିଶ୍ୱାସ କର।”


କାରଣ ଆମେ ଯାହା ଦେଖିଛୁ ଓ ଶୁଣିଛୁ, ସେ ବିଷୟ ନ କହି ରହିପାରିବୁ ନାହିଁ।”


ଜଗତର ତ୍ରାଣକର୍ତ୍ତା ସ୍ୱରୂପେ ଈଶ୍ୱର ପ୍ରେରଣ କରିଥିବା ତାଙ୍କ ପୁତ୍ରଙ୍କୁ ସ୍ୱଚକ୍ଷୁରେ ଦେଖି ତାଙ୍କ ସର୍ମ୍ପକରେ ଆମେ ଅନ୍ୟମାନଙ୍କୁ କହୁଛୁ।


ପିତା ଯେପରି ଜୀବନର ଉତ୍ସ, ପୁତ୍ରଙ୍କୁ ମଧ୍ୟ ସେହିପରି ସେ ଜୀବନର ଉତ୍ସ କରିଛନ୍ତି।


ମୋର ହାତ ଓ ପାଦ ସବୁ ଦେଖ, ଏ ଯେ ସ୍ୱୟଂ ମୁଁ। ମୋତେ ଛୁଅଁ। ଦେଖ, ମୋର ଯେପରି ମାଂସ ଓ ଅସ୍ଥି ଅଛି, ଭୂତର ସେପରି ନ ଥାଏ।”


ଯୀଶୁ ଉତ୍ତର ଦେଲେ: “ମୁଁ ସତ୍ୟ କହୁଛି, ଅବ୍ରାହାମଙ୍କ ପୂର୍ବରୁ ମୋର ସ୍ଥିତି ରହିଛି।”


ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର କହନ୍ତି, “ମୁଁ କ ଓ କ୍ଷ”, ସେ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି, ପୁଣି ଭବିଷ୍ୟତ୍ରେ ଆସିବେ।


(ଜଣେ ପ୍ରତ୍ୟକ୍ଷଦର୍ଶୀ ଏହା କହିଛନ୍ତି, ସୁତରାଂ ଏହା ବିଶ୍ୱାସଯୋଗ୍ୟ। ସେ ଯାହା କହିଛନ୍ତି, ସବୁ ସତ୍ୟ। ସେ ନିଜେ ସତ୍ୟବାଦୀ ବୋଲି ଜାଣନ୍ତି।)


ସେତେବେଳେ ସେ ଜୀବିତ ଥିଲେ, ଏହା ପ୍ରମାଣ କରିବା ପାଇଁ ଓ ଶିଷ୍ୟମାନଙ୍କ ସନ୍ଦେହ ଦୂର କରିବା ପାଇଁ ସେ ତାଙ୍କର ମୃତ୍ୟୁ ପରେ ଚାଳିଶ ଦିନ ପର୍ଯ୍ୟନ୍ତ ଅନେକ ଥର ସେମାନଙ୍କୁ ଦର୍ଶନ ଦେଇଥିଲେ। ସେମାନେ ଯୀଶୁଙ୍କୁ ଦେଖିଥିଲେ ଓ ଯୀଶୁ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ବୁଝାଇ ଥିଲେ।


ସେ ପିନ୍ଧିଥିବା ପୋଷାକ ରକ୍ତରଂଜିତ ହୋଇଥିଲା। ସେ “ଈଶ୍ୱରଙ୍କ ବାକ୍ୟ” ବୋଲି ପରିଚିତ।


“ସୁର୍ଣ୍ଣାରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ:- “ଯେ ଆଦି ଓ ଅନ୍ତ ଏବଂ ଯେ ମୃତ୍ୟୁ ବରଣ କରି ପୁଣି ଜୀବିତ ହେଲେ, ତାହାଙ୍କ ନିକଟରୁ ଏହି ବାର୍ତ୍ତା:


ଆରମ୍ଭରୁ ଏହିସବୁ ଘଟଣା ଦେଖିଥିବା ଲୋକମାନେ ଯେପରି ସୁସମାଚାର ଘୋଷଣା କରିଥିଲେ, ସେହି ଅନୁସାରେ ଉକ୍ତ ବିବରଣୀମାନ ଲେଖାଯାଇଛି।


କିଏ ଜଣେ ମୋତେ କହିଲେ, “ତୁମେ ଯାହା ଦେଖୁଛ, ତାହା ଗୋଟିଏ ପୁସ୍ତକରେ ଲେଖି ରଖ ଏବଂ ଏଫିସସ୍, ସ୍ମର୍ଣ୍ଣା, ପର୍ଗାମମ୍, ଥିଆଟିରା, ସାର୍ଦ୍ଦିସ୍, ଫିଲାଦେଲ୍ଫିଆ ଓ ଲାଓଦେସିଆରେ ଥିବା ମଣ୍ଡଳୀଗୁଡ଼ିକୁ ପୁସ୍ତକଟି ପଠାଇ ଦିଅ।”


ପରମାତ୍ମା, ଜଳ ଓ ରକ୍ତ ଯୀଶୁ ଖ୍ରୀଷ୍ଟଙ୍କ ସପକ୍ଷରେ ସାକ୍ଷ୍ୟ ଦିଅନ୍ତି ଏବଂ ଏହି ତିନିଙ୍କ ଦାକ୍ଷ୍ୟ ଏକ ସମାନ।


ତାହାହେଲେ, ଏହି ମହାପରିତ୍ରାଣକୁ ଉପେକ୍ଷା କଲେ, ଆମେ କିପରି ଉଦ୍ଧାର ପାଇବା? ଏହି ପରିତ୍ରାଣ ସ୍ୱୟଂ ପ୍ରଭୁ ନିଜେ ପ୍ରଥମେ ଘୋଷଣା କଲେ ଏବଂ ତାଙ୍କଠାରୁ ଶୁଣିବା ବ୍ୟକ୍ତିମାନେ ତାହାର ମହାସତ୍ୟ ଆମ୍ଭମାନଙ୍କ ନିକଟରେ ପ୍ରମାଣ କରିଛନ୍ତି।


Swiv nou:

Piblisite


Piblisite