Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 8:9 - ପବିତ୍ର ବାଇବଲ (CL) NT (BSI)

9 କିନ୍ତୁ ସାବଧାନ, ତୁମ୍ଭମାନଙ୍କର ଏହି ସ୍ୱାଧୀନତା ଯେପରି ଦୁର୍ବଳ ବିଶ୍ୱାସୀମାନଙ୍କର ବିଘ୍ନ ସ୍ୱରୂପ ନ ହୁଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 କିନ୍ତୁ ସାବଧାନ, କାଳେ ତୁମ୍ଭମାନଙ୍କର ଏହି ଅଧିକାର ଦୁର୍ବଳମାନଙ୍କର ଝୁଣ୍ଟିବାର କାରଣ ହୁଏ।

Gade chapit la Kopi

ଓଡିଆ ବାଇବେଲ

9 କିନ୍ତୁ ସାବଧାନ, କାଳେ ତୁମ୍ଭମାନଙ୍କର ଏହି ଅଧିକାର ଦୁର୍ବଳମାନଙ୍କର ଝୁଣ୍ଟିବାର କାରଣ ହୁଏ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 କିନ୍ତୁ ସାବଧାନ, କାଳେ ତୁମ୍ଭମାନଙ୍କର ଏହି ଅଧିକାର ଦୁର୍ବଳମାନଙ୍କର ଝୁଣ୍ଟିବାର କାରଣ ହୁଏ।

Gade chapit la Kopi

ପବିତ୍ର ବାଇବଲ

9 କିନ୍ତୁ ନିଜର ସ୍ୱାଧୀନତା ବିଷୟରେ ସାବଧାନ ରୁହ। ତୁମ୍ଭମାନଙ୍କର ଏହି ସ୍ୱାଧୀନତା, ଦୁର୍ବଳ ବିଶ୍ୱାସୀମାନଙ୍କୁ ପାପରେ ନ ପକାଉ।

Gade chapit la Kopi




୧ କରିନ୍ଥୀୟ 8:9
27 Referans Kwoze  

ଭାଇମାନେ, ତୁମ୍ଭେମାନେ ସ୍ୱାଧୀନ ହେବା ନିମନ୍ତେ ଆହୂତ ହୋଇଥିଲ। କିନ୍ତୁ ସାବଧାନ, କେବଳ ଶାରୀରିକ ଲାଳସା ଚରିତାର୍ଥ କରିବା ପାଇଁ ସେହି ସ୍ୱାଧୀନତା ଯେପରି ବାହାନା ରୂପେ ବ୍ୟବହାର ନ କର। ବରଂ ପ୍ରେମ ଦ୍ୱାରା ପରିଚାଳିତ ହୋଇ ତୁମ୍ଭେମାନେ ପରସ୍ପରର ସେବା କର।


ସ୍ୱାଧୀନ ଲୋକଙ୍କ ପରି ଜୀବନ ଯାପନ କର। କିନ୍ତୁ ସ୍ୱାଧୀନତାର ଅପବ୍ୟବହାର କରି ଗର୍ହିତ କର୍ମ କର ନାହିଁ। ବରଂ ଈଶ୍ୱରଙ୍କ କ୍ରୀତଦାସ ରୂପେ ଜୀବନ ଯାପନ କର।


ଏମାନଙ୍କୁ ସେହି ଶଠ ଶିକ୍ଷକମାନେ ସ୍ୱାଧୀନତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଅନ୍ତୁ, ଅଥଚ ସେମାନେ ନିଜେ ଧ୍ଂସକାରୀ କୁଅଭ୍ୟାସର କ୍ରୀଦାସ; କାରଣ ମନୁଷ୍ୟ ଯେଉଁ ବିଷୟର ବଶୀଭୂତ, ତାହାର ସେ କ୍ରୀତଦାସ।


କେବଳ ନିଜର ସ୍ୱାର୍ଥସିଦ୍ଧିରେ ନିବିଷ୍ଟ ନ ରହି, ଅନ୍ୟର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବା ଉଚିତ୍।


ତୁମ୍ଭେମାନେ ଅନ୍ୟ ଦେଶୀୟ, ଇହୁଦୀ କିମ୍ବା ଈଶ୍ୱରଙ୍କ ମଣ୍ଡଳୀ, କାହାରି ବିଘ୍ନ ସ୍ୱରୂପ ହୁଅ ନାହିଁ।


ଯେଉଁମାନେ ବିଶ୍ୱାସରେ ଦୁର୍ବଳ, ସେମାନଙ୍କୁ ଲାଭ କରିବା ପାଇଁ ମୁଁ ସେମାନଙ୍କ ପରି ହୋଇଛି। ଯେ କୌଣସି ଉପାୟରେ କେତେକଙ୍କୁ ରକ୍ଷା କରିବା ପାଇଁ ମୁଁ ବିଭିନ୍ନ ଭାବରେ ଆଚରଣ କରିଛି।


ଏହିପରି ଭାବରେ ତୁମ ସହବିଶ୍ୱାସୀମାନଙ୍କ ବିରୁଦ୍ଧରେ ପାପ କରି ତୁମେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରିବ ଏବଂ ସେହି ଭାଇମାନଙ୍କ ଦୁର୍ବଳ ବିବେକକୁ ଆଘାତ ଦେବ।


ମନେକର, ଜଣେ ଦୁର୍ବଳ ବିଶ୍ୱାସୀ ତୁମ ପରି ଏକ ଜ୍ଞାନବାନ ବ୍ୟକ୍ତିକୁ ମନ୍ଦିର ମଧ୍ୟରେ ପ୍ରସାଦ ସେବନ କରିବା ଦେଖେ, ସେ କ’ଣ ପ୍ରସାଦ ସେବନ କରବା ପାଇଁ ଉତ୍ସାହିତ ହେବ ନାହିଁ?


କିନ୍ତୁ ତୁମ ବିରୁଦ୍ଧରେ ମୋର କେତେକ ବିଷୟ କହିବାର ଅଛି। ସେଠାରେ ତୁମ ସଙ୍ଗରେ ଥିବା କେତେକେ, ବାଲାମର ଶିକ୍ଷାରେ ପରିଚାଳିତ ହେଉଛନ୍ତି। ବାଲାମ ଦେବପ୍ରସାଦ ଭୋଜନ ଓ ଲମ୍ପଟାଚରଣ କରିବା ପାଇଁ ଇଶ୍ରାଏଲୀୟମାନଙ୍କୁ ପ୍ରବର୍ତ୍ତାଇବା ନିମନ୍ତେ ବାଲାକକୁ ଶିକ୍ଷା ଦେଇଥିଲା।


ମୁଁ ଲଜ୍ଜାର ସହ ସ୍ୱୀକାର କରୁଛି ଯେ, ଏସବୁ ବିଷୟରେ ମୁଁ ଅତି ଦୁର୍ବଳ। କିନ୍ତୁ ଅନ୍ୟ କୌଣସି ବିଷୟରେ କେହି ଯଦି ଦର୍ପ କରିବାକୁ ସାହସ କରେ, ତେବେ ନିର୍ବୋଧ ପରି ମୁଁ କହୁଛି-ମୋର ସେପରି ସାହସ ଅଛି।


ଏଠାରେ ତୁମ୍ଭର ବିବେକ କଥା ମୁଁ କହୁ ନାହିଁ - ତାହାର ବିବେକ ପାଇଁ ଏ କଥା କହୁଛି। ତୁମ୍ଭେମାନେ ହୁଏତ ପ୍ରଶ୍ନ କରିପାର, “ଆମ ସ୍ୱାଧୀନତା ଉପରେ ଅନ୍ୟର ବିବେକ କାହିଁକି ହସ୍ତକ୍ଷେପ କରିବ?


ଯେଉଁମାନେ ବିଶ୍ୱାସରେ ବଳିଷ୍ଠ, ସେମାନ ଦୁର୍ବଳ ବିଶ୍ୱାସୀ ଭାଇର ଦୋଷ ଦୁର୍ବଳତା ପ୍ରତି ସହନଶୀଳ ହୁଅନ୍ତୁ। କେହି କେବଳ ନିଜକୁ ଖୁସି କରିବା ପାଇଁ ଇଚ୍ଛା ନ କରୁ।


“ଏହି ନଗଣ୍ୟମାନଙ୍କ ମଧ୍ୟରୁ ଜଣକୁ ହେଲେ ତୁଚ୍ଛ ମନେକର ନାହିଁ। ମୁଁ ତୁମ୍ଭମାନଙ୍କୁ କହୁଛି, ଏମାନଙ୍କ ଯତ୍ନ ନେଉଥିବା ସ୍ୱର୍ଗଦୂତମାନେ ସର୍ବଦା ମୋ’ ପିତା ଈଶ୍ୱରଙ୍କ ନିକଟରେ ଅଛନ୍ତି।


କିନ୍ତୁ ତାହା ଦେବ ପ୍ରସାଦ ବୋଲି ଯଦି କେହି କହେ, ତାହାର ମଙ୍ଗଳ ପାଇଁ ଓ ବିବେକ ହେତୁ ତାହା ଖାଅ ନାହିଁ।


ଯେଉଁ ସେବକତ୍ୱ ଆମେ ଗ୍ରହଣ କରିଛୁ, ତା’ର ଅପବାଦ ଯେପରି ନ ହୁଏ, ସେଥିପାଇଁ ଆମେ କାହାରି କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ନ କରିବାକୁ ଚେଷ୍ଟା କରୁଛୁ।


କେହି ଯଦି ଦୁର୍ବଳ ହୋଇପଡ଼େ, ମୁଁ ମଧ୍ୟ ତା’ ସହିତ ଦୁର୍ବଳତା ଅନୁଭବ କରେ। କେହି ପାପ କଲେ, ମୁଁ ଅନ୍ତରରେ ବ୍ୟଥା ଅନୁଭବ କରିଥାଏ।


ସାବଧାନ, କେହି ଯେପରି ତୁମକୁ ମନୁଷ୍ୟର ବିଭ୍ରାନ୍ତିକର ଅସାର ଜ୍ଞାନ ଦ୍ୱାରା ବଶୀଭୂତ ନ କରେ। ସେହି ସବୁ ଜ୍ଞାନ ଖ୍ରୀଷ୍ଟଙ୍କ ଶିକ୍ଷାରୁ ଆସି ନ ଥାଏ। ତାହା ମନୁଷ୍ୟ ସମାଜର ପାରମ୍ପରିକ ଶିକ୍ଷା ଓ ବିଶ୍ୱସ ଉପରେ କର୍ତ୍ତୃତ୍ୱ କରୁଥିବା ଅଶରୀରୀ ଶକ୍ତିମାନଙ୍କ ଶିକ୍ଷାର ଫଳ।


Swiv nou:

Piblisite


Piblisite