Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 8:4 - ପବିତ୍ର ବାଇବଲ (CL) NT (BSI)

4 ପ୍ରତିମାର ପ୍ରସାଦ ସେବନ ବିଷୟରେ ଆମେ ଜାଣୁ ଯେ, ଏ ଜଗତରେ ପ୍ରତିମାର କୌଣସି ପ୍ରକୃତ ଅସ୍ତିତ୍ୱ ନାହିଁ। ଆମ ଈଶ୍ୱର ହିଁ ଏକମାତ୍ର ଈଶ୍ୱର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଏଣୁ ଦେବପ୍ରସାଦ ଭୋଜନ ବିଷୟରେ ଆମ୍ଭେମାନେ ଜାଣୁ ଯେ, ଜଗତରେ ଦେବତା ବୋଲି କିଛି ନାହିଁ, ଆଉ ଏକ ଈଶ୍ଵର ବିନା ଦ୍ଵିତୀୟ ନାହିଁ।

Gade chapit la Kopi

ଓଡିଆ ବାଇବେଲ

4 ଏଣୁ ଦେବପ୍ରସାଦ ଭୋଜନ ବିଷୟରେ ଆମ୍ଭେମାନେ ଜାଣୁ ଯେ, ଜଗତରେ ଦେବତା ବୋଲି କିଛି ନାହିଁ, ଆଉ ଏକ ଈଶ୍ୱର ବିନା ଦ୍ୱିତୀୟ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏଣୁ ଦେବପ୍ରସାଦ ଭୋଜନ ବିଷୟରେ ଆମ୍ଭେମାନେ ଜାଣୁ ଯେ, ଜଗତରେ ଦେବତା ବୋଲି କିଛି ନାହିଁ, ଆଉ ଏକ ଈଶ୍ବର ବିନା ଦ୍ୱିତୀୟ ନାହିଁ।

Gade chapit la Kopi

ପବିତ୍ର ବାଇବଲ

4 ଅତଏବ ମାଂସ ଖାଇବା ବିଷୟରେ ମୁଁ ଏହା କହେ ଯେ, ଆମ୍ଭେ ଜାଣୁ ଯେ ଜଗତରେ ପ୍ରକୃତରେ ପ୍ରତିମା ବୋଲି କିଛି ନାହିଁ। ଏବଂ ଆମ୍ଭେ ଜାଣୁ ଯେ ଜଣେ ମାତ୍ର ପରମେଶ୍ୱର ଅଛନ୍ତି।

Gade chapit la Kopi




୧ କରିନ୍ଥୀୟ 8:4
33 Referans Kwoze  

ଈଶ୍ୱର ଅଦ୍ୱିତୀୟ ଏବଂ ମନୁଷ୍ୟକୁ ଈଶ୍ୱରଙ୍କ ସହିତ ସମ୍ମିଳିତ କରାଇବା ପାଇଁ ଜଣେ ମାତ୍ର ମଧ୍ୟସ୍ଥ ଅଛନ୍ତି - ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ।


ସମସ୍ତ ମାନବ ଜାତିର ଈଶ୍ୱର ଓ ପିତା ଏକ; ସେ ସମସ୍ତଙ୍କର ପ୍ରଭୁ, ସମସ୍ତଙ୍କ ମଧ୍ୟରେ ଓ ସମସ୍ତଙ୍କ ଅନ୍ତରରେ ବିଦ୍ୟମାନ।


ଯୀଶୁ ଉତ୍ତର ଦେଲେ, “ଇଶ୍ରାୟେଲୀୟ ଲୋକମାନେ ଶୁଣ - ସବୁଠାରୁ ଶ୍ରେଷ୍ଠ ଆଜ୍ଞାଟି ହେଉଛି, ‘ଆମ୍ଭମାନଙ୍କ ପ୍ରଭୁ ଈଶ୍ୱର ଏକମାତ୍ର ପ୍ରଭୁ।


ଆମର ସେହି ଏକମାତ୍ର ତ୍ରାଣକର୍ତ୍ତା ଈଶ୍ୱରଙ୍କ ଗୌରବ, ପରାକ୍ରମ ଓ କତ୍ତୃତ୍ୱ; ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନାଦି କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓ ଯୁଗେ ଯୁଗେ ବିରାଜମାନ ହେଉ। ଆମେନ୍।


ମନେକର, ଜଣେ ଦୁର୍ବଳ ବିଶ୍ୱାସୀ ତୁମ ପରି ଏକ ଜ୍ଞାନବାନ ବ୍ୟକ୍ତିକୁ ମନ୍ଦିର ମଧ୍ୟରେ ପ୍ରସାଦ ସେବନ କରିବା ଦେଖେ, ସେ କ’ଣ ପ୍ରସାଦ ସେବନ କରବା ପାଇଁ ଉତ୍ସାହିତ ହେବ ନାହିଁ?


ଦେବ ପ୍ରସାଦ ସମ୍ପର୍କରେ ମୋର ମନ୍ତବ୍ୟ:- ଆମ ସମସ୍ତଙ୍କର ଜ୍ଞାନ ଅଛି ବୋଲି ଜାଣୁ। ଜ୍ଞାନ ମନୁଷ୍ୟକୁ ଅହଙ୍କାରୀ କରେ, କିନ୍ତୁ ପ୍ରେମ ମଣିଷକୁ ସୁଗଠିତ କରେ।


ବର୍ତ୍ତମାନ ଏହି ଲୋକ ପାଉଲ କ’ଣ କରୁଛି; ତାହା ତୁମ୍ଭେମାନେ ନିଜେ ଦେଖିପାରୁଛ ଓ ଶୁଣି ପାରୁଛ ଓ ଶୁଣିପାରୁଛ। ସେ କହୁଛି, ମଣିଷ ହାତ ତିଆରି ଦେବତା ସବୁ ଆଦୌ ଦେବତା ନୁହଁନ୍ତି, ଆଉ ସେ ଏଠାରେ ଏଫିସସ୍ ଓ ପ୍ରାୟ ସମସ୍ତ ଏସିଆ ଦେଶରେ ଅନେକ ଲୋକଙ୍କୁ ଏହି ବିଷୟରେ ମତାଉଛି।


“ତୁମ୍ଭେମାନେ କାହିଁକି ଏହା କରୁଛ? ଆମେ ତୁମ ପରି ମନୁଷ୍ୟ ମାତ୍ର। ତୁମ ନିକଟରେ ଶୁଭ ବାର୍ତ୍ତା ପ୍ରଚାର କରିବା ପାଇଁ ଓ ଏହି ଅସାର ବିଷୟଠାରୁ ନିବୃତ୍ତ ହୋଇ, ଆକାଶ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା ଜୀବନ୍ତ ଈଶ୍ୱରଙ୍କ ପ୍ରତି ତୁମ୍ଭମାନଙ୍କୁ ଆକୃଷ୍ଟ କରିବା ପାଇଁ ଆମେ ଏଠାକୁ ଆସିଅଛୁ।


ସମଗ୍ର ବିଶ୍ୱ ଜଗତର ଅଦୃଶ୍ୟ, ଅବିନଶ୍ୱର, ଚିରନ୍ତନ ରାଜା, ଏକମାତ୍ର ଈଶ୍ୱର ଯୁଗେ ଯୁଗେ ସମ୍ମାନିତ ଓ ମହିମାନ୍ୱିତ ହୁଅନ୍ତୁ।


ବରଂ ସେମାନେ ଯେପରି ପ୍ରତିମାମାନଙ୍କୁ ଉତ୍ସର୍ଗ କରାଯାଇଥିବା କୌଣସି ଅଶୁଚି ଖାଦ୍ୟ ନ ଖାଆନ୍ତି, ଯୌନ ପାପରୁ ନିବୃତ୍ତ ହୁଅନ୍ତି, ଗଳା ଚିପା ଯାଇ ମରା ଯାଇଥିବା ପଶୁର ମାଂସ ଭୋଜନ ନ କରନ୍ତି - ଏ ସବୁ ବିଷୟରେ ପରାମର୍ଶ ଦେଇ ସେମାନଙ୍କ ନିକଟକୁ ଗୋଟିଏ ପତ୍ର ଲେଖିବା।


ତା’ହେଲେ ଯେଉଁ ଦୁର୍ବଳ ବିଶ୍ୱାସୀ ଭାଇ ପାଇଁ ଖ୍ରୀଷ୍ଟ ମୃତ୍ୟୁ ଭୋଗ କରିଥିଲେ, ତୁମର ଏହି “ଜ୍ଞାନ” ତା’ର ବିନାଶର କାରଣ ହେବ ନାହିଁ କି?


ଅତୀତରେ ତୁମ୍ଭେମାନେ ଈଶ୍ୱରଙ୍କୁ ଜାଣି ନ ଥିଲ, ତେଣୁ ଯେଉଁମାନେ ପ୍ରକୃତରେ ଈଶ୍ୱର ନୁହଁନ୍ତି, ସେହିଭଳି ମିଥ୍ୟା ଦେବଦେବୀମାନଙ୍କର ଦାସ ଥିଲ।


Swiv nou:

Piblisite


Piblisite