Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 7:2 - ପବିତ୍ର ବାଇବଲ (CL) NT (BSI)

2 କିନ୍ତୁ ସର୍ବତ୍ର ଯୌନ ପ୍ରଲୋଭନ ପୂରି ରହି ଥିବାରୁ, ପ୍ରତ୍ୟେକ ପୁରୁଷର ସ୍ତ୍ରୀ ଓ ପ୍ରତ୍ୟେକ ସ୍ତ୍ରୀର ସ୍ୱାମୀ ଥିବା ଆବଶ୍ୟକ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ଵାମୀ ଥାଉ।

Gade chapit la Kopi

ଓଡିଆ ବାଇବେଲ

2 କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ଥାଉ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷର ନିଜର ଭାର୍ଯ୍ୟା ଥାଉ, ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ଥାଉ।

Gade chapit la Kopi

ପବିତ୍ର ବାଇବଲ

2 କିନ୍ତୁ ଯୌନଗତ ପାପ ବଡ଼ ବିପଦଜନକ। ଅତଏବ ପ୍ରତ୍ୟେକ ପୁରୁଷର ନିଜର ପତ୍ନୀ ଥିବା ଉଚିତ୍। ସେହିଭଳି ପ୍ରତ୍ୟେକ ସ୍ତ୍ରୀର ନିଜ ସ୍ୱାମୀ ଥିବା ଉଚିତ୍।

Gade chapit la Kopi




୧ କରିନ୍ଥୀୟ 7:2
14 Referans Kwoze  

ସ୍ୱାମୀମାନେ ନିଜ ଶରୀର ତୁଲ୍ୟ ମନେ କରି ନିଜ ସ୍ତ୍ରୀକୁ ପ୍ରେମ କରିବା ଉଚିତ। ଯେ ନିଜ ସ୍ତ୍ରୀକୁ ପ୍ରେମ କରେ, ସେ ନିଜକୁ ପ୍ରେମ କରେ।


କିନ୍ତୁ ଏହା ତୁମ୍ଭମାନଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ। ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କରୁ ଓ ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ୱାମୀକୁ ସମ୍ମାନ କରୁ।


କିନ୍ତୁ ସଂଯମୀ ହୋଇ ନ ପାରିଲେ, ସେମାନଙ୍କ ପକ୍ଷରେ ବିବାହ କରିବା ଉଚିତ୍। କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଶ୍ରେୟସ୍କର।


କାମୁକତାଠାରୁ ଦୂରରେ ରୁହ। ଅନ୍ୟ କୌଣସି ପାପ ମନୁଷ୍ୟର ଶରୀରକୁ କଳୁଷିତ କରେ ନାହିଁ। କିନ୍ତୁ ବ୍ୟଭିଚାରୀ ନିଜ ଶରୀର ବିରୁଦ୍ଧରେ ପାପ କରେ।


ବିବାହ କରିବା ଏବଂ କୌଣସି କୌଣସି ଖାଦ୍ୟ ପଦାର୍ଥ ଖାଇବା ଅନୁଚିତ ବୋଲି ସେମାନେ କହୁଛନ୍ତି। କିନ୍ତୁ ଯେଉଁ ଖ୍ରୀଷ୍ଟବିଶ୍ୱାସୀମାନେ ସତ୍ୟ ଉପଲବ୍ଧି କରିଛନ୍ତି, ସେମାନେ ଈଶ୍ୱର ସୃଷ୍ଟି କରିଥିବା ସକଳ ଖାଦ୍ୟ ପଦାର୍ଥ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇ ତାହା ନିଶ୍ଚିନ୍ତ ମନରେ ଭୋଜନ କରିପାରିବେ।


କିନ୍ତୁ ମୁଁ କହୁଛି, ବ୍ୟଭିଚାର ଅପରା ବ୍ୟତୀତ ଅନ୍ୟ ଯେ କୌଣସି କାରଣ ଲାଗି ଜଣେ ତା’ ସ୍ତ୍ରୀକୁ ଛାଡ଼ପତ୍ର ଦେଲେ, ସେ ତାକୁ ବ୍ୟଭିଚାରିଣୀ କରାଇବା ଅପରାଧରେ ଦୋଷୀ ହେବ ଏବଂ ଯେଉଁ ବ୍ୟକ୍ତି ସେହି ସ୍ତ୍ରୀକୁ ବିବାହ କରିବ, ସେ ମଧ୍ୟ ବ୍ୟଭିଚାରିଣୀ ହେବ।


ତୁମ ଚିଠିରେ ଯେଉଁ ସବୁ ପ୍ରଶ୍ନ ପଚାରିଛ, ବର୍ତ୍ତମାନ ମୁଁ ସେ ସବୁର ଉତ୍ତର ଦେବି। ବିବାହ ନ କରିବା ଭଲ।


ସ୍ୱାମୀ, ସ୍ତ୍ରୀ ପ୍ରତି ନିଜର କର୍ତ୍ତବ୍ୟ ଓ ସ୍ତ୍ରୀ, ସ୍ୱାମୀ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ୍। ପୁଣି ଉଭୟେ ଉଭୟଙ୍କର ଆବଶ୍ୟକତା ପୂରଣ କରିବା ବିଧେୟ।


ଈଶ୍ୱରଙ୍କୁ ଜାଣି ନ ଥିବା ଇତର ଲୋକମାନଙ୍କ ପରି ପ୍ରତ୍ୟେକେ ନିଜ ନିଜର ସ୍ତ୍ରୀ ସହିତ କିପରି କାମତୁର ନ ହୋଇ ପବିତ୍ର ଓ ସମ୍ମାନଜନକ ଭାବରେ ଜୀବନ ଯାପନ କରିବା ଉଚିତ୍, ତାହା ତୁମ୍ଭମାନଙ୍କୁ ଜାଣିବାକୁ ହେବ।


Swiv nou:

Piblisite


Piblisite