Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 7:10 - ପବିତ୍ର ବାଇବଲ (CL) NT (BSI)

10 ବିବାହିତମାନଙ୍କ ପ୍ରତି ଏହା ମୋର ଆଦେଶ ନୁହେଁ, ଈଶ୍ୱରଙ୍କ ଆଦେଶ - ସ୍ତ୍ରୀ ସ୍ୱାମୀକୁ କଦାପି ପରିତ୍ୟାଗ ନ କରୁ -

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କିନ୍ତୁ ବିବାହିତମାନଙ୍କୁ ମୁଁ ଆଜ୍ଞା ଦିଏ, ମୁଁ ନୁହେଁ, ମାତ୍ର ପ୍ରଭୁ ଆଜ୍ଞା ଦିଅନ୍ତି, ଭାର୍ଯ୍ୟା ଆପଣା ସ୍ଵାମୀଠାରୁ ବିଭିନ୍ନ ନ ହେଉ,

Gade chapit la Kopi

ଓଡିଆ ବାଇବେଲ

10 କିନ୍ତୁ ବିବାହିତମାନଙ୍କୁ ମୁଁ ଆଜ୍ଞା ଦିଏ, ମୁଁ ନୁହେଁ, ମାତ୍ର ପ୍ରଭୁ ଆଜ୍ଞା ଦିଅନ୍ତି, ଭାର୍ଯ୍ୟା ଆପଣା ସ୍ୱାମୀଠାରୁ ପୃଥକ୍ ନ ହେଉ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କିନ୍ତୁ ବିବାହିତମାନଙ୍କୁ ମୁଁ ଆଜ୍ଞା ଦିଏ, ମୁଁ ନୁହେଁ, ମାତ୍ର ପ୍ରଭୁ ଆଜ୍ଞା ଦିଅନ୍ତି, ଭାର୍ଯ୍ୟା ଆପଣା ସ୍ୱାମୀକୁ ପରିତ୍ୟାଗ ନ କରୁ,

Gade chapit la Kopi

ପବିତ୍ର ବାଇବଲ

10 ଯେଉଁମାନେ ବିବାହିତ ସେମାନଙ୍କୁ ମୁଁ ଏହି ଆଦେଶ ଦେଉଛି-ଏହି ଆଦେଶ ମୋ'ଠାରୁ ନୁହେଁ ବରଂ, ପ୍ରଭୁ ନିଜେ ଏହି ଆଦେଶ ଦିଅନ୍ତି।

Gade chapit la Kopi




୧ କରିନ୍ଥୀୟ 7:10
13 Referans Kwoze  

କିନ୍ତୁ ମୁଁ କହୁଛି, ବ୍ୟଭିଚାର ଅପରା ବ୍ୟତୀତ ଅନ୍ୟ ଯେ କୌଣସି କାରଣ ଲାଗି ଜଣେ ତା’ ସ୍ତ୍ରୀକୁ ଛାଡ଼ପତ୍ର ଦେଲେ, ସେ ତାକୁ ବ୍ୟଭିଚାରିଣୀ କରାଇବା ଅପରାଧରେ ଦୋଷୀ ହେବ ଏବଂ ଯେଉଁ ବ୍ୟକ୍ତି ସେହି ସ୍ତ୍ରୀକୁ ବିବାହ କରିବ, ସେ ମଧ୍ୟ ବ୍ୟଭିଚାରିଣୀ ହେବ।


“ଯେ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ; ଏବଂ ଯେ ଗୋଟିଏ ପରିତ୍ୟକ୍ତା ସ୍ତ୍ରୀକୁ ବିବାହ କରେ, ସେ ବ୍ୟଭିଚାର କରେ।


ସେ ଯାହାହେଉ, ଯଦି ଜଣେ ଅଣବିଶ୍ୱାସୀ, ତା’ର ଖ୍ରୀଷ୍ଟବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀଠାରୁ ପୃଥକ୍ ରହିବାକୁ ଚାହେଁ, ତେବେ ସେ ତା’ କରୁ। ଏ କ୍ଷେତ୍ରରେ ଖ୍ରୀଷ୍ଟବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀଠାରୁ ପୃଥକ ରହିବାକୁ ଚାହେଁ, ତେବେ ସେ ତା’ କରୁ। ଏ କ୍ଷେତ୍ରରେ ଖ୍ରୀଷ୍ଟବିଶ୍ୱାସୀ ସ୍ୱାମୀ ବା ସ୍ତ୍ରୀ କୌଣସି ନିୟମରେ ଆବଦ୍ଧ ନୁହଁନ୍ତି। କାରଣ ଶାନ୍ତିରେ ଜୀବନ ଯାପନ କରିବା ପାଇଁ ଈଶ୍ୱର ଆମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି।


ଅନ୍ୟମାନଙ୍କ ପ୍ରତି ଏହା ମୋର ପରାମର୍ଶ (ଈଶ୍ୱରଙ୍କର ନୁହେଁ।); ଯଦି ଆମ ମଧ୍ୟରୁ କାହାର ସ୍ତ୍ରୀ, ଖ୍ରୀଷ୍ଟବିଶ୍ୱାସୀ ନ ହୋଇ ମଧ୍ୟ ସ୍ୱାମୀ ସହିତ ବାସ କରିବାକୁ ଇଚ୍ଛା କରେ, ତେବେ ସେହି ଭାଇ ତାକୁ ଛାଡ଼ପତ୍ର ଦେବା ଉଚିତ୍ ନୁହେଁ।


ତୁମ୍ଭେମାନେ ଅବିବାହିତମାନଙ୍କ ବିଷୟରେ ଜାଣିବାକୁ ଚାହିଁଛ। ଏ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ନିର୍ଦ୍ଦେଶ ପାଇ ନାହିଁ। କିନ୍ତୁ ପ୍ରଭୁଙ୍କ କୃପାରୁ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତି ଭାବରେ ମୋର ବ୍ୟକ୍ତିଗତ ମତ ପ୍ରକାଶ କରୁଛି।


ଏ ବିଷୟରେ ମୁଁ ଯାହା ସବୁ କହୁଛି, ତାହା ମୋର ଆଦେଶ ନୁହେଁ; କେବଳ ତୁମ୍ଭମାନଙ୍କର ସୁବିଧା ପାଇଁ ଏହା ମୋର ପରାମର୍ଶ।


ମୋ’ ମତରେ, ସେ ଯେଉଁ ଅବସ୍ଥାରେ ଅଛି, ସେହି ଅବସ୍ଥାରେ ରହିଲେ ଅଧିକ ଖୁସି ହେବ। ଏହା ମଧ୍ୟ ଈଶ୍ୱରଙ୍କ ପବିତ୍ରଆତ୍ମାଙ୍କ ଅଭିମତ ବୋଲି ମୁଁ ଭାବୁଛି।


କେତେଜଣ ଫାରୁଶୀ ତାଙ୍କ ନିକଟକୁ ଆସି ତାଙ୍କୁ ଫାନ୍ଦରେ ପକାଇବାକୁ ଚେଷ୍ଟା କଲେ। ସେମାନେ କହିଲେ, “ଆମ ଶାସ୍ତ୍ର ବ୍ୟବସ୍ଥା ଅନୁଯାୟୀ ଜଣେ ତା’ ସ୍ତ୍ରୀକୁ ଛାଡ଼ପତ୍ର ଦେଇପାରିବ କି?”


ଯଦି କରେ, ତେବେ ସେ ଏକାକିନୀ ରହୁ କିମ୍ବା ସ୍ୱାମୀ ସହିତ ପୁନର୍ମିଳିତ ହେଉ। ପୁଣି ସ୍ୱାମୀ ଆପଣା ସ୍ତ୍ରୀକୁ କଦାପି ଛାଡ଼ପତ୍ର ନ ଦେଉ।


Swiv nou:

Piblisite


Piblisite