Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 5:1 - ପବିତ୍ର ବାଇବଲ (CL) NT (BSI)

1 ବାସ୍ତବରେ ଶୁଣାଯାଉଛି ଯେ, ତୁମ୍ଭେମାନେ ଯେଉଁ ଭୟଙ୍କର ବ୍ୟଭିଚାରରେ ଲିପ୍ତ, ତାହା ବିଜାତୀୟମାନଙ୍କ ମଧ୍ୟରେ ସୁଦ୍ଧା ଦେଖାଯାଏ ନାହିଁ। ମୁଁ ଶୁଣୁଛି, ତୁମ ଭିତରୁ ଜଣେ ତା’ର ସାବତ ବା ସହିତ ସହବାସ କରୁଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ପ୍ରକୃତରେ ଶୁଣାଯାଉଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର ଅଛି, ଆଉ ଏପରି ବ୍ୟଭିଚାର, ଯାହାକି ବିଜାତିମାନଙ୍କ ମଧ୍ୟରେ ସୁଦ୍ଧା ହୁଏ ନାହିଁ, ଏପରିକି ଜଣେ ଆପଣା ପିତାର ଭାର୍ଯ୍ୟାକୁ ରଖିଅଛି।

Gade chapit la Kopi

ଓଡିଆ ବାଇବେଲ

1 ପ୍ରକୃତରେ ଶୁଣାଯାଉଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର ଅଛି, ଆଉ ଏପରି ବ୍ୟଭିଚାର, ଯାହାକି ଅଣଯିହୂଦୀମାନଙ୍କ ମଧ୍ୟରେ ସୁଦ୍ଧା ହୁଏ ନାହିଁ, ଏପରିକି ଜଣେ ଆପଣା ପିତାର ଭାର୍ଯ୍ୟାକୁ ରଖିଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ପ୍ରକୃତରେ ଶୁଣାଯାଉଅଛି ଯେ, ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର ଅଛି, ଆଉ ଏପରି ବ୍ୟଭିଚାର, ଯାହାକି ଅଣଯିହୁଦୀମାନଙ୍କ ମଧ୍ୟରେ ସୁଦ୍ଧା ହୁଏ ନାହିଁ, ଏପରିକି ଜଣେ ଆପଣା ପିତାର ଭାର୍ଯ୍ୟାକୁ ରଖିଅଛି।

Gade chapit la Kopi

ପବିତ୍ର ବାଇବଲ

1 ଲୋକେ ପ୍ରକୃତରେ କହୁଛନ୍ତି ଯେ, ତୁମ୍ଭମାନଙ୍କ ଭିତରେ ଯୌନଗତ ପାପ ଅଛି। ଏହି ପାପ ଏପରିକି ପରମେଶ୍ୱରଙ୍କୁ ନ ଜାଣିଥିବା ଲୋକମାନଙ୍କଠାରେ ମଧ୍ୟ ଏହା ହୁଏ ନାହିଁ। ଲୋକେ କହୁଛନ୍ତି ଯେ, ଜଣେ ଲୋକ ନିଜ ବାପାର ସ୍ତ୍ରୀ ସହିତ ବାସ କରୁଛି,

Gade chapit la Kopi




୧ କରିନ୍ଥୀୟ 5:1
32 Referans Kwoze  

କିନ୍ତୁ କାପୁରୁଷ, ବିଶ୍ୱାସଘାତକ, ବିକୃତଚରିତ୍ର, ନରହନ୍ତା, ଲମ୍ପଟ, ତନ୍ତ୍ରମନ୍ତ୍ରସାଧକ, ପ୍ରତିମାପୂଜକ ଓ ମିଥ୍ୟାବାଦୀ ଆଦି ସମସ୍ତ ଭ୍ରଷ୍ଟାଚାରୀମାନଙ୍କର ନିରୂପିତ ସ୍ଥାନ ହେଉଛି, ଗନ୍ଧକାଗ୍ନି ଜଳୁଥିବା ହ୍ରଦ - ସେଠାରେ ସେମାନେ ଦ୍ୱିତୀୟ ମୃତ୍ୟୁଭୋଗ କରିବେ।”


ପାପରୁ ଫେରି ଆସିବା ନିମନ୍ତେ ମୁଁ ତାଙ୍କୁ ସମୟ ଦେଇଛି, କିନ୍ତୁ ସେ ନିଜର ଦୁଷ୍କର୍ମ ପରିତ୍ୟାଗ କରିବାକୁ ଚାହୁଁ ନାହିଁ।


ତୁମ ଅନ୍ତରରେ କାର୍ଯ୍ୟରତ ଜାଗତିକ ପ୍ରବୃତ୍ତିଗୁଡ଼ିକ ଯଥା - କାମୁକତା, ଅଶୁଚିତା, ଇନ୍ଦ୍ରିୟାସକ୍ତି, ଦୁରଭିଳାଷ ଓ ଲୋଭକୁ ତୁମ୍ଭେମାନେ ବିନାଶ କର। ଲୋଭ ପ୍ରତିମା ପୂଜାର ଏକ ରୂପାନ୍ତର।


ଈଶ୍ୱରଙ୍କ ଲୋକ ଥିବାରୁ ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର, ଅଶୁଚିତା ବା ଲୋଲୁପତା ଲେଶମାତ୍ର ନ ରହୁ।


ମନୁଷ୍ୟ ପ୍ରକୃତିର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତାହା ଅନୈତିକତା, ଅଶୁଚିତା, ଅଶ୍ଲୀଳତା, ପ୍ରତିମା ପୂଜା, ଗୁଣି ଗାରୁଡ଼ି ଆଦି କୁକର୍ମରେ ପ୍ରକାଶ ପାଏ। ଲୋକମାନେ ପରସ୍ପରର ଶତ୍ରୁ ହୋଇ କଳହ କରିଥାନ୍ତି; ସେମାନେ ଈର୍ଷାପରାୟଣ, କ୍ରୋଧୀ ଓ ଦୁରାକାଂକ୍ଷୀ ହୋଇଥାନ୍ତି ଓ ସେମାନେ ବିଭିନ୍ନ ଦଳ ଓ ଉପଦଳରେ ବିଭକ୍ତ ହୋଇଥାଆନ୍ତି।


ଈଶ୍ୱର ଆମ୍ଭମାନଙ୍କୁ ଅଶୁଚି ଜୀବନଯାପନ କରିବା ପାଇଁ ଆହ୍ୱାନ କରି ନାହାନ୍ତି - ପବିତ୍ର ହୋଇ ରହିବା ପାଇଁ ଆମେ ଆହୂତ।


ଏଥର ତୁମ୍ଭମାନଙ୍କ ନିକଟକୁ ଗଲାବେଳକୁ ହୁଏତ ଈଶ୍ୱର ତୁମ୍ଭମାନଙ୍କ ସାକ୍ଷାତରେ ମୋତେ ଅପଦସ୍ଥ କରିବେ, ଯେଉଁମାନେ ଆଗରୁ ପାପ କରିଛନ୍ତି, କିନ୍ତୁ ସେମାନଙ୍କର ଅଶୁଚି କାର୍ଯ୍ୟକଳାପ, ଲମ୍ପଟତା ଓ ଭ୍ରଷ୍ଟାଚାର ନିମନ୍ତେ ଅନୁତପ୍ତ ନୁହନ୍ତି, ଏପରି ଅନେକଙ୍କ ପାଇଁ ମୋତେ ଶୋକ କରିବାକୁ କଡ଼ିବ।


କାମୁକତାଠାରୁ ଦୂରରେ ରୁହ। ଅନ୍ୟ କୌଣସି ପାପ ମନୁଷ୍ୟର ଶରୀରକୁ କଳୁଷିତ କରେ ନାହିଁ। କିନ୍ତୁ ବ୍ୟଭିଚାରୀ ନିଜ ଶରୀର ବିରୁଦ୍ଧରେ ପାପ କରେ।


ଅନ୍ୟ କେହି କହିପାରେ, “ଖାଦ୍ୟ ଉଦର ପାଇଁ ଓ ଉଦର ଖାଦ୍ୟ ପାଇଁ ଉଦ୍ଦିଷ୍ଟ।” ସତ କଥା, କିନ୍ତୁ ଈଶ୍ୱର ଉଭୟକୁ ଲୋପ କରିବେ। ଶରୀର, କାମୁକତାରେ ବ୍ୟବହାର ନ ହୋଇ ପ୍ରଭୁଙ୍କ ସେବାରେ ବ୍ୟବହୃତ ହେଉ, କାରଣ ପ୍ରଭୁ ଶରୀରର ଆବଶ୍ୟକତା ପୂରଣ କରନ୍ତି।


ତୁମ୍ଭେମାନେ ନିଶ୍ଚିତରୂପେ ଜାଣ ଯେ ଦୁର୍ଜନମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ଏ ବିଷୟରେ ତୁମ୍ଭମାନଙ୍କର କୌଣସି ଭ୍ରାନ୍ତ ଧାରଣା ନ ରହୁ। ଲମ୍ଫଟୀ, ପ୍ରତିମାପୂଜକ, ବ୍ୟଭିଚାରୀ, ଅସ୍ୱାଭାବିକ ଯୌନକ୍ରିୟାରେ ଲିପ୍ତ ଲୋକମାନେ,


ମୋର କହିବାର ଉଦ୍ଦେଶ୍ୟ ହେଉଛି ଯେ ତୁମ୍ଭମାନଙ୍କ ସଙ୍ଗୀ ବୋଲି ପରିଚିତ କୌଣସି ଲୋକ ଯଦି ବ୍ୟଭିଚାରୀ, ଲୋଭୀ, ପ୍ରତିମାପୂଜକ, କୁତ୍ସାରଟନାକାରୀ, ମାତାଲ୍ କିମ୍ବା ଚୋର ହୁଏ, ତେବେ ତାହା ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଦେବ। ଏପରି କି, ଏ ଧରଣର ଲୋକ ସହିତ ଖିଆପିଆ ମଧ୍ୟ କରିବ ନାହିଁ।


ସେହି କେତୋଟି ନିୟମ ହେଲା: ପ୍ରତିମାମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଥିବା କୌଣସି ଖାଦ୍ୟ ଭୋଜନ କରିବ ନାହିଁ, ରକ୍ତ ପାନ କରିବ ନାହିଁ, ଗଳା ଚିପାଯାଇ ମରା ଯାଇଥିବା କୌଣସି ଜୀବର ମାଂସ ଭୋଜନ କରିବ ନାହିଁ ଏବଂ ଯୌନ ପାପରୁ ନିବୃତ୍ତ ହେବ। ଏହି ସବୁ କାର୍ଯ୍ୟ ନ କରିବା ପାଇଁ ସତର୍କ ରହିଲେ, ତୁମର ମଙ୍ଗଳ ହେବ। ଆମର ଶୁଭେଚ୍ଛା ଗ୍ରହଣ କର।”


ବରଂ ସେମାନେ ଯେପରି ପ୍ରତିମାମାନଙ୍କୁ ଉତ୍ସର୍ଗ କରାଯାଇଥିବା କୌଣସି ଅଶୁଚି ଖାଦ୍ୟ ନ ଖାଆନ୍ତି, ଯୌନ ପାପରୁ ନିବୃତ୍ତ ହୁଅନ୍ତି, ଗଳା ଚିପା ଯାଇ ମରା ଯାଇଥିବା ପଶୁର ମାଂସ ଭୋଜନ ନ କରନ୍ତି - ଏ ସବୁ ବିଷୟରେ ପରାମର୍ଶ ଦେଇ ସେମାନଙ୍କ ନିକଟକୁ ଗୋଟିଏ ପତ୍ର ଲେଖିବା।


ତୁମ୍ଭାନଙ୍କ ମଧ୍ୟରୁ ଯେ ଅନ୍ୟାୟ କରିଛି ବା ଯେ ଅନ୍ୟାୟ ସହିଛି, ତା’ ଉଦ୍ଦେଶ୍ୟରେ ମୁଁ ସେହି ଚିଠି ଲେଖି ନ ଥିଲି। ବରଂ ଈଶ୍ୱରଙ୍କ ଦୃଷ୍ଟିରେ ଆମ ପ୍ରତି ତୁମର ଭକ୍ତି କେତେ ଗଭୀର ଓ


ଏକ ଚିନ୍ତା ଓ ଏକ ଲକ୍ଷ୍ୟ ନେଇ ଏକତାବଦ୍ଧ ହୁଅ। ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରେ ବାଦବିବାଦ ରହିଛି ବୋଲି ଖୁୟୀଙ୍କ ପରିବାରର କେତେକ ମୋତେ ଜଣାଇଛନ୍ତି।


ଯଦି କେହି କାହାକୁ ଦୁଃଖ ଦେଇଥାଏ, ସେ କେବଳ ମୋ’ ମନରେ ଦୁଃଖ ଦେଇ ନାହିଁ, ଅଳ୍ପ ବହୁତ ତୁମ୍ଭମାନଙ୍କୁ ମଧ୍ୟ ଦୁଃଖ ଦେଇଛି। ଏ ବିଷୟରେ ମୁଁ ଅଧିକ କଟୁ ମନ୍ତବ୍ୟ ଦେବା ପାଇଁ ଇଚ୍ଛା କରୁ ନାହିଁ।


Swiv nou:

Piblisite


Piblisite