Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 4:6 - ପବିତ୍ର ବାଇବଲ (CL) NT (BSI)

6 ଭାଇମାନେ, କେବଳ ତୁମ୍ଭମାନଙ୍କର ମଙ୍ଗଳ ନିମନ୍ତେ ମୁଁ ଆପୋଲୋ ଓ ମୋ’ ବିଷୟରେ ଏହିସବୁ କଥା କହିଛି। ଆମ ଦୁହିଁଙ୍କୁ ଦୃଷ୍ଟାନ୍ତ ସ୍ୱରୂପ ମନେ କରି ତୁମ୍ଭେମାନେ ଶିକ୍ଷା କରିବା ଉଚିତ୍ ଯେ, “ଶାସ୍ତ୍ରରେ ଯାହା ଲିଖିତ ଅଛି, ତାହାର ବ୍ୟତିକ୍ରମ କରିବା ବିଧେୟ ନୁହେଁ।” ତୁମ୍ଭମାନଙ୍କ ମଧ୍ୟରୁ କାହାକୁ ନେଇ ଗର୍ବ କର ନାହିଁ, କିଅବା କାହାକୁ ଉପେକ୍ଷା କର ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କ ଶିକ୍ଷା ନିମନ୍ତେ ଏହିସବୁ କଥା ମୋʼ ନିଜକୁ ଓ ଆପଲ୍ଲଙ୍କୁ ଲକ୍ଷ୍ୟ କରି ଦୃଷ୍ଟାନ୍ତ ଦେଲି, ଯେପରି ‘ଯାହା ଲିଖିତ ଅଛି, ତାହା ଅତିକ୍ରମ କର ନାହିଁʼ, ଏହା ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଶିକ୍ଷା କର, ପୁଣି ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣକର ସପକ୍ଷ ଓ ଅନ୍ୟ ଜଣକର ବିପକ୍ଷ ହୋଇ ଗର୍ବୀ ନ ହୁଅ।

Gade chapit la Kopi

ଓଡିଆ ବାଇବେଲ

6 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କ ଶିକ୍ଷା ନିମନ୍ତେ ଏହି ସବୁ କଥା ମୋ' ନିଜକୁ ଓ ଆପଲ୍ଲଙ୍କୁ ଲକ୍ଷ୍ୟ କରି ଦୃଷ୍ଟାନ୍ତ ଦେଲି, ଯେପରି ଯାହା' ଲିଖିତ ଅଛି, ତାହା ଅତିକ୍ରମ କର ନାହିଁ', ଏହା ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଶିକ୍ଷା କର, ପୁଣି, ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣକର ସପକ୍ଷ ଓ ଅନ୍ୟ ଜଣକର ବିପକ୍ଷ ହୋଇ ଗର୍ବୀ ନ ହୁଅ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ହେ ଭାଇମାନେ, ମୁଁ ତୁମ୍ଭମାନଙ୍କ ଶିକ୍ଷା ନିମନ୍ତେ ଏହିସବୁ କଥା ମୋʼ ନିଜକୁ ଓ ଆପଲ୍ଲଙ୍କୁ ଲକ୍ଷ୍ୟ କରି ଦୃଷ୍ଟାନ୍ତ ଦେଲି, ଯେପରି ଯାହା ଲିଖିତ ଅଛି, ତାହା ଅତିକ୍ରମ କର ନାହିଁ, ଏହା ତୁମ୍ଭେମାନେ ଆମ୍ଭମାନଙ୍କଠାରୁ ଶିକ୍ଷା କର, ପୁଣି, ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ଜଣକର ସପକ୍ଷ ଓ ଅନ୍ୟ ଜଣକର ବିପକ୍ଷ ହୋଇ ଗର୍ବୀ ନ ହୁଅ।

Gade chapit la Kopi

ପବିତ୍ର ବାଇବଲ

6 ଭାଇ ଓ ଭଉଣୀମାନେ! ଏ ସମସ୍ତ କହିଲା ବେଳେ ମୁଁ ଆପଲ୍ଲଙ୍କୁ ଓ ନିଜକୁ ଉଦାହରଣ ସ୍ୱରୂପ ବ୍ୟବହାର କରୁଛି ଯେପରି ତୁମ୍ଭେମାନେ ଶାସ୍ତ୍ରାଂଶ ଶବ୍ଦ ଗୁଡ଼ିକର ଅର୍ଥ ଆମ୍ଭଠାରୁ ଜାଣି ପାରିବ, “ତେବେ ଶାସ୍ତ୍ରରେ ଯାହା ଲେଖା ଯାଇଛି କେବଳ ତହିଁର ବାଧ୍ୟ ହୁଅ। ତା'ହେଲେ ତୁମ୍ଭେମାନେ ଜଣକ ନିମନ୍ତେ ଗର୍ବ କରିବ ନାହିଁ ବା ଅନ୍ୟଜଣକୁ ଘୃଣା କରିବ ନାହିଁ।”

Gade chapit la Kopi




୧ କରିନ୍ଥୀୟ 4:6
35 Referans Kwoze  

କାରଣ କେହି ଯଦି ଆସି ଆମେ ପ୍ରଚାର କରିଥିବା ଯୀଶୁଙ୍କୁ ଛାଡ଼ି ଅନ୍ୟ କୌଣସି ଯୀଶୁଙ୍କ କଥା ପ୍ରଚାର କରନ୍ତି କିମ୍ବା କେଉଁ ଆତ୍ମାର କଥା କୁହନ୍ତି ଅଥବା ତୁମ୍ଭେମାନେ ଗ୍ରହଣ କରିଥିବା ସୁସମାଚାର ଛଡ଼ା ଅନ୍ୟ କେଔଣସି ସୁସମାଚାର ପ୍ରଚାର କରନ୍ତି, ତୁମ୍ଭେମାନେ ଅନାୟାସରେ ତାହା ଗ୍ରହଣ କରିଥାଅ।


ବୋଧହୁଏ ତୁମ୍ଭେମାନେ ଭାବୁଛ, ଏ ପର୍ଯ୍ୟନ୍ତ ଆମେ କେବଳ ନିଜର ସଫେଇ ଦେଇ ଆସିଛୁ ନା! ଈଶ୍ୱରଙ୍କ ଉପସ୍ଥିତିରେ ଖ୍ରୀଷ୍ଟ ଆମକୁ କହିଲା ଭଳି ଆମେ ତୁମ୍ନଭମାନଙ୍କୁ କହୁଛୁ।


ଦର୍ପ କରିବା ମୋ’ ପକ୍ଷରେ ନିର୍ବୋଧତା ହେବ ନାହିଁ, କାରଣ ମୁଁ ଦତ କଥା କହିବି। କିନ୍ତୁ ମୁଁ ଦର୍ପ କରୁ ନାହିଁ, କାରଣ ମୁଁ ଚାହେଁ, ଲୋକେ ମୋତେ ଯେପରି କାର୍ଯ୍ୟ କରିବାର ଦେଖନ୍ତି ବା ମୋ’ଠାରୁ ଯେପରି କଥା ଶୁଣନ୍ତି, ତା’ଠାରୁ ମୋତେ ଦଡ଼ ବୋଲି ମନେ ନ କରନ୍ତୁ।


ଯେଉଁମାନେ ବିଶେଷ ଦର୍ଶନ, ଛଳ ନମ୍ରତା ଓ ସ୍ୱର୍ଗଦୂତ ପୂଜା ଉପରେ ଗୁରୁତ୍ୱ ଦେଇ ଆତ୍ମବଡ଼ିମା କରନ୍ତି, ସେମାନଙ୍କୁ ଦେଖି ତୁମ୍ଭେମାନେ ନିଜକୁ ହୀନ ମନେ କର ନାହିଁ। ଏହିପରି ଲୋକମାନେ ନିଜର ମାନବୀୟ ଚିନ୍ତା ଦ୍ୱାରା ଅହେତୁକ ଗର୍ବରେ ସ୍ଫୀତ ହୋଇଥାଆନ୍ତି।


କାରଣ କେବଳ ବାକ୍ୟରେ ନୁହେଁ, ପବିତ୍ର ଆତ୍ମାଙ୍କ ସହାୟତାରେ ଶକ୍ତିର ସହିତ, ସୁସମାଚାରର ସତ୍ୟତା ସମ୍ପୂର୍ଣ୍ଣଭାବେ ଉପଲବ୍ଧି କରି ଆମେ ତାହା ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ। ତୁମ୍ଭେମାନେ ଜାଣ, ତୁମ ସହିତ ଥିବାବେଳେ ଆମେ କିପରି ଜୀବନ ଯାପନ କରିଥିଲୁ; କିପରି କେବଳ ତୁମ୍ଭମାନଙ୍କର ମଙ୍ଗଳ ଆମ ଜୀବନର ଲକ୍ଷ୍ୟ ଥିଲା।


ଈଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରିଥିବାରୁ ତୁମ ପ୍ରତ୍ୟେକଙ୍କୁ ମୁଁ କହୁଛି, କେହି ନିଜର ଯୋଗ୍ୟତାଠାରୁ ନିଜକୁ ଅଧିକ ମଣ ନାହିଁ। ଈଶ୍ୱର ତୁମକୁ ଦେଇଥିବା ବିଶ୍ୱାସର ପରିମାଣ ଅନୁପାତରେ ନମ୍ର ହୋଇ ନିଜ ବିଷୟରେ ବିଚାର କର।


ତୁମ ଚତୁର୍ପାଶ୍ୱରେ କ’ଣ ସବୁ ଘଟଛି, ଦେଖ। ତୁମ୍ଭମାନଙ୍କ ମଧ୍ୟରେ କେହି ଖ୍ରୀଷ୍ଟଙ୍କର ଅନୁଗାମୀ ଅଛନ୍ତି କି? ଯଦି ଅଛନ୍ତି, ତେବେ ସେ ଆଉ ଥରେ ଏହା ଚିନ୍ତା କରି ଦେଖନ୍ତୁ। କାରଣ ତାଙ୍କ ପରି ଆମେ ମଧ୍ୟ ଖ୍ରୀଷ୍ଟଙ୍କର ଅନୁଗାମୀ।


ତୁମ୍ଭମାନଙ୍କ ମଙ୍ଗଳ ନିମନ୍ତେ ଏସବୁ ଘଟୁଛି। ଈଶ୍ୱରଙ୍କ ଅନୁଗ୍ରହ ଆହୁରି ଅଧିକରୁ ଅଧିକ ବୃଦ୍ଧି ପାଇ ଲୋକଙ୍କୁ ସ୍ପର୍ଶ କଲେ, ଆହୁରି ଅନେକେ କୃତଜ୍ଞ ଚ୍ତ୍ତରେ ଈଶ୍ୱରଙ୍କର ଗୌରବ କରିବେ।


ଦେବ ପ୍ରସାଦ ସମ୍ପର୍କରେ ମୋର ମନ୍ତବ୍ୟ:- ଆମ ସମସ୍ତଙ୍କର ଜ୍ଞାନ ଅଛି ବୋଲି ଜାଣୁ। ଜ୍ଞାନ ମନୁଷ୍ୟକୁ ଅହଙ୍କାରୀ କରେ, କିନ୍ତୁ ପ୍ରେମ ମଣିଷକୁ ସୁଗଠିତ କରେ।


ତୁମ୍ଭେମାନେ ଆସ୍ପର୍ଦ୍ଧା କରିବା ଅନୁଚିତ। ତୁମେ କ’ଣ ଜାଣ ନାହଁ, ‘ଟିକିଏ ଖମୀର ସମୁଦାୟ ମଇଦାକୁ ଖମୀରମୟ କରିଦିଏ’?


କାରଣ ଏହି ଜଗତ ଦୃଷ୍ଟିରେ ଯାହା ଜ୍ଞାନ, ତାହା ଈଶ୍ୱରଙ୍କ ଦୃଷ୍ଟିରେ ଅଜ୍ଞତା। ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି:- “ଈଶ୍ୱର ଜ୍ଞାନୀ ଲୋକମାନଙ୍କୁ ସେମାନଙ୍କ ଧୂର୍ତ୍ତପଣରେ ଧରନ୍ତି।”


ଈଶ୍ୱରଙ୍କ ମନୋନୀତ ଲୋକମାନେ ଖ୍ରୀଷ୍ଟ ଯୀଶୁଙ୍କଠାରୁ ପ୍ରାପ୍ତ ପରିତ୍ରାଣ ଓ ଶାଶ୍ୱତ ଗୌରବ ଲାଭ କରନ୍ତୁ, ଏହି ଉଦ୍ଦେଶ୍ୟରେ ମୁଁ ସମସ୍ତ ନିର୍ଯ୍ୟାତନା ସହ୍ୟ କରୁଛି।


ଈଶ୍ୱର ନିରୂପିତ ଆମ କାର୍ଯ୍ୟକ୍ଷେତ୍ରର ପରିସର ବାହାରେ ଅନ୍ୟମାନଙ୍କ କାର୍ଯ୍ୟର ସୁଯୋଗ ନେଇ ଦର୍ପ କରି ନାହୁଁ। ବରଂ ଆମେ ଆଶା କରୁଛୁ ଯେ, ତୁମ୍ଭେମାନେ ବିଶ୍ୱାସରେ ବୃଦ୍ଧିଲାଭ କରିବା ସଙ୍ଗେ ସଙ୍ଗେ ତୁମ୍ଭମାନଙ୍କ ମଧ୍ୟରେ ଆମର କର୍ମକ୍ଷେତ୍ର ଆହୁରି ପ୍ରସାରିତ ହେବ। କିନ୍ତୁ ଏହା ଈଶ୍ୱର ସ୍ଥିର କରିଥିବା ସୀମା ଲଘଂନ କରିବ ନାହିଁ।


ଅବଶ୍ୟ ନିଜକୁ ଏପରି ବଫ ମନେ କରୁଥିବା ଲୋକମାନଙ୍କର ଶ୍ରେଣୀଭୂକ୍ତ ହେବା ପାଇଁ କିମ୍ବା ସେମାନଙ୍କ ସହିତ ନିଜକୁ ତୁଳନା କରିବାର ସାହସ ଆମର ନାହିଁ। ସେମାନେ କେଡ଼େ ନିର୍ବୋଧ, କାରଣ ସେମାନେ ନିଜକୁ ନିଜ ସହିତ ମାପନ୍ତି, ନିଜ ମାନଦଣ୍ଡ ପରସ୍ପରର ବିଚାର କରନ୍ତି।


ପ୍ରେମ ଧୈର୍ଯ୍ୟଶୀଳ ଓ ସଦୟ, ପ୍ରେମ ଈର୍ଷାପର, ଆତ୍ମାଭିମାନୀ ବା ଅହଙ୍କାରୀ ନୁହେଁ।


ମୁଁ ସୁସମାଚାର ପ୍ରଚାର କରି, ଏଥିରୁ ଆଶୀର୍ବାଦପ୍ରାପ୍ତ ହେବା ନିମନ୍ତେ ଏ ସବୁ କରିଥାଏ।


ତଥାପି ତୁମ୍ଭେମାନେ କିପରି ନିଜ ବିଷୟରେ ଗର୍ବ କରି ପାରୁଛ? ପ୍ରକୃତ ପକ୍ଷରେ ତୁମ୍ଭେମାନେ ଲଜ୍ଜିତ ହୋଇ ସେହି ଭଳି ଲୋକକୁ ତୁମ ମଧ୍ୟରୁ ବହିଷ୍କାର କରିଦେବା ଉଚିତ୍।


ସୁତରାଂ ମନୁଷ୍ୟର କ୍ୱଚିତ୍ ବିଷୟରେ କେହି ଦର୍ପ ନ କରୁ। ବାସ୍ତବିକ ତୁମ୍ଭେମାନେ ସବୁ ବିଷୟର ଅଧିକାରୀ।


ତେଣୁ ଧର୍ମଶାସ୍ତ୍ରରେ ଯେପରି ଲେଖାଅଛି: “ଯେ ଦର୍ପ କରିବାକୁ ଚାହେଁ, ପ୍ରଭୁ ଯାହା କରିଛନ୍ତି, ସେଥିପାଇଁ କେବଳ ସେ ଦର୍ପ କରୁ।”


କାରଣ ଧର୍ମଶାସ୍ତ୍ରରେ ଲେଖାଅଛି: “ମୁଁ ଜ୍ଞାନୀମାନଙ୍କର ଜ୍ଞାନ ବିନଷ୍ଟ କରିବି, ବିଦ୍ୱାନମାନଙ୍କ ବିଚକ୍ଷଣତା ବ୍ୟର୍ଥ କରିବି।”


ମୋର ମନେହୁଏ, ତୁମ୍ଭେମାନେ ପ୍ରତେକେ ବିଭିନ୍ନ ମତ ବ୍ୟକ୍ତ କରୁଛ। କେହି କହୁଛି, ‘ମୁଁ ପାଉଲଙ୍କୁ ଅନୁସରଣ କରୁଛି,’ କେହି କହୁଛି, ‘ମୁଁ ପିତରଙ୍କର ଅନୁଗାମୀ,’ ଆଉ କେହି କହୁଛି, ‘ମୁଁ ଖ୍ରୀଷ୍ଟଙ୍କର ଅନୁଗାମୀ’।


ସେହି ସମୟରେ ଆଲେକ୍ଜାଣ୍ଡ୍ରିଆରେ ଜନ୍ମ ଗ୍ରହଣ କରିଥିବା ଆପୋଲ୍ଲୋ ନାମରେ ଜଣେ ଇହୁଦୀ ଏଫିସସ୍କୁ ଆସିଲେ। ସେ ଜଣେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ତାଙ୍କର ଗଭୀର ଜ୍ଞାନ ଥିଲା।


ଆପୋଲ୍ଲୋ କରିନ୍ଥରେ ଥିବାବେଳେ ପାଉଲ ପ୍ରଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ଯାତ୍ରା ଶେଷ କରି ଏଫିସସ୍ରେ ପହଞ୍ଚିଲେ। ସେଠାରେ ସେ କେତେକ ଶିଷ୍ୟଙ୍କ ଦେଖା ପାଇ ପଚାରିଲେ,


କାରଣ ମୋର ଭୟ ହେଉଛି, ମୁଁ ତୁମ୍ଭମାନଙ୍କ ନିକଟକୁ ଯାଇ ତୁମ୍ଭମାନଙ୍କ ଯେପରି ଦେଖିବାକୁ ଇଚ୍ଛା କରୁଛି, ସେପରି ଦେଖିବାକୁ ପାଇବି ନାହିଁ ଏବଂ ତୁମ୍ଭେମାନେ ମୋର ଯେଉଁ ରୂପ ଦେଖିବାକୁ ଇଚ୍ଛା କରୁ ନାହଁ, ହୁଏତ ତାହା ଦେଖିବାକୁ ପାଇବ। ହୁଏତ ସେଠାକୁ ଯାଇ ମୁଁ ନାନା ପ୍ରକାର ବିବାଦ, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ଅପବାଦ, ଗର୍ବ ଓ ବିଶୃଙ୍ଖଳା ଦେଖିବକେୁ ପାଇବି।


Swiv nou:

Piblisite


Piblisite