୧ କରିନ୍ଥୀୟ 4:5 - ପବିତ୍ର ବାଇବଲ (CL) NT (BSI)5 ତେଣୁ ନିରୂପିତ ସମୟ ପୂର୍ବରୁ ତୁମ୍ଭେମାନେ କାହାରି ବିଚାର କର ନାହିଁ। ଶେଷ ବିଚାର ପ୍ରଭୁଙ୍କର ଆଗମନ ସମୟରେ ହେବ। ସେ ଅନ୍ଧକାରର ଗୋପନୀୟ ବିଷୟସବୁ ଆଲୋକକୁ ଆଣିବେ। ଲୋକମାନଙ୍କ ମନର ଗୁପ୍ତ ସଙ୍କଳ୍ପସବୁ ପ୍ରକାଶ କରିବେ। ସେତେବେଳେ ପ୍ରତ୍ୟେକେ ଈଶ୍ୱରଙ୍କ ନିକଟରୁ ନିଜ ନିଜର ଯଥୋଚିତ ପ୍ରଶଂସା ପାଇବେ। Gade chapit laପବିତ୍ର ବାଇବଲ (Re-edited) - (BSI)5 ତେଣୁ, ସମୟର ପୂର୍ବେ ପ୍ରଭୁଙ୍କ ନ ଆସିବା ପର୍ଯ୍ୟନ୍ତ କୌଣସି ବିଷୟ ବିଚାର କର ନାହିଁ; ସେ ଅନ୍ଧକାରର ଗୁପ୍ତ ବିଷୟଗୁଡ଼ିକ ଆଲୋକରେ ଦେଖାଇବେ, ପୁଣି ହୃଦୟର ସଂକଳ୍ପସମସ୍ତ ପ୍ରକାଶ କରିବେ; ସେତେବେଳେ ପ୍ରତ୍ୟେକ ଜଣ ଈଶ୍ଵରଙ୍କଠାରୁ ପ୍ରଶଂସା ପାଇବ। Gade chapit laଓଡିଆ ବାଇବେଲ5 ତେଣୁ, ସମୟର ପୂର୍ବେ ପ୍ରଭୁଙ୍କ ନ ଆସିବା ପର୍ଯ୍ୟନ୍ତ କୌଣସି ବିଷୟ ବିଚାର କର ନାହିଁ ସେ ଅନ୍ଧକାରର ଗୁପ୍ତ ବିଷୟଗୁଡ଼ିକ ଆଲୋକରେ ଦେଖାଇବେ, ପୁଣି, ହୃଦୟର ସଂକଳ୍ପସମସ୍ତ ପ୍ରକାଶ କରିବେ ସେତେବେଳେ ପ୍ରତ୍ୟେକ ଜଣ ଈଶ୍ୱରଙ୍କଠାରୁ ପ୍ରଶଂସା ପାଇବ । Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT5 ତେଣୁ, ସମୟର ପୂର୍ବେ ପ୍ରଭୁଙ୍କ ନ ଆସିବା ପର୍ଯ୍ୟନ୍ତ କୌଣସି ବିଷୟ ବିଚାର କର ନାହିଁ ସେ ଅନ୍ଧକାରର ଗୁପ୍ତ ବିଷୟଗୁଡ଼ିକ ଆଲୋକରେ ଦେଖାଇବେ, ପୁଣି, ହୃଦୟର ସଂକଳ୍ପସମସ୍ତ ପ୍ରକାଶ କରିବେ ସେତେବେଳେ ପ୍ରତ୍ୟେକ ଜଣ ଈଶ୍ବରଙ୍କଠାରୁ ପ୍ରଶଂସା ପାଇବ। Gade chapit laପବିତ୍ର ବାଇବଲ5 ଅତଏବ, ଠିକ୍ ସମୟ ନ ଆସିବା ପର୍ଯ୍ୟନ୍ତ ଅର୍ଥାତ୍ ପୁନରାଗମନ ପର୍ଯ୍ୟନ୍ତ, କୌଣସି କଥାର ବିଗ୍ଭର କରିବା ଅନୁଚିତ୍। ସେ ଅନ୍ଧକାରରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତରେ ଥିବା ଗୁପ୍ତ ଉଦ୍ଦେଶ୍ୟ ଗୁଡ଼ିକୁ ପ୍ରକାଶ କରିବେ। ସେତେବେଳେ ପରମେଶ୍ୱର ପ୍ରତ୍ୟେକଙ୍କୁ ଯାହାର ପ୍ରାପ୍ୟ ପ୍ରଶଂସା ତାହା ପ୍ରଦାନ କରିବେ। Gade chapit la |
ତାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶ ପଳାୟନ କଲେ ଏବଂ ସେମାନେ ଆଉ ଦୃଷ୍ଟିଗୋଚର ହେଲେ ନାହିଁ। ତା’ପରେ ମୁଁ ଦେଖିଲି, କି ମହାନ୍, କି ନଗଣ୍ୟ ମୃତବ୍ୟକ୍ତିମାନେ ସମସ୍ତେ ସିଂହାସନ ସମ୍ମୁଖରେ ଦଣ୍ଡାୟମାନ। ପୁସ୍ତକସବୁ ଫିଟାଗଲା; ସେଗୁଡ଼ିକ ମଧ୍ୟରେ ଜୀବନ ପୁସ୍ତକ ନାମକ ଗୋଟିଏ ପୁସ୍ତକ ଥିଲା। ସେହି ଜୀବନ ପୁସ୍ତକରେ ଲୋକମାନଙ୍କର କାର୍ଯ୍ୟକଳାପ ବିଷୟରେ ଯାହାସବୁ ଲେଖାଯାଇଥିଲା, ସେ ଅନୁଯାୟୀ ସେମାନଙ୍କର ବିଚାର କରାଗଲା।
ତୁମ୍ଭମାନଙ୍କ ବିଶ୍ୱାସର ବିଶୁଦ୍ଧତା ପରିକ୍ଷା କରିବା କରିବା ଏହି ସବୁର ଉଦ୍ଦେଶ୍ୟ। କ୍ଷୟଶୀଳ ସୁବର୍ଣ୍ଣକୁ ଅଗ୍ନିରେ ପରୀକ୍ଷା କରାଯାଏ। ତୁମ୍ଭମାନଙ୍କର ବିଶ୍ୱାସ ସୁବର୍ଣ୍ଣ ଅପେକ୍ଷା ଅଧିକ ମୂଲ୍ୟବାନ ହୋଇଥିବାରୁ ପରୀକ୍ଷା ଦ୍ୱାରା ତାହାକୁ ସିଦ୍ଧ କରିବା ନିତାନ୍ତ ଆବଶ୍ୟକ। ତା’ ହୋଇପାରିଲେ, ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବା ସମୟରେ, ତୁମ୍ଭେମାନେ ପ୍ରଶଂସା, ଗୌରବ ଓ ସମ୍ମାନ ଲାଭକରିବ।