Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 4:4 - ପବିତ୍ର ବାଇବଲ (CL) NT (BSI)

4 ମୋ’ ବିରୁଦ୍ଧରେ କୌଣସି ବିଷୟ ଥିବା କଥା ମୁଁ ଜାଣେ ନାହିଁ। ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। କିନ୍ତୁ ପ୍ରଭୁ ନିଜେ ମୋର ବିଚାରକର୍ତ୍ତା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କାରଣ ମୁଁ ନିଜ ବିରୁଦ୍ଧରେ କିଛି ଜାଣେ ନାହିଁ, ତଥାପି ଏଥିରେ ମୁଁ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇ ନାହିଁ; କିନ୍ତୁ ଯେ ମୋହର ବିଚାର କରନ୍ତି, ସେ ପ୍ରଭୁ।

Gade chapit la Kopi

ଓଡିଆ ବାଇବେଲ

4 କାରଣ ମୁଁ ନିଜ ବିରୁଦ୍ଧରେ କିଛି ଜାଣେ ନାହିଁ, ତଥାପି ଏଥିରେ ମୁଁ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇ ନାହିଁ କିନ୍ତୁ ଯେ ମୋହର ବିଚାର କରନ୍ତି, ସେ ପ୍ରଭୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କାରଣ ମୁଁ ନିଜ ବିରୁଦ୍ଧରେ କିଛି ଜାଣେ ନାହିଁ, ତଥାପି ଏଥିରେ ମୁଁ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇ ନାହିଁ କିନ୍ତୁ ଯେ ମୋହର ବିଚାର କରନ୍ତି, ସେ ପ୍ରଭୁ।

Gade chapit la Kopi

ପବିତ୍ର ବାଇବଲ

4 ମୁଁ ଯେ, କୌଣସି ଭୁଲ୍ କରି ନାହିଁ କିନ୍ତୁ ତାହା ମଧ୍ୟ ମୋତେ ନିର୍ଦ୍ଦୋଷ ପ୍ରମାଣିତ କରି ନାହିଁ। ପ୍ରଭୁ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ କି ମୋର ବିଗ୍ଭର କରନ୍ତି।

Gade chapit la Kopi




୧ କରିନ୍ଥୀୟ 4:4
24 Referans Kwoze  

ଜଗତରେ ଜୀବନ ଓ ବିଶେଷରେ ତୁମ୍ଭମାନଙ୍କ ସହିତ ଆମର ସର୍ମ୍ପକ ଈଶ୍ୱରଦତ୍ତ ପବିତ୍ରତା ଓ ବିଶ୍ବସ୍ତତା ଦ୍ୱାରା ପରିଚାଳିତ ବୋଲି ଆମ ବିବେକର ସାକ୍ଷ୍ୟ। ଏଥିପାଇଁ ଆମ ମନରେ ଗର୍ବ ହୁଏ। ମାନବିକ ଜ୍ଞାନରେ ନୁହେଁ, ମାତ୍ର ଐଶ୍ୱରିକ ଜ୍ଞାନରେ ଏହା କରିବାକୁ ଆମେ ସକ୍ଷମ ହୋଇଛୁ।


କାରଣ ଆମ ସମସ୍ତଙ୍କୁ ତାଙ୍କ ଦ୍ୱାର ବିଚାରିତ ହେବା ପାଇଁ ନିଶ୍ଚୟ ଖ୍ରୀଷ୍ଟଙ୍କ ସମ୍ମଖରେ ଉପସ୍ଥିତ ହେବାକୁ ପଡ଼ିବ। ସେତେବେଳେ ମର ଶରୀରରେ ଆମେ କରିଥିବା ଭଲ ବା ମନ୍ଦ, ସକଳ କର୍ମ ଅନୁସାରେ ଆମେ ଫଳ ପାଇବା।


ତେଣୁ ନିରୂପିତ ସମୟ ପୂର୍ବରୁ ତୁମ୍ଭେମାନେ କାହାରି ବିଚାର କର ନାହିଁ। ଶେଷ ବିଚାର ପ୍ରଭୁଙ୍କର ଆଗମନ ସମୟରେ ହେବ। ସେ ଅନ୍ଧକାରର ଗୋପନୀୟ ବିଷୟସବୁ ଆଲୋକକୁ ଆଣିବେ। ଲୋକମାନଙ୍କ ମନର ଗୁପ୍ତ ସଙ୍କଳ୍ପସବୁ ପ୍ରକାଶ କରିବେ। ସେତେବେଳେ ପ୍ରତ୍ୟେକେ ଈଶ୍ୱରଙ୍କ ନିକଟରୁ ନିଜ ନିଜର ଯଥୋଚିତ ପ୍ରଶଂସା ପାଇବେ।


କାରଣ କେବଳ ବ୍ୟବସ୍ଥା ଶୁଣିବା ଦ୍ୱାରା ଲୋକେ ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ବିବେଚିତ ହୋଇପାରନ୍ତି ନାହିଁ, କିନ୍ତୁ ବ୍ୟବସ୍ଥା ପାଳନ କରିବା ଦ୍ୱାରା।


ପାଉଲ ମହାସଭା ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ! ଆଜି ପର୍ଯ୍ୟନ୍ତ ଈଶ୍ୱରଙ୍କ ସମ୍ମୁଖରେ ମୁଁ କି ପ୍ରକାର ଜୀବନ କାଟିଛି, ସେ ବିଷୟରେ ମୋର ବିବେକ ସଂପୂର୍ଣ୍ଣ ନିର୍ମଳ।”


ଯୀଶୁ ଶିମୋନଙ୍କୁ ତୃତୀୟ ଥର ପଚାରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମେ ମୋତେ ସ୍ନେହ କରୁଛ?” ଏଥିରେ ପିତର ଦୁଃଖିତ ହେଲେ। କାରଣ ଯୀଶୁ ତାଙ୍କୁ ତୃତୀୟ ଥର ପଚାରିଲେ, “ତୁମେ ମୋତେ ସ୍ନେହ କରୁଛ?” ସେ କହିଲେ, “ପ୍ରଭୁ, ଆପଣ ସବୁ ଜାଣନ୍ତି- ମୁଁ ଯେ ଆପଣଙ୍କୁ ସ୍ନେହ କରେ, ଆପଣ ତାହା ଜାଣନ୍ତି।” ଯୀଶୁ ତାଙ୍କୁ କହିଲେ, “ମୋର ମେଷମାନଙ୍କର ଯତ୍ନ ନିଅ।


ଯଦି ତାଙ୍କ ନିଜର କର୍ମ ଦ୍ୱାରା ସେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇଥାଆନ୍ତେ, ଗର୍ବ କରିବା ପାଇଁ ତାଙ୍କର କାରଣ ଥିଲା। କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ ତା’ ହୋଇ ନ ଥିଲା।


ଏ ବିଷୟରେ ତୁମ ଦ୍ୱାରା କିମ୍ବ ଯେକୌଣସି ମାନବିମ ବିଚାରାଳୟ ଦ୍ୱାରା ବିଚାରିତ ହେବା ପାଇଁ ମୁଁ ଚିନ୍ତିତ ନୁହେଁ, ଏପରି କି ମୁଁ ନିଜେ ମଧ୍ୟ ନିଜର ବିଚାର କରୁ ନାହିଁ।


Swiv nou:

Piblisite


Piblisite