Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 4:2 - ପବିତ୍ର ବାଇବଲ (CL) NT (BSI)

2 ଏହିପରି ଦାୟିତ୍ୱ ଗ୍ରହଣ କରିଥିବା ବ୍ୟକ୍ତି ନିଜ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ହେବା ଏକାନ୍ତ ଆବଶ୍ୟକ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଆଉ, ଭଣ୍ତାରଘରିଆ ବିଷୟରେ ଏହା ନିତା; ଆବଶ୍ୟକ, ଯେପରି ସେ ବିଶ୍ଵସ୍ତ ଦେଖାଯାଏ।

Gade chapit la Kopi

ଓଡିଆ ବାଇବେଲ

2 ଆଉ, ଭଣ୍ଡାରଘରିଆ ବିଷୟରେ ଏହା ନିତାନ୍ତ ଆବଶ୍ୟକ, ଯେପରି ସେ ବିଶ୍ୱସ୍ତ ଦେଖାଯାଏ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଆଉ, ଭଣ୍ଡାରଘରିଆ ବିଷୟରେ ଏହା ନିତାନ୍ତ ଆବଶ୍ୟକ, ଯେପରି ସେ ବିଶ୍ୱସ୍ତ ଦେଖାଯାଏ।

Gade chapit la Kopi

ପବିତ୍ର ବାଇବଲ

2 ଯେଉଁ ଲୋକମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ସେମାନେ ଯେ ଏଥିର ଯୋଗ୍ୟ ଏହା ଦର୍ଶାଇବା ଉଚିତ୍।

Gade chapit la Kopi




୧ କରିନ୍ଥୀୟ 4:2
17 Referans Kwoze  

ମାଲିକ ଖୁସି ହୋଇ କହିଲେ, ‘ଠିକ୍ କରିଛ, ତୁମେ ମୋର ଉପଯୁକ୍ତ ଓ ବିଶ୍ୱସ୍ତ ଦାସ। ତୁମେ ବିଶ୍ୱସ୍ତ ଭାବରେ ଅଳ୍ପ ଧନର କାରବାର କରିପାରିଥିବାରୁ ତୁମ ହାତରେ ବହୁତ ଧନ ଛାଡ଼ି ଦେବି। ଆସ, ମୋ’ ସହିତ ଆନନ୍ଦ କର।’


ପ୍ରଭୁ ଉତ୍ତର ଦେଲେ, “ତେବେ ବିଶ୍ୱସ୍ତ ଓ ଜ୍ଞାନୀ ଦାସ କିଏ? ଯାହାକୁ ମାଲିକ ଘର ଚଳାଇବା ଦାୟିତ୍ୱରେ ରଖିବେ। ସେ ଉପଯୁକ୍ତ ସମୟରେ ଅନ୍ୟ ଦାସମାନଙ୍କୁ ଖାଇବାକୁ ଦେଇଥାଏ।


ମାଲିକ କହିଲେ, ‘ବେଶ୍ କରିଛ। ତୁମେ ମଧ୍ୟ ମୋର ଉପଯୁକ୍ତ ଦାସ। ଅଳ୍ପ ଧନରେ ବିଶ୍ୱସ୍ତତା ଦେଖାଇଛ। ବହୁତ ଧନ ମୁଁ ତୁମ ଜିମା କରିଦେବି। ଆସ, ମୋ’ ଆନନ୍ଦରେ ଭାଗୀ ହେବ।’


ଆଉ ଆର୍ଖିପ୍ପଙ୍କୁ କହିବ, “ପ୍ରଭୁଙ୍କ ସେବା କରିବା ପାଇଁ ତୁମକୁ ଯେଉଁ ଦାୟିତ୍ୱ ଦିଆଯାଇ ଥିଲା, ତାହା ନିଶ୍ଚିତ ରୂପେ ସମ୍ପନ୍ନ କର।”


ଅନେକେ ନିଜେ ଲାଭବାନ ହେବା ପାଇଁ ଈଶ୍ୱରଙ୍କ ବାକ୍ୟ ବ୍ୟବହାର କରିଥାନ୍ତୁ। ଆମେ କିନ୍ତୁ ସେପରି ନୋହୁଁ। ଆମକୁ ଈଶ୍ୱର ପ୍ରେରଣ କରି ଥିବାରୁ ଆମେ ବିଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ଦାସ ରୂପେ ପ୍ରଚାର କରୁ।


ଆମ ପକ୍ଷରୁ ଖ୍ରୀଷ୍ଟଙ୍କ ବିଶ୍ୱସ୍ତ ସେବକ ଓ ଆମର ପ୍ରିୟ ସହକର୍ମୀ ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ଈଶ୍ୱରଙ୍କ ଏହି ଅନୁଗ୍ରହ ବିଷୟ ଅବଗତ ହୋଇଛ।


ତୁମ୍ଭେମାନେ ଅବିବାହିତମାନଙ୍କ ବିଷୟରେ ଜାଣିବାକୁ ଚାହିଁଛ। ଏ ବିଷୟରେ ମୁଁ ପ୍ରଭୁଙ୍କଠାରୁ କୌଣସି ନିର୍ଦ୍ଦେଶ ପାଇ ନାହିଁ। କିନ୍ତୁ ପ୍ରଭୁଙ୍କ କୃପାରୁ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତି ଭାବରେ ମୋର ବ୍ୟକ୍ତିଗତ ମତ ପ୍ରକାଶ କରୁଛି।


ଲଜ୍ଜାଜନକ ଓ ଗୋପନୀୟ କାର୍ଯ୍ୟକଳାପ ସବୁ ଆମେ ପରିତ୍ୟାଗ କରିଛୁ। ଆମେ ଛଳନା କରୁ ନାହୁଁ କିମ୍ବା ଈଶ୍ୱରଙ୍କ ବାକ୍ୟର ବିକୃତ ଅର୍ଥ କରୁ ନାହିୁଁ। କିନ୍ତୁ ପ୍ରକାଶ୍ୟ ଭାବରେ ଈଶ୍ୱରଙ୍କ ସାକ୍ଷାତରେ ମନୁଷ୍ୟର ବିବେକ ନିକଟରେ ଆମେ ନିଜ ନିଜର ଯୋଗ୍ୟତାପ୍ରମାଣ କରିବା ପାଇଁ ଚେଷ୍ଟା କରୁଛୁ;


ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ କର୍ମୀ ଓ ମୋର ସହକର୍ମୀ ପ୍ରିୟ ଭାଇ ତୁଖିକ ମୋ’ ସମ୍ପର୍କରେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ।


ଖ୍ରୀଷ୍ଟୀୟ ଜୀବନରେ ମୋର ଅତି ପ୍ରିୟ ଓ ବିଶ୍ୱସ୍ତ ସନ୍ତାନ ତୀମଥିଙ୍କୁ ତୁମ ନିକଟକୁ ପଠାଉଛି। ମୁଁ ଖ୍ରୀଷ୍ଟଙ୍କଠାରେ ରହି ଯେଉଁ ନୂତନ ଜୀବନଯାପନ କରୁଛି ଏବଂ ସର୍ବତ୍ର ସମସ୍ତ ମଣ୍ଡଳୀମାନଙ୍କରେ ଯେଉଁ ସବୁ ଶିକ୍ଷା ଦେଉଛି, ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବେ।


ତୁମେ ଆମକୁ ଈଶ୍ୱରଙ୍କ ସେବକ ବୋଲି ବିବେଚନା କରିବା ଉଚିତ୍। ଈଶ୍ୱର ଆମକୁ ଐଶ୍ୱରିକ ନିଗୂଢ଼ ତତ୍ତ୍ୱର ତତ୍ତାବଧାରକ କରିଛନ୍ତି।


ଏ ବିଷୟରେ ତୁମ ଦ୍ୱାରା କିମ୍ବ ଯେକୌଣସି ମାନବିମ ବିଚାରାଳୟ ଦ୍ୱାରା ବିଚାରିତ ହେବା ପାଇଁ ମୁଁ ଚିନ୍ତିତ ନୁହେଁ, ଏପରି କି ମୁଁ ନିଜେ ମଧ୍ୟ ନିଜର ବିଚାର କରୁ ନାହିଁ।


Swiv nou:

Piblisite


Piblisite