Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 4:10 - ପବିତ୍ର ବାଇବଲ (CL) NT (BSI)

10 ଖ୍ରୀଷ୍ଟଙ୍କ ନିମନ୍ତେ ଆମେ ନିର୍ବୋଧ ବୋଲି ପରିଚିତ। କିନ୍ତୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ତୁମ୍ଭେମାନେ ଜ୍ଞାନୀ। ଆମେ ଦୁର୍ବଳ; କିନ୍ତୁ ତୁମ୍ଭେମାନେ ସବଳ। ଆମେ ଅବଜ୍ଞାତ, କିନ୍ତୁ ତୁମ୍ଭେମାନେ ସମ୍ମାନିତ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୂର୍ଖ, କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ; ଆମ୍ଭେମାନେ ଦୁର୍ବଳ, କିନ୍ତୁ ତୁମ୍ଭେମାନେ ବଳବାନ; ତୁମ୍ଭେମାନେ ଗୌରବପ୍ରାପ୍ତ, କିନ୍ତୁ ଆମ୍ଭେମାନେ ଅନାଦୃତ।

Gade chapit la Kopi

ଓଡିଆ ବାଇବେଲ

10 ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୂର୍ଖ, କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ; ଆମ୍ଭେମାନେ ଦୁର୍ବଳ, କିନ୍ତୁ ତୁମ୍ଭେମାନେ ବଳବାନ; ତୁମ୍ଭେମାନେ ଗୌରବପ୍ରାପ୍ତ, କିନ୍ତୁ ଆମ୍ଭେମାନେ ଅନାଦୃତ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଆମ୍ଭେମାନେ ଖ୍ରୀଷ୍ଟଙ୍କ ନିମନ୍ତେ ମୂର୍ଖ, କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ; ଆମ୍ଭେମାନେ ଦୁର୍ବଳ, କିନ୍ତୁ ତୁମ୍ଭେମାନେ ବଳବାନ; ତୁମ୍ଭେମାନେ ଗୌରବପ୍ରାପ୍ତ, କିନ୍ତୁ ଆମ୍ଭେମାନେ ଅନାଦୃତ।

Gade chapit la Kopi

ପବିତ୍ର ବାଇବଲ

10 ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୂର୍ଖ ହୋଇଛୁ। କିନ୍ତୁ ତୁମ୍ଭେମାନେ ନିଜକୁ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ୍ ବୋଲି ଭାବୁଛ। ଆମ୍ଭେ ଦୁର୍ବଳ, ତୁମ୍ଭେମାନେ ନିଜକୁ ବଳବାନ ମନେ କରୁଛ। ଲୋକେ ତୁମ୍ଭମାନଙ୍କୁ ସମ୍ମାନ ଦିଅନ୍ତି କିନ୍ତୁ ଆମ୍ଭମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ।

Gade chapit la Kopi




୧ କରିନ୍ଥୀୟ 4:10
38 Referans Kwoze  

ସେ ସମୟରେ ମୁଁ ଦୁର୍ବଳ ଥିଲି, ସର୍ବଦା ଭୟରେ ପ୍ରକମ୍ପିତ ହେଉଥିଲି।


ଏହି ପ୍ରକାରେ ପାଉଲ ନିଜତ ପକ୍ଷ ସମର୍ଥନ କରି କହୁଥିବାବେଳେ ଫେଷ୍ଟସ୍ ଚିକ୍ରାର କରି କହିଲେ, “ପାଉଲ, ତୁମେ ପାଗଳ! ତୁମର ଉଚ୍ଚ ଶିକ୍ଷା ତୁମକୁ ପାଗଳ କରି ଦେଇଛି!”


କେତେକ “ଏପିକ୍ୟୁରିଆନ୍ ଓ ଷ୍ଟୋଇକ୍” ଶିକ୍ଷା ଗୁରୁମାନଙ୍କ ସହିତ ତାଙ୍କର ଯୁକ୍ତିତର୍କ ହେଲା। ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଏ ନିର୍ବୋଧ ବଚାଳ କଅଣ କହିବାକୁ ଚେଷ୍ଟା କରୁଛି?” ଅନ୍ୟମାନେ କହିଲେ, “ବିଦେଶୀୟ ଦେବତାମାନଙ୍କ ବିଷୟରେ ସେ ପ୍ରଚାର କରିବା ପରି ମନେ ହେଉଛି।” ଯୀଶୁ ଓ ତାଙ୍କର ପୁନରୁତ୍ଥାନ ବିଷୟରେ ପାଉଲ ପ୍ରଚାର କରୁଥିବାର ଶୁଣି ସେମାନେ ଏହା କହିଲେ।


ଖ୍ରୀଷ୍ଟଙ୍କ ଅନୁଗାମୀ ହୋଇଥିବାରୁ ଅପମାନିତ ହେଲେ, ତୁମ୍ଭେମାନେ ପ୍ରକୃତରେ ଧନ୍ୟ, କାରଣ ଈଶ୍ୱରଙ୍କ ଗୌରବମୟ ଆତ୍ମା ତୁମଠାରେ ଅଧିଷ୍ଠାନ କରିଛନ୍ତି।


ଆମେ ଦୁର୍ବଳ ଥିଲାବେଳେ ତୁମ୍ଭେମାନେ ସବଳ ଥିବାରୁ।ମେ ଆନନ୍ଦିତ। ତେଣୁ ତୁମ୍ଭମାନଙ୍କ ଉନ୍ନତି ନିମନ୍ତେ ଆମେ ପ୍ରାର୍ଥନା କରୁଛୁ।


କେହି ନିଜକୁ ପ୍ରବଞ୍ଚନା ନ କରୁ। ତୁମ୍ଭମାନଙ୍କ ମଧ୍ୟରେ କେହି ଯଦି ନିଜକୁ ଜାଗତିକ ବିଷୟରେ ଜ୍ଞାନୀ ବୋଲି ଭାବେ, ପ୍ରକୃତ ଜ୍ଞାନ ଅର୍ଜନ ନିମନ୍ତେ ତାକୁ ଅଜ୍ଞ ହେବାକୁ ପଡ଼ିବ,


ତେଣୁ ଯେ କେହି ଆମର ଏହି ଶିକ୍ଷାକୁ ଅଗ୍ରାହ୍ୟ କରେ, ସେ କେବଳ ମନୁଷ୍ୟକୁ ଉପେକ୍ଷା କରେ ନାହିଁ - ପବିତ୍ରଆତ୍ମାଦାନକାରୀ ଈଶ୍ୱରଙ୍କୁ ଅବମାନନା କରେ।


କେହି ଯଦି ଦୁର୍ବଳ ହୋଇପଡ଼େ, ମୁଁ ମଧ୍ୟ ତା’ ସହିତ ଦୁର୍ବଳତା ଅନୁଭବ କରେ। କେହି ପାପ କଲେ, ମୁଁ ଅନ୍ତରରେ ବ୍ୟଥା ଅନୁଭବ କରିଥାଏ।


ତୁମ୍ଭେମାନେ ଜ୍ଞାନୀ ହୋଇ ମଧ୍ୟ ଆନନ୍ଦରେ ନିର୍ବୋଧମାନଙ୍କୁ ମହ୍ୟ କରୁଛ।


କେହି କେହି କହନ୍ତି, “ପାଉଲଙ୍କ ଚିଠିଗୁଡ଼ିକ ବଡ଼ କଟଉ ଓ ତୀବ୍ର କିନ୍ତୁ ଆମ ସଙ୍ଗେ ଥିଲାବେଳେ ସେ ଦୁର୍ବଳ ଦେଖାଯାନ୍ତି ଓ ତାଙ୍କର କଥା ମୂଲ୍ୟହୀନ ମନେହୁଏ।


ଯେ ଦୃଢ଼ ପ୍ରତିଷ୍ଠିତ ବୋଲି ଭାବେ, ସେ ସାବଧାନ ରହୁ। ତା’ର ଯେପରି ପତନ ନ ହୁଏ।


ତୁମର ଆବଶ୍ୟକୀୟ ସମସ୍ତ ବିଷୟ ପାଇ ସାରିଛ କି? ତୁମେ କ’ଣ ଧନବାନ ହୋଇସାରିଛ? ତୁମେ କ’ଣ ଜଣେ ଜଣେ ରାଜା ହୋଇ ଯାଇଛ (ଯଦିଚ ଆମେ ହୋଇପାରି ନାହୁଁ)? ସତରେ, ତୁମ୍ଭେମାନେ ରାଜା ହୋଇ ତୁମର ସେହି ରାଜପଦର ଅଂଶୀ ହୋଇ ଥାଆନ୍ତୁ।


ତୁମ୍ଭମାନଙ୍କୁ ଗୁରୁପାକ ଖାଦ୍ୟ ନ ଦେଇ ଦୁଗ୍ଧ ପାନ କରିବାକୁ ଦେଇଥିଲି, କାରଣ ଗୁରୁପାକ ଖାଦ୍ୟ ଭୋଜନ କରିବାକୁ ତୁମେ ଅସମର୍ଥ ଥିଲ; ବର୍ତ୍ତମାନ ମଧ୍ୟ ସମର୍ଥ ନୁହଁ।


କିନ୍ତୁ ଯେ ଆଧ୍ୟାତ୍ମିକମନା ନୁହେଁ, ସେ ପରମାତ୍ମାଙ୍କ ଦାନଗୁଡ଼ିକ ଗ୍ରହଣ କରିବାକୁ ଅକ୍ଷମ। ସେ ପ୍ରକୃତରେ ଏହି ଦାନଗୁଡ଼ିକୁ ବୁଝିପାରେ ନାହିଁ। ସେସବୁ ତା’ ପାଇଁ ନିର୍ବୋଧତା; କାରଣ କେବଳ ଆଧ୍ୟାତ୍ମିକ ଭିତ୍ତିରେ ସେଗୁଡ଼କର ମୂଲ୍ୟାୟନ କରାଯାଇପାରେ।


ପାଉଲଙ୍କଠାରୁ ମୃତ୍ୟୁରୁ ପୁନରୁତ୍ଥାନ ବିଷୟ ଶୁଣି ସେମାନଙ୍କ ମଧ୍ୟରୁ କେତେକ ତାଙ୍କୁ ପରିହାସ କଲେ, କିନ୍ତୁ ଅନ୍ୟମାନେ କହିଲେ, “ଆପଣଙ୍କଠାରୁ ଏ ବିଷୟରେ ଆମେ ଆଉ ଥରେ ଶୁଣିବାକୁ ଚାହୁଁ।”


ମୋ’ ପାଇଁ ସେ ଯେଉଁସବୁ କ୍ଳେଶ ଭୋଗ କରିବ, ମୁଁ ନିଜେ ତାକୁ ଜଣାଇବି।”


ଯେଉଁମାନେ ନିଜକୁ ଧାର୍ମିକ ମନେକରି ଅନ୍ୟମାନଙ୍କୁ ତୁଚ୍ଛ ଜ୍ଞାନ କରୁଥିଲେ, ଯୀଶୁ ସେମାନଙ୍କୁ ଲକ୍ଷ୍ୟ କରି ଏହି ଦୃଷ୍ଟାନ୍ତ କଥା କହିଲେ:


ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯେ କେହି ତୁମ କଥା ଶୁଣେ, ସେ ମୋ’ କଥା ଶୁଣେ; ଯେ କେହି ତୁମ୍ଭମାନଙ୍କୁ ଅଗ୍ରାହ୍ୟ କରେ, ସେ ମୋତେ ଅଗ୍ରାହ୍ୟ କରେ; ଏବଂ ଯେ ମୋତେ ଅଗ୍ରାହ୍ୟ କରେ, ସେ ମୋର ପ୍ରେରଣକର୍ତ୍ତାଙ୍କୁ ଅଗ୍ରାହ୍ୟ କରେ।”


“ମନୁଷ୍ୟପୁତ୍ରଙ୍କ ନିମନ୍ତେ ଯଦି ଲୋକମାନେ ତୁମକୁ ଘୃଣା କରନ୍ତି, ତୁମ ସହିତ ସମ୍ପର୍କ ରଖନ୍ତି ନାହିଁ, ଅପମାନ ଦିଅନ୍ତି ଓ ତୁମକୁ ଭ୍ରଷ୍ଟାଚାରୀ ବୋଲି କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ!


“ତୁମ୍ଭେମାନେ ଧରା ହୋଇ ଉତ୍ପୀଡ଼ିତ ହେବ ଓ ମୃତ୍ୟୁଦଣ୍ଡ ଭୋଗ କରିବ ଏବଂ ମୋ’ ଲାଗି ତୁମେ ସମସ୍ତଙ୍କର ଘୃଣାର ପାତ୍ର ହେବ।


“ମୋର ଅନୁଗାମୀ ହୋଇଥିବାରୁ ଲୋକେ ତୁମକୁ ଅପମାନ ଦେବେ, ନିର୍ଯ୍ୟାତନା କରିବେ ଓ ତୁମ ବିରୁଦ୍ଧରେ ମିଥ୍ୟା ରଟନା କରିବେ,


ଈଶ୍ୱର ତାଙ୍କ ମହାଜ୍ଞାନରେ ସ୍ଥିର କରିଥିଲେ ଯେ ମନୁଷ୍ୟ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ଜାଣିପାରିବ ନାହିଁ। ଅନ୍ୟ ପକ୍ଷରେ, ଆମେ ପ୍ରଚାର କରୁଥିବା ତଥାକଥିତ ନିର୍ବୋଧ ସୁସମାଚାରରେ ବିଶ୍ୱାସ କରୁଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଈଶ୍ୱର ମନସ୍ଥ କରିଛନ୍ତି।


କିନ୍ତୁ ଆମେ କ୍ରୁଶବିଦ୍ଧ ଯୀଶୁଙ୍କୁ ପ୍ରଚାର କରୁଛୁ। ଏହା ଇହୁଦୀମାନଙ୍କ ନିମନ୍ତେ ବିଘ୍ନ ସ୍ୱରୂପ ଓ ଅଣଇହୁଦୀମାନଙ୍କ ଦୃଷ୍ଟିରେ ନିର୍ବୋଧତା ହୋଇପରେ;


କାରଣ ଯାହା ଈଶ୍ୱରଙ୍କ ମୂର୍ଖତା ବୋଲି ମନେହୁଏ, ତାହା ମନୁଷ୍ୟ ଜ୍ଞାନଠାରୁ ଉକ୍ରୃଷ୍ଟତର। ପୁଣି ଯାହା ଈଶ୍ୱରଙ୍କ ଦୁର୍ବଳତା ବୋଲି ମନେହୁଏ, ତାହା ମନୁଷ୍ୟର ବଳଠାରୁ ଅଧିକ ଶକ୍ତିଶାଳୀ।


ଆମେ ସମ୍ମାନିତ ଓ ଅପମାନିତ ହେଉଛୁ, ପ୍ରଶଂସିତ ଓ ଲାଞ୍ôଚତ ହେଉଛୁ।


ଅତଏବ, ଏହିପରି ଭାବରେ ଆମ ମଧ୍ୟରେ ମୃତ୍ୟ ଓ ତୁମ ମଧ୍ୟରେ ଜୀବନ କାର୍ଯ୍ୟ କରି ଚାଲିଛି।


Swiv nou:

Piblisite


Piblisite