Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 3:10 - ପବିତ୍ର ବାଇବଲ (CL) NT (BSI)

10 ଈଶ୍ୱରଦତ୍ତ ଅନୁଗ୍ରହ ଅନୁଯାୟୀ ଜଣେ ଦକ୍ଷ ନିର୍ମାଣକାରୀ ଭାବରେ ମୁଁ ମୂଳଦୁଆ ପକାଇଛି। ଅନ୍ୟ ଜଣେ ଏହି ମୂଳଦୁଆ ଉପରେ ନିର୍ମାଣ କରୁଛି। କିନ୍ତୁ ନିର୍ମାଣ କଲାବେଳେ ଆମେ ପ୍ରତ୍ୟେକେ ସତର୍କ ହେବା ଆବଶ୍ୟକ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ମୋତେ ଦତ୍ତ ଈଶ୍ଵରଙ୍କ ଅନୁଗ୍ରହ ଅନୁସାରେ ମୁଁ ଜଣେ ବୁଦ୍ଧିମାନ ଗୃହନିର୍ମାଣକାରୀ ତୁଲ୍ୟ ଭିତ୍ତିମୂଳ ସ୍ଥାପନ କରିଅଛି, ଅନ୍ୟ ଜଣେ ତାହା ଉପରେ ନିର୍ମାଣ କରୁଅଛି। କିନ୍ତୁ ପ୍ରତ୍ୟେକ ଲୋକ ତାହା ଉପରେ କିପରି ନିର୍ମାଣ କରୁଅଛି, ସେ ସମ୍ଵନ୍ଧରେ ସାବଧାନ ହେଉ।

Gade chapit la Kopi

ଓଡିଆ ବାଇବେଲ

10 ମୋତେ ଦିଆଯାଇଥିବା ଈଶ୍ୱରଙ୍କ ଅନୁଗ୍ରହ ଅନୁସାରେ ମୁଁ ଜଣେ ବୁଦ୍ଧିମାନ ଗୃହ ନିର୍ମାଣକାରୀ ତୁଲ୍ୟ ଭିତ୍ତିମୂଳ ସ୍ଥାପନ କରିଅଛି, ଅନ୍ୟ ଜଣେ ତାହା ଉପରେ ନିର୍ମାଣ କରୁଅଛି। କିନ୍ତୁ ପ୍ରତ୍ୟେକ ଲୋକ ତାହା ଉପରେ କିପରି ନିର୍ମାଣ କରୁଅଛି, ସେ ସମ୍ବନ୍ଧରେ ସାବଧାନ ହେଉ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ମୋତେ ଦିଆଯାଇଥିବା ଈଶ୍ବରଙ୍କ ଅନୁଗ୍ରହ ଅନୁସାରେ ମୁଁ ଜଣେ ବୁଦ୍ଧିମାନ ଗୃହ ନିର୍ମାଣକାରୀ ତୁଲ୍ୟ ଭିତ୍ତିମୂଳ ସ୍ଥାପନ କରେ, ଅନ୍ୟ ଜଣେ ତାହା ଉପରେ ନିର୍ମାଣ କରେ। କିନ୍ତୁ ପ୍ରତ୍ୟେକ ଲୋକ ତାହା ଉପରେ କିପରି ନିର୍ମାଣ କରେ, ସେ ସମ୍ବନ୍ଧରେ ସାବଧାନ ହେଉ।

Gade chapit la Kopi

ପବିତ୍ର ବାଇବଲ

10 ଜଣେ ଦକ୍ଷ ଗୃହନିର୍ମାଣକାରୀ ଭଳି ମୁଁ ସେ ଘରର ଭିତ୍ତି ସ୍ଥାପନ କଲି। ପରମେଶ୍ୱରଙ୍କ ଦତ୍ତ ଅନୁଗ୍ରହ ମୁଁ ସେଥିପାଇଁ ବ୍ୟବହାର କଲି। ଅନ୍ୟମାନେ ସେହି ଭିତ୍ତିଭୂମି ଉପରେ ଗୃହ ନିର୍ମାଣ କରିବେ, କିନ୍ତୁ ପ୍ରତ୍ୟେକ ଲୋକ ନିର୍ମାଣ କଲାବେଳେ ସେ କିପରି ନିର୍ମାଣ କରୁଛି। ଏବିଷୟରେ ସତର୍କ ହେବା ଉଚିତ୍।

Gade chapit la Kopi




୧ କରିନ୍ଥୀୟ 3:10
37 Referans Kwoze  

କାରଣ ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କୁ ଏକମାତ୍ର ଭିତ୍ତିମୂଳ କରି ସ୍ଥାପନ କରିଛନ୍ତି; ତାଙ୍କ ବ୍ୟତୀତ ଅନ୍ୟ କୌଣସି ଭିତ୍ତିମୂଳ ସ୍ଥାପିତ ହୋଇ ପାରିବ ନାହିଁ।


ତୁମ୍ଭେମାନେ ମଧ୍ୟ ପ୍ରେରିତ ଶିଷ୍ୟ ଓ ଭାବବାଦୀମାନଙ୍କ ଦ୍ୱାରା ସ୍ଥାପିତ ଭିତ୍ତିମୂଳ ଉପରେ ନିର୍ମିତ ଗୃହ ସଦୃଶ। ସେହି ଗୃହର କୋଣ ପ୍ରସ୍ତର ସ୍ୱୟଂ ଯୀଶୁ ଖ୍ରୀଷ୍ଟ।


ଯେଉଁ ସ୍ଥାନମାନଙ୍କରେ ଲୋକେ ଖ୍ରୀଷ୍ଟଙ୍କ ବିଷୟରେ ଶୁଣି ନାହାନ୍ତି, ସେଠାରେ ତାଙ୍କ ବାର୍ତ୍ତା ପ୍ରଚାର କରିବା ମୋର ଲକ୍ଷ୍ୟ, କାରଣ ଅନ୍ୟମାନେ ପକାଇଥିବା ମୂଳଦୁଆ ଉପରେ ଗୃହ ନିର୍ମାଣ ମୁଁ ଚାହେଁ ନାହିଁ।


“କିଏ ତାହାହେଲେ ବିଶ୍ୱସ୍ତ ଓ ବୁଦ୍ଧିମାନ ଭୃତ୍ୟ? ଯାହା ଉପରେ ମାଲିକ ଅନ୍ୟ ଭୃତ୍ୟମାନଙ୍କୁ ଠିକ୍ ସମୟରେ ଖାଦ୍ୟ ଦେବା ଭାର ନ୍ୟସ୍ତ କରିଥାନ୍ତି।


ନଗରୀର ଚତୁର୍ଦ୍ଦିଗରେ ଥିବା ପ୍ରାଚୀରର ଭିତ୍ତିମୂଳରେ ମଣିମାଣିକ୍ୟ ଖଚିତ ହୋଇଥିଲା - ପ୍ରଥମ ଭିତ୍ତିମୂଳରେ ଥିଲା ହୀରକ, ଦ୍ୱିତୀୟଟିରେ ଥିଲା ନୀଳକାନ୍ତ ମଣି, ତୃତୀୟଟିରେ ବୈଦୁର୍ଯ୍ୟ ମଣି, ଚତୁର୍ଥରେ ମରକତ ମଣି,


ଅନ୍ୟମାନେ ମୋତେ ପ୍ରେରିତ ଶିଷ୍ୟ ବୋଲି ଗ୍ରହଣ ନ କଲେ ମଧ୍ୟ ତୁମ୍ଭେମାନେ ଗ୍ରହଣ କରିଛ, କାରଣ ପ୍ରଭୁଙ୍କ ସହିତ ତୁମ ଜୀବନର ମିଳନ ହେତୁ ମୋ’ ପ୍ରେରିତ ଶିଷ୍ୟତ୍ୱର ପ୍ରମାଣ ତୁମେ ପାଇଛ।


“ଯେ ମୋ’ କଥା ଶୁଣି ପାଳନ କରେ, ସେ ପଥଣ ଉପରେ ଘର ମୋଳି ଥିବା ବୁଦ୍ଧିମନ ଲୋକ ପରି।


ଯେ ପ୍ରଚାର କରେ, ସେ ଈଶ୍ୱରଙ୍କ ବର୍ତ୍ତା ପ୍ରଚାର କରୁ। ଯେ ସେବା କରେ, ଈଶ୍ୱରତାକୁ ଦେଇଥିବା ଶକ୍ତି ଅନୁସାରେ ସେ ସେବା କରୁ। ତା’ ହେଲେ, ଈଶ୍ୱର ସବୁ ବିଷୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଗୌରବାନ୍ୱିତ ହେବେ। ଯୁଗେ ଯୁଗେ ମହିମା ସ ପରାକ୍ରମ ତାହାଙ୍କର।


ତୁମେ ଲଜ୍ଜାବୋଧ ନ କରି ଯଥାଶକ୍ତି ନିର୍ଭୁଲ ଭାବରେ ଈଶ୍ୱରଙ୍କ ସତ୍ୟବାର୍ତ୍ତା ପରିବେଷଣ କର; ତାହାହେଲେ, ଜଣେ ବିଶ୍ୱସ୍ତ କର୍ମୀ ରୂପେ ତୁମେ ଈଶ୍ୱରଙ୍କ ପୂର୍ଣ୍ଣ ସମର୍ଥନ ଲାଭ କରିବ।


ଆଉ ଆର୍ଖିପ୍ପଙ୍କୁ କହିବ, “ପ୍ରଭୁଙ୍କ ସେବା କରିବା ପାଇଁ ତୁମକୁ ଯେଉଁ ଦାୟିତ୍ୱ ଦିଆଯାଇ ଥିଲା, ତାହା ନିଶ୍ଚିତ ରୂପେ ସମ୍ପନ୍ନ କର।”


ଈଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରିଥିବାରୁ ତୁମ ପ୍ରତ୍ୟେକଙ୍କୁ ମୁଁ କହୁଛି, କେହି ନିଜର ଯୋଗ୍ୟତାଠାରୁ ନିଜକୁ ଅଧିକ ମଣ ନାହିଁ। ଈଶ୍ୱର ତୁମକୁ ଦେଇଥିବା ବିଶ୍ୱାସର ପରିମାଣ ଅନୁପାତରେ ନମ୍ର ହୋଇ ନିଜ ବିଷୟରେ ବିଚାର କର।


ଖ୍ରୀଷ୍ଟଙ୍କ ଲାଗି ଈଶ୍ୱର ମୋତେ ପ୍ରେରିତ ଶିଷ୍ୟରୂପେ ମନୋନୀତ କରି ସବୁ ଜାତିର ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ ସୁଯୋଗ ଦେଇଛନ୍ତି - ଯେପରି ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରି ତାଙ୍କର ଆଜ୍ଞାବହ ହେବେ।


ତା’ପରେ ଆପୋଲ୍ଲୋ ଆଖାୟା ପ୍ରଦେଶକୁ ଯିବା ପାଇଁ ସ୍ଥିର କରିବାରୁ, ଏଫିସସ୍ର ବିଶ୍ୱାସୀମାନେ ତାଙ୍କୁ ସାହାଯ୍ୟ କଲେ ଏବଂ ତାଙ୍କୁ ସାଦରେ ଗ୍ରହଣ କରିବା ପାଇଁ ଅନୁରୋଧ ଜଣାଇ ଆଖାୟାର ବିଶ୍ୱାସୀମାନଙ୍କୁ ପତ୍ର ଲେଖିଲେ। ସେ ସେଠାରେ ପହଞ୍ଚି ଈଶ୍ୱରଙ୍କ ଅନୁଗ୍ରହରୁ ବିଶ୍ୱାସ ହୋଇଥିବା ବ୍ୟକ୍ତିମାନଙ୍କୁ ବହୁତ ସାହାଯ୍ୟ କଲେ।


ତୁମ ଅନ୍ତରରେ ଥିବା ଆଲୋକ ଯେପରି ଅନ୍ଧକାର ନ ହୁଏ, ଏଥିପ୍ରତି ସାବଧାନ ହୁଅ।


ହେ ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ଅନେକେ ଧର୍ମଶିକ୍ଷ।। ଗୁରୁ ହେବା ଅନୁଚିତ। କାରଣ ତୁମେ ଜାଣ ଯେ, ଆମ ପରି ଶିକ୍ଷାଗୁରୁମାନଙ୍କ ଅପେକ୍ଷା ଅଧିକ କଠୋର ଭାବରେ ବିଚାରିତ ହେବେ।


ତାହାହେଲେ, ତୁମେ ନିଜେ ପରିତ୍ରାଣ ପାଇବ ଓ ଅନ୍ୟମାନଙ୍କ ପରିତ୍ରାଣ ପ୍ରାପ୍ତିର ସହାୟକ ହେବ।


ଏହାକୁ ସଫଳ କରିବା ନିମନ୍ତେ ମୋ’ଠାରେ ସକ୍ରିୟ ରହିଥିବା ଖ୍ରୀଷ୍ଟପ୍ରଦତ୍ତ ମହାନ୍ ଶକ୍ତିକୁ ବ୍ୟବହାର କରି ମୁଁ ଆପ୍ରାଣ ଉଦ୍ୟମ ଓ ପରିଶ୍ରମ କରୁଅଛି।


ଏହି ପତ୍ରରେ ତୁମ୍ଭମାନଙ୍କୁ କେତେକ ବିଷୟ ପ୍ରତି ସଚେତନ କରାଇବା ପାଇଁ ମୁଁ ସାହାସୀ ହୋଇଛି,


ଯୀଶୁ କହିଲେ, “ସତର୍କ ଥାଅ; ପ୍ରତାରିତ ହୁଅ ନାହିଁ। ଅନେକ ଲୋକ ମୋ’ ନାମରେ ଆସି କହିବେ, ‘ମୁଁ ସେହି! ଓ ସମୟ ଉପସ୍ଥିତ!’ କିନ୍ତୁ ସେମାନଙ୍କର ଅନୁଗମନ କର ନାହିଁ।


ନଗରୀର ଏହି ପ୍ରାଚୀର, ଦ୍ୱାଦଶ ପ୍ରସ୍ତର ଭିତ୍ତିମୂଳ ଉପରେ ନିର୍ମିତ ହୋଇଥିଲା ଏବଂ ସେହି ଦ୍ୱାଦଶ ଭିତ୍ତିମୂଳ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତ ଶିଷ୍ୟଙ୍କର ନାମ ଲେଖା ହୋଇଥିଲା।


ଈଶ୍ୱର ନିରୂପିତ ଆମ କାର୍ଯ୍ୟକ୍ଷେତ୍ରର ପରିସର ବାହାରେ ଅନ୍ୟମାନଙ୍କ କାର୍ଯ୍ୟର ସୁଯୋଗ ନେଇ ଦର୍ପ କରି ନାହୁଁ। ବରଂ ଆମେ ଆଶା କରୁଛୁ ଯେ, ତୁମ୍ଭେମାନେ ବିଶ୍ୱାସରେ ବୃଦ୍ଧିଲାଭ କରିବା ସଙ୍ଗେ ସଙ୍ଗେ ତୁମ୍ଭମାନଙ୍କ ମଧ୍ୟରେ ଆମର କର୍ମକ୍ଷେତ୍ର ଆହୁରି ପ୍ରସାରିତ ହେବ। କିନ୍ତୁ ଏହା ଈଶ୍ୱର ସ୍ଥିର କରିଥିବା ସୀମା ଲଘଂନ କରିବ ନାହିଁ।


କିନ୍ତୁ ତୁମକୁ ବଳିଷ୍ଠ କରିବାକୁ ଓ ତୁମର ବିଶ୍ୱାସ ଦୃଢ଼ କରିବା ପାଇଁ ତୁମ ନିକଟକୁ ଆମ ଭାଇ ତୀମଥିଙ୍କୁ ପଠାଇବୁ। ସେ ଆମ ସହିତ ଖ୍ରୀଷ୍ଟଙ୍କ ଶୁଭ ବାର୍ତ୍ତା ପ୍ରଚାର କରି ଈଶ୍ୱରଙ୍କ ସେବା କରୁଛନ୍ତି।


ଭାବି ଦେଖ, ପ୍ରଭୁ କେଡ଼େ ସହିଷ୍ଠୁ। ତୁମ୍ଭମାନଙଙ୍କ ପରିତ୍ରାଣ ପାଇଁ ସେ କେତେ ସୁଯୋଗ ଦେଉଛନ୍ତ। ଆମ ପ୍ରିୟ ଭ୍ରାତା ପାଉଲ ଈଶ୍ୱରଙ୍କଠାରୁ ପ୍ରାପ୍ତ ଜ୍ଞାନ ଦ୍ୱାରା ତୁମ୍ଭମାନଙ୍କ ନିକଟକୁ ଏହି ମର୍ମରେ ପତ୍ର ଲେଖିଛନ୍ତି।


Swiv nou:

Piblisite


Piblisite