Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 2:5 - ପବିତ୍ର ବାଇବଲ (CL) NT (BSI)

5 ତେଣୁ ତୁମ୍ଭମାନଙ୍କର ବିଶ୍ୱାସ ମନୁଷ୍ୟର ଜ୍ଞାନ ଉପରେ ଆଧାରିତ ନୁହେଁ, ତାହା ଈଶ୍ୱରଙ୍କ ଶକ୍ତିରେ ପ୍ରତିଷ୍ଠିତ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଏଥିପାଇଁ ମୋହର ଶିକ୍ଷା ଓ ମୋହର ପ୍ରଚାର, ଜ୍ଞାନର ମନୋହର ବାକ୍ୟଯୁକ୍ତ ନ ହୋଇ ଆତ୍ମା ଓ ଶକ୍ତିର ପ୍ରମାଣ-ଯୁକ୍ତ ହୋଇଥିଲା।

Gade chapit la Kopi

ଓଡିଆ ବାଇବେଲ

5 ଏଥିପାଇଁ ମୋହର ଶିକ୍ଷା ଓ ମୋହର ପ୍ରଚାର, ଜ୍ଞାନର ମନୋହର ବାକ୍ୟଯୁକ୍ତ ନ ହୋଇ ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରମାଣ- ଯୁକ୍ତ ହୋଇଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଏଥିପାଇଁ ମୋହର ଶିକ୍ଷା ଓ ମୋହର ପ୍ରଚାର, ଜ୍ଞାନର ମନୋହର ବାକ୍ୟଯୁକ୍ତ ନ ହୋଇ ପବିତ୍ର ଆତ୍ମାଙ୍କ ଶକ୍ତିରେ ପ୍ରମାଣଯୁକ୍ତ ହୋଇଥିଲା।

Gade chapit la Kopi

ପବିତ୍ର ବାଇବଲ

5 ତୁମ୍ଭ ବିଶ୍ୱାସ ମନୁଷ୍ୟର ଜ୍ଞାନର ନ ହୋଇ ପରମେଶ୍ୱରଙ୍କ ଶକ୍ତିରେ ହେଉ, ସେଥିପାଇଁ ମୁଁ ଏପରି କଲି।

Gade chapit la Kopi




୧ କରିନ୍ଥୀୟ 2:5
6 Referans Kwoze  

କିନ୍ତୁ ଆମେ କେବଳ ଆମର ସାଧାରଣ ମାଟି ପାତ୍ରରେ ଏହି ସ୍ୱର୍ଗୀୟ ସମ୍ପଦ ପାଇଛୁ। ଏଥିରୁ ପ୍ରମାଣତ ହୋଇଛି ଯେ, ଏପରି ଅଳୌକିକ ଶକ୍ତି ଆମର ନୁହେଁ, ମାତ୍ର ଈଶ୍ୱରଙ୍କର।


କିନ୍ତୁ ସେ ମୋତେ କହିଲେ, “ମୋର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, ତୁମେ ଦୁର୍ବଳ ହେଲାବେଳେ ମୋର ଶକ୍ତି ସମ୍ପୁର୍ଣ୍ଣ ଭାବରେ ପ୍ରକାଶିତ ହୁଏ।” ତେଣୁ ଖ୍ରୀଷ୍ଟଙ୍କ ଶକ୍ତି ମୋ’ଠାରେ ଅଧିଷ୍ଠାନ କରିବା ନିମନ୍ତେ ମୁଁ ମୋ’ ଦୁର୍ବଳତା ପାଇଁ ଅଧିକ ଦର୍ପ କରିବି ଓ ଆନନ୍ଦିତ ହେବି।


ଶତ୍ରୁମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଧାର୍ମିକତା ଆମର ପ୍ରଧାନ ଅସ୍ତ୍ର।


ଜଳଦୀକ୍ଷା ଦେବା ପାଇଁ ଖ୍ରୀଷ୍ଟ ମୋତେ ପ୍ରେରଣ କରି ନାହାନ୍ତି। ସେ ମୋତେ ସୁସମାଚାର ପ୍ରଚାର କରିବାକୁ ପ୍ରେରଣ କରିଛନ୍ତି; ତାହା ମଧ୍ୟ ବାକ୍ୟାଡ଼ମ୍ବରରେ ନୁହେଁ, କାଳେ ଖ୍ରୀଷ୍ଟଙ୍କ କ୍ରୁଶର ଶକ୍ତି ଓ ପ୍ରଭାବ ବ୍ୟର୍ଥ ହୁଏ।


ମୁଁ ରୋପଣ କରିଛି ଓ ଆପୋଲୋ ସେଥିରେ ଜଳସେଚନ କରିଛନ୍ତି, କିନ୍ତୁ ଈଶ୍ୱର ବୃଦ୍ଧି ସାଧନ କରାଇଛନ୍ତି।


ସେମାନଙ୍କ ମଧ୍ୟରୁ ଥୁୟଟୀରା ସହରର ବାଇଗଣିଆ ବସ୍ତ୍ର ବିକ୍ରି କରୁଥିବା ଲୁଦିଆ ନାମରେ ଜଣେ ମହିଳା ଥିଲେ। ସେ ଈଶ୍ୱରଙ୍କର ଉପାସନା କରୁଥିଲେ ଓ ପାଉଲ ଯାହା କହୁଥିଲେ, ତାହା ମନୋଯୋଗ ସହକାରେ ଶୁଣି ଗ୍ରହଣ କରିବା ପାଇଁ ପ୍ରଭୁ ତାଙ୍କୁ ସୁଯୋଗ ଦେଲେ।


Swiv nou:

Piblisite


Piblisite