Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 2:12 - ପବିତ୍ର ବାଇବଲ (CL) NT (BSI)

12 ଆମେ ଜାଗତିକ ଆତ୍ମା ପ୍ରାପ୍ତ ହୋଇ ନାହୁଁ। କିନ୍ତୁ ଈଶ୍ୱରପ୍ରଦତ୍ତ ସମସ୍ତ ବିଷୟ ଜାଣି ପାରିବା ନିମନ୍ତେ ଈଶ୍ୱରପ୍ରେରିତ ଆତ୍ମାଙ୍କୁ ଗ୍ରହଣ କରିଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଯେପରି ଈଶ୍ଵରଙ୍କ ଦ୍ଵାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦତ୍ତ ବିଷୟଗୁଡ଼ିକ ଆମ୍ଭେମାନେ ଜାଣି ପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ଵରଙ୍କ ଆତ୍ମା ପାଇଅଛୁ।

Gade chapit la Kopi

ଓଡିଆ ବାଇବେଲ

12 ଯେପରି ଈଶ୍ୱରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦିଆଯାଇଥିବା ବିଷୟଗୁଡ଼ିକ ଆମ୍ଭେମାନେ ଜାଣି ପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ୱରଙ୍କ ଆତ୍ମା ପାଇଅଛୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଯେପରି ଈଶ୍ବରଙ୍କ ଦ୍ୱାରା ଆମ୍ଭମାନଙ୍କୁ ଅନୁଗ୍ରହରେ ଦିଆଯାଇଥିବା ବିଷୟଗୁଡ଼ିକ ଆମ୍ଭେମାନେ ଜାଣି ପାରୁ, ଏଥିପାଇଁ ଆମ୍ଭେମାନେ ଜଗତର ଆତ୍ମା ନ ପାଇ ଈଶ୍ବରଙ୍କ ଆତ୍ମା ପାଇଅଛୁ।

Gade chapit la Kopi

ପବିତ୍ର ବାଇବଲ

12 ଆମ୍ଭେ ଜଗତର ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଦତ୍ତ ବିଷୟ ଗୁଡ଼ିକୁ ଜାଣି ପାରିବା।

Gade chapit la Kopi




୧ କରିନ୍ଥୀୟ 2:12
17 Referans Kwoze  

ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁ ତାଙ୍କ ପବିତ୍ରଆତ୍ମାରେ ପରିପୂର୍ଣ୍ଣ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ଏହି ଆତ୍ମା ତୁମ ଅନ୍ତରରେ ବିରାଜମା. ଅନ୍ୟମାନଙ୍କଠାରୁ ଶିକ୍ଷା ଦିଅନ୍ତି- ତାଙ୍କ ଶିକ୍ଷଶ ମିଥ୍ୟା ନୁହେଁ। ସେହି ଆତ୍ମାଙ୍କ ଶିକ୍ଷା ପାଳନ କରି ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ରୁହ।


କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଅନୁଗ୍ରହରୁ ପବିତ୍ରଆତ୍ମାଙ୍କ ଦ୍ୱାରା ଅଭିଷିକ୍ତ ହୋଇଅଛ; ସୁତରାଂ ତୁମେ ସମସ୍ତେ ସତ୍ୟ କଅଣ ଜାଣିଛ।


ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ଜୀବନ ଯାପନ କରନ୍ତି, ସେମାନେ ଆଉ ଦୋଷୀ ବିବେଚିତ ହେବେ ନାହିଁ।


ସେମାନେ ବିଶ୍ୱାସ କରିନ୍ତି ନାହିଁ, କାରଣ ସେମାନଙ୍କ ମନକୁ ଏହି ଜଗତର ଦେବତା ଅନ୍ଧ କରି ଦେଇଛି। ଫଳରେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିର୍ ଖ୍ରୀଷ୍ଟଙ୍କ ମହିମାନ୍ୱିତ ସୁସମାଚାରର ଦୀପ୍ତି ସେମାନଙ୍କ ନିକଟରେ ପ୍ରତିଭାତ ହୁଏ ନାହିଁ।


ଶାସ୍ତ୍ରର ଏହି ଉକ୍ତିରେ କ’ଣ ସତ୍ୟତା ନାହିଁ ବୋଲି ମନେ କରୁଛ, “ଈଶ୍ୱର ଆମ୍ଭମାନଙ୍କଠାରେ ଯେଉଁ ଆତ୍ମା ସ୍ଥାପନ କରିଛନ୍ତି, ତାହାକୁ ସମ୍ପୁର୍ଣ୍ଣ ଅଧିକାର କରିବା ପାଇଁ ସେ ଉତ୍କଣ୍ଠିତ?”


ଈଶ୍ୱର କଦାପି ଆମର ବିପକ୍ଷ ନୁହନ୍ତି, କାରଣ ସେ ନିଜ ପୁତ୍ରଙ୍କୁ ମଧ୍ୟ ରକ୍ଷା ନ କରି ଆମ୍ଭମାନଙ୍କ ପାଇଁ ଦାନ କରିଛନ୍ତି। ତାହାହେଲେ, ସେ କଅଣ ଆମ୍ଭମାନଙ୍କୁ ସବୁ ବିଷୟ ଦାନ କରିବେ ନାହିଁ?


ଦୂତ ମୋତେ କହିଲେ, “ଏହି ସବୁ କଥା ସତ୍ୟ ଓ ନିର୍ଭରଯୋଗ୍ୟ। ଯାହା ଯାହା ଅତି ଶୀଘ୍ର ଘଟିବ, ତାହା ତାଙ୍କର ସେବକମାନଙ୍କୁ ଜଣାଇବା ପାଇଁ ଭାବବାଦୀମାନଙ୍କୁ ଆତ୍ମିକ ଜ୍ଞାନ ଦେଉଥିବା ଈଶ୍ୱର ତାଙ୍କର ଦୂତଙ୍କୁ ପ୍ରେରଣ କରିଛନ୍ତି।”


ପାଉଲ, ଆପୋଲୋ, ପିତର, ଏହି ଜଗତ, ଜୀବନ ଓ ମୃତ୍ୟୁ, ବର୍ତ୍ତମାନ ଓ ଭବିଷ୍ୟତ୍ ସବୁ ତୁମ୍ଭମାନଙ୍କର।


ସେ ସମୟରେ ତୁମ୍ଭେମାନେ ଜାଗତିକ ଅସତ୍ ମାର୍ଗ ଅନୁସରଣ କରି, ମହାକାଶସ୍ଥ ଅଶରୀରୀ ଅଧିପତିର ବଶବର୍ତ୍ତୀ ଥିଲ। ସେହି ଅଧିପତି ଏବେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନକାରୀ। ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କରୁଛି।


ଅବଶ୍ୟ ଆଧ୍ୟାତ୍ମିକଭାବେ ପରିପକ୍ୱ ଲୋକମାନଙ୍କ ନିକଟରେ ମୁଁ ଜ୍ଞାନର କଥା କୁହେ। କିନ୍ତୁ ଏ ଜ୍ଞାନ ଏ ଯୁଗର ଜ୍ଞାନ ନୁହେଁ, କିମ୍ବା ଏ ଯୁଗରେ କର୍ତ୍ତୃତ୍ୱ କରୁଥିବା କ୍ଷୟଶୀଳ ଶାସକଙ୍କର ଜ୍ଞାନ ନୁହେଁ।


କିନ୍ତୁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜିତ କରିବା ପାଇଁ ଜଗତ ଦ୍ୱାରା ବିବେଚିତ ଦୁର୍ବଳମାନଙ୍କୁ ମନୋନୀତ କରିଛନ୍ତି।


ସେହି ସର୍ପ ହେଉଛି, ସପ୍ତମ ଜଗତକୁ ପ୍ରତାରଣା କରିଥିବା ଦ୍ୟାବଳ ଆଦିମ ସର୍ପ, ଶୟତାନ; ତା’ର ଦଳବଳ ସହ ସ୍ୱର୍ଗରୁ ନିକ୍ଷିପ୍ତ ହୋଇ ପୃଥିବୀ ପୃଷ୍ଠରେ ଆସି ପଡ଼ିଲା।


Swiv nou:

Piblisite


Piblisite