Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 16:2 - ପବିତ୍ର ବାଇବଲ (CL) NT (BSI)

2 ତୁମ ଆୟ ଅନୁପାତରେ ପ୍ରତ୍ୟେକ ରବିବାର ଏ ବାବଦକୁ କିଛି ଅର୍ଥ ସଞ୍ଚୟ କରି ରଖ। ତାହାହେଲେ, ମୁଁ ଗଲାବେଳେ ତୁମ୍ଭମାନଙ୍କୁ ଆଉ ଅର୍ଥ ସଂଗ୍ରହ କରିବାକୁ ପଡ଼ିବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ମୁଁ ଗଲେ ଯେପରି ଦାନ ସଂଗ୍ରହ କରିବାକୁ ପଡ଼ିବ ନାହିଁ, ଏଥିନିମନ୍ତେ ସପ୍ତାହର ପ୍ରଥମ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ସୁବିଧା ଅନୁସାରେ ନିଜ ନିଜ ନିକଟରେ କିଛି କିଛି ସଞ୍ଚୟ କରି ରଖ।

Gade chapit la Kopi

ଓଡିଆ ବାଇବେଲ

2 ମୁଁ ଗଲେ ଯେପରି ଦାନ ସଂଗ୍ରହ କରିବାକୁ ପଡ଼ିବ ନାହିଁ, ଏଥି ନିମନ୍ତେ ସପ୍ତାହର ପ୍ରଥମ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ସୁବିଧା ଅନୁସାରେ ନିଜ ନିଜ ନିକଟରେ କିଛି କିଛି ସଞ୍ଚୟ କରି ରଖ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ମୁଁ ଗଲେ ଯେପରି ଦାନ ସଂଗ୍ରହ କରିବାକୁ ପଡ଼ିବ ନାହିଁ, ଏଥିନିମନ୍ତେ ସପ୍ତାହର ପ୍ରଥମ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ସୁବିଧା ଅନୁସାରେ ନିଜ ନିଜ ନିକଟରେ କିଛି କିଛି ସଞ୍ଚୟ କରି ରଖ।

Gade chapit la Kopi

ପବିତ୍ର ବାଇବଲ

2 ପ୍ରତ୍ୟେକ ସପ୍ତାହର ପ୍ରଥମ ଦିନ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ଆୟ ଅନୁଯାୟୀ ଯେତିକି ସମ୍ଭବ ନିଶ୍ଚୟ ସଞ୍ଚୟ କର। ତୁମ୍ଭେମାନେ ଏହାକୁ ଗୋଟିଏ ବିଶେଷ ସ୍ଥାନରେ ରଖି ଥାଅ। ଏପରି କଲେ, ମୁଁ ତୁମ୍ଭମାନଙ୍କ ପାଖରେ ପହଞ୍ଚିଲା ପରେ ତୁମ୍ଭମାନଙ୍କୁ ସଂଗ୍ରହ କରିବାକୁ ପଡ଼ିବ ନାହିଁ।

Gade chapit la Kopi




୧ କରିନ୍ଥୀୟ 16:2
22 Referans Kwoze  

ଶନିବାର ସନ୍ଧ୍ୟାରେ ଆମ୍ଭେମାନେ ସମ୍ମିଳିତ ଭୋଜନ ପାଇଁ ଏକତ୍ରିତ ହେଲୁ। ପାଉଲ ଲୋକମାନଙ୍କୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପଦେଶ ଦେଲେ, କାରଣ ତହିଁ ଆରଦିନ ସେ ସେହି ସ୍ଥାନ ପରିତ୍ୟାଗ କରିବାକୁ ଯାଉଥିଲେ।


ଯେ ଅଳ୍ପ ବିଷୟରେ ଅବିଶ୍ୱସ୍ତ, ସେ ବହୁତ ବିଷୟରେ ଅବିଶ୍ୱସ୍ତ ହେବ।


ପ୍ରଭୁଙ୍କ ଦିବସରେ ପବିତ୍ର ଆତ୍ମା ମୋତେ ଆବିଷ୍ଟ କଲେ ଏବଂ ମୋର ପଶ୍ଚାତ୍ରେ ତୂରୀ ଧ୍ୱନି ପରି ଏକ ଉଚ୍ଚ ସ୍ୱର ଶୁଣିଲି।


ସେହି ରବିବାର ଦିନ ସନ୍ଧ୍ୟାବେଳେ ଶିଷ୍ୟମାନେ ଇହୁଦୀ କର୍ତ୍ତୃପକ୍ଷମାନଙ୍କ ଭୟରେ ଗୋଟିଏ ରୁଦ୍ଧ କୋଠରୀରେ ଏକତ୍ରିତ ହୋଇଥିଲେ। ହଠାତ୍ ଯୀଶୁ ସେମାନଙ୍କ ମଧ୍ୟରେ ଆସି ଠିଆ ହେଲେ। “ତୁମ୍ଭମାନଙ୍କର ଶାନ୍ତି ହେଉ”,


ରବିବାର ଦିନ ପାହାନ୍ତା ସମୟରେ ସ୍ତ୍ରୀ ଲୋକମାନେ ପ୍ରସ୍ତୁତ କରିଥିବା ସୁଗନ୍ଧ ଦ୍ରବ୍ୟ ନେଇ ସମାଧିକୁ ଗଲେ।


ପୁନର୍ବାର ଏହାର ସପ୍ତାହକ ପରେ, ଶିଷ୍ୟମାନେ ଘର ଭିତରେ ଏକାଠି ଥିଲେ ଏବଂ ଥୋମା ସେମାନଙ୍କ ସହିତ ଥିଲେ। କବାଟଗୁଡ଼ିକ ବନ୍ଦ ହୋଇଥିଲା। କିନ୍ତୁ ଯୀଶୁ ଆସି ସେମାନଙ୍କ ମଧ୍ୟରେ ଠିଆ ହୋଇ କହିଲେ: “ତୁମ୍ଭମାନଙ୍କର ଶାନ୍ତି ହେଉ।”


ତା’ର ସାମର୍ଥ୍ୟ ଅନୁସାରେ ସେ ଏହା ମୋ ପାଇଁ କରିଛି - ମୁଁ ସମାଧିସ୍ଥ ହେବା ପୂର୍ବରୁ ସେ ମୋ’ ଉପରେ ସୁଗନ୍ଧି ତୈଳ ଢ଼ାଳିଛି।


ଏ ବିଷୟରେ ତୁମ୍ଭମାନଙ୍କୁ ମୋର ଏହି ପରାମର୍ଶ- ଗତବର୍ଷ ତୁମ୍ଭେମାନେ ଯାହା ଆରମ୍ଭ କରିଥିଲ,ତାହା ବର୍ତ୍ତମାନ ଶେଷ କରିବା ତୁମ୍ଭମାନଙ୍କର ଉଚିତ୍। କେବଳ କାର୍ଯ୍ୟ କରିବାରେ ନୁହେଁ, କାତ୍ର କାର୍ଯ୍ୟ କରିବାକୁ ସଙ୍କଳ୍ପ ପ୍ରକାଶ କରିବାରେ ତୁମ୍ଭେମାନେ ହେଉଛ ପ୍ରଥମ।


Swiv nou:

Piblisite


Piblisite