Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 13:8 - ପବିତ୍ର ବାଇବଲ (CL) NT (BSI)

8 ପ୍ରେମ ଚିରସ୍ଥାୟୀ। ପ୍ରେରଣାପୂର୍ଣ୍ଣ ଧର୍ମ ପ୍ରଚାର କ୍ଷଣିକ। ଅଲୌକିକ ଭାଷାରେ କଥା କହିବା ଶକ୍ତି କ୍ଷୟ ପାଇବ, ମନୁଷ୍ୟ ଜ୍ଞାନର ବିଲୋପ ଘଟିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ପ୍ରେମ କଦାପି ଶେଷ ହୁଏ ନାହିଁ; କିନ୍ତୁ ଯଦି ଭାବବାଣୀ ଥାଏ, ତାହା ଲୋପ ହେବ; ଯଦି ପରଭାଷା ଥାଏ, ସେହିସବୁ ନିବୃତ୍ତ ହେବ; ଯଦି ଜ୍ଞାନ ଥାଏ, ତାହା ଲୋପ ହେବ।

Gade chapit la Kopi

ଓଡିଆ ବାଇବେଲ

8 ପ୍ରେମ କଦାପି ଶେଷ ହୁଏ ନାହିଁ; କିନ୍ତୁ ଯଦି ଭାବବାଣୀ ଥାଏ, ତାହା ଲୋପ ହେବ; ଯଦି ପରଭାଷା ଥାଏ, ସେହି ସବୁ ନିବୃତ୍ତ ହେବ; ଯଦି ଜ୍ଞାନ ଥାଏ, ତାହା ଲୋପ ହେବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପ୍ରେମ କଦାପି ଶେଷ ହୁଏ ନାହିଁ; କିନ୍ତୁ ଯଦି ଭାବବାଣୀ ଥାଏ, ତାହା ଲୋପ ହେବ; ଯଦି ପରଭାଷା ଥାଏ, ସେହିସବୁ ନିବୃତ୍ତ ହେବ; ଯଦି ଜ୍ଞାନ ଥାଏ, ତାହା ଲୋପ ହେବ।

Gade chapit la Kopi

ପବିତ୍ର ବାଇବଲ

8 ପ୍ରେମ କଦାପି ଶେଷ ହୁଏ ନାହିଁ। ଯଦି ଭାବବାଣୀ ଥାଏ, ତାହା ଲୋପ ହେବ, ଅନେକ ଭାଷା କହିବା ଶକ୍ତି ବନ୍ଦ ହୋଇଯିବ; ଯଦି ଜ୍ଞାନ ଥାଏ ତାହା ଲୋପ ହେବ।

Gade chapit la Kopi




୧ କରିନ୍ଥୀୟ 13:8
14 Referans Kwoze  

ବିଶ୍ୱାସ, ଭରସା ଓ ପ୍ରେମ - ଏହି ତିନୋଟି ସ୍ଥାୟୀ ବିଷୟ ମଧ୍ୟରେ ପ୍ରେମ ହିଁ ଶ୍ରେଷ୍ଠ।


କାରଣ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କଲେ, ସୁନ୍ନତ ବା ଅସୁନ୍ନତର କୌଣସି ପ୍ରଭେଦ ରହେ ନାହିଁ। ଏକମାତ୍ର ପ୍ରୟୋଜନୀୟ ବିଷୟ ହେଉଛି, ବିଶ୍ୱାସରେ ଅଟଳ ରହି ପ୍ରେମରେ କର୍ତ୍ତବ୍ୟ ସାଧନ କରିବା।


ସେମାନେ ସମସ୍ତେ ପବିତ୍ରଆତ୍ମାଙ୍କରେ ପୂର୍ଣ୍ଣ ହେଲେ ଓ ଆତ୍ମାଙ୍କ ଚାଳନାରେ ବିଭିନ୍ନ ଭାଷାରେ କଥା କହିବାକୁ ଲାଗିଲେ।


ଏହାକୁ ନୂତନ ବୋଲି ଉଲ୍ଲେଖ କରିବା ଦ୍ୱାରା ଈଶ୍ୱର ପ୍ରଥମଟିକୁ ପୁରାତନ ଓ ଅପ୍ରଚଳିତ, ତାହା ଶୀଘ୍ର ଲୋକ ପାଇବା।


କିନ୍ତୁ ସମସ୍ତ ବିଷୟର ସମ୍ପୂର୍ଣ୍ଣତା ଉପସ୍ଥିତ ହେଲେ, ଏହି ଆଂଶିକ ବିଷୟସବୁ ଲୋପ ପାଇବ।


କାହାକୁ ଦିଅନ୍ତି ଅଲୌକିକ କାର୍ଯ୍ୟ କରବାର କ୍ଷମତା, କାହାକୁ ଦିଅନ୍ତି ଈଶ୍ୱରଙ୍କ ଭାବବାଣୀ କହିବାର ଶକ୍ତି ଓ କାହାକୁ ବିଭିନ୍ନ ଆତ୍ମା ଚିହ୍ନିବାର ଦକ୍ଷତା; ପୁଣି ସେ କାହାକୁ ଦିଅନ୍ତି ବିଭିନ୍ନ ଭାଷାରେ କଥା କହିବାର ଶକ୍ତି ଓ ଆଉ କାହାକୁ ଦିଅନ୍ତି ସେହି ଭାଷାର ଅର୍ଥ କରିବାର ଦକ୍ଷତା।


ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କଲେ ଓ ପବିତ୍ରଆତ୍ମା ସେମାନଙ୍କ ଉପରେ ଅବତରଣ କଲେ। ସେମାନେ ବିଭିନ୍ନ ଭାଷାରେ କଥା କହିଲେ ଓ ଈଶ୍ୱରଙ୍କ ଶୁଭ ବାର୍ତ୍ତା ଘୋଷଣା କଲେ।


କିନ୍ତୁ ଶିମୋନ, ତୁମର ବିଶ୍ୱାସ ହ୍ରାସ ନ ହେବା ପାଇଁ ମୁଁ ପ୍ରାର୍ଥନା କରୁଛି। ମୋ’ ପ୍ରତି ତୁମର ବିଶ୍ୱସ୍ତତା ଫେରି ଆସିଲେ, ତୁମେ ତୁମ ଭାଇମାନଙ୍କୁ ଶକ୍ତିଶାଳୀ କରି ପାରିବ।”


ତେଣୁ ଭାଇମାନେ, ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା ପାଇଁ ଆଗ୍ରହାନ୍ୱିତ ହୁଅ। କିନ୍ତୁ ଅଲୌକିକ ଭାଷାରେ କଥା କହିବା ପାଇଁ କାହାକୁ ନିଷେଧ କର ନାହିଁ।


ଆଣ୍ଟିୟୋଖ ମଣ୍ଡଳୀରେ କେତେ ଜଣ ଭାବବାଦୀ ଓ ଶିକ୍ଷାଗୁରୁ ଥିଲେ। ଏମାନଙ୍କ ମଧ୍ୟରେ ଥିଲେ ବର୍ଣ୍ଣବା, ଶିମୋନ (କୃଷ୍ଣକାୟ ନାମରେ ଅଭିହିତ), ଲୁସିଅସ୍ (କୁରୀଣୀ ନିବାସୀ), ମନହେମ (ସେ ରାଜ୍ୟପାଳ ହେରୋଦଙ୍କ ପରିବାରରେ ପ୍ରତିପାଳିତ ହୋଇଥିଲେ।) ଓ ଶାଉଲ।


ଯଦି କେହି କୁହେ ଯେ, ସେ କିଛି ଜାଣେ, ବାସ୍ତବରେ ଯାହା ଜାଣିବା ଦରକାର, ତାହା ସେ ଜାଣେ ନାହିଁ।


Swiv nou:

Piblisite


Piblisite