Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 13:1 - ପବିତ୍ର ବାଇବଲ (CL) NT (BSI)

1 ମୁଁ ମନୁଷ୍ୟମାନଙ୍କର ତଥା ସ୍ୱର୍ଗଦୂତମାନଙ୍କ ଭାଷାରେ କଥା କହି ପାରିଲେ ସୁଦ୍ଧା, ମୋ’ ହୃଦୟରେ ପ୍ରେମ ନ ଥିଲେ, ମୁଁ କେବଳ ଗୋଟିଏ ଶବ୍ଦାୟମାନ ପିଟା ଘଣ୍ଟା, କିଅବା ଝଣତ୍କାର କରୁଥିବା ଗୋଟିଏ କରତାଳ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଯଦି ମୁଁ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା କହେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ ଶଦ୍ଦକାରକ ଘଣ୍ଟା କିମ୍ଵା ଝମ୍ ଝମ୍ ଶଦ୍ଦକାରୀ କରତାଳ ସ୍ଵରୂପ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

1 ଯଦି ମୁଁ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା କହେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ ଠଣ୍ ଠଣ୍ ଶବ୍ଦକାରକ ପିତଳ ଘଣ୍ଟ କିମ୍ବା ଝମ୍‍ ଝମ୍‍ ଶବ୍ଦକାରୀ ଝାଞ୍ଜ ସ୍ୱରୂପ ହୋଇଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଯଦି ମୁଁ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା କହେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୁଁ ଠଣ୍ ଠଣ୍ ଶବ୍ଦକାରକ ପିତଳ ଘଣ୍ଟା କିମ୍ବା ଝମ୍‍ ଝମ୍‍ ଶବ୍ଦକାରୀ ଝାଞ୍ଜ ସ୍ୱରୂପ ହୋଇଅଛି।

Gade chapit la Kopi

ପବିତ୍ର ବାଇବଲ

1 ଯଦି ମୁଁ ମଣିଷମାନଙ୍କର ବିଭିନ୍ନ ଭାଷାରେ ବା ସ୍ୱର୍ଗଦୂତଙ୍କ ଭାଷାରେ କହିପାରେ, ମାତ୍ର ମୋ'ଠାରେ ପ୍ରେମ ନାହିଁ, ତାହାହେଲେ ମୁଁ ଶବ୍ଦ କାରକ ପିଟା ଘଣ୍ଟା ବା ଝାଞ୍ଜ ଭଳି ଅଟେ।

Gade chapit la Kopi




୧ କରିନ୍ଥୀୟ 13:1
22 Referans Kwoze  

ଶୁଚି ହୃଦୟ, ନିର୍ମଳ ବିବେକ ଓ ପ୍ରକୃତ ବିଶ୍ୱାସରୁ ଯେଉଁ ପ୍ରେମ ଜାତ ହୁଏ, ତାକୁ ଜାଗ୍ରତ କରାଇବା ପାଇଁ ଆଜି ମୁଁ ଏହି ଆଦେଶ ଦେଉଛି।


ସର୍ବୋପରି ପରସ୍ପରକୁ ଆନ୍ତରିକ ଭାବରେ ପ୍ରେମ କର, କାରଣ ପ୍ରେମ ଅନେକ ପାପ ଆଚ୍ଛାଦନ କରେ।


ପବିତ୍ର ଆତ୍ମାଙ୍କ ଦାନ ହେଉଛି; ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟା, ସଦାଚାର, ବିଶ୍ୱସ୍ତତା, ନମ୍ରତା ଏବଂ ଆତ୍ମସଂଯମ। ଏହିପରି ଶ୍ରେୟସ୍କର ବିଷୟ ବିରୁଦ୍ଧରେ ବ୍ୟବସ୍ଥାର କୌଣସି ବିରୋଧ ନାହିଁ।


ପ୍ରେମ ଚିରସ୍ଥାୟୀ। ପ୍ରେରଣାପୂର୍ଣ୍ଣ ଧର୍ମ ପ୍ରଚାର କ୍ଷଣିକ। ଅଲୌକିକ ଭାଷାରେ କଥା କହିବା ଶକ୍ତି କ୍ଷୟ ପାଇବ, ମନୁଷ୍ୟ ଜ୍ଞାନର ବିଲୋପ ଘଟିବ।


କାରଣ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କଲେ, ସୁନ୍ନତ ବା ଅସୁନ୍ନତର କୌଣସି ପ୍ରଭେଦ ରହେ ନାହିଁ। ଏକମାତ୍ର ପ୍ରୟୋଜନୀୟ ବିଷୟ ହେଉଛି, ବିଶ୍ୱାସରେ ଅଟଳ ରହି ପ୍ରେମରେ କର୍ତ୍ତବ୍ୟ ସାଧନ କରିବା।


ଦେବ ପ୍ରସାଦ ସମ୍ପର୍କରେ ମୋର ମନ୍ତବ୍ୟ:- ଆମ ସମସ୍ତଙ୍କର ଜ୍ଞାନ ଅଛି ବୋଲି ଜାଣୁ। ଜ୍ଞାନ ମନୁଷ୍ୟକୁ ଅହଙ୍କାରୀ କରେ, କିନ୍ତୁ ପ୍ରେମ ମଣିଷକୁ ସୁଗଠିତ କରେ।


ସେମାନେ ଅହଙ୍କାରପୂର୍ଣ୍ଣ ନିରର୍ଥକ କଥା କହୁଥାଆନ୍ତି; ଭ୍ରାଷ୍ଟାଚାରୀମାନଙ୍କ ମଧ୍ୟରୁ ରକ୍ଷା ପାଇ ପଳାଇ ଆସୁଥିବା ଲୋକମାନଙ୍କୁ ନୀଚ ଶାରୀରିକ କାମନାର ମୋହ ଦେଖାଇ ଫନ୍ଦରେ ପକାନ୍ତି।


ତୁମେ କୌଣସି ଖାଦ୍ୟ ପାଇବା ଦ୍ୱାରା ଯଦି ଜଣେ ଭାଇ ମନରେ ଆଘରତ ଦିଅ, ତେବେ ତା’ ପ୍ରତି ତୁମର ପ୍ରେମ ଦେଖାଉ ନାହଁ। ଯେଉଁ ଭାଇ ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁବରଣ କଲେ, ସମାନ୍ୟ ଖାଦ୍ୟ ଯୋଗୁଁ ତା’ର ଅନିଷ୍ଟ କର ନାହିଁ।


“ରାଜା ଉତ୍ତର ଦେବେ, ‘ମୁଁ କହୁଛି, ଏହି ନଗଣ୍ୟ ଲୋକମାନଙ୍କ ମଧ୍ୟରୁ ଜଣକୁ ସାହାଯ୍ୟ କରିବାକୁ ମନା କରିବାବେଳେ, ତୁମେ ମୋତେ ସାହାଯ୍ୟ କରିବାକୁ କୁଣ୍ଠିତ ହୋଇଛ।’


ପବିତ୍ରଆତ୍ମାଙ୍କ ଅନୁଗ୍ରହରୁ କେହି ବୁଦ୍ଧିମାନ ହୋଇ ବାକ୍ପଟୁ ହୁଏ ଓ ଆଉ କେହି ଜ୍ଞାନର କଥା କହେ।


କାନ ଯଦି କୁହେ, “ମୁଁ ଆଖି ନୁହେଁ, ତେଣୁ ଶରୀରର ଅଂଶବିଶେଷ ନୁହେଁ”; ତେବେ ଏହି କାରଣରୁ ସେ ମଧ୍ୟ ଶରୀରରୁ ପୃଥକ୍ ହୋଇ ରହିପାରିବ ନାହିଁ।


ସେଠାରେ ସେ କଥାରେ ନ କହି ପାରିବା ଓ ଉଚ୍ଚାରଣ କରି ନ ପାରିବା ଭଳି ବାଣୀ ଶୁଣିବାକୁ ପାଇଥିଲେ।


ବିଶ୍ୱାସୀମାନେ ଅଲୌକିକ କାର୍ଯ୍ୟ କରିବାକୁ ଶକ୍ତି ପାଇବେ। ମୋ’ ନାମରେ ସେମାନେ ଭୂତ ଛଡ଼ାଇବେ, ଅଜଣା ଭାଷାରେ କଥା କହିବେ,


କାହାକୁ ଦିଅନ୍ତି ଅଲୌକିକ କାର୍ଯ୍ୟ କରବାର କ୍ଷମତା, କାହାକୁ ଦିଅନ୍ତି ଈଶ୍ୱରଙ୍କ ଭାବବାଣୀ କହିବାର ଶକ୍ତି ଓ କାହାକୁ ବିଭିନ୍ନ ଆତ୍ମା ଚିହ୍ନିବାର ଦକ୍ଷତା; ପୁଣି ସେ କାହାକୁ ଦିଅନ୍ତି ବିଭିନ୍ନ ଭାଷାରେ କଥା କହିବାର ଶକ୍ତି ଓ ଆଉ କାହାକୁ ଦିଅନ୍ତି ସେହି ଭାଷାର ଅର୍ଥ କରିବାର ଦକ୍ଷତା।


ଯେ ଅଲୌକିକ ଭାଷାରେ କଥା କହେ, ସେ ମନୁଷ୍ୟ ସହିତ କଥା କହେ ନାହିଁ - ଈଶ୍ୱରଙ୍କ ଉଦ୍ଦେଶ୍ୟରେ କହେ। ତା’ କଥା କେହି ବୁଝି ପାରନ୍ତି ନାହିଁ। ସେ ଆତ୍ମାଙ୍କ ଶକ୍ତିରେ ନିଗୂଢ଼ ତଥ୍ୟସବୁ କହେ।


ଯେ ଅଲୌକିକ ଭାଷାରେ କଥା କହେ, ସେ କେବଳ ନିଜ ପାଇଁ ତାହା କରେ; କିନ୍ତୁ ଯେ ଈଶ୍ୱରଙ୍କ ବାକ୍ୟ ପରିବେଷଣ କରେ, ସେ ସମସ୍ତ ମଣ୍ଡଳୀକୁ ସାହାଯ୍ୟ କରେ।


ତୁମ୍ଭେମାନେ ସମସ୍ତେ ଅଲୌକିକ ଭାଷାରେ କଥା କହିଲେ, ମୁଁ ଖୁସି ହେବି, କିନ୍ତୁ ମୁଁ ଚାହେଁ, ତୁମ୍ଭେମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ପାଇଁ ଶକ୍ତି ପାଅ। ଅଲୌକିକ ଭାଷାରେ କଥା କହିବା, ମଣ୍ଡଳୀ ପାଇଁ ଉପାଦେୟ ହେବ; ଯଦି କେହି ତା’ର ଅର୍ଥ ବ୍ୟାଖ୍ୟା କରି ବୁଝାଇ ଦିଏ, ନଚେତ୍ ଅଲୌକିକ ଭାଷାରେ କଥା କହିବାଠାରୁ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା ଶ୍ରେଷ୍ଠତର।


ତା’ପରେ ମୁଁ ଶୁଣିଲି, ଜଳ ପ୍ରପାତ ଓ ବଜ୍ରନାଦ ପରି ସ୍ୱର୍ଗରୁ ଏକ କଣ୍ଠସ୍ୱର। ବାଦ୍ୟକାରମାନେ ବଜାଉ ଥିବା ବୀଣା ଝଙ୍କାର ପରି ମଧ୍ୟ ତାହା ଶୁଣାଯାଉଥିଲା।


Swiv nou:

Piblisite


Piblisite