Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 11:5 - ପବିତ୍ର ବାଇବଲ (CL) NT (BSI)

5 ଅପର ପକ୍ଷରେ ଯେଉଁ ନାରୀ ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଈଶ୍ୱରଙ୍କ ବାକ୍ୟ ପରିବେଷଣ କରେ, ସେ ତା’ ସ୍ୱାମୀର ଅବମାନନା କରେ। ସେହିଭଳି ନାରୀ, ମୁଣ୍ଡିତମସ୍ତକା ସ୍ତ୍ରୀ ଲୋକ ପରି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ଵା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଣ୍ତନ ହେବା ସଙ୍ଗେ ସମାନ।

Gade chapit la Kopi

ଓଡିଆ ବାଇବେଲ

5 କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଣ୍ଡନ ହେବା ସଙ୍ଗେ ସମାନ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କିନ୍ତୁ ଯେକୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଣ୍ଡନ ହେବା ସଙ୍ଗେ ସମାନ।

Gade chapit la Kopi

ପବିତ୍ର ବାଇବଲ

5 ପ୍ରତ୍ୟେକ ସ୍ତ୍ରୀ ମସ୍ତକ ଆଚ୍ଛାଦନ କରି ଭବିଷ୍ୟଦ୍‌‌ବାଣୀ ଓ ପ୍ରାର୍ଥନା କରିବା ଉଚିତ୍। ଯଦି କୌଣସି ସ୍ତ୍ରୀ ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ ବା ଭବିଷ୍ୟଦ୍‌‌ବାଣୀ କହେ, ସେ ନିଜର ମସ୍ତକର ଅପମାନ କରେ। ଏହା ସେହି ସ୍ତ୍ରୀଲୋକର ମୁଣ୍ଡରେ ବାଳ ନ ଥିବା ସମାନ।

Gade chapit la Kopi




୧ କରିନ୍ଥୀୟ 11:5
8 Referans Kwoze  

ଆଶେର୍ ବଂଶଜାତ ଫିନୁଏଲଙ୍କ କନ୍ୟା ହାନ୍ନା ନାମ୍ନୀ ଜଣେ ୮୪ ବର୍ଷ ବୟସ୍କା ବୃଦ୍ଧା ଥିଲେ। ସେ ଜଣେ ଭାବବାଦିନୀ ଥିଲେ। ବିବାହର ମାତ୍ର ସାତ ବର୍ଷ ପରେ ସେ ବିଧବା ହୋଇଥିଲେ।


“ଈଶ୍ୱର କହନ୍ତି: ‘ଶେଷ ଦିନମାନଙ୍କରେ ଏହା ସବୁ ଘଟିବ: ମୁଁ ସମସ୍ତଙ୍କ ଉପରେ ମୋର ଆତ୍ମା ବୃଷ୍ଟି କରିବି। ତୁମ ପୁତ୍ର ଓ କନ୍ୟାମାନେ ଭାବବାଣୀ କହିବେ। ତୁମର ଯୁବକମାନେ ଦିବ୍ୟ ଦର୍ଶନ ପାଇବେ, ଓ ତୁମର ବୃଦ୍ଧମାନେ ସ୍ୱପ୍ନ ଦେଖିବେ।


ତୁମ ମଣ୍ଡଳୀର ସଭାମାନଙ୍କରେ ମଧ୍ୟ ସେହିପରି ମହିଳାମାନେ ନୀରବ ରୁହନ୍ତୁ। ସେଠାରେ କଥା କହିବା ପାଇଁ ସେମାନଙ୍କୁ ଅନୁମତି ମିଳି ନାହିଁ। ଇହୁଦୀ ବ୍ୟବସ୍ଥା ଅନୁଯାୟୀ ସେମାନେ ବଶୀଭୂତା ହୋଇ ରୁହନ୍ତୁ।


ତାଙ୍କର ଚାରିଜଣ ଅବିବାହିତା ଝିଅ ଈଶ୍ୱରଙ୍କ ବାର୍ତ୍ତା ଘୋଷଣା କରୁଥିଲେ।


ତେଣୁ ଯେଉଁ ପୁରୁଷ ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ, ସେ ଖ୍ରୀଷ୍ଟଙ୍କର ଅବମାନନା କରେ।


କୌଣସି ନାରୀ ଯଦି ତା’ ମସ୍ତକ ଆଚ୍ଛାଦନ କରିବାକୁ ନ ଚାହେଁ, ତେବେ ତା’ ମସ୍ତକର କେଶ କଟାଯାଉ। କିନ୍ତୁ କେଶ କଟା ହେବା କିମ୍ବା ମୁଣ୍ଡିତ ହେବା, ନାରୀ ପକ୍ଷରେ ଲଜ୍ଜାଜନକ ହୋଇଥିବାରୁ, ସେ ମସ୍ତକ ଆଚ୍ଛାଦନ କରିବା ଉଚିତ।


Swiv nou:

Piblisite


Piblisite