Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 11:3 - ପବିତ୍ର ବାଇବଲ (CL) NT (BSI)

3 ମୁଁ ତୁମ୍ଭମାନଙ୍କୁ ବୁଝାଇ ଦେବାକୁ ଚାହେଁ ଯେ, ଖ୍ରୀଷ୍ଟ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ, ସ୍ୱାମୀ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ୱର ଖ୍ରୀଷ୍ଟଙ୍କ ମସ୍ତକ ସ୍ୱରୂପ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କିନ୍ତୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକସ୍ଵରୂପ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ଵରୂପ ଓ ଈଶ୍ଵର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ଵରୂପ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା।

Gade chapit la Kopi

ଓଡିଆ ବାଇବେଲ

3 କିନ୍ତୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ୱର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କିନ୍ତୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ବର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ, ଏହା ତୁମ୍ଭେମାନେ ଜାଣ ବୋଲି ମୋହର ଇଚ୍ଛା।

Gade chapit la Kopi

ପବିତ୍ର ବାଇବଲ

3 ମୁଁ ତୁମ୍ଭମାନଙ୍କୁ ଏହା ବୁଝାଇବା ପାଇଁ ଇଚ୍ଛା କରେ: ପ୍ରତ୍ୟେକ ପୁରୁଷଲୋକର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ, ସ୍ତ୍ରୀଲୋକର ମସ୍ତକ ହେଉଛନ୍ତି ପୁରୁଷ ଓ ଖ୍ରୀଷ୍ଟଙ୍କର ମସ୍ତକ ହେଉଛନ୍ତି ପରମେଶ୍ୱର।

Gade chapit la Kopi




୧ କରିନ୍ଥୀୟ 11:3
23 Referans Kwoze  

ହେ ସ୍ତ୍ରୀମାନେ, ତୁମ ସ୍ୱାମୀମାନଙ୍କର ବଶୀଭୂତା ହୁଅ, କାରଣ ଖ୍ରୀଷ୍ଟଙ୍କ ଅନୁଗାମୀ ରୂପେ ଏହା ତୁମ୍ଭମାନଙ୍କର କର୍ତ୍ତବ୍ୟ।


ସେ ତାଙ୍କର ଉପାସକ ମଣ୍ଡଳୀରୂପ ଶରୀରର ମସ୍ତକ; ସେହି ଶରୀରର ସେ ଜୀବନ ଶକ୍ତି। ସମସ୍ତ ବିଷୟରେ ପ୍ରଥମ ସ୍ଥାନ ପାଇବା ପାଇଁ ସେ ମୃତ୍ୟୁରୁ ପ୍ରଥମେ ପୁନରୁତ୍ଥିତ ହୋଇଛନ୍ତି।


କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଓ ଖ୍ରୀଷ୍ଟ ଈଶ୍ୱରଙ୍କର।


ବରଂ ପ୍ରେମରେ ସତ୍ୟ କହି ସର୍ବତୋଭାବରେ ମସ୍ତକ ସ୍ୱରୂପୀ ଖ୍ରୀଷ୍ଟଙ୍କ ସଦୃଶ ହେବା।


ହେ ସ୍ତ୍ରୀମାନେ! ତୁମ୍ଭେମାନେ ସ୍ୱାମୀମାନଙ୍କର ବଶୀଭୂତା ହୁଅ। ତାହାହେଲେ, ଯଦି କୌଣସି ସ୍ୱାମୀ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କରୁ ନ ଥାଏ, ତେବେ ତୁମ୍ର ସଦାଚରଣ ଦ୍ୱାରା ସେହି ବାକ୍ୟ ପ୍ରତି ତାହାର ବିଶ୍ୱାସ ଜନ୍ମିବ। ତୁମେ ପଦେ ହେଲେ କିଛି କହିବା ଆବଶ୍ୟକ ହେବ ନାହିଁ।


ଶରୀରର ମସ୍ତକ ସ୍ୱରୂପ ଖ୍ରୀଷ୍ଟଙ୍କଠାରୁ ସେମାନେ ବିଚ୍ଛିନ୍ନ ହୋଇଛନ୍ତି। ତାଙ୍କ ନିୟନ୍ତ୍ରଣରେ ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକ ସନ୍ଧି ଓ ଶିରା ପ୍ରଶିରା ଦ୍ୱାରା ପରସ୍ପର ସହିତ ସଂଲଗ୍ନ ହୋଇ ପରିପୁଷ୍ଟ ହୁଏ ଏବଂ ଶରୀର ଈଶ୍ୱରଙ୍କ ଅଭିମତ ଅନୁଯାୟୀ ବୃଦ୍ଧି ପାଏ।


ତାଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ତୁମେ ଜୀବନର ପୂର୍ଣ୍ଣତା ଲାଭ କରିପାରିବ। ଅନ୍ୟ ସମସ୍ତ ଶକ୍ତି ଓ ଆଧିପତ୍ୟ ଉପରେ ଖ୍ରୀଷ୍ଟଙ୍କର ପ୍ରଭୁତ୍ୱ ହିଁ ସର୍ବୋଚ୍ଚ।


“ମୁଁ ଯାହା କହିଥିଲି, ଶୁଣିଛ, ‘ମୁଁ ଯାଉଛି, କିନ୍ତୁ ପୁଣି ଫେରି ଆସିବି’। ମୋତେ ଯଦି ପ୍ରେମ କରୁଥାଅ, ମୁଁ ପିତାଙ୍କ ନିକଟକୁ ଯାଉଛି ଶୁଣି ଖୁସି ହେବ; କାରଣ ମୋ’ ପିତା ମୋ’ଠାରୁ ମହାନ।


କେତେକ ଅବିଶ୍ୱାସ କରିବାରୁ, ଯୀଶୁ ସେମାନଙ୍କ ପାଖକୁ ଆସି କହିଲେ, “ସ୍ୱର୍ଗ ଓ ଜଗତର ସମସ୍ତ କର୍ତ୍ତାପଣ ମୋତେ ଦିଆଯାଇଛି।


Swiv nou:

Piblisite


Piblisite