Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 1:7 - ପବିତ୍ର ବାଇବଲ (CL) NT (BSI)

7 ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆବବିର୍ଭାବର ଅପେକ୍ଷାରେ ଥିବା ସମୟରେ ତୁମ୍ଭମାନଙ୍କର କୌଣସି ଆତ୍ମିକ ଆଶୀର୍ବାଦର ଅଭାବ ହୋଇ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଏଣୁ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶ ନିମନ୍ତେ ଅପେକ୍ଷାରେ ଥାଇ କୌଣସି ଅନୁଗ୍ରହ-ଦାନରେ ଊଣା ପଡ଼ୁ ନାହଁ;

Gade chapit la Kopi

ଓଡିଆ ବାଇବେଲ

7 ଏଣୁ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶ ନିମନ୍ତେ ଅପେକ୍ଷାରେ ଥାଇ କୌଣସି ଅନୁଗ୍ରହଦାନର ଊଣା ପଡ଼ୁ ନାହଁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଏଣୁ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶ ନିମନ୍ତେ ଅପେକ୍ଷାରେ ଥାଇ କୌଣସି ଅନୁଗ୍ରହଦାନର ଊଣା ପଡ଼ୁ ନାହଁ;

Gade chapit la Kopi

ପବିତ୍ର ବାଇବଲ

7 ଅତଏବ ଯେତେବେଳେ ତୁମ୍ଭେମାନେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆସିବା ପାଇଁ ଅପେକ୍ଷା କରୁଛ ସେତେବେଳେ ତୁମ୍ଭେମାନେ ତାହାଙ୍କଠାରୁ ସମସ୍ତ ଆତ୍ମିକ ଦାନ ପାଉଛ।

Gade chapit la Kopi




୧ କରିନ୍ଥୀୟ 1:7
25 Referans Kwoze  

ସେ ଯାହାହେଉ, ଆମ୍ଭେମାନେ ସ୍ୱର୍ଗ ରାଜ୍ୟର ପ୍ରଜା। ସ୍ୱର୍ଗରୁ ଆମ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ଆମେ ଆଗ୍ରହରେ ପ୍ରତୀକ୍ଷା କରୁଛୁ।


ତୁମ୍ଭେମାନେ ପ୍ରଭୁଙ୍କ ଦିନର ଅପେକ୍ଷା କରି ରହିବା ବେଳେ, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ନିଜକୁ ପ୍ରସ୍ତୁତ କର। ସେହି ଦିନ ଆକାଶମଣ୍ଡଳ ଜଳି ଧ୍ୱଂସ ପାଇବ। ଆକାଶର ଗ୍ରହ ନକ୍ଷତ୍ରାଦି ପ୍ରଚଣ୍ଡ ତାପରେ ତରଳି ଯିବେ।


ସେହିପରି ଅନେକଙ୍କ ପାପ ଦୂର କରିବାକୁ ଖ୍ରୀଷ୍ଟ ଥରକ ପାଇଁ ବଳି ରୂପେ ଉତ୍ସର୍ଗିତ ହେଲେ। ସେ ଦ୍ୱିତୀୟ ଥର ଆସିବେ। ସେତେବେଳେ ଆଉ ପାପାର ମୂକାବିଲା କରିବା ତାଙ୍କ ସେ ଆସିବେ ନାହିଁ। ସେ ଆସିବେ, ତଙ୍କ ନିମନ୍ତେ ଅପେକ୍ଷା କରୁଥିବାମ ମନୁଷ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଅନନ୍ତ ଜୀବନ ପାଇବା ପାଇଁ ଅପେକ୍ଷା କରୁ କରୁ ଈଶ୍ବରଙ୍କ ପ୍ରେମରେ ସ୍ଥିର ଣୁହ।


ପ୍ରିୟ ବନ୍ଧୁଗଣ, ଏବେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ, କିନ୍ତୁ ଭିବ୍ୟଷ୍ୟତରେ କଅଣ ହେବୁ, ଏକଥା ଅହୁରି ପ୍ରକାଶ ପାଇ ନାହିଁ। ଏତିକି ମାତ୍ର ଆମ୍ଭେମାନେ ଜାଣୁ: ଯେତେବେଳେ ଖ୍ରୀଷ୍ଟ ପୁନର୍ବାର ଆସିବେ, ଆମେ ତାଙ୍କର ପ୍ରକୃତ ସ୍ୱରୂପ ଦେଖି ତାଙ୍କ ପରି ହେବୁ।


ବରଂ ଆନନ୍ଦିତ ହୁଅ, କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କ କ୍ଳେଶଭୋଗର ଅଂଶୀ ହେବାରୁ ତାଙ୍କର ମହିମା ପ୍ରକାଶିତ ହେବା ସମୟରେ ର୍ତୁମ୍ଭମାନେ ଆନନ୍ଦରେ ପରିପୂର୍ଣ୍ଣ ହେବ।


ଅକପଟ ଓ ଧାର୍ମିକ ଜୀବନ ଯାପନ କରିବାକୁ ଆମେ ପ୍ରେରଣା ପାଇଛୁ। ମହାନ୍ ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ ପାଇବାକୁ ଯାଉଛି ସେହି ଦିନର ଅପେକ୍ଷାରେ ଆମ୍ଭେମାନେ ରହିଛୁ।


ସମଗ୍ର ସୃଷ୍ଟି ଆଗ୍ରହ ସହିତ ସେହି ଦିନର ଅପେକ୍ଷାରେ ରହିଛି,


ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେପରି ଘଟିବ।


ଯେତେବେଳେ “ପ୍ରଧାନ ମେଷପାଳକ” ଆଗମନ କରିବେ, ତୁମ୍ଭେମାନେ ଗୌରବର ମୁକୁଟ ପାଇବ। ତା’ର ଜ୍ୟୋତି କେବେ ମ୍ଳାନ ହେବ ନାର୍ହି।


କର୍ମ ସାଧନ କରିବାକୁ ପ୍ରସ୍ତୁତ ହୁଅ। ସଜାଗ ଥାଇ ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବା ସମୟରେ ଯେଉଁ ଆଶୀର୍ବାଦ ତୁମ୍ଭମାନଙ୍କୁ ପ୍ରଦତ୍ତ ହେବ, ତାହା ଉପରେ ନିଶ୍ଚିତ ଭରସା ରଖ।


ଏବେ ମୋର ଧର୍ମପରାୟଣତା ପାଇଁ ବିଜୟର ପୁରସ୍କାର ଗଚ୍ଛିତ ଅଛି। ନିର୍ଦ୍ଦିଷ୍ଟ ଦିବସରେ ନ୍ୟାୟବାନ ବିଚାରପତି ପ୍ରଭୁ ନିଜେ ମୋତେ ସେହି ପୁରସ୍କାର ପ୍ରଦାନ କରିବେ - କେବଳ ମୋତେ ନୁହେଁ; ପ୍ରେମ ଭକ୍ତି ସହ ଯେଉଁମାନେ ତାଙ୍କ ଆଗମନର ଅପେକ୍ଷା କରନ୍ତି, ସମସ୍ତେ ଏହି ପୁରସ୍କାର ଲାଭ କରିବେ।


ଈଶ୍ୱର ତୁମ ଦୁଃଖ ଭୋଗର ଅବସାନ ଘଟାଇ ଆମକୁ ମଧ୍ୟ ଆଶ୍ୱସ୍ତ କରିବେ। ଈଶ୍ୱର ଏହି କାର୍ଯ୍ୟ ସାଧନ କରିବେ, ଯେତେବେଳେ ପ୍ରଭୁ ଯୀଶୁ ତାଙ୍କର ମହାପରାକ୍ରାନ୍ତ ଦୂତମାନଙ୍କ ଗହଣରେ ସ୍ୱର୍ଗରୁ ଅବତରଣ କରିବେ।


ପୁଣି କିପରି ଈଶ୍ୱରଙ୍କ କ୍ରୋଧରୁ ଆମକୁ ରକ୍ଷା କରିବା ପାଇଁ, ମୃତ୍ୟୁରୁ ପୁନରୁତ୍ଥିତ ତାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ପୁନରାଗମନକୁ ତୁମ୍ଭେମାନେ ପ୍ରତୀକ୍ଷା କରି ରହିଛ, ଏ ସବୁ ବିଷୟରେ ସେଠାକାର ଲୋକମାନେ କର୍ତ୍ତବାର୍ତ୍ତା କରୁଛନ୍ତି।


ଖ୍ରୀଷ୍ଟ ହିଁ ତୁମର ଜୀବନ ଏବଂ ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ଗୌରବର ଅଂଶୀ ହୋଇ ପ୍ରକାଶିତ ହେବ।


ତେଣୁ ନିରୂପିତ ସମୟ ପୂର୍ବରୁ ତୁମ୍ଭେମାନେ କାହାରି ବିଚାର କର ନାହିଁ। ଶେଷ ବିଚାର ପ୍ରଭୁଙ୍କର ଆଗମନ ସମୟରେ ହେବ। ସେ ଅନ୍ଧକାରର ଗୋପନୀୟ ବିଷୟସବୁ ଆଲୋକକୁ ଆଣିବେ। ଲୋକମାନଙ୍କ ମନର ଗୁପ୍ତ ସଙ୍କଳ୍ପସବୁ ପ୍ରକାଶ କରିବେ। ସେତେବେଳେ ପ୍ରତ୍ୟେକେ ଈଶ୍ୱରଙ୍କ ନିକଟରୁ ନିଜ ନିଜର ଯଥୋଚିତ ପ୍ରଶଂସା ପାଇବେ।


“ସେହି ସମୟରେ ସ୍ୱର୍ଗରାଜ୍ୟର ଆଗମନ ଏହିପରି ହେବ। “ଦଶଜଣ କୁମାରୀ ପ୍ରତ୍ୟେକ ଗୋଟିଏ ଗୋଟିଏ ଦୀପ ନେଇ ବରକୁ ପାଛୋଟି ଆଣିବାକୁ ଯାଇଥିଲେ।


କେବଳ ଗୋଟିଏ ବିଷୟରେ ଅନ୍ୟାନ୍ୟ ମଣ୍ଡଳୀଠାରୁ ତୁମ୍ଭମାନଙ୍କ ସହିତ ମୋର ବ୍ୟବହାର ଭିନ୍ନ ହୋଇଛି। ଯଦି ଏହା ତୁମ୍ଭମାନଙ୍କ ପ୍ରତି ମୋର ପାତର ଅନ୍ତର ବ୍ୟବହାର, ତେବେ ଏଥିପାଇଁ ମୋତେ ଦୟା କରି କ୍ଷମା କର।


ଆମ୍ଭେମାନେ ଈଶ୍ୱରଙ୍କ ପ୍ରଥମ ଦାନ ସ୍ୱରୂପ ପବିତ୍ରଆତ୍ମାଙ୍କୁ ପାଇଛୁ; ତଥାପି ଈଶ୍ୱରଙ୍କ ପରିବାରଭୁକ୍ତ ହୋଇ ସର୍ବତୋଭାବେ ମୁକ୍ତି ପାଇବା ପାଇଁ ଆମେ ମଧ୍ୟ ଅପେକ୍ଷା କରି ଅନ୍ତରରେ ଆର୍ତ୍ତନାଦ କରୁଛୁ।


କିନ୍ତୁ ଆମେ ଆଶା ପୋଷଣ କରୁଛୁ ଯେ, ଈଶ୍ୱର ଆମକୁ ତାଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ବିବେଚିତ କରିବେ; ଆମ ବିଶ୍ୱାସର ଫଳ ସ୍ୱରୂପ, ଆମ ଭିତରେ କାର୍ଯ୍ୟ କରୁଥିବା ପରମାତ୍ମାଙ୍କ ଶକ୍ତି ଦ୍ୱାରା ଏହା ସାଧିତ ହେବ ବୋଲି ଅପେକ୍ଷା କରି ରହିଛୁ।


Swiv nou:

Piblisite


Piblisite