Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 1:2 - ପବିତ୍ର ବାଇବଲ (CL) NT (BSI)

2 କରିନ୍ଥ ନଗରସ୍ଥ ଈଶ୍ୱରଙ୍କ ମଣ୍ଡଳୀକୁ ଏ ପତ୍ର ଲେଖୁଛନ୍ତି:- ଯେଉଁମାନେ ଈଶ୍ୱରଙ୍କ ପବିତ୍ର ଲୋକ ହେବା ନିମନ୍ତେ ଆହୂତ ଓ ଯୀଶୁ ଖ୍ରୀଷ୍ଟଙ୍କ ସହ ମିଳିତ ହେବା ଦ୍ୱାରା ଈଶ୍ୱରଙ୍କ ହୋଇ ଅଛନ୍ତି ଏବଂ ସର୍ବତ୍ର ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପାସନା କରୁଛନ୍ତି:

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 କରିନ୍ଥରେ ଥିବା ଈଶ୍ଵରଙ୍କ ମଣ୍ତଳୀ ନିକଟକୁ ଲେଖୁଅଛନ୍ତି; ଯେଉଁମାନେ ସର୍ବତ୍ର, ସେମାନଙ୍କ ଓ ଆମ୍ଭମାନଙ୍କ ସ୍ଥାନରେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରନ୍ତି, ସେସମସ୍ତଙ୍କ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ରୀକୃତ ଓ ଆହୂତ ସାଧୁ ଯେ ତୁମ୍ଭେମାନେ,

Gade chapit la Kopi

ଓଡିଆ ବାଇବେଲ

2 କରିନ୍ଥରେ ଥିବା ଈଶ୍ୱରଙ୍କ ମଣ୍ଡଳୀ ନିକଟକୁ; ଯେଉଁମାନେ ସର୍ବତ୍ର, ସେମାନଙ୍କ ଓ ଆମ୍ଭମାନଙ୍କ ସ୍ଥାନରେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ରୀକୃତ ଓ ଆହୂତ ସାଧୁ ଯେ ତୁମ୍ଭେମାନେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 କରିନ୍ଥ ସହରରେ ଥିବା ଈଶ୍ବରଙ୍କ ମଣ୍ଡଳୀ ନିକଟକୁ ପତ୍ର; ଯେଉଁମାନେ ସର୍ବତ୍ର, ସେମାନଙ୍କ ଓ ଆମ୍ଭମାନଙ୍କ ସ୍ଥାନରେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ରୀକୃତ ଓ ଆହୂତ ସାଧୁ ଯେ ତୁମ୍ଭେମାନେ,

Gade chapit la Kopi

ପବିତ୍ର ବାଇବଲ

2 କରିନ୍ଥଠାରେ ଥିବା ପରମେଶ୍ୱରଙ୍କ ମଣ୍ଡଳୀ, ପୁଣି ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ର କରାଯାଇଛନ୍ତି ସେମାନଙ୍କ ନିକଟକୁ ଏହି ପତ୍ର ଲେଖା ଯାଉଅଛି। ତୁମ୍ଭେମାନେ ଈଶ୍ୱରଙ୍କ ପବିତ୍ର ଲୋକ ହେବା ନିମନ୍ତେ ଆହୂତ ହୋଇଅଛ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସର୍ବତ୍ର ଯେଉଁମାନେ ବିଶ୍ୱାସ କରନ୍ତି ଏପରି ସବୁ ଖ୍ରୀଷ୍ଟବିଶ୍ୱାସୀଙ୍କ ସହିତ ତୁମ୍ଭେମାନେ ଆହୂତ ହୋଇଅଛ।

Gade chapit la Kopi




୧ କରିନ୍ଥୀୟ 1:2
45 Referans Kwoze  

ସୁତରାଂ ରୋମର ଯେଉଁମାନଙ୍କୁ ଈଶ୍ୱର ପ୍ରେମ କରନ୍ତି ଓ ତାଙ୍କ ନିଜ ଲୋକ ହେବା ପାଇଁ ଆହ୍ୱାନ କରିଛନ୍ତି, ସେ ସମସ୍ତଙ୍କୁ ମୁଁ ଏ ପତ୍ର ଲେଖୁଛି। ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।


କିନ୍ତୁ ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରିଛନ୍ତି ଓ ସେହି ଖ୍ରୀଷ୍ଟଙ୍କୁ ହିଁ ଆମ୍ଭମାନଙ୍କ ଜ୍ଞାନ ସ୍ୱରୂପ କରିଛନ୍ତି। ତାଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଆମର ଯଥାର୍ଥ ସମ୍ପର୍କ ପୁନଃପ୍ରତିଷ୍ଠିତ ହୋଇଛି, ଆମେ ଧାର୍ମିକ ଓ ପବିତ୍ର ଲୋକ ହୋଇ ମୁକ୍ତି ପାଇଛୁ।


ତୁମକୁ ସେମାନଙ୍କର ଚକ୍ଷୁ ଖୋଲି ଦେବାକୁ ପଡ଼ିବ ଓ ସେମାନଙ୍କୁ ଅନ୍ଧାରରୁ ଆଲୋକକୁ ଓ ଶୟତାନର କବଳରୁ ପ୍ରଭୁଙ୍କ ପ୍ରତି ଫେରାଇ ଆଣିବାକୁ ହେବ, ଯେପରି ମୋ’ଠାରେ ବିଶ୍ୱାସ କରିବା ଦ୍ୱାରା ସେମାନଙ୍କର ପାପ କ୍ଷମା ହେବ ଓ ପ୍ରଭୁଙ୍କ ମନୋନୀତ ଲୋକମାନଙ୍କ ମଧ୍ୟରେ ସେମାନେ ସ୍ଥାନ ପାଇବେ’।


ସେହିପରି ଯୀଶୁ ମଧ୍ୟ ନିଜ ରକ୍ତ ଦ୍ୱାରା ଲୋକମାନଙ୍କୁ ପାପରୁ ପରିଶୁଦ୍ଧ କରିବାପାଇଁ ନଗର ବାହାରେ ମୃତ୍ୟୁ ଭୋଗ କଲେ।


ଈଶ୍ୱର ଆମ୍ଭମାନଙ୍କୁ ଅଶୁଚି ଜୀବନଯାପନ କରିବା ପାଇଁ ଆହ୍ୱାନ କରି ନାହାନ୍ତି - ପବିତ୍ର ହୋଇ ରହିବା ପାଇଁ ଆମେ ଆହୂତ।


ଅତଏବ ଈଶ୍ୱର ଏହି ସମସ୍ତ ବଳିଦାନ ଅଗ୍ରାହ୍ୟ କରି ତା’ ପରିବର୍ତ୍ତେ ଖୀଷ୍ଟଙ୍କ ବଳିଦାନ ଗ୍ରହଣ କଲେ। ଯୀଶୁ ଖୀଷ୍ଟ ଥରେ ମାତ୍ର ଓ ଚିରକାଳ ପାଇଁ ନିଜ ଶରୀରକୁ ଉତ୍ସର୍ଗ କରି ଈଶ୍ୱରଙ୍କ ଇଚ୍ଛା ସାଧନ କରିଥିବାରୁ, ତାଙ୍କର ସେହି ପ୍ରାୟଶ୍ଚିତ ଯୋଗୁଁ ଆମେ ସମସ୍ତେ ପାପରୁ ପରିଷ୍କୃତ ହୋଇଛୁ।


ଆମେ ନିଗକୁ ପ୍ରଚାର କରୁ ନାହୁଁ, କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଏବଂ ଯୀଶୁଙ୍କୁ ପାଇଁ ନିଜ ନିଜକୁ ତୁମର ସେବକ ବୋଲି ପ୍ରଚାର କର,


ଆଉ ସେ ମୁଖ୍ୟ ଯାଜକମାନଙ୍କଠାରୁ କ୍ଷମତା ପତ୍ର ନେଇ, ଦାମାସ୍କସ୍ରେ ଆପଣଙ୍କ ଉପାସନକମାନଙ୍କୁ ଧରି ନେଇ ଯିବା ପାଇଁ ଆସିଛି।”


ତାଙ୍କ ପୋଷାକ ଉପରେ ଓ ଉରୁଦେଶରେ ଲେଖା ହୋଇଥିଲା, “ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।”


ଯେଉଁମାନେ ଈଶ୍ୱରଙ୍କ ଦ୍ୱାରା ଦ୍ୱାରା ଆହୂତ ଓ ତାଙ୍କର ପ୍ରିୟ ପାତ୍ର ଏବଂ ଯୀଶୁ ଖ୍ରୀଷ୍ଟଙ୍କସେବକ ଓ ଯାକୁବଙ୍କ ଭ୍ରାତା ଯିହୂଦାଙ୍କ ପତ୍ର:-


ସେ ମନୁଷ୍ୟମାନଙ୍କୁ ପାପରୁ ଶୁଚି କରନ୍ତି। ପୁଣି, ତାଙ୍କର ତଥା ତାଙ୍କ ଦ୍ୱାରା ପବିତ୍ରୀକୃତ ମନୁଷ୍ୟମାନଙକର ପିତା ଏକ। ସେଥିପାଇଁ ଯୀଶୁ ସେମାନଙ୍କୁ ଭ୍ରାତା ବୋଲି ସମ୍ବୋଧନ କରିବାକୁ ଲଜ୍ଜିତ ନୁହଁନ୍ତି।


ଆମ ନିଜ ସତ୍କର୍ମର ପୁରସ୍କାର ସ୍ୱରୂପ ସେ ଆମ୍ଭମାନଙ୍କୁ ଆହ୍ୱାନ କରି ନାହାନ୍ତି - କେବଳ ତାଙ୍କ ଅନୁଗ୍ରହରେ ତାଙ୍କର ଉଦ୍ଦେଶ୍ୟ ସାଧନ ନିମିତ୍ତ ଆମ୍ଭମାନଙ୍କୁ ତାଙ୍କ ପ୍ରିୟଜନ ହେବା ପାଇଁ ମନୋନୀତ କରିଛନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କର୍ତ୍ତୃକ ଅନାଦି କାଳରୁ ଈଶ୍ୱର ଆମ୍ଭମାନଙ୍କୁ ଏହି ଅନୁଗ୍ରହର ପାତ୍ର କରି ରଖିଥିଲେ;


କିନ୍ତୁ ଯଦି ମୋର ଆସିବା ବିଳମ୍ବ ହେବ, ଜୀବନ୍ତ ଈଶ୍ୱରଙ୍କ ପରିବାର ସ୍ୱରୂପେ ଏହି ଉପାସକ ମଣ୍ଡଳୀରେ ଆମକୁ କିପରି ଆଚରଣ କରିବାକୁ ହେବ, ଏହି ପତ୍ରରୁ ତାହା ତୁମେ ଜାଣି ପାରିବ। ଏହି ମଣ୍ଡଳୀ ହିଁ ସନାତନ ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ।


ଥେସଲନିକାରେ ଆମ୍ଭମାନଙ୍କର ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପାସକ ମଣ୍ଡଳୀ ନିକଟକୁ ପାଉଲ, ଶୀଲା ଓ ତୀମଥିଙ୍କର ଏହି ପତ୍ର।


ପାଉଲ, ସିଲ୍ୱାନ ଓ ତୀମଥିଙ୍କ ନିକଟରୁ ଥେସଲନିକାରେ ଥିବା ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ୱାସୀ ମଣ୍ଡଳୀକୁ ଏହି ପତ୍ର। ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରଦତ୍ତ ହେଉ।


ଖ୍ରୀଷ୍ଟ ମଣ୍ଡଳୀକୁ ଜଳରେ ପରିଷ୍କୃତ କରି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ,


ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ନିଯୁକ୍ତ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପାଇଲ ମଣ୍ଡଳୀ ଏବଂ ଆଖାୟା ଦେଶର ସମସ୍ତ ବିଶ୍ୱାସୀ ନିକଟକୁ ଏହି ପତ୍ର ଲେଖୁ ଅଛନ୍ତି।


ତଥାପି ଆମର ଆରାଧ୍ୟ ଈଶ୍ୱର ଏକମାତ୍ର। ସେ ପିତା, ତାଙ୍କ ଦ୍ୱାରା ସମସ୍ତ ବିଷୟ ସୃଷ୍ଟ ଓ ତାଙ୍କ ପାଇଁ ଆମେ ବଞ୍ଚିଛୁ। ପୁଣି ଆମର ଜଣେ ମାତ୍ର ପ୍ରଭୁ: ଯୀଶୁ ଖ୍ରୀଷ୍ଟ। ତାଙ୍କ କର୍ତ୍ତୃକ ସମସ୍ତ ବିଷୟ ସୃଷ୍ଟି ହୋଇଛି ଏବଂ ତାଙ୍କଠାରେ ଆମେ ବଞ୍ଚିଛୁ।


କୌଣସି ଭେଦାଭେଦ ନ ଥାଇ, ଏ କଥା ଇହୁଦୀ, ଅଣଇହୁଦୀ ସମସ୍ତଙ୍କ ପ୍ରତି ପ୍ରଯୁଜ୍ୟ। କେବଳ ଈଶ୍ୱର ସମସ୍ତଙ୍କର ପ୍ରଭୁ। ଯେଉଁମାନେ ତାଙ୍କର ସାହାଯ୍ୟ ପ୍ରାର୍ଥନା କରନ୍ତି, ସେମାନଙ୍କୁ ସେ ପ୍ରଚୁର ଆଶୀର୍ବାଦ ଦିଅନ୍ତି।


କେବଳ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଲୋକେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୁଅନ୍ତି। ଈଶ୍ୱର କାହା ପ୍ରତି ପକ୍ଷପାତିତା ନ କରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ଏହି ସୁଯୋଗ ଦିଅନ୍ତି।


ଆଉ କାହିଁକି ବିଳମ୍ବ କରୁଛ? ଆସ, ଜଳଦୀକ୍ଷା ଗ୍ରହଣ କର ଓ ତାଙ୍କଠାରେ ପ୍ରାର୍ଥନା କରିବା ଦ୍ୱାରା ତୁମର ପାପ ସବୁ ପ୍ରକ୍ଷାଳିତ ହେଉ।”


ଏହାପରେ ପାଉଲ ଆଥେନ୍ସ୍ ଛାଡ଼ି କରିନ୍ଥକୁ ଗଲେ।


ସେମାନଙ୍କ ଓ ଆମ୍ଭମାନଙ୍କ ମଧ୍ୟରେ ସେ କୌଣସି ପାର୍ଥକ୍ୟ ରଖିନାହାନ୍ତି। ସେମାନଙ୍କ ବିଶ୍ୱାସ ହେତୁ ସେ ସେମାନଙ୍କ ପାପ କ୍ଷମା କରିଛନ୍ତି।


ତୁମ୍ଭେମାନେ ଜାଣିଛ ଯେ ଈଶ୍ୱର ଇଶ୍ରାଏଲୀୟମାନଙ୍କ ନିକଟକୁ ଯେଉଁ ବାର୍ତ୍ତା ପ୍ରେରଣ କରିଥିଲେ, ତାହା ହିଁ ଯୀଶୁଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଶାନ୍ତିର ବାର୍ତ୍ତା।


ଯେଉଁମାନେ ତାଙ୍କ କଥା ଶୁଣିଲେ, ସେମାନେ ଆଚମ୍ବିତ ହୋଇ ପଚାରିଲେ, “”ଯିରୂଶାଲମରେ ଯୀଶୁ ନାମକ ବ୍ୟକ୍ତିର ଉପାସକମାନଙ୍କୁ ଯେଉଁ ଲୋକ ହତ୍ୟା କରୁଥିଲା, ଏ କ’ଣ ସେହି ନୁହେଁ? ସେମାନଙ୍କୁ ମୁଖ୍ୟ ଯାଜକମାନଙ୍କ ନିକଟକୁ ଧରି ନେଇ ଯିବା ଉଦ୍ଦେଶ୍ୟରେ ସେ କ’ଣ ଏଠାକୁ ଆସି ନ ଥିଲା?”


ଯେଉଁମାନେ ନିର୍ମଳ ହୃଦୟରେ ଈଶ୍ୱରଙ୍କ ସାହାଯ୍ୟ ପ୍ରାର୍ଥନା କରୁଥାନ୍ତି, ସେମାନଙ୍କ ସଂସ୍ପର୍ଶରେ ରହି ତୁମେ ଯୌବନର ଉତ୍ତେଜନାଗୁଡ଼ିକୁ ଆୟତ୍ତ କର - ପୁଣି ଧାର୍ମିକତା, ବିଶ୍ୱସ୍ତତା, ପ୍ରେମ ଓ ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କର।


ହନନିୟ କହିଲେ, “ପ୍ରଭୁ, ଏହି ବ୍ୟକ୍ତି ଯିରୂଶାଲମରେ ଆପଣଙ୍କ ଲୋକମାନଙ୍କ ପ୍ରତି ଯେଉଁ ନୃଶଂସ କାର୍ଯ୍ୟ ସବୁ କରିଛ, ସେ ସମ୍ପର୍କରେ ଅନେକ ଲୋକ ମୋତେ ଜଣାଇଛନ୍ତି।


ଯେଉଁମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ କରିବା ପାଇଁ ଆହୂତ ଓ ଈଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କ ନିମନ୍ତେ ସବୁ ବିଷୟ ମଙ୍ଗଳଜନକ ହୁଏ।


ତୁମ୍ଭେମାନେ ଅନ୍ୟ ଦେଶୀୟ, ଇହୁଦୀ କିମ୍ବା ଈଶ୍ୱରଙ୍କ ମଣ୍ଡଳୀ, କାହାରି ବିଘ୍ନ ସ୍ୱରୂପ ହୁଅ ନାହିଁ।


ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର। ତୁମ୍ଭେମାନେ ପ୍ରତ୍ୟେକେ ସେହି ଶରୀରର ଗୋଟିଏ ଗୋଟିଏ ଅଙ୍ଗ।


ଉପାସନାରେ ଈଶ୍ୱର ପରାୟଣ ବ୍ୟକ୍ତିମାନେ ହସ୍ତ ଉତ୍ତୋଳନ କରି ପ୍ରାର୍ଥନା କରିବା ବେଳେ ମନରୁ ସବୁ ପ୍ରକାର କ୍ରୋଧ ଓ ବିଦ୍ୱେଷ ଭାବ ବର୍ଜ୍ଜନ କରନ୍ତୁ।


କିନ୍ତୁ ଈଶ୍ୱର ଯେଉଁ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛନ୍ତି, ତାକୁ କେହି ଦୋହଲାଇ ପାରିବେ ନାହିଁ। ସେହି ଭିତ୍ତିପ୍ରସ୍ତର ଉପରେ ଖୋଦିତ ହୋଇଛି: “ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ଜାଣନ୍ତି - ଯେ ନିଜକୁ ଈଶ୍ୱରଙ୍କ ଲୋକ ବୋଲି ପରିଚୟ ଦିଏ, ସେ ସବୁ ଦୁଷ୍କର୍ମରୁ ବିମୁଖ ହେଉ।”


Swiv nou:

Piblisite


Piblisite