ପର୍କାସିତ 20:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ମଲାତେଇଅନି ପର୍ତମେ ଜେତ୍କି ଲକ୍କେ ଉଟାଇରଇଲାଇ, ସେମନ୍ କେଡେକ୍ କରମର୍ ଲକ୍ । ପଚର୍ ମରନ୍ ତାକର୍ ଉପ୍ରେ ସାସନ୍ ନ କରେ । ସେମନ୍ ପର୍ମେସରର୍ ଆରି କିରିସ୍ଟର୍ ପୁଜାରି ଅଇବାଇ । ସେମନ୍ ତାକର୍ ସଙ୍ଗ୍ ଅଜାର୍ବରସ୍ ଜାକ ସାସନ୍ କର୍ବାଇ । Gade chapit la |
ତାର୍ପଚେ ସର୍ଗେଅନି ମୁଇ ଏନ୍ତାରି ସୁନ୍ଲି । “ଏଟା ଲେକି ସଙ୍ଗଇର । ଏବେଅନି ମାପ୍ରୁଟାନେ ମିସ୍ଲାପଚେ ମରିଜିବାଇ ସେ ଲକ୍ମନ୍ କେଡେକ୍ କରମର୍ ଲକ୍ । ଉଁ ବଲି ଆତ୍ମା କଇଲାନି । ଏଟା ସତଇସେ ଗଟ୍ସି, ତାକର୍ ଆବଡ୍ କାମେଅନି ଚନେକ୍ ପୁଣ୍ଡ୍ବାକେ ସେଟା ତାକର୍ ବେଲା ରଇସି । କାଇକେବଇଲେ ସେମନ୍ କରିରଇବା ନିକ କାମର୍ ଲାଗି ସେମନ୍ ପୁରୁସ୍କାର୍ ପାଇବାଇ ।”
ସେଟାର୍ ପାଇ ଏ ବାଇବଇନିମନ୍, ଆମର୍ ଉପ୍ରେ ପରମେସରର୍ ବଡ୍ ଜିବନ୍ଦୁକାନିର୍ ଲାଗି, ତମ୍କେ ମୁଇ ବାବୁଜିଆ କଲିନି, ପରମେସରର୍ ଲଗେ ଗଟେକ୍ ବଲି ଇସାବେ ନିଜର୍ ଜିବନ୍ ସର୍ପିଦିଆସ୍ । ଏନ୍ତାରି ବଲି ଅଇବାଟା ମର୍ବାକେ ନଏଁ, ମାତର୍ ତାର୍ ସେବାକର୍ବାକେ ନିଜେ ସର୍ପି ଅଇବାଟା । ସେନ୍ତି ଅଇଲେ ପର୍ମେସର୍ ସାର୍ଦା ଅଇସି । ପର୍ମେସର୍କେ ଏ ରକାମ୍ ଉପାସନା କର୍ବାର୍ ଆଚେ ।
ମାତର୍ ଜେ ମର୍ସଙ୍ଗ୍ ଆଇବାକେ ଡର୍ବାଇ, ଆରି ବିସ୍ବାସ୍ ନ କରତ୍, ଜାର୍ ଚଲାଚଲ୍ତି କାରାପ୍, ଜେ କି ନର୍ମାରୁମନ୍ ଆଚତ୍, ଜନ୍ ଲକ୍ମନ୍ କାରାପ୍ ରିତିନିତି ଅବିଆସ୍ କର୍ବାଇ, ଜନ୍ଲକ୍ମନ୍ ମଁତର୍ ଜଁତର୍ କର୍ବାଇ ଆରି ଜନ୍ ଲକ୍ମନ୍ ମିଚ୍ ଦେବ୍ତାମନ୍କେ ଜୁଆର୍ କର୍ବାଇ, ଆରି ଜେତ୍କି ସବୁ ମିଚୁଆମନ୍ ରଇବାଇ, ତାକର୍ ସେସର୍ ବେଲା ଏନ୍ତାରି ଅଇସି । ସେମନ୍କେ ଲାଗ୍ତେରଇବା ଗନ୍ଦ୍ଟାନେ ପିଙ୍ଗା ଅଇସି । ସେଟା ଅଇଲାନି ପଚର୍ ମରନ୍ ।