ପର୍କାସିତ 11:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 ବାସ୍ତା ପିନ୍ଦିରଇବା ଦୁଇଟା ସାକିମନ୍କେ ମୁଇ ପାଟାଇବି । ସେ ବାରସ ସାଟେଦିନ୍ ମୁଇ ସେମନ୍କେ କଇଲାଟା ଜାନାଇବାଇ । Gade chapit la |
ମୁଇ ତାକେ ଜୁଆର୍ କର୍ବି ବଲି ତାର୍ ଗଡେ ଡାଣ୍ଡାସନ୍ ପଡ୍ଲି, ମାତର୍ ସେ ମକେ କଇଲା, “ନିଚୁ, ମୁଇ ଆରି ତର୍ ସଙ୍ଗର୍ ବିସ୍ବାସି ବାଇମନ୍ ଜେତ୍କି ଲକ୍ ଆମେ ସବୁ ଜିସୁ ଜାନାଇରଇବା ସତ୍ ଦାରିଆଚୁ, ଆମେ ସବୁ ଅବ୍କା ଦାଙ୍ଗ୍ଡାମନ୍, ପର୍ମେସର୍କେ ଜୁଆର୍ କରା । କାଇକେବଇଲେ ଜିସୁ ଜନ୍ ସତ୍ ଜାନାଇଆଚେ, ସେଟାସେ ବବିସତ୍ ବକ୍ତାମନ୍କେ କାତାଅଇବାକେ ବପୁଦେଲାଆଚେ ।”
ତାର୍ପଚେ ମୁଇ କେତେଟା ବସ୍ବା ଜାଗାମନ୍ ଦେକ୍ଲି । ଜେତ୍କି ଲକ୍ ବସ୍ବା ଜାଗାଇ ବସିରଇଲାଇ, ସେମନ୍କେ ନିଆଇ କର୍ବାକେ ବପୁ ଦିଆଅଇରଇଲା । ଆରି ତାଡ୍ନା ପାଇ ମରାଇଅଇରଇବା ଆତ୍ମାମନ୍କେ ଦେକ୍ଲି । ଜିସୁ ଜାନାଇରଇଲା ସତ୍ ଆରି ପର୍ମେସରର୍ ବାକିଅ ସେମନ୍ ଜାନାଇରଇଲାଇ । ପସୁକେ କି ତାର୍ ମୁର୍ତିକେ ସେମନ୍ ଜୁଆର୍ କରତ୍ନାଇ । ପସୁର୍ ଚିନ୍ ତାକର୍ କାପାଲେ କି ତାକର୍ ଆତେ ଗଦିଅଅତ୍ ନାଇ । ସେମନ୍ ଜିବନ୍ ପାଇଲାଇ ଆରି ଅଜାର୍ ବରସ୍ଜାକ କିରିସ୍ଟସଙ୍ଗ୍ ରାଜା ଇସାବେ ସାସନ୍ କଲାଇ ।
କିରିସ୍ଟର୍ ଏ ଗାଗ୍ଡେ ପର୍ମେସର୍ ବିନ୍ ବିନ୍ ଲକ୍ମନ୍କେ ବିନ୍ ବିନ୍ କାମ୍ ଦେଲାଆଚେ । ପର୍ତୁମ୍ ପେରିତ୍ ଇସାବେ ବାଚ୍ଲା ଲକ୍, ତାର୍ ପଚେ ବବିସତ୍ କାତା କଇବା ଲକ୍ମନ୍କେ, ସିକାଉମନ୍କେ, କାବାଅଇଜିବା କାମ୍ କର୍ବା ଲକ୍କେ, ନିକ କର୍ବା ଲକ୍ମନ୍କେ, ସାଇଜ କର୍ବା ଲକ୍ମନ୍କେ, ନେତା ଇସାବେ ଦାଇତ୍ ନେବାକେ, ଆରି ନାଜାନ୍ଲା ବାସାଇ କାତା କଇବା ଲକ୍ମନ୍କେ ବାଚ୍ଲା ଆଚେ ।
“ଏ କରାଜିନର୍ ଲକ୍ମନ୍, ତମେ କେଡେ ଇନସ୍ତା ଅଇ ଡଣ୍ଡ୍ ପାଇସା ! ଏ ବେତ୍ସାଇଦାର୍ ଲକ୍ମନ୍, ତମର୍ ଦସା ମିସା ସେନ୍ତିସେ । ତମର୍ ବିତରେ ଜନ୍ କାବାଅଇଜିବା କାମ୍ମନ୍ କରାଅଇଲାଆଚେ, ସେଟା ସବୁ ଜଦି ମୁଇ ସର ଆରି ସିଦନ୍ ଗଡେ କରି ରଇଲେ, ସେ ଗଡର୍ ଲକ୍ମନ୍ ପାପେଅନି ବାଅଡ୍ଲୁ ବଲି ଦେକାଇବାକେ ଗାଗ୍ଡେ ଚାର୍ ଡାଲିଅଇ, ବାସ୍ତା ପିନ୍ଦିକରି ମନ୍ ବାଦ୍ଲାଇତାଇ ।”