ଲୁକ୍ 24:44 - ସତିଅର୍ ବାଟ୍ ନୁଆ ନିୟମ୍ 202044 ଜିସୁ ସେମନ୍କେ କଇଲା, “ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ କଇଲା କାତା ଆରି ଗିତ୍ସଙ୍ଗିତା ବଇଟାନେ କାଇକାଇଟା ଲେକା ଅଇଲାଆଚେ ସେ ସବୁ, ସତ୍ ଅଇବାର୍ ରଇଲା । ମୁଇ ତମର୍ ସଙ୍ଗ୍ ରଇଲାବେଲେ ଏ ସବୁ କାତା ତମ୍କେ କଇରଇଲି ।” Gade chapit la |
ମୁଇ ତାକେ ଜୁଆର୍ କର୍ବି ବଲି ତାର୍ ଗଡେ ଡାଣ୍ଡାସନ୍ ପଡ୍ଲି, ମାତର୍ ସେ ମକେ କଇଲା, “ନିଚୁ, ମୁଇ ଆରି ତର୍ ସଙ୍ଗର୍ ବିସ୍ବାସି ବାଇମନ୍ ଜେତ୍କି ଲକ୍ ଆମେ ସବୁ ଜିସୁ ଜାନାଇରଇବା ସତ୍ ଦାରିଆଚୁ, ଆମେ ସବୁ ଅବ୍କା ଦାଙ୍ଗ୍ଡାମନ୍, ପର୍ମେସର୍କେ ଜୁଆର୍ କରା । କାଇକେବଇଲେ ଜିସୁ ଜନ୍ ସତ୍ ଜାନାଇଆଚେ, ସେଟାସେ ବବିସତ୍ ବକ୍ତାମନ୍କେ କାତାଅଇବାକେ ବପୁଦେଲାଆଚେ ।”
ମସାର୍ ନିୟମ୍ ଅବ୍କା ଗଟେକ୍ ବାନା ପାରା ରଇଲା । ଜନ୍ ନିକ ଆସିର୍ବାଦ୍ କିରିସ୍ଟ ଆମ୍କେ ଦେଇସି, ସେ ଆସିର୍ବାଦର୍ ଗୁନ୍ଚଲନ୍ ତେଇ ଡିସ୍ତେରଇଲା । ମାତର୍ ସେଟା ଆସିର୍ବାଦର୍ ସମାନ୍ ନଏଁ । ତେବର୍ପାଇ ନିୟମ୍ ମାଙ୍ଗ୍ଲା ଇସାବେ, ସେମନ୍ ସବୁ ବର୍ସେ ବଲି ସର୍ପାଇ ଅଇତେରଇଲାଇ । ମାତର୍ ସେ ସବୁ ବଲି ସରପ୍ବାଟା ପର୍ମେସର୍ଟାନେ ଆଇବା ଲକ୍ମନ୍କେ ସିଦ୍ କରିନାପାର୍ଲା ।
ଏ ମଲ୍କିସେଦକ୍ ସାଲେମ୍ ରାଇଜର୍ ରାଜା ରଇଲା । ସେ ସବୁର୍ଟାନେଅନି ଉପ୍ରେ ରଇବା ପର୍ମେସରର୍ ପୁଜାରି ରଇଲା । ଚାର୍ଟା ରାଜାମନ୍କେ ଜୁଇଦେ ଆରାଇକରି ବାଉଡ୍ଲାବେଲେ ମଲ୍କିସେଦକ୍ ଅବ୍ରାଆମ୍କେ ବେଟ୍ ଅଇବାର୍ ଗାଲା ଆରି ତାକେ ଆସିର୍ବାଦ୍ କଲା । ସେଡ୍କିବେଲେ ଜୁଇଦେ ଜିତିକରି ତେଇର୍ ଜେତ୍କି କାଇକାଇଟା ନେଇକରି, ନିଜର୍ଟା କରିରଇଲା, ତେଇଅନି ଦସ୍ବାଗେ ଅନି ଗଟେକ୍ବାଗ୍ ଅବ୍ରାଆମ୍ ତାକେ ଦେଲା ।