9 ଏ ଆଲାଦର୍ ମଇତର୍ମନ୍, ମୁଇ ଏନ୍ତାରି କଇତେରଇଲେ ମିସା ତମେ ସେନ୍ତାରି ନୁଆସ୍ ବଲି ମୁଇ ଜାନି । ତମେ ଆଗ୍ତୁଅନି ବିସ୍ବାସ୍ କଲାସ୍ନି ଆରି ତମର୍ ଚଲାଚଲ୍ତି ନିକ ଆଚେ । ଏ ସବୁ ତମେ ମୁକ୍ତି ପାଇରଇବା ଗଟେକ୍ ଚିନ୍ ।
ମାତର୍ ଆମେ ପର୍ମେସର୍କେ ନ ମାନିକରି ତାର୍ ତେଇଅନି ବେଗ୍ଲି ଜିବା ଲକ୍ ନଉଁ । ମାତର୍ ଆମେ ବିସ୍ବାସ୍ କରି ରକିଆ ପାଇଲା ଲକ୍ମନର୍ ସଙ୍ଗ୍ ଆଚୁ ।
ତେବେ ଏନ୍ତାରି ରଇବା ବଡ୍ ମୁକ୍ତି ଆମେ ଏଲା କରିଦେଲେ କେନ୍ତି ରକିଆ ପାଇବାର୍ ଅଇସି ? ଏ ମୁକ୍ତିର୍ ବିସଇ ପର୍ତମେ ମାପ୍ରୁ ନିଜେ ଜାନାଇ ଆଚେ ଆରି ତାର୍ଟାନେଅନି ସୁନିରଇବା ଲକ୍ମନ୍ ତେଇର୍ ସତ୍ ଆମର୍ଟାନେ ପର୍ମାନ୍ କରି ଜାନାଇ ଆଚତ୍ ।
କାଇକେବଇଲେ ଜଦି ଗଟେକ୍ ଲକର୍ ଦୁକ୍ ପର୍ମେସରର୍ ମନ୍ କଲା ଇସାବେ ଆଇସି, ସେଟା ନିଜର୍ ପାପ୍ କଲାଟା ମାନିଅଇକରି, ମନ୍ ବାଉଡାଇବାକେ ଲଡାକେ ଆଇସି । ତେଇ କାଇ ମିସା ଦୁକ୍ ନାଇ । ମାତର୍ ମୁନୁସ୍ମନର୍ ଟାନେଅନି ଅଇବା ଦୁକ୍ ମରନ୍ବାଟେ ଡାକିନେଇସି ।
ଆରି ବନ୍ଦି ଗରେ ରଇବା ତମର୍ ସଙ୍ଗାରିମନ୍କେ ଦୟା ଦେକାଇଲାସ୍ । ତମର୍ଟାନେ ଜେତ୍କି ରଇଲାଟା ସେମନ୍ ମାର୍ଦାର୍ କରି ନେଲାବେଲେ, ତମେ ସାର୍ଦାସଙ୍ଗ୍ ମୁର୍ଚି ରଇଲାସ୍ । କାଇକେବଇଲେ, ତମ୍କେ ତାର୍ତେଇଅନି ନିକଟା ଆରି ନ ସାର୍ବା ଦିନ୍ ଜାକ ରଇବା ଦନ୍ସଁପତି ଆଚେ ବଲି ଜାନିରଇଲାସ୍ ।
ସେ ପର୍ମେସରର୍ କାତା ମାନ୍ଲାକେ ପୁରାପୁରୁନ୍ ସିଦ୍ ଅଇଲା । ତାକେ ବିସ୍ବାସ୍ କର୍ବା ଲକ୍ମନ୍କେ କେବେ ନ ସାର୍ବା ମୁକ୍ତି ଦେବା ଲକ୍ ଅଇଲା ।
ସେଟାର୍ ପାଇ ଏ ମର୍ ଆଲାଦର୍ ବାଇବଇନିମନ୍, ପୁତ୍ଲା ପୁଜା କର୍ବା ଟାନେଅନି ଦୁରିକେ ଉଟିଜା ।
ଜିଉଦି ଆରି ଗିରିକ୍ ଲକ୍ମନ୍କେ ସବୁକେ ମୁଇ ଡାଟ୍ ସଙ୍ଗ୍ ଜାଗ୍ରତ୍ ରଇବା କାତା ସୁନାଇ ରଇଲି, ଜେନ୍ତାରିକି, ସେମନ୍ ପାପେଅନି ବାଉଡିକରି ପର୍ମେସରର୍ ବାଟେ ମନ୍ ଦେଅତ୍ ଆରି ମାପ୍ରୁ ଜିସୁକେ ବିସ୍ବାସ୍ କରତ୍ ।
ଜେ ଜେ ଏ ନିମାନ୍ କାତା ବିସ୍ବାସ୍ କରି ଡୁବନ୍ ନେବାଇ, ସେମନ୍ ପାପେଅନି ରକିଆ ପାଇବାଇ, ମାତର୍ ଜେ ଜେ ଏ ନିମାନ୍ କାତା ବିସ୍ବାସ୍ ନ କରତ୍, ପର୍ମେସର୍ ସେମନ୍କେ ଡଣ୍ଡ୍ ଦେଇସି ।
କାଇକେବଇଲେ, ପର୍ମେସର୍ ଅନିଆଇ ନ କରେ । ତମେ କରିରଇବା ନିକ କାମ୍ ସେ ନ ପାସ୍ରେ । ତାର୍ପାଇ ରଇବା ତମର୍ ଆଲାଦ୍ ମିସା । ସେ ଆଲାଦ୍ ତମର୍ ବିସ୍ବାସି ବାଇବଇନିକେ ସାଇଜ କଲାର୍ ପାଇ ତମେ ଦେକାଇ ଆଚାସ୍ ।
କାଇକେବଇଲେ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଜିଇଲେ କାଇଲେ, ସୁନତ୍ ଅଇବାଟା କି ସୁନତ୍ ନ ଅଇବାଟା କାଇଟା ମିସା ନାଇ । ଏକାଇ ଗଟେକ୍ସେ ଦର୍କାର୍ ରଇଲା ବିସଇ । ସେଟା ଅଇଲାନି, ବିସ୍ବାସେ ଡାଟ୍ ରଇ ଆଲାଦ୍ ସଙ୍ଗ୍ ଦାଇତେ ରଇବା କାମ୍ କର୍ବାର୍ ।
ଜିଉଦି ବିସ୍ବାସିମନ୍ ଏଟା ସୁନ୍ଲା ପଚେ ଆରି ନ ବାକାନିକରି ପର୍ମେସର୍କେ ଡାକ୍ପୁଟା କଲାଇ, “ସେନ୍ତାର୍ ଆଲେ ଜିଉଦିନଇଲା ଲକ୍ମନ୍କେ ମିସା ପାପ୍ କଲାଟା ମାନିଅଇକରି ନ ସାର୍ବା ଜିବନ୍ ପାଇବାକେ ସେ ସୁଜଗ୍ ଦେଲାଆଚେ ।”
ତେବର୍ପାଇ ଏ ମର୍ ଆଲାଦର୍ ମଇତର୍ମନ୍, ପର୍ମେସର୍ କାତା ଦେଇରଇବାଟା ସବୁ ଆମ୍କେ ସର୍ପିଆଚେ । ତେବର୍ପାଇ ଜନ୍ଟା ସବୁ ଆମର୍ ଗାଗଡ୍କେ ଆରି ଆତ୍ମାକେ ସୁକଲ୍ ନ କରାଏ, ସେଟା ସବୁ ଚାଡିଦେଉଁ । ପର୍ମେସର୍କେ ଡରିରଇକରି ପୁରାପୁରୁନ୍ ସୁକଲ୍ ଅଇରଉଁ ।
ଆମେ ତମର୍ ବିରୁଦେ କାଇ ଦସ୍ କରୁନାଇ ବଲି ତମ୍କେ ଦେକାଇ ଅଇବାକେ ଚେସ୍ଟା କଲୁନି ବଲି ତମେ ବାବ୍ସା ମିସା । ମାତର୍ ସେନ୍ତାରି ନାଇ । ଆମେ କିରିସ୍ଟର୍ ଲକ୍ ଇସାବେ ପର୍ମେସରର୍ ମୁଆଟେ କାତା ଅଇଲୁନି । ଆଲାଦର୍ ମଇତର୍ମନ୍ ! ତମର୍ ଟାନେ ଆମେ ଜେତ୍କି ବିସଇ କଲୁଆଚୁ, ସେଟା ତମର୍ ବଲ୍ ପାଇ ।
ଏ ମର୍ ମଇତର୍ମନ୍, ତମେ ଏ ଜଗତେ ବିଦେସି ପାରା ଆଚାସ୍ ଆରି ଚନେକର୍ ପାଇସେ ଇତି ରଇଲାସ୍ନି । ତମର୍ ଗାଗ୍ଡେ ରଇବା ପାପର୍ ଗୁନ୍ଚଲନେ ଅନି ଆଇବା ସବୁ ରକାମ୍ କାରାପ୍ ମନ୍କର୍ବା ଟାନେଅନି ଦୁରିକେ ରୁଆ ।
ଏ ମର୍ ଆଲାଦର୍ ବାଇବଇନିମନ୍, ଏଟା ମୁଇ ତମର୍ ଲଗେ ଦୁଇପାଲି ଅଇଲା ଚିଟି ଲେକ୍ଲିନି । ଏ ଦୁଇଟାଜାକ ଚିଟିତେଇ ଏ ସବୁ ବିସୟ୍ ମନେ ଏତାଇ ତମର୍ ମନେ ସୁକଲ୍ କର୍ବାପାଇ ଚିନ୍ତା କଲିନି ।
ଏ ମର୍ ଆଲାଦର୍ ମଇତର୍ମନ୍, ମୁଇଁ ତମର୍ ଲଗେ କାଇମିସା ନୁଆ ଆଦେସ୍ ଲେକିନାଇ । ତମେ ଜିସୁର୍ ସଙ୍ଗ୍ ଜିବାକେ ଆରାମ୍ କଲାବେଲେଅନି, ଏ ସମାନ୍ ଆଦେସ୍ ତମେ ଜାନିଆଚାସ୍ । ସେ ପୁର୍ନା ଆଦେସ୍ ସୁନି ସାରାଇଆଚାସ୍ ।
ଏ ମର୍ ଆଲାଦର୍ ମଇତର୍ମନ୍, ଆମେ ପାଇରଇବା ମୁକ୍ତିର୍ ବିସଇ ତମ୍କେ ଲେକ୍ବି ବଲି ମନ୍ କଲିନି ମିସା, ସତ୍ ବିସଇର୍ପାଇ ଟିଆ ଅଇବାକେ ତମ୍କେ ସାର୍ଦା କରାଇବି ବଲି ମନ୍କଲି । ତାର୍ ସୁକଲ୍ ଲକ୍ମନର୍ପାଇ ପର୍ମେସର୍ ଏ ସତ୍ ସିକିଆ ଗଟେକ୍ ବେଲେ ସବୁଲକର୍ପାଇ ଦେଲାଆଚେ ।