15 କେ ସୁନତ୍ ଅଇଲା, କେ ସୁନତ୍ ଅଏନାଇ, ସେଟା କିଚି ନାଇ । ମାତର୍ ପର୍ମେସର୍ ଆମ୍କେ ନୁଆ ଜନମ୍ ଦେଲାଆଚେ, ସବୁର୍ଟାନେଅନି ସେଟାସେ ମୁକିଅ ବିସଇ ।
ଜେ ଜଦି କିରିସ୍ଟ ସଙ୍ଗ୍ ମିସ୍ଲେ ସେ ଗଟେକ୍ ନୁଆ ଲକ୍ ଅଇସି । ପୁର୍ନା ଚଲାଚଲ୍ତି ଆରି ନାଇନି, ସବୁଜାକ ନୁଆ ଅଇଗାଲା ଆଚେ ।
ପର୍ମେସର୍ ତମ୍କେ ତାକର୍ ଗୁନ୍ଚଲନ୍ ପାରା ରଇବା ନୁଆ ଗୁନ୍ଚଲନ୍ ଦେଲାଆଚେ । ତେବର୍ପାଇ ସେ ରକାମ୍ ଚଲାଚଲ୍ତି କରା । ପୁରାପୁରୁନ୍ ଦରମ୍ ଅଇକରି ସୁକଲ୍ ଅଇରୁଆ ।
ପର୍ମେସର୍ସେ ଆମ୍କେ ତିଆର୍ କଲା ଆଚେ । ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ନିକ କାମ୍ କର୍ବାକେ ସେ ଆମ୍କେ ନୁଆ କଲା ଆଚେ । ଏଟା ଆଗ୍ତୁଆନି ସେ ଆମର୍ ପାଇ ମନ୍ କରି ରଇଲା ।
କାଇକେବଇଲେ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଜିଇଲେ କାଇଲେ, ସୁନତ୍ ଅଇବାଟା କି ସୁନତ୍ ନ ଅଇବାଟା କାଇଟା ମିସା ନାଇ । ଏକାଇ ଗଟେକ୍ସେ ଦର୍କାର୍ ରଇଲା ବିସଇ । ସେଟା ଅଇଲାନି, ବିସ୍ବାସେ ଡାଟ୍ ରଇ ଆଲାଦ୍ ସଙ୍ଗ୍ ଦାଇତେ ରଇବା କାମ୍ କର୍ବାର୍ ।
ଲକ୍ମନ୍ ସୁନତ୍ ଅଇବାଟା କି ସୁନତ୍ ନ ଅଇବାଟା କାଇଟା ନାଇ, ପର୍ମେସରର୍ ଆଦେସ୍ ମାନ୍ବାଟାସେ ମୁକିଅ ।
ଉଜେ ଗାଗ୍ଡେ ସୁନତ୍ ଅଇ ଉପ୍ରେ ଉପ୍ରେ ଜିଉଦି ବଲି ଚିନାଇଅଇବା ଲକ୍ ସତଇସେ ଜିଉଦି ନଅତ୍ ।
ତେବେ ଆମେ ଜେତ୍କି ଲକ୍ ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ଆଚୁ, ଆମର୍ପାଇ ଆରି ପର୍ମେସରର୍ ଡଣ୍ଡ୍ ନାଇ ।
ତାର୍ପଚେ ଜେ ବସ୍ବା ଜାଗାଇ ବସିରଇଲା, ସେ କଇଲା “ମୁଇ ଏବେ ସବୁ ବିସଇ ନୁଆ କଲିନି ।” ସେ ମକେ ଆରି କଇଲା “ଏଟା ଲେକିକରି ସଙ୍ଗ । କାଇକେବଇଲେ ଏ ବାକିଅ ସବୁ ସତ୍ । ଆରି ବିସ୍ବାସ୍ କରିଅଇସି ।”
ଜଦି ସୁନତ୍ ନ ଅଇଲା ଗଟେକ୍ ଜିଉଦି ନଇଲା ଲକ୍ ନିୟମର୍ ବିଦିବିଦାନ୍ ସବୁ ନାମ୍ତେ ରଇସି, ପରମେସର୍ ତାକେ ସୁନତ୍ ଲକ୍ ଇସାବେ ନ ଡାକେ କି ?
ସେଟାର୍ପାଇ ଡୁବନ୍ ନେଲାପଚେ ଆମେ ତାର୍ ମରନେ ମିସି, ତାର୍ ସଙ୍ଗ୍ ତପି ଅଇଲୁଆଚୁ । ସେ ଜେନ୍ତାରି ବାବାର୍ ଡାକ୍ପୁଟା ବପୁ ସଙ୍ଗ୍ ଆରିତରେକ୍ ଉଟ୍ଲା, ଆମେ ମିସା ସେନ୍ତାରି ନୁଆ ଜିବନ୍ ପାଇକରି ଚଲାଚଲ୍ତି କର୍ବାର୍ ଆଚେ ।
ସେ ଜିଉଦିମନ୍ ମାନିଆଇତେରଇବା ସବୁ ରିତିନିତି ନିୟମ୍ ବାଙ୍ଗାଇକରି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ଟାନେଅନି ତାର୍ ସାଇଜ ପାଇତେରଇବା ଗଟେକ୍ ନୁଆ ମୁନୁସ୍ଜାତି ତିଆର୍ କଲାଆଚେ । ଏନ୍ତାରି କରି ଦୁଇ ଦଲ୍ ବିତ୍ରେ ସେ ସାନ୍ତି ଆନିଦେଇ ଆଚେ ।
କାଇକେ ବଇଲେ ଆମେସେ ସତଇସେ ପର୍ମେସରର୍ ଲକ୍ । ଆମେସେ ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ ପର୍ମେସର୍କେ ଜୁଆର୍ କଲୁନି । ଆମେ ଜିସୁ କିରିସ୍ଟକେ ଡାକ୍ପୁଟା କଲୁନି । ଆମର୍ ନିଜର୍ ରିତିନିତି ସେ ମୁକିଅ ବଲି ଚଲୁନାଇ ।