କଲସିଅ 3:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 କିରିସ୍ଟର୍ ବାକିଅ ଦିଆନ୍କରି ଲାଗିରୁଆ । ତମର୍ ତମର୍ ବିତ୍ରେ ସିକିକରି ଜାଗ୍ରତ୍ ଅଇରୁଆ । ଏଟା ଗିଆନ୍ ସଙ୍ଗ୍ କରା । ଗିତ୍ ସଙ୍ଗିତା ବଇର୍ ଗିତ୍ମନ୍, ବିନ୍ ଗିତ୍ମନ୍ ଆରି ସୁକଲ୍ ଗିତ୍ମନ୍ କଇତେରୁଆ । ମନ୍ବିତ୍ରେ ଦନିଅବାଦ୍ କଇକରି ପର୍ମେସର୍କେ ଗିତ୍ କଇତେରୁଆ । Gade chapit la |
ମାତର୍ ତମେ ନାଡାଇ ନ ଉଆସ୍ । କାଇକେବଇଲେ କିରିସ୍ଟ ତାର୍ ସୁକଲ୍ଆତ୍ମା ତମ୍କେ ଦେଇଆଚେ । ସେ ସୁକଲ୍ଆତ୍ମା ଏବେ ମିସା ତମର୍ ବିତ୍ରେ ଆଚେ । ତେବର୍ପାଇ କେ ମିସା ବିନ୍ ଲକ୍ ତମ୍କେ ସିକାଇବାକେ ଲଡାନାଇ । ସୁକଲ୍ଆତ୍ମା ତମ୍କେ ସବୁ ବିସଇର୍ ସତ୍ ସିକାଇସି । ତେଇ ସେ ଜନ୍ଟା ସିକାଇସି, ସେଟା ପୁରାପୁରୁନ୍ ସତ୍ । ତେଇ କାଇ ବୁଲ୍ ବିସଇ ନ ରଏ । ତେବର୍ପାଇ ମୁଇ ତମ୍କେ କଇଲିନି, କିରିସ୍ଟର୍ ସଙ୍ଗ୍ ମିସିରୁଆ ।
ଏ ବାଇବଇନିମନ୍, ମର୍ କଇବା କାତା ଅଇଲାନି, ତମେ ଉପାସନା କର୍ବାକେ ରୁଣ୍ଡ୍ଲା ବେଲାଇ ଏନ୍ତାରି କରା । ତମର୍ ବିତ୍ରେଅନି କାକେ କାକେ ଗିତ୍ ଆଚେ, କାକେ କାକେ, ସିକିଆ ଦେବାଟା ଆଚେ, ଆରି କାକେ କାକେ ପର୍ମେସରର୍ ଟାନେ ଅନି କାତା ପାଇ, ସେଟା ଜାନାଇବାଟା ଆଚେ, କି ନାଜାନ୍ଲା ବାସାଇ କାତା କଇବାଟା ଆଚେ, ଆରି କାକେ କାକେ ନାଜାନ୍ଲା ବାସାଇ କଇଲା କାତାର୍ ଅରତ୍ ବୁଜାଇବା ବପୁ ଆଚେ, ଏନ୍ତି କାଇଟା ନଇଲେ କାଇଟା ଆଚେ । ଏଟା ସବୁ ଅଇସି, ତେବେ ମଣ୍ଡଲିର୍ ବିସ୍ବାସି ମନର୍ ବିସ୍ବାସ୍ ଡାଁଟ୍ ଅଇସି ।
ଏ ଆଲାଦର୍ ପିଲାଟକିମନ୍, ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ ବାବା ପର୍ମେସର୍କେ ଜାନିଆଚାସ୍ । ଏ ବଡ୍ ଲକ୍ମନ୍ ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ କିରିସ୍ଟକେ ଜାନ୍ବା ଲକ୍ ଅଇଆଚାସ୍ । କାଇଟା ତିଆର୍ ନ ଅଇବା ଆଗ୍ତୁ ସେ ରଇଲା । ଏ ଦାଙ୍ଗ୍ଡାମନ୍ ମୁଇ ତମ୍କେ ଲେକ୍ଲିନି, କାଇକେବଇଲେ ତମେ ବିସ୍ବାସେ ଡାଟ୍ ଅଇଆଚାସ୍ । ପର୍ମେସରର୍ ବାକିଅ ସବୁବେଲେ ତମର୍ ମନେ ଆଚେ । ଆରି ସବୁ ରକାମ୍ ପାପ୍ କାମ୍ କରାଇବା ସଇତାନ୍କେ ଆରାଇଆଚାସ୍ ।
ଏ ଜିବନର୍ ବିସଇନେଇ ଜେତ୍କି ଲକ୍ମନ୍ ସାଉକାର୍ ଅଇ ଆଚତ୍, ବିନ୍ ଲକ୍ମନର୍ଟାନେଅନି ସେମନ୍ ନିକ ବଲି ନ ବାବ୍ବାକେ ତିଆର୍ । ଦନ୍ ସଁପତି ଉପ୍ରେ ବେସି ଆସା କର୍ବାର୍ ନାଇ ବଲି ସେମନ୍କେ ସିକା । କାଇକେବଇଲେ ଡାବୁ ଦାପ୍ରେ ମାୟାଅଇଜାଇସି । ତାର୍ ବାଦୁଲେ ସେମନ୍କେ ଲଡାକେ ଲାଗ୍ବା ବିସଇ ସବୁ ଦେବାକେ ପର୍ମେସରର୍ଟାନେ ଆସା ରକ୍ବାକେ ସିକାଇଦେସ୍ । ସେ ଆକା ଆମର୍ପାଇ କାଇଟା ନ ଦେକି, ସବୁ ବିସଇ ସାର୍ଦା କର୍ବାକେ ଦେଇସି ।
ମୁଇ ତାକେ ଜୁଆର୍ କର୍ବି ବଲି ତାର୍ ଗଡେ ଡାଣ୍ଡାସନ୍ ପଡ୍ଲି, ମାତର୍ ସେ ମକେ କଇଲା, “ନିଚୁ, ମୁଇ ଆରି ତର୍ ସଙ୍ଗର୍ ବିସ୍ବାସି ବାଇମନ୍ ଜେତ୍କି ଲକ୍ ଆମେ ସବୁ ଜିସୁ ଜାନାଇରଇବା ସତ୍ ଦାରିଆଚୁ, ଆମେ ସବୁ ଅବ୍କା ଦାଙ୍ଗ୍ଡାମନ୍, ପର୍ମେସର୍କେ ଜୁଆର୍ କରା । କାଇକେବଇଲେ ଜିସୁ ଜନ୍ ସତ୍ ଜାନାଇଆଚେ, ସେଟାସେ ବବିସତ୍ ବକ୍ତାମନ୍କେ କାତାଅଇବାକେ ବପୁଦେଲାଆଚେ ।”