14 ତାର୍ ପଅର୍ଲାଗି ସେ ଆମ୍କେ ମୁକ୍ଲାଇକରି ଆମର୍ ସବୁ ପାପ୍ କେମା କରିଦେଲାଆଚେ ।
କିରିସ୍ଟ ବନି ଜରାଇ ମଲାର୍ପାଇ ଆମେ ମୁକ୍ତି ପାଇଆଚୁ ଆରି ଆମର୍ ସବୁଜାକ ପାପ୍ କେମା ଅଇଲା ଆଚେ । ପର୍ମେସର୍ ଜିବନ୍ ଦୁକାଇଲାଟା କେଡେ ବଡ୍ ବିସଇ !
କାଇକେବଇଲେ ମସାର୍ ନିୟମ୍ ଇସାବେ ସବୁ ବିସଇ ସୁକଲ୍ କର୍ବାକେ, ବନି ଦର୍କାର୍ । ବନି ନ ଜରାଇଲେ ପାପ୍ କେମା ନ ଅଏ ।
କିରିସ୍ଟ ସେ ତାମୁ ବାଟେଜାଇ ଏକାତରେକ୍ ସେ ବଡ୍ ସୁକଲ୍ ଜାଗାଇ ପୁର୍ଲା । ସେ ତେଇ ପୁର୍ବା ବେଲେ ବଲି କର୍ବାକେ ଚେଲି କି ପସୁ ବନି ନେଇ ନ ଜାଇରଇଲା । ମାତର୍ ସେ ନିଜର୍ ବନି ନେଇକରି ଜନ୍ ଜନ୍ଟା କର୍ବାର୍ ରଇଲା, ସେଟା ପୁରାପୁରୁନ୍ କଲା । ଜେନ୍ତାରି କି ଆମ୍କେ ମୁକ୍ଲାଇକରି କାଲ୍ କାଲ୍ ଜୁଗ୍ଜୁଗର୍ ପାଇ ମୁକ୍ତି ଦେଲା ।
ସେମନ୍ ଗଟେକ୍ ନୁଆ ଗିତ୍ କଇତେରଇଲାଇ । “ଗୁଡିଆଇଅଇରଇବା କାଗଜ୍ ସିଲ୍ ବାଙ୍ଗାଇକରି ନେବାକେ ତୁଇସେ ପାରୁସ୍ । କାଇକେବଇଲେ ତୁଇ ମରାଇଅଇଲୁସ୍ ଆରି ତର୍ ବଲି ଇସାବ୍ ମରନର୍ ଲାଗି, ସବୁ ବଁସେଅନି, ସବୁବାସାଇଅନି, ସବୁ ରାଇଜେଅନି ଆରି ଲକ୍ମନର୍ ଦଲେଅନି ପର୍ମେସରର୍ ପାଇ ତୁଇ ଲକ୍ମନ୍କେ ଆନ୍ଲୁସ୍ ।
ଆମେ କେ ମିସା ନିୟମର୍ ସବୁ ଆଦେସ୍ ମାନି ନାପାରୁ । ସେଟାର୍ପାଇ ଆମେ ସବୁ ଡଣ୍ଡ୍ ପାଇବାର୍ ରଇଲା । ମାତର୍ କିରିସ୍ଟ ଆମର୍ ସାଇପ୍ ନିଜେ ନେଲା ଆରି ନିୟମର୍ ସାଇପେଅନି ଆମ୍କେ ମୁକ୍ଲାଇଲା । ଦରମ୍ ସାସ୍ତରେ ଲେକାଆଚେ, ଜେ ଗଚେ ଉଚ୍କିଅଇ ମର୍ସି, ସେ ପରମେସରର୍ତେଇ ଅନି ସାଇପ୍ ପାଇଲା ଲକ୍ !
ଜେନ୍ତାରି କି ପର୍ମେସର୍ ପାଟାଇଲା ନର୍ପିଲା ମୁଇ ମିସା ସେବା ମିଲ ବଲି ଆସି ନାଇ, ମାତର୍ ବିନ୍ ଲକ୍ମନର୍ ସେବା କରି ସେମନ୍କେ ମୁକ୍ତି ମିଲ ବଲି ନିଜର୍ ଜିବନ୍ ଦେବାକେ ଆଇଲି ଆଚି ।”
ଆରି ଜିସୁକିରିସ୍ଟ ଟାନେଅନି । ସେ ଆକା ପର୍ମେସରର୍ ବିସଇର୍ ସତ୍ ସାକି ଦେଇପାର୍ସି । ମଲା ଲକ୍ମନର୍ଟାନେଅନି ତାକେସେ ପର୍ତୁମ୍ ଉଟାଇରଇଲା । ଏ ଜଗତର୍ ସାସନ୍କାରିଆମନର୍ ଉପ୍ରେ ରଇବା ସାସନ୍କାରିଆ । ସେ ଆମ୍କେ ଆଲାଦ୍ କଲାନି । ଆମର୍ପାଇ ଗଟେକ୍ ବଲି ଇସାବେ ମଲାକେ ଆମର୍ ପାପେଅନି ସେ ଆମ୍କେ ମୁକ୍ଲାଇଆଚେ ।
ଜେନ୍ତାର୍ କି କିରିସ୍ଟ ଆମ୍କେ ଆଲାଦ୍ କରି ଆମର୍ ପାଇ ମରି ରଇଲା । ଗଟେକ୍ ସୁନ୍ଦର୍ ବାସ୍ନା ଅଇବା ବଲି ପାରା ସେ ତାର୍ ଜିବନ୍ ପର୍ମେସର୍କେ ସର୍ପିଦେଲା ।
ଆମର୍ ବୁଲ୍ କାମର୍ପାଇ ଆମର୍ ବାଦୁଲେ ପର୍ମେସର୍ ଜିସୁକେ ଡଣ୍ଡ୍ ଦେଲା । ତାର୍ଲାଗି ଅବ୍କା ଆମର୍ ପାପ୍ସେ ନଏଁ ମାତର୍ ଗୁଲାଇଟାନେ ରଇବା ସବୁଲକର୍ ପାପ୍ ସେ କେମା କର୍ସି ।
କିରିସ୍ଟ ମିସା ଆମର୍ ପାପର୍ଲାଗି ଏକାତରେକ୍ ସବୁଲକର୍ପାଇ ଦୁକ୍କସ୍ଟ ଅଇ ମୁର୍ଚିକରି ମଲା । ସେ ଦରମ୍ ରଇ ପାପ୍କରିରଇବା ଲକ୍ମନ୍କେ ପର୍ମେସରର୍ ଲଗେ ଆନ୍ବାକେ ମରିଜାଇରଇଲା । ଲକ୍ମନ୍ ତାର୍ ଗାଗଡ୍ ମରାଇଲାଇ, ମାତର୍ ତାର୍ ଆତ୍ମା ଜିବନ୍ ଅଇଆଚେ ।
ଏ ଆଲାଦର୍ ପିଲାମନ୍, ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ କିରିସ୍ଟର୍ ଲାଗି ତମର୍ ପାପ୍ କେମା ଅଇଲାଆଚେ ।
ଏ ଜିସୁ କିରିସ୍ଟ ଆମର୍ ଲାଗି ମର୍ବାକେ ନିଜେ ସର୍ପିଅଇଲା । ପାପର୍ ବାନ୍ଦନେଅନି ମୁକ୍ଲାଇବାକେ ଆରି ତାର୍ପାଇ ସୁକଲ୍ ଲକ୍ କରାଇବାକେ ସେ ଏନ୍ତି କଲା । ସେ ଦେକ୍ବା ଇସାବେ, ଦରମ୍ କାମ୍ କର୍ବାକେ ବେସି ମନ୍ କର୍ବା ଲକ୍ ଅଇବାକେ ମିସା ।
ସବୁଲକ୍କେ ମୁକ୍ଲାଇବାକେ ସେ ନିଜେ ସର୍ପି ଅଇଲା । ସମାନ୍ ବେଲାଇ ପର୍ମେସର୍ ତାକେସେ ବାଚ୍ଲା । ସେ ସବୁକେ ରକିଆ କର୍ବି ବଲି ମନ୍ କଲାଟା ଏନ୍ତାରି ଜାନାଇଲା ।
ତମେ ଜିଉଦି ନ ଅଇଲା ଲକ୍ମନ୍ ପର୍ମେସରର୍ ନିୟମ୍ ନ ମାନ୍ଲାର୍ପାଇ ତାର୍ଟାନେଅନି ବେଗ୍ଲି ରଇଲାସ୍ । ଆରି ତମର୍ ପାପର୍ ଗୁନ୍ଚଲନର୍ ବପୁଅନି ମୁକ୍ଲି ନ ରଇଲାସ୍ । ମାତର୍ ପର୍ମେସର୍ କିରିସ୍ଟର୍ ସଙ୍ଗ୍ ଗଟେକ୍ ନୁଆ ଜିବନ୍ କରି ତମ୍କେ ଉଟାଇଆଚେ । ସେ ଆମର୍ ସବୁ ପାପ୍ କେମାକରି ଦେଲାଆଚେ ।
ତାର୍ ବାଦୁଲେ ତମର୍ ତମର୍ ବିତ୍ରେ ମାନାମାନି ଅଇକରି ଆଲାଦ୍ ସଙ୍ଗ୍ ଦରମ୍ ଅଇ ରୁଆ । ଜେନ୍ତିକି କିରିସ୍ଟର୍ ଲାଗି ପର୍ମେସର୍ ତମ୍କେ କେମା କରିଦେଲା ଆଚେ । ତମେମନ୍ ମିସା ସେ ରକାମ୍ ନିଜର୍ ନିଜର୍ ବିତ୍ରେ କେମା କରାକରି ଉଆ ।
ତେବର୍ପାଇ ତମେ ନିଜର୍ ବିସଇ ଆରି ସୁକଲ୍ଆତ୍ମା ତାର୍ ସତ୍ ଗିଆନେ ଜନ୍ ବିସ୍ବାସି ମାନ୍ଦାକେ ଦେକାରକାପାଇ ଚାଡିଦେଇ ଆଚେ, ସେ ସବୁ ବିସଇଟାନେ ଜାଗ୍ରତ୍ ଉଆ । ମେଣ୍ଡା ଚାରାଉ ଗଉଡ୍ପାରା ପରମେସରର୍ ମଣ୍ଡଲିର୍ ଜତନ୍ ନିଆ । ସେ ମଣ୍ଡଲିକେ ପରମେସର୍ ତାର୍ ନିଜର୍ ବନିଦେଇ ଗେନିଆଚେ ।
ସବୁ ବବିସତ୍ବକ୍ତାମନ୍ ତାର୍ ବିସଇନେଇ, ଏ କବର୍ କଇରଇଲାଇ । ଜେ ମସିଅକେ ବିସ୍ବାସ୍ କର୍ସି, ମସିଅ କରିରଇବା କାମର୍ ଲାଗି, ପର୍ମେସର୍ ତାର୍ ପାପ୍କେମା କର୍ସି ।”
ତମର୍ ତମର୍ ବିତ୍ରେ ଦସ୍ ଦାରାଦାରି ଅଇ ବୁଲ୍କଲେ କେମା ଦିଆଦିଇ ଉଆ । ବିନ୍ ଲକର୍ ବିରଦ୍ କାତା ରଇଲେ ମୁର୍ଚିକରି କେମା ଦିଆଦିଇ ଉଆ । ମାପ୍ରୁ ତମ୍କେ କେମା ଦେଲାପାରା ତମର୍ ବିତ୍ରେ କେମା କରାକରି ଉଆ ।
ପିତର୍ ସେମନ୍କେ କଇଲା, “ତମେ ଗଟେକ୍ ଗଟେକ୍ ଲକ୍ ପାପେଅନି ବାଉଡିକରି ଜିସୁ କିରିସ୍ଟର୍ ନାଉଁ ଦାରି ଡୁବନ୍ ନେବାର୍ ଆଚେ, ଜେନ୍ତାରି କି ତମର୍ ପାପ୍ ସବୁ କେମା ଅଇସି ଆରି ପରମେସର୍ ତମ୍କେ ସୁକଲ୍ ଆତ୍ମା ଦେଇସି ।
ଜଦି ଆମେ ବୁଲ୍ କରିଆଚୁ ବଲି ପର୍ମେସର୍କେ ନ ଲୁଚାଇତେ କଇଲେ, ସେ ଆମର୍ ସବୁ ପାପ୍ କେମା କର୍ସି । ଆରି ସବୁ କାରାପ୍ କାମେଅନି ଆମ୍କେ ସୁକଲ୍ କର୍ସି ।
ତୁଇ ସେମନର୍ ଆଁକି ପିଟାଇଦେସ୍ ବଲି ମୁଇ ତକେ କଇଲିନି । ଜେନ୍ତିକି ସେମନ୍ ଆନ୍ଦାରେଅନି ଉଜଲେ ଆରି ସଇତାନର୍ ବାନ୍ଦନେଅନି ମାପ୍ରୁର୍ ବାଟେ ବାଅଡ୍ବାଇ । ଜେନ୍ତିକି ମକେ ବିସ୍ବାସ୍ କଲାର୍ ପାଇ, ସେମନର୍ ପାପ୍ କେମା ଅଇସି । ଆରି ମାପ୍ରୁ ବାଚ୍ଲା ଲକ୍ମନର୍ ସଙ୍ଗ୍ ସେମନ୍କେ ମିସା ଡାକିନେବାଇ ।”
ସେମନ୍ ନିଜେ ସୁକଲ୍ ରଇଲାଇ । ମାଇଜି ମନର୍ ସଙ୍ଗ୍ ମିସାବିଡା ଅଇକରି ନିଜ୍କେ ଅସୁକଲ୍ ଅଇ ନ ରଇଲାଇ । ସେମନ୍ ପିଲାବେଣ୍ଡିଆ ପାରା ରଇଲାଇ । ସେମନ୍ ସବୁବେଲେ ମେଣ୍ଡାପିଲାର୍ ସଙ୍ଗ୍ ଜାଇତେରଇଲାଇ । ସେମନ୍ ମୁନୁସ୍ଜାତିର୍ ବିତ୍ରେ ପର୍ତୁମ୍ ତର୍ ମୁକ୍ତି ପାଇକରି ପର୍ମେସରର୍ପାଇ ଆରି ମେଣ୍ଡାପିଲାର୍ପାଇ ନିଜ୍କେ ସର୍ପି ଅଇଆଚତ୍ ।
ଜିସୁ ସେମନର୍ ବିସ୍ବାସ୍ ଦେକି କଇଲା, “ଏ ବାବୁ, ତମର୍ ସବୁ ପାପ୍ କେମା ଅଇଗାଲାବେ ।”
ମାତର୍ ପର୍ମେସର୍ ତମ୍କେ କିରିସ୍ଟ ଜିସୁର୍ ସଙ୍ଗ୍ ମିସାଇଆଚେ ଆରି ସେ କିରିସ୍ଟକେସେ ଆମର୍ପାଇ ଗିଆନ୍ ପାରା କରିଆଚେ । ତାର୍ଲାଗି ଆମେ ପର୍ମେସର୍ ସଙ୍ଗ୍ ସତ୍ ମିସାବିଡା ଅଇଲାଟା ଆରିତରେକ୍ ଜଡିଅଇଲାଆଚେ । ଆମେ ଦରମ୍ ଆରି ସୁକଲ୍ ଲକ୍ ଅଇ ପାପେ ଅନି ମୁକ୍ତି ପାଇଆଚୁ ।