୨ୟ କରନ୍ତିୟ 7:11 - ସତିଅର୍ ବାଟ୍ ନୁଆ ନିୟମ୍ 202011 ତମ୍କେ ଦୁକ୍ ଦେଇକରି ପର୍ମେସର୍ କାଇଟା କଲାଆଚେ ଦେକିଦେକା । ଜେନ୍ତିକି ଏବେ ତମେ ଟିକ୍ ଚଲାଚଲ୍ତି କର୍ବାକେ ମନ୍ କଲାସ୍ନି, ବୁଲ୍ କାମ୍ କରୁନାଇ ବଲି ବୁଜାଇବାକେ ଚେସ୍ଟା କଲାସ୍ନି, ଲାଜ୍ ପାଇବା କାମ୍ କର୍ବାକେ ବାକାନ୍ଲାସ୍ନି, ଡରିକରି ଆଚାସ୍, ଆମେ ଆରିତରେକ୍ ବେଟ୍ ଅଇବୁ ବଲି ମନ୍ କଲାସ୍ନି, ମକେ ସାର୍ଦା କରାଇବାକେ ମନ୍ କଲାସ୍ନି, ପାପ୍ କଲା ଲକ୍କେ ଦାପ୍ରେ ଡଣ୍ଡ୍ ଦେଲାସ୍, ଏଟା ସବୁ କଲାକେ ସେ କରିରଇବା ପାପେ ତମର୍ କାଇ ବୁଲ୍ ନାଇ । Gade chapit la |
ଅବ୍କା ସେ ଆଇଲାକେସେ ଆମେ ସାର୍ଦା ଅଉନାଇ, ମାତର୍ ତମର୍ ଲାଗି ତିତସ୍ ବେସି ସାର୍ଦା ଅଇଗାଲା ବଲି ଆମ୍କେ କଇଲାର୍ପାଇ ମିସା ସାର୍ଦା ଅଇଲୁ । ତମେ ମକେ ଦେକ୍ବାକେ ମନ୍ କଲାସ୍ନି ବଲି ମିସା ସେ କଇଲା । ଆରି ତେଇ ମକେ ଜେତ୍କି ଗଟ୍ଲା, ସେଟାର୍ପାଇ ଦୁକ୍ ଅଇକରି ଆଚାସ୍ । ଆରି ତମେ ମର୍ବାଟେ ଅଇକରି କଇବାକେ ମିସା ରାଜିଆଚାସ୍ । ଏଟାମନ୍ ସବୁ ସୁନିକରି ମୁଇ ବେସି ସାର୍ଦା ଅଇଗାଲି ।
ମୁଇ ତକେ ଲେକିରଇବା ଏ ସବୁ ବିସଇ ସତ୍ ବଲି ମାନିଅଇସି । ତେବର୍ପାଇ ମୁଇ ତକେ ବାବୁଜିଆକରି କଇଲିନି, ତୁଇ ସିକାଇବାବେଲେ ଏ ସବୁ ବିସଇ ନ ପାସ୍ରି ଏତାଇତେ ର । ଜେନ୍ତାରିକି ପର୍ମେସର୍କେ ଜେତ୍କି ଲକ୍ ବିସ୍ବାସ୍ କର୍ବାଇ, ସେମନ୍ ସବୁ ଦରମ୍ କାମ୍ କର୍ବାକେ ମନ୍ଦିଆନ୍ ଦେବାଇ । ଏନ୍ତାରି ସିକିଆ ଦେଲେ ସବୁ ଲକର୍ପାଇ ସେଟା ନିକ ଆରି କାମ୍କେ ଆଇସି ।