10 ସେ ଆମର୍ ଲାଗି ତାର୍ ଜିବନ୍ ଦେଲା । ଜେନ୍ତିକି ଆମେ ଜାଗ୍ରତ୍ ଅଇକରି ରଇଲେ କି ସଇକରି ରଇଲେ ମିସା ତାର୍ ସଙ୍ଗ୍ ଜିଇକରି ରଇବାର୍ ଅଇସି ।
କିରିସ୍ଟ ମିସା ଆମର୍ ପାପର୍ଲାଗି ଏକାତରେକ୍ ସବୁଲକର୍ପାଇ ଦୁକ୍କସ୍ଟ ଅଇ ମୁର୍ଚିକରି ମଲା । ସେ ଦରମ୍ ରଇ ପାପ୍କରିରଇବା ଲକ୍ମନ୍କେ ପର୍ମେସରର୍ ଲଗେ ଆନ୍ବାକେ ମରିଜାଇରଇଲା । ଲକ୍ମନ୍ ତାର୍ ଗାଗଡ୍ ମରାଇଲାଇ, ମାତର୍ ତାର୍ ଆତ୍ମା ଜିବନ୍ ଅଇଆଚେ ।
ଜେନ୍ତାର୍ କି କିରିସ୍ଟ ଆମ୍କେ ଆଲାଦ୍ କରି ଆମର୍ ପାଇ ମରି ରଇଲା । ଗଟେକ୍ ସୁନ୍ଦର୍ ବାସ୍ନା ଅଇବା ବଲି ପାରା ସେ ତାର୍ ଜିବନ୍ ପର୍ମେସର୍କେ ସର୍ପିଦେଲା ।
ତେବେ ସେମନ୍କେ ଦସି ବଲି କେ କଇନାପାରତ୍ । କିରିସ୍ଟ ଜିସୁ ତା କେବେ ନ କରେ, କାଇକେବଇଲେ ତାକେ ପର୍ମେସର୍ ମଲାତେଇଅନି ଜିବନ୍ କରି ଉଟାଇଲାଆଚେ । ଏବେ ସେ ପରମେସରର୍ ଉଜାବାଟେ ରଇକରି ଆମର୍ପାଇ ଗୁଆରି କରି ପାର୍ତନା କଲାନି ।
ତାର୍ପଚେ ଆମେ ଜେତ୍କି ଲକ୍ ଜିବନ୍ ରଇବୁ, ସେବେଲେ ମେଗ୍ମାଲାଇଅନି ସେମନର୍ସଙ୍ଗ୍ ଉତ୍ରିକରି ସବୁବେଲେ ମାପ୍ରୁର୍ ସଙ୍ଗ୍ ସରଗ୍ପୁରେ ରଇବୁ ।
କିରିସ୍ଟକେ କାଇ ପାପ୍ ନ ରଇଲା । ମାତର୍ ଆମର୍ ପାପର୍ ପାଇ ଆକା ସେ ଡଣ୍ଡ୍ ପାଅ ବଲି ପର୍ମେସର୍ ଟିକ୍ କଲା । କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ଏବେ ପର୍ମେସର୍ ଆମ୍କେ ଦରମ୍ ଲକ୍ ଇସାବେ ଦେକ୍ଲାନି ।
ସେ ସବୁ ଲକର୍ପାଇ ମଲାଆଚେ । ଜେନ୍ତି କି ଜନ୍ଲକ୍ମନ୍ ବଁଚି ଆଚତ୍, ସେମନ୍ ନିଜର୍ ପାଇ ନ ବଁଚତ୍ । ଜେ ତାକର୍ ପାଇ ମରିକରି ଜିବନ୍ ଅଇ ଉଟ୍ଲା, ଅବ୍କା ତାର୍ ପାଇସେ ବଁଚ୍ବାର୍ ଆଚେ ।
ଆମେ ପାପ୍ କଲାର୍ପାଇ ପାଇବା ଡଣ୍ଡ୍ କୁରୁସ୍କାଟେ ମରିକରି କିରିସ୍ଟ ନିଜେ ବଇନେଲା । ପାପ୍ କର୍ବାଟା ଚାଡିକରି ଦରମ୍ ଚଲାଚଲ୍ତି କର୍ବାକେ ସେ ଏନ୍ତାରି କଲା । ତାର୍ ଗାଗ୍ଡେ ମାରି ରଇବା ଗାଉର୍ ଲାଗି ଆମେ ନିକ ଅଇଆଚୁ ।
ଏ ଜିସୁ କିରିସ୍ଟ ଆମର୍ ଲାଗି ମର୍ବାକେ ନିଜେ ସର୍ପିଅଇଲା । ପାପର୍ ବାନ୍ଦନେଅନି ମୁକ୍ଲାଇବାକେ ଆରି ତାର୍ପାଇ ସୁକଲ୍ ଲକ୍ କରାଇବାକେ ସେ ଏନ୍ତି କଲା । ସେ ଦେକ୍ବା ଇସାବେ, ଦରମ୍ କାମ୍ କର୍ବାକେ ବେସି ମନ୍ କର୍ବା ଲକ୍ ଅଇବାକେ ମିସା ।
ସବୁଲକ୍କେ ମୁକ୍ଲାଇବାକେ ସେ ନିଜେ ସର୍ପି ଅଇଲା । ସମାନ୍ ବେଲାଇ ପର୍ମେସର୍ ତାକେସେ ବାଚ୍ଲା । ସେ ସବୁକେ ରକିଆ କର୍ବି ବଲି ମନ୍ କଲାଟା ଏନ୍ତାରି ଜାନାଇଲା ।
ଏ ବାଇବଇନିମନ୍, ଆସା ନ କର୍ବା ବିନ୍ ଲକ୍ମନର୍ ପାରା ଦୁକ୍ ଚିନ୍ତା ଅଇ ରୁଆନାଇ । ଏଟାର୍ପାଇ ତମେ ମରିଜାଇରଇବା ଲକ୍ମନର୍ ବିସଇ ଜାନିରୁଆ ।
କାଇକେବଇଲେ ଜନ୍ ସିକିଆ ମୁଇ ପାଇରଇଲି, ତେଇଅନି ଏ ବଡ୍ ସିକିଆ ତମ୍କେ ସିକାଇ ରଇଲି । ସାସ୍ତର୍ ଇସାବେ କିରିସ୍ଟ ଆମର୍ ପାପ୍ କେମା ଅଇବାକେ ମରିଗାଲା ।
ନିଜର୍ ମଇତର୍ମନର୍ ଲାଗି ଜିବନ୍ ଦେବାଟା ଅଇଲାନି ସବୁର୍ଟାନେଅନି ବଡ୍ ଆଲାଦ୍ ।
“ମର୍ ବାବା ମକେ ଆଲାଦ୍ କଲାନି, କାଇକେବଇଲେ ମୁଇ ମର୍ ଜିବନ୍ ଦେବାକେ ମନ୍ କଲିନି । ଆରି ମର୍ ଜିବନ୍ ଦାନ୍ କର୍ବି ବଇଲେ ଆରିତରେକ୍ ସେଟା ପାଇବି ।
ମୁଇ ନିମାନ୍ ମେଣ୍ଡା ଚାରାଉ ଗଉଡ୍ । ନିମାନ୍ ଗଉଡ୍ ମେଣ୍ଡାମନର୍ ଲାଗି ନିଜର୍ ଜିବନ୍ ମିସା ଦେଇସି ।
ଜେନ୍ତାରି କି ପର୍ମେସର୍ ପାଟାଇଲା ନର୍ପିଲା ମୁଇ ମିସା ସେବା ମିଲ ବଲି ଆସି ନାଇ, ମାତର୍ ବିନ୍ ଲକ୍ମନର୍ ସେବା କରି ସେମନ୍କେ ମୁକ୍ତି ମିଲ ବଲି ନିଜର୍ ଜିବନ୍ ଦେବାକେ ଆଇଲି ଆଚି ।”
ସେନ୍ତାରିସେ ମୁଇ ମର୍ ନିଜର୍ ମେଣ୍ଡାମନ୍କେ ଜାନି । ଆରି ମେଣ୍ଡାମନ୍ ମିସା ମକେ ଜାନତ୍ । ମୁଇ ସେମନର୍ ଲାଗି ମର୍ ଜିବନ୍ ଦେବାକେ ମିସା ରାଜି ।
ଏବେ ଆମେ ତମ୍କେ ଜନ୍ ସିକିଆ ଦେଲୁନି, ସେଟା ମାପ୍ରୁର୍ ସିକିଆ । ମାପ୍ରୁ ଆଇବା ବେଲେ ଜେତ୍କି ଲକ୍ ଆମେ ନ ମରିକରି ଜିଇ ଆଚୁ, ଆମେ ଦେକ୍ବା ଆଗ୍ତୁ ମରିଜାଇରଇବା ବିସ୍ବାସିମନ୍ ମାପ୍ରୁକେ ଦେକ୍ବାଇ ।
ତେବେ ଆସା, ଆମେ ବିନ୍ ଲକ୍ମନର୍ ପାରା ଗୁନି ଗୁନି କରି ନ ରଉଁ । ଚେତା ଅଇକରି ଜାଗ୍ରତ୍ସଙ୍ଗ୍ ରଉଁ ।
ଏ ବାକିଅ ସତ୍, ଜଦି ଆମେ ତାର୍ ସଙ୍ଗ୍ ମରିଜାଇଆଚୁ, ସେନ୍ତାର୍ ଆଲେ ଆମେ ତାର୍ସଙ୍ଗ୍ ବଁଚ୍ବୁ ମିସା,