6 ତମେ ଚଲାଚଲ୍ତିତେଇ ଆମର୍ ପାରା ଆରି ମାପ୍ରୁର୍ ପାରା ରଇଲାସ୍ । ତମ୍କେ ଦୁକ୍କସ୍ଟ ଅଦିକ୍ ରଇଲେ ମିସା ସୁକଲ୍ ଆତ୍ମାର୍ ଟାନେଅନି ମିଲାଇରଇବା ସାର୍ଦା ସଙ୍ଗ୍ ସୁବ୍ କବର୍ ମାନ୍ଲାସ୍ ।
ମୁଇ ଜେନ୍ତାରି ମାପ୍ରୁର୍ ପଚେ ପଚେ ଗାଲିନି, ତମେମନ୍ ମିସା ସେନ୍ତାରି ମର୍ ପଚେ ପଚେ ଆସା ।
ତେବେ ମୁଇ ତମ୍କେ ବାବୁଜିଆ କରି କଇଲିନି, ମୁଇ ଜାଇଟା କଲିନି ତମେ ମିସା ସେନ୍ତାରି କରା ।
ଆନ୍ଟିଅକର୍ ବିସ୍ବାସିମନ୍ ସୁକଲ୍ ଆତ୍ମାଇ ଆରି ସାର୍ଦାଇ ପୁରୁନ୍ ଅଇଲାଇ ।
ମାତର୍ ଆତ୍ମାର୍ ପଲ୍ ଅଇଲାନି, ଆଲାଦ୍ କରାକରି ଅଇବାଟା, ସାର୍ଦାସଙ୍ଗ୍ ରଇବାଟା, ସାନ୍ତିସଙ୍ଗ୍ ରଇବାଟା, ମୁର୍ଚିକରି ରଇବାଟା, ବିନ୍ଲକ୍କେ ଉପ୍କାର୍ କର୍ବାଟା, ନିମାନ୍ ଚଲାଚଲ୍ତି କର୍ବାଟା, ବିସ୍ବାସେ କାମ୍କର୍ବାଟା, ସଲଦ୍ ଅଇବାଟା, ଆତ୍ମାଇ ସାଆସ୍ ଦାରି ଚଲାଚଲ୍ତି କର୍ବାଟା,
ତମ୍କେ କାଇବାଟା ମାଙ୍ଗ୍ବାକେ ଆମର୍ ଅଦିକାର୍ ରଇଲା, ମାତର୍ ସେନ୍ତାରି କରୁନାଇ । କାଇକେବଇଲେ ତମର୍ପାଇ ଗଟେକ୍ ଉଦାଅରନ୍ ଦେକାଇବାକେ ସେନ୍ତାରି କଲୁ ।
ଆଲାଦର୍ ମଇତର୍, କାରାପ୍ କାମ୍ କରି ଚଲାଚଲ୍ତି କର୍ବା ଲକ୍ମନର୍ ପାରା ଉଆନାଇ । ତାର୍ ବାଦୁଲେ ନିକ କାମ୍ କର୍ବା ଲକ୍ମନର୍ପାରା ଉଆ । ଜଦି କେ କାରାପ୍ କାମ୍ କଲେ, ତାର୍ କାମେଅନି ସେ ପର୍ମେସର୍କେ ନାଜାନେ ବଲି ଡିସ୍ଲାନି ।
ପର୍ମେସର୍କେ ବେସି ଆଲାଦ୍ କର୍ବା ତାର୍ ପିଲାମନ୍ ଅଇବାକେ, ତାର୍ପାରା ଅଇ ଗଟେକ୍ ଆଲାଦର୍ ଚଲାଚଲ୍ତି କରା ।
ଜିସୁ ଆରିତରେକ୍ ପାରୁସିମନ୍କେ କଇଲା, “ମୁଇସେ ଏ ଦୁନିଆର୍ ଉଜଲ୍ । ଜନ୍ ଲକ୍ ମର୍ ପଚେ ପଚେ ଆଇସି, ସେ ଜିବନର୍ ଉଜଲ୍ ପାଇସି । ଆରି କେବେ ମିସା ଆନ୍ଦାରେ ନ ରଏ ।”
ତାର୍ପଚେ ଜିସୁ ସିସ୍ମନ୍କେ କଇଲା, “କେ ମିସା ମର୍ ସଙ୍ଗ୍ ଆଇବାକେ ମନ୍ କଲେ, ନିଜର୍ ମନ୍ କଲାଟା ସବୁ ଚାଡିଦେଇ, ନିଜର୍ କୁର୍ସ ବଇବାକେ ଅଇସି, ଆରି ମର୍ ପଚେ ପଚେ ଇଣ୍ଡ୍ବାକେ ଅଇସି ।
ତମେ ଜଦି ନିକ କାମ୍ କର୍ବାକେ ମନ୍ କଲେ, ତମର୍ ବିରଦେ କେ ମିସା କାରାପ୍ କାମ୍ ନ କରତ୍ ।
ଏବେ ତମେ ତାକେ ନ ଦେକିରଇଲେ ମିସା ଆଲାଦ୍ କଲାସ୍ନି ଆରି ବିସ୍ବାସ୍ କଲାସ୍ନି । ସେଟାର୍ପାଇ ତମର୍ ସାର୍ଦା ବେସି ବଡ୍ ।
ଚନେକର୍ପାଇ ତମର୍ ଜିବନେ ବିନ୍ ବିନ୍ ଦୁକ୍କସ୍ଟ ଆଇଲାକେ ମୁର୍ଚିକରି ରଇବାକେ ପଡ୍ଲେ ମିସା, ସେଟାର୍ପାଇ ତମେ ସାର୍ଦା ଅଇକରି ରୁଆ ।
ଆରି ବନ୍ଦି ଗରେ ରଇବା ତମର୍ ସଙ୍ଗାରିମନ୍କେ ଦୟା ଦେକାଇଲାସ୍ । ତମର୍ଟାନେ ଜେତ୍କି ରଇଲାଟା ସେମନ୍ ମାର୍ଦାର୍ କରି ନେଲାବେଲେ, ତମେ ସାର୍ଦାସଙ୍ଗ୍ ମୁର୍ଚି ରଇଲାସ୍ । କାଇକେବଇଲେ, ତମ୍କେ ତାର୍ତେଇଅନି ନିକଟା ଆରି ନ ସାର୍ବା ଦିନ୍ ଜାକ ରଇବା ଦନ୍ସଁପତି ଆଚେ ବଲି ଜାନିରଇଲାସ୍ ।
ତମେ ଜେତ୍କି ସବୁ ଉଡାସୁନିକରି ମିସା ବିସ୍ବାସ୍ କରି ବପୁସଙ୍ଗ୍, ଡାଟ୍ ଅଇକରି ଆଚାସ୍ । ଏ କାତା ଆମେ ପରମେସରର୍ ମଣ୍ଡଲିମନ୍କେ ବଡ୍ପନ୍ ଅଇକରି କଇଲୁନି ।
ଏ ମର୍ ବାଇବଇନିମନ୍, ମୁଇ ଜେନ୍ତାରି କଲିନି, ତମେ ମିସା ସେନ୍ତାରିସେ କରା । ଆମେ ତମର୍ ସଙ୍ଗ୍ ରଇଲାବେଲେ ଜେନ୍ତି ଚଲାଚଲ୍ତି କର୍ତେରଇଲୁ, ସେଟା ଜାଗ୍ରତ୍ ସଙ୍ଗ୍ ଦେକା ଆରି ସେନ୍ତାରି ଚଲାଚଲ୍ତି କରା ।
ତାକର୍ଟାନେଅନି ଆମେ ଜେତ୍କି ଆସା କରିରଇଲୁ, ତାର୍ତେଇଅନି ଅଦିକ୍ ଦେଲାଇ । କାଇକେବଇଲେ ପର୍ତମେ ସେମନ୍ ନିଜେ ନିଜେ ମାପ୍ରୁକେ ସର୍ପି ଅଇଲାଇ । ତାର୍ପଚେ ପର୍ମେସରର୍ ମନ୍ କଲା ଇସାବେ ସେମନ୍ ଆମ୍କେ ମିସା ସର୍ପି ଅଇଲାଇ ।
ପରମେସର୍ ଜେକି ସବୁ ଆସାର୍ ମୁଲ୍ଡେଲି । ତମର୍ ବିସ୍ବାସର୍ ଲାଗି ସେ ତମ୍କେ ସବୁ ସାନ୍ତି ସାର୍ଦା ଦେଅ । ସୁକଲ୍ ଆତ୍ମାର୍ ବପୁ ସଙ୍ଗ୍ ତମର୍ ଆସା ଅଦିକ୍ ଅଇଜାଅ ।
ଜିଉଦା, ଗାଲିଲି ଆରି ସମିରଣେ ରଇବା ମଣ୍ଡଲିମନର୍ ପାଇ ସେବେଲା ଗଟେକ୍ ସାନ୍ତିର୍ ବେଲା ରଇଲା । ସୁକଲ୍ ଆତ୍ମା ସେମନର୍ ସଙ୍ଗ୍ ରଇଲା ଜେ ଲକ୍ମନ୍ ଦିନ୍କେଦିନ୍ ଅଦିକ୍ ଅଦିକ୍ ଅଇ ଡାଟ୍ ଅଇଲାଇ । ଜିସୁକେ ବିସ୍ବାସ୍କର୍ବା ଲକ୍ମନ୍, ମାପ୍ରୁକେ ଡରିକରି ଆରି ମାନିକରି ଜିଇତେ ରଇଲାଇ ।
ପେରିତ୍ ସିସ୍ମନ୍ ସାର୍ଦାସଙ୍ଗ୍ ବଡ୍ସବାଇଅନି ବାରଇଲାଇ, କାଇକେବଇଲେ ପର୍ମେସର୍ ଦେକ୍ବା ଇସାବେ ଜିସୁର୍ ସିସ୍ ଅଇକରି ଅପ୍ମାନ୍ ପାଇବାକେ ଅଦିକାର୍ ପାଇରଇଲାଇ ।
ତମେ ସବୁ ବିସଇଟାନେ ମକେ ଏତାଇଲାସ୍ନି ଆରି ମୁଇ ତମ୍କେ ଜନ୍ ସବୁ ବିଦିବିଦାନ୍ ସିକାଇଆଚି, ସେ ସବୁ ମାନ୍ଲାସ୍ନି, ସେଟାର୍ ପାଇ ମୁଇ ତମ୍କେ ଦନିଅବାଦ୍ ଦେଲିନି ।
ବେସି ଦୁକେ ରଇଲେ ମିସା ସାର୍ଦା ସଙ୍ଗ୍ ଆଚୁ । ଆମେ ଅର୍କିତ୍ ପାରା ଅଇରଇଲେ ମିସା, ବିନ୍ ଲକ୍ମନ୍କେ ସାଉକାର୍ କରାଇଆଚୁ । ଆମେ କାଇଟା ନ ରଇବା ଲକର୍ ପାରା ଆଚୁ, ମାତର୍ ସବୁଜାକ ଆମର୍ଟା ।
କାଇକେବଇଲେ, ତମେ, ଆମେ କଲାପାରା କର୍ବା ଦର୍କାର୍ । ଆରି ସେଟା କେନ୍ତାରି କର୍ବାର୍ ନିଜେ ଜାନିଆଚାସ୍ । ସେଟାର୍ପାଇ ଆମେ ତମର୍ ଟାନେ ବାଡୁଅଇକରି ଚଲାଚଲ୍ତି କରୁନାଇ ।
ସୁବ୍ କବର୍ ସବୁକେ ଜାନାଆ । ଲକ୍ମନ୍ ସେଟା ସୁନ୍ବାକେ ମନ୍ କଲାବେଲେ କି ନ ସୁନ୍ବା ବେଲେ ସେଟା ଜାନାଇବାକେ ଜାଗିର । ବୁଲ୍କରି କାରାପ୍ କାମ୍ କର୍ବା ଲକ୍ମନ୍କେ ସେଟା ଚାଡ୍ବାକେ ଡାଟ୍ ସଙ୍ଗ୍ କ । ଆସା ନ ଚାଡି ପର୍ମେସରର୍ ବାକିଅ ସିକାଇତେର । ସେମନ୍କେ ନିକ କାମ୍ କର୍ବାକେ ସାର୍ଦା କରାଆ ।