16 ଏଟାର୍ଲାଗି ଆଲାଦ୍ କାଇଟା ଆମେ ଜାନ୍ଲୁନି । କିରିସ୍ଟ ଆମର୍ପାଇ ତାର୍ ନିଜର୍ ଜିବନ୍ ଦେଲା । ସେନ୍ତାରିସେ ଆମେମିସା ଆମର୍ ମିସିବିଡିରଇବା ବିସ୍ବାସି ବାଇବଇନି ମନର୍ଲାଗି ମର୍ବାକେ ତିଆର୍ ଅଇବାର୍ଆଚେ ।
ଜେନ୍ତାର୍ କି କିରିସ୍ଟ ଆମ୍କେ ଆଲାଦ୍ କରି ଆମର୍ ପାଇ ମରି ରଇଲା । ଗଟେକ୍ ସୁନ୍ଦର୍ ବାସ୍ନା ଅଇବା ବଲି ପାରା ସେ ତାର୍ ଜିବନ୍ ପର୍ମେସର୍କେ ସର୍ପିଦେଲା ।
ମୁଇ ତମ୍କେ ଗଟେକ୍ ନୁଆ ଆଦେସ୍ ଦେଲିନି, ତମେ ତମର୍ ନିଜର୍ ନିଜର୍ ବିତ୍ରେ ଆଲାଦ୍ କରା । ମୁଇ ଜେନ୍ତି ତମ୍କେ ଆଲାଦ୍ କଲିଆଚି, ତମେ ମିସା ନିଜର୍ ନିଜର୍ ବିତ୍ରେ ଆଲାଦ୍ କର୍ବାର୍ଆଚେ ।
ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ ।
ମାତର୍ ଆମେ ପାପି ରଇଲାବେଲେ ଜିସୁ ଆମର୍ ପାଇ ନିଜର୍ ଜିବନ୍ ସର୍ପିଦେଲା । ଇତିଅନି ପରମେସର୍ ଆମ୍କେ କେତେକ୍ ଆଲାଦ୍ କଲାନି, ସେଟା ଜାନାପଡିଆଚେ ।
ଆରି ଜିସୁକିରିସ୍ଟ ଟାନେଅନି । ସେ ଆକା ପର୍ମେସରର୍ ବିସଇର୍ ସତ୍ ସାକି ଦେଇପାର୍ସି । ମଲା ଲକ୍ମନର୍ଟାନେଅନି ତାକେସେ ପର୍ତୁମ୍ ଉଟାଇରଇଲା । ଏ ଜଗତର୍ ସାସନ୍କାରିଆମନର୍ ଉପ୍ରେ ରଇବା ସାସନ୍କାରିଆ । ସେ ଆମ୍କେ ଆଲାଦ୍ କଲାନି । ଆମର୍ପାଇ ଗଟେକ୍ ବଲି ଇସାବେ ମଲାକେ ଆମର୍ ପାପେଅନି ସେ ଆମ୍କେ ମୁକ୍ଲାଇଆଚେ ।
କିରିସ୍ଟ ମିସା ଆମର୍ ପାପର୍ଲାଗି ଏକାତରେକ୍ ସବୁଲକର୍ପାଇ ଦୁକ୍କସ୍ଟ ଅଇ ମୁର୍ଚିକରି ମଲା । ସେ ଦରମ୍ ରଇ ପାପ୍କରିରଇବା ଲକ୍ମନ୍କେ ପର୍ମେସରର୍ ଲଗେ ଆନ୍ବାକେ ମରିଜାଇରଇଲା । ଲକ୍ମନ୍ ତାର୍ ଗାଗଡ୍ ମରାଇଲାଇ, ମାତର୍ ତାର୍ ଆତ୍ମା ଜିବନ୍ ଅଇଆଚେ ।
ଜେନ୍ତାରି କି ପର୍ମେସର୍ ପାଟାଇଲା ନର୍ପିଲା ମୁଇ ମିସା ସେବା ମିଲ ବଲି ଆସି ନାଇ, ମାତର୍ ବିନ୍ ଲକ୍ମନର୍ ସେବା କରି ସେମନ୍କେ ମୁକ୍ତି ମିଲ ବଲି ନିଜର୍ ଜିବନ୍ ଦେବାକେ ଆଇଲି ଆଚି ।”
ତେବର୍ପାଇ ତମେ ନିଜର୍ ବିସଇ ଆରି ସୁକଲ୍ଆତ୍ମା ତାର୍ ସତ୍ ଗିଆନେ ଜନ୍ ବିସ୍ବାସି ମାନ୍ଦାକେ ଦେକାରକାପାଇ ଚାଡିଦେଇ ଆଚେ, ସେ ସବୁ ବିସଇଟାନେ ଜାଗ୍ରତ୍ ଉଆ । ମେଣ୍ଡା ଚାରାଉ ଗଉଡ୍ପାରା ପରମେସରର୍ ମଣ୍ଡଲିର୍ ଜତନ୍ ନିଆ । ସେ ମଣ୍ଡଲିକେ ପରମେସର୍ ତାର୍ ନିଜର୍ ବନିଦେଇ ଗେନିଆଚେ ।
ଏ ମୁନୁସ୍ମନ୍, କିରିସ୍ଟ ଜେନ୍ତାର୍ ମଣ୍ଡ୍ଲିକେ ଆଲାଦ୍ କରି, ତାକେ ସୁକଲ୍ କର୍ବାକେ ନିଜେ ସର୍ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍ ମାଇଜିମନ୍କେ ଆଲାଦ୍କରା ।
ଜନ୍ ବଡ୍ ଦିନ୍ ଆଇବାକେ ଆମେ ଜାଗିଆଚୁ, ସେତ୍କି ଦିନ୍ ଜାକ ଏନ୍ତାରିସେ ଚଲାଚଲ୍ତି କରୁ । ସେ ଦିନେ ଜିସୁକିରିସ୍ଟ ଜେକି ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ, ତାର୍ ସବୁ ଡାକ୍ପୁଟା ସଙ୍ଗ୍ ଏ ଜଗତେ ବାଉଡିଆଇସି ।
ସେମନ୍ ମକେ ସାଇଜ କଲାର୍ପାଇ ନିଜର୍ ଜିବନ୍ ବିପଦେ ପାକାଇ ଆଚତ୍ । ଏଟାର୍ପାଇ ମୁଇ ସେମନ୍କେ ବେସି ଜୁଆର୍ କଲିନି । ଅବ୍କା ମୁଇସେ ନାଇ, ଇତି ରଇବା ସବୁ ଜିଉଦି ନଇଲା ମଣ୍ଡଲିମନ୍ ମିସା ସେମନ୍କେ ଜୁଆର୍ ଜାନାଇଲାଇନି ।
କେ ଜଦି ପର୍ମେସରର୍ ସଙ୍ଗ୍ ମିସିଆଚି ବଲି କଇଲେ, ଜିସୁର୍ ଚଲାଚଲ୍ତି ପାରା ଚଲ୍ବାର୍ଆଚେ ।
ସେନ୍ତାରିସେ ମୁଇ ମର୍ ନିଜର୍ ମେଣ୍ଡାମନ୍କେ ଜାନି । ଆରି ମେଣ୍ଡାମନ୍ ମିସା ମକେ ଜାନତ୍ । ମୁଇ ସେମନର୍ ଲାଗି ମର୍ ଜିବନ୍ ଦେବାକେ ମିସା ରାଜି ।
ସୁବ୍କବର୍ ବିସ୍ବାସ୍ କଲାର୍ପାଇ, ତମେ ଜେନ୍ତାରି ଦୁକ୍ କସ୍ଟ ପାଇକରି ମୁରଚ୍ଲାସ୍ନି, ସେନ୍ତାରିସେ ମୁଇ ମିସା ସୁବ୍କବର୍ ଜାନାଇଲାର୍ ପାଇ ଦୁକ୍ କସ୍ଟ ପାଇକରି ମରିମିସା ଜିବି । ସେନ୍ତାରିଅଇଲେ ମିସା ମୁଇ ନିଜେ ସାର୍ଦା ଅଇ ତମର୍ସଙ୍ଗ୍ ସାର୍ଦା କର୍ବି ।
ସେମନ୍ ଗଟେକ୍ ନୁଆ ଗିତ୍ କଇତେରଇଲାଇ । “ଗୁଡିଆଇଅଇରଇବା କାଗଜ୍ ସିଲ୍ ବାଙ୍ଗାଇକରି ନେବାକେ ତୁଇସେ ପାରୁସ୍ । କାଇକେବଇଲେ ତୁଇ ମରାଇଅଇଲୁସ୍ ଆରି ତର୍ ବଲି ଇସାବ୍ ମରନର୍ ଲାଗି, ସବୁ ବଁସେଅନି, ସବୁବାସାଇଅନି, ସବୁ ରାଇଜେଅନି ଆରି ଲକ୍ମନର୍ ଦଲେଅନି ପର୍ମେସରର୍ ପାଇ ତୁଇ ଲକ୍ମନ୍କେ ଆନ୍ଲୁସ୍ ।
ଆମେ ପାପ୍ କଲାର୍ପାଇ ପାଇବା ଡଣ୍ଡ୍ କୁରୁସ୍କାଟେ ମରିକରି କିରିସ୍ଟ ନିଜେ ବଇନେଲା । ପାପ୍ କର୍ବାଟା ଚାଡିକରି ଦରମ୍ ଚଲାଚଲ୍ତି କର୍ବାକେ ସେ ଏନ୍ତାରି କଲା । ତାର୍ ଗାଗ୍ଡେ ମାରି ରଇବା ଗାଉର୍ ଲାଗି ଆମେ ନିକ ଅଇଆଚୁ ।
ତମର୍ ଆନିଦାଦିମନର୍ ଟାନେଅନି ଲଡାକେ ନ ଆଇବା ରିତିନିତିଅନି ସେ କାଇ ମୁଲିଅ ଦେଇକରି ତମ୍କେ ମୁକ୍ଲାଇଆଚେ, ସେଟା ତମେ ଜାନିଆଚାସ୍ । ତମ୍କେ ମୁକ୍ଲାଇବାକେ ସେ ନସି ଜିବା ସୁନା କି ରୁପାର୍ ମୁଲିଅ ଦେଏ ନାଇ ।
କାଇକେବଇଲେ କିରିସ୍ଟର୍ ଲାଗି ବଲିକରି ସେ ତାର୍ ଜିବନ୍ ବିପଦେ ପାକାଇଲା । ଆରି ତମେ ମର୍ଲାଗି ବଲିକରି ସେବାକାମେ ଜାଇଟାସବୁ ଉନା ଅଇଲାଆଚେ, ସେଟା ସବୁଜାକ ସେ ପୁରାପୁରୁନ୍ କଲା ।
ମୁଇ ନିମାନ୍ ମେଣ୍ଡା ଚାରାଉ ଗଉଡ୍ । ନିମାନ୍ ଗଉଡ୍ ମେଣ୍ଡାମନର୍ ଲାଗି ନିଜର୍ ଜିବନ୍ ମିସା ଦେଇସି ।
ଆମେ ତମ୍କେ ବେସି ଆଲାଦ୍ କଲୁ ଜେ, ତମ୍କେ ଅବ୍କା ପର୍ମେସରର୍ ସୁବ୍ କବର୍ ଜାନାଇବୁ ବଲି ନାଇ, ମାତର୍ ତମର୍ଲାଗି ନିଜ୍କେ ସର୍ପି ଅଇବାକେ ମିସା ତିଆର୍ ଅଇରଇଲୁ । ତମେ ଆମର୍ କେଡେକ୍ ନିଜର୍ ନ ରଇଲାସ୍ !
ଜଦି କେ ମିସା ପର୍ମେସରର୍ ଉଜଲ୍ ଆରି ସୁକଲ୍ ଇସାବେ ଚଲାଚଲ୍ତି କଲିନି ବଲି କଇକରି ତାର୍ ସଙ୍ଗ୍ ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ଗିନ୍ କର୍ସି, ସେ ଏବେଜାକ ଆନ୍ଦାରେସେ ରଇଲାନି ।
ଏନ୍ତାରିସେ ଆମେ ମରନ୍ ଦାରିଆଚୁ । ମାତର୍ ତମର୍ଟାନେ ଜିବନ୍ ଅଇ ଆଇଲାନି । କାଇକେବଇଲେ ତମେ ନ ସାର୍ବା ଜିବନ୍ ପାଇସା ।