17 ଏ କାରାପ୍ ଜଗତ୍ ଆରି ତେଇର୍ ସବୁ ରକାମ୍ ଚଲାଚଲ୍ତି ଦାପ୍ରେ ଉଟିଜାଇସି । ମାତର୍ ଜେ ପର୍ମେସର୍କେ ମାନ୍ସି, ସେ ନ ସାର୍ବା ଜିବନ୍ ପାଇସି ।
ସରଗ୍ ଆରି ମଚ୍ପୁର୍ କୁରୁପ୍ନାସ୍ ଅଇଜାଇସି, ମାତର୍ ମର୍ ସବୁ ବାକିଅ କେବେ ମିଚ୍ ନ ଅଏ ।
ଏ ଜଗତେ ରଇବା ଲକ୍ମନର୍ ପାରା ଚଲାଚଲ୍ତି ଇସାବେ ଜିଉନା କାଉନା କରାନାଇ । ପରମେସର୍ ତମର୍ ମନ୍ ନୁଆକରି ବାଦ୍ଲାଅ । ସେନ୍ତି ଅଇଲେ ସେ ମନ୍ କର୍ବାଟା ବୁଜିପାର୍ସା । ଆରି ଜନ୍ ଚଲାଚଲ୍ତି ତାର୍ ମୁଆଟେ ନିକ, ସିଦ୍ ଆରି ତାକେ ସାର୍ଦା କରାଇସି, ସେଟା ଜାନି ପାର୍ସା ।
ଜନ୍ ଲକ୍ମନ୍ ଜଗତର୍ ଜିନିସ୍ ନେଇ ବେବାର୍ପାନି କଲାଇନି, ସେମନ୍ ସବୁବେଲେ ସେ ବିସଇ ଚିନ୍ତା ନ କଲା ଲକର୍ ପାରା ରଅତ୍ । କାଇକେବଇଲେ ଜନ୍ ଜଗତେ ଆମେ ଆଚୁ, ସେ ଜଗତର୍ ସବୁ ଜିନିସ୍ ବୁଡିଜାଇସି ।
ତେବର୍ପାଇ ତମର୍ ମନ୍କେ ଜାଗରତ୍ କରା । ଜେନ୍ତାରିକି, ଏବେ ଅନି ତମର୍ ମରନ୍ ଜାକ, ପର୍ମେସର୍ ମନ୍ କଲା ଇସାବେ ଚଲାଚଲ୍ତି କର୍ସା । ତମର୍ ପାପର୍ ଗୁନ୍ ଚଲନ୍ ଇସାବେ କରାନାଇ ।
ପର୍ମେସରର୍ ମନ୍ କଲାଟା ସାଦନ୍ କର୍ବାକେ ତମେ ମୁର୍ଚିକରି ରଇବାର୍ ଆଚେ ଆରି ସେ କାତା ଦେଇରଇବାଟା ତମେ ମିଲାଇସା ।
ଜନ୍ ଲକ୍ମନ୍ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାଇ, ସେ ମର୍ ବାଇ, ବଇନି ଆରି ମା ।”
ଏ ସବୁ ଆସିର୍ବାଦ୍ ଆମର୍ପାଇ । ତମେ ପର୍ମେସର୍କେ ବିସ୍ବାସ୍ କଲାର୍ପାଇ, ତାର୍ ବପୁ ତମ୍କେ କାଇଟା ନ ଅଇତେ ସଙ୍ଗଇଲା ଆଚେ । ସାରାସାରିଦିନେ ତାର୍ ମୁକ୍ତି ସବୁଲକ୍ ଜାନ୍ବା ଜାକ, ତମର୍ ଉପ୍ରେ ଜାଗ୍ତେରଇସି ।
ଜେନ୍ତାରି କି ତମେ ବେସିଆ କାମ୍ଟାନେଅନି ବିନେ ରଇକରି, ସୁକଲ୍ ସଙ୍ଗ୍ ରଇବାଟା ପର୍ମେସର୍ ମନ୍ କଲାନି ।
ମାତର୍ ମୁଇ ଜନ୍ ପାନି ଦେବି, ସେ ପାନି ଜେ କାଇସି ବଇଲେ, ତାକେ କେବେ ମିସା ସସ୍ ନ ଲାଗେ । ମୁଇ ଜନ୍ ପାନି ଦେବି, ସେଟା ଜିବନ୍ ଦେବା ପାନି ପାରା ଉଚ୍ଲି ଜାଇତେରଇସି । ତେଇ ଅନି ଜେ କାଇଲେ, ସେ ନ ସାର୍ବା ଜିବନ୍ ପାଇସି ।”
ମକେ ମାପ୍ରୁ, ମାପ୍ରୁ ବଲି ଡାକ୍ବା ଲକ୍ମନର୍ତେଇ ଅନି ସବୁ ଲକ୍ ସରଗ୍ ରାଇଜେ କେଟିନାପାରତ୍ । ମାତର୍ ଜନ୍ ଲକ୍ମନ୍ ସରଗର୍ ବାବା ମନ୍ କଲା ଇସାବେ ଚଲାଚଲ୍ତି କର୍ବାଇ, ସେମନ୍ସେ ସରଗ୍ ରାଇଜେ କେଟ୍ବାଇ ।
ମାତର୍ କାଲିକେ କାଇଟା ଗଟ୍ସି, ସେଟା ତମେତା ନାଜାନାସ୍ ! ତମର୍ ଜିବନ୍ ଦୁଉଁରି ସମାନ୍, ଜନ୍ଟାକି ଚନେକର୍ ପାଇ ଡିସ୍ସି ଆରି ମାୟା ଅଇଜାଇସି ।
ଏଟାସେ ସର୍ଗେଅନି ଆସିରଇବା କାଦି । ଜନ୍ କାଦି ତମର୍ ଆନିଦାଦିମନ୍ କାଇକରି ପଚେ ମଲାଇ, ଏଟା ସେନ୍ତାରି କାଦି ନଏଁ । ଏ କାଦି ଜେ କାଇସି ସେ କାଲ୍କାଲ୍ ଜୁଗ୍ଜୁଗ୍ ବଁଚିରଇସି ।”
କଇଦେକା ପନି, ଏ ଦୁଇଟା ପଅର୍ ବିତ୍ରେ କେ ତାର୍ ବାବା ତିଆର୍ଲାଟା ମାନିରଇଲା ?” ସେମନ୍ କଇଲାଇ, “ବଡ୍ ପଅ ।” ଜିସୁ ସେମନ୍କେ କଇଲା, “ମୁଇ ସତ୍ କଇଲିନି ସିସ୍ତୁ ମାଙ୍ଗୁମନ୍ ଆରି ବେସିଆମନ୍ ତମର୍ଟାନେଅନି ପରମେସରର୍ ରାଇଜେ ଆଗ୍ତୁ କେଟ୍ବାଇ ।
ସବୁ ସୁକ୍ ଦୁକ୍ ବେଲେ ମାପ୍ରୁକେ ଦନିଅବାଦ୍ ଦିଆସ୍ । କାଇକେବଇଲେ କିରିସ୍ଟ ଜିସୁର୍ ସଙ୍ଗ୍ ମିସିକରି ଜିଉନା କାଉନା କଲାସ୍ନି ବଲି ପର୍ମେସର୍ ତମର୍ଟାନେ ଅନି ମାଙ୍ଗ୍ଲାନି ।
ଏପାପ୍ରା ତାର୍ ଜୁଆର୍ ଜାନାଇଲାନି । ସେ ମିସା ତମର୍ ନଅରର୍ ଲକ୍ । ସେ ମିସା ଗଟେକ୍ ଜିସୁକିରିସ୍ଟର୍ ଗତିଦାଙ୍ଗ୍ଡା । ସେ ତମର୍ପାଇ ସବୁବେଲେ ମନ୍ଦିଆନ୍ ଦେଇ ପାର୍ତନା କରିଲାଗିରଇସି । ଜେନ୍ତିକି ତମେ ଡାଟ୍ ଅଇ ସିଦ୍ ଅଇସା ଆରି ପର୍ମେସର୍ ତମ୍କେ କରା ବଲି ମନ୍କଲାଟା ଜାନିରଇସା ।
ଆମେ ତମର୍ ବିସଇର୍ ଏ ନିକ କବର୍ ସୁନିକରି, ତମର୍ପାଇ ପାର୍ତନା କରିଲାଗିଆଚୁ । ତାର୍ ସୁକଲ୍ଆତ୍ମାଇଅନି ପାଇରଇବା ଗିଆନ୍ ଆରି ବୁଜ୍ବା ବପୁସଙ୍ଗ୍ ସେ ମନ୍କଲାଟା ତମେ ପୁରାପୁରୁନ୍ ଜାନିପାର୍ସା ବଲି ଆମେ ମାପ୍ରୁକେ ଗୁଆରି କଲୁନି ।
ଜେ ଜଦି ପର୍ମେସର୍ ମନ୍କଲାଟା ପୁରୁନ୍ କର୍ବାକେ ମନ୍ କର୍ସି ବଇଲେ ସେ ଜାନିପାର୍ସି, ମୁଇ ଦେଇତେରଇବା ସିକିଆ ପର୍ମେସରର୍ ଟାନେ ଅନି ଆଇଲାନି କି ସେଟା ମର୍ ନିଜର୍ ବପୁର୍ ସଙ୍ଗ୍ କଲିନି ବଲି ।