6 ମୁଇ ତେଇ ତମର୍ ସଙ୍ଗ୍ କେତେକ୍ ଦିନ୍ ରଇବି । ଅଇପାରେ ସିତ୍ଦିନ୍ ସାର୍ବା ଜାକ । ତାର୍ପଚେ ଜନ୍ତି ଜିବାକେ ମନ୍ କଲିନି, ତେଇ ଜିବାକେ ତମେ ମକେ ସାଇଜ କରିପାରାସ୍ ।
ଆନ୍ଟିଅକର୍ ମଣ୍ଡଲି ସେମନ୍ ଜିବାଟା ସୁବିଦା କରିଦେଇ ପାଟାଇଲାଇ । ସେମନ୍ ପିନିସିଆ ଆରି ସମିରଣ୍ ବାଟ୍ ଦେଇ ଜିବାବେଲେ, ଜିଉଦି ନଇଲା ଲକ୍ମନ୍ କେନ୍ତି ମନ୍ ବାଦ୍ଲାଇକରି ପରମେସର୍କେ ନାମ୍ଲାଇ, ସେ ବିସଇ ଜାନାଇଲାଇ । ଏ କାତା ସୁନି ବିସ୍ବାସି ବାଇମନ୍ ବେସି ସାର୍ଦା ଅଇଲାଇ ।
ସାରାସାରି ଏବେ ମୁଇ ତମ୍କେ ଦେକ୍ବାକେ ଆସିଅଇସି । ଏସ୍ପେନ୍ ଦେସେ ଜିବା ବାଟେ ତମ୍କେ ଦେକିଆଇବି ବଲି ବାବ୍ଲିଆଚି । ତମର୍ଟାନେ ସାର୍ଦାସଙ୍ଗ୍ କେତେ ବେଲା ବିତାଇଲା ପଚେ ତମର୍ ସାଇଜେ ଏସ୍ପେନ୍ ଦେସେ ଉଟିଜିବି ।
ତକେ ସାଇଜ କର୍ବାକେ ମୁଇ ଆର୍ତେମସ୍କେ ନଇଲେ ତେକିକସ୍କେ ପାଟାଇବି । ଆକର୍ ବିତ୍ରେ କେ ଆଲେ ଆଇଲେ, ତୁଇ ତେଇଅନି ବାରଇ ନିକପଲି ନଅରେ ମକେ ବେଟ୍ ଅଇବାକେ ଆଉ । କାଇକେବଇଲେ ସିତ୍ମାସ୍ ସାର୍ବାଜାକ ତେଇ ରଇବାକେ ମୁଇ ମନ୍ କଲିନି ।
କାଇକେବଇଲେ ମୁଇ ମାକିଦନିଆଇ ଜିବାବାଟେ ତମର୍ଟାନେ ଆସି ରଇବି ବଲି ମନ୍କଲି । ଆରି ମୁଇ ଗରେ ବାଅଡ୍ବାବେଲେ ଆରିତରେକ୍ ତମର୍ଟାନେ ତେବ୍ବି ବଲି ମନ୍ କଲି । କାଇକେବଇଲେ ମୁଇ ଜେବେ ଜିଉଦା ଦେସେ ଜିବାକେ ବାରଇବି, ସେ ବେଲେ ତମେ ମକେ ସାଇଜ କରି ପାରାସ୍ ।
ସେଟାର୍ ପାଇ ତାକେ କେ ମିସା ସାନ୍ ପାରା ଦେକାନାଇ । ମାତର୍ ତାକେ ସାଇଜ କରା, ଜେନ୍ତିକି, ସେ ତମର୍ ଜାଗାଇଅନି ଗାଲାବେଲେ, ସାନ୍ତିସଙ୍ଗ୍ ଜାଇପାର୍ସି । ଆରି ସେ ମର୍ଲଗେ ବାଅଡ୍ସି । ଇତିର୍ ବାଇବଇନିମନର୍ ସଙ୍ଗ୍ ମୁଇ ତାକେ ଜାଗ୍ଲିନି ।
ସେ ଜାଗାଇଅନି ବାରଇବାକେ ଆମ୍କେ ତିନ୍ମାସ୍ ଲାଗ୍ଲା । ସିତ୍ଦିନ୍ ଅଇରଇଲାକେ ତବିର୍ଅଇଲା ଆଲେକ୍ଜାଣ୍ଡ୍ରିଆ ନଅରେଅନି ଆସିରଇବା ଗଟେକ୍ ଜାଜେ ଆମେ ବାରଇଲୁ । ସେ ଜାଜର୍ ନାଉଁ ରଇଲା ଜଁଲି ଦେବ୍ତା ।
ସେ ଗାଡେ ସିତ୍ମାସେ ରଇବାଟା ବେସି କସ୍ଟ ରଇଲା । ତେବେ କେନ୍ତି କରି ମିସା କସ୍ଟେ ମସ୍ଟେ ପେନିକସ୍ ବଲି ଗଟେକ୍ ଜାଗାଇ କେଟି, ଦର୍କାର୍ ପଡ୍ଲେ ତେଇ ରଇବାକେ ଜାଜେ ଜିବା କେତେଲକ୍ମନ୍ କର୍ତେରଇଲାଇ । ପିନିକସ୍ ଅଇଲାନି କିରିତେ ଦକିଣ୍, ପଚିମ୍ ଆରି ଉତର୍ ପୁରୁବ୍ ଦିଗେ ରଇବା ଗଟେକ୍ ଜାଗାର୍ ନାଉଁ ।
ମାତର୍ ସେମନର୍ ସଙ୍ଗ୍ ଗଟେକ୍ ଆଟ୍ ରଇଲା ପଚେ, ଆମେ ସେମନ୍କେ ଚାଡିକରି ଆମର୍ ବାଟେ ଉଟି ଆଇଲୁ । ଆମ୍କେ ପାଟାଇ ଦେବାକେ ସେମନ୍ ନିଜର୍ ନିଜର୍ ପିଲା ମାଇଜି ସଙ୍ଗ୍ ଗଡ୍ ବାଇରେ ରଇବା, ସମ୍ଦୁର୍ କଣ୍ଡିଜାକ ଆଇଲାଇ । ତେଇ ଆମେ ସବୁ ଲକ୍ ମାଣ୍ଡିକୁଟା ଦେଇ ପାର୍ତନା କଲୁ ।
ପାଉଲ୍ ସେମନ୍କେ “ତମେ ଆରି ମକେ ଦେକିନାପାରାସ୍ ।” ବଲି କଇରଇଲାକେ, ସେମନ୍ ବେସି ମନ୍ଦୁକ୍ ଅଇଜାଇରଇଲାଇ । ଲକ୍ମନ୍ ପାଉଲ୍କେ ପାଟାଇ ଦେବାକେ, ଜାଜେ ନେଇ ଚାଡ୍ଲାଇ ।
ପାଉଲ୍କେ ଡାକିନେବା ଲକ୍ମନ୍, ତାର୍ ସଙ୍ଗ୍ ଆତେନସ୍ ଜାକ ଗାଲାଇ । ତେଇଅନି ସେମନ୍ ବେରିଆଇ ବାଉଡି ଆସି, ସିଲା ଆରି ତିମତିକେ କଇଲାଇ, “ତମ୍କେ ପାଉଲ୍ ବେଗି ମିସ୍ବାକେ କବର୍ ପାଟାଇ ଆଦେସ୍ ଦେଲାଆଚେ ।”