Biblia Todo Logo
Bib sou entènèt

- Piblisite -




ଯିଖରୀୟ 9:15 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବେ; ତହିଁରେ ସେମାନେ ଗ୍ରାସ କରିବେ ଓ ଛାଟିଣୀ-ପଥରସବୁ ପଦ ତଳେ ଦଳିତ କରିବେ; ଆଉ, ସେମାନେ ପାନ କରିବେ ଓ ଦ୍ରାକ୍ଷାରସରେ ମତ୍ତ ଲୋକର ପରି ଶବ୍ଦ କରିବେ, ଆଉ ସେମାନେ ପାତ୍ର ପରି, ଯଜ୍ଞବେଦିର କୋଣ ପରି ପରିପୂର୍ଣ୍ଣ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବେନ୍ତ ତହିଁରେ ସେମାନେ ଗ୍ରାସ କରିବେ ଓ ଛାଟିଣୀ-ପଥରସବୁ ପଦ ତଳେ ଦଳିତ କରିବେ; ଆଉ, ସେମାନେ ପାନ କରିବେ ଓ ଦ୍ରାକ୍ଷାରସରେ ମତ୍ତ ଲୋକର ନ୍ୟାୟ ଶଦ୍ଦ କରିବେ, ଆଉ ସେମାନେ ପାତ୍ର ପରି, ଯଜ୍ଞବେଦିର କୋଣ ପରି ପରିପୂର୍ଣ୍ଣ ହେବେ।

Gade chapit la Kopi

ଓଡିଆ ବାଇବେଲ

15 ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବେ; ତହିଁରେ ସେମାନେ ଗ୍ରାସ କରିବେ ଓ ଛାଟିଣୀ-ପଥରସବୁ ପଦ ତଳେ ଦଳିତ କରିବେ; ଆଉ, ସେମାନେ ପାନ କରିବେ ଓ ଦ୍ରାକ୍ଷାରସରେ ମତ୍ତ ଲୋକର ପରି ଶବ୍ଦ କରିବେ, ଆଉ ସେମାନେ ପାତ୍ର ପରି, ଯଜ୍ଞବେଦିର କୋଣ ପରି ପରିପୂର୍ଣ୍ଣ ହେବେ।

Gade chapit la Kopi

ପବିତ୍ର ବାଇବଲ

15 ସର୍ବଶକ୍ତିମାନ୍ ସଦାପ୍ରଭୁ ସେମାନଙ୍କୁ ସୁରକ୍ଷା ଦେବେ। ସେମାନେ ଧ୍ୱଂସ ହେବେ, ସେମାନେ ସେମାନଙ୍କର ଶତ୍ରୁମାନଙ୍କୁ ବାଟୁଳି ଦ୍ୱାରା ପରାସ୍ତ କରିବେ। ସେମାନେ ଦ୍ରାକ୍ଷାରସ ପାନ କରିବେ ଓ ଦୁର୍ଦ୍ଦାନ୍ତ ହେବେ, ସେମାନେ ଯଜ୍ଞବେଦିର କୋଣରେ ଥିବା ପାତ୍ର ଯେପରି ସେହିପରି ପୂର୍ଣ୍ଣ ହେବେ।

Gade chapit la Kopi




ଯିଖରୀୟ 9:15
25 Referans Kwoze  

ସେହି ଦିନ ଆମ୍ଭେ ଯିହୁଦାର ଅଧ୍ୟକ୍ଷଗଣକୁ କାଷ୍ଠ ମଧ୍ୟରେ ଅଗ୍ନିଧାରୀ ପାତ୍ର ସ୍ୱରୂପ ଓ ଶସ୍ୟବିଡ଼ା ମଧ୍ୟରେ ମଶାଲ ସ୍ୱରୂପ କରିବା ଆଉ, ସେମାନେ ଦକ୍ଷିଣ ଓ ବାମରେ ଚତୁଃପାର୍ଶ୍ଵସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ ଗ୍ରାସ କରିବେ; ଆଉ, ଯିରୂଶାଲମ ପୁନର୍ବାର ସ୍ୱ ସ୍ଥାନରେ, ଅର୍ଥାତ୍‍, ଯିରୂଶାଲମରେ ବାସ କରିବ।


ପୁଣି, ଇଫ୍ରୟିମର ଲୋକମାନେ ବୀରପୁରୁଷ ପରି ହେବେ ଓ ଦ୍ରାକ୍ଷାରସରେ ଆନନ୍ଦ କଲା ପରି ସେମାନଙ୍କ ଅନ୍ତଃକରଣ ଆନନ୍ଦ କରିବ; ହଁ, ସେମାନଙ୍କର ସନ୍ତାନଗଣ ତାହା ଦେଖିବେ ଓ ଆନନ୍ଦ କରିବେ; ସେମାନଙ୍କର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ଉଲ୍ଲସିତ ହେବ।


ସେହି ଦିନ ସଦାପ୍ରଭୁ ଯିରୂଶାଲମର ନିବାସୀଗଣକୁ ରକ୍ଷା କରିବେ ଓ ସେମାନଙ୍କ ମଧ୍ୟରେ ଯେଉଁ ଜନ ଦୁର୍ବଳ, ସେହି ଦିନ ସେ ଦାଉଦ ପରି ହେବ ଓ ଦାଉଦ ବଂଶ ପରମେଶ୍ୱରଙ୍କ ପରି, ସେମାନଙ୍କର ଅଗ୍ରଗାମୀ ସଦାପ୍ରଭୁଙ୍କର ଦୂତ ପରି ହେବେ।


ପୁଣି, ସେମାନେ ବୀରଗଣ ତୁଲ୍ୟ ହୋଇ ଯୁଦ୍ଧରେ ଆପଣାମାନଙ୍କର ଶତ୍ରୁଗଣକୁ ବାଟର କାଦୁଅରେ ଦଳି ପକାଇବେ ଓ ସେମାନେ ଯୁଦ୍ଧ କରିବେ, କାରଣ ସଦାପ୍ରଭୁ ସେମାନଙ୍କର ସହବର୍ତ୍ତୀ ଅଟନ୍ତି ଓ ଅଶ୍ୱାରୋହୀମାନେ ଲଜ୍ଜିତ ହେବେ।


ପୁଣି, ତହିଁର ଚାରି କୋଣ ଉପରେ ଶୃଙ୍ଗ କରିବ, ଆଉ ସେହି ଶୃଙ୍ଗ ବେଦିର ଏକାଂଶ ହେବ ଓ ତାହା ପିତ୍ତଳରେ ମଡ଼ାଯିବ।


ସେତେବେଳେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକ ପରି, ମଦିରା ହେତୁ ହର୍ଷନାଦକାରୀ ବୀର ପରି ଉଠିଲେ।


ତହୁଁ ଯାଜକ ଆପଣା ଅଙ୍ଗୁଳିରେ ସେହି ପାପାର୍ଥକ ବଳିର ରକ୍ତରୁ କିଛି ନେଇ ହୋମବେଦିର ଶୃଙ୍ଗ ଉପରେ ଦେବ ଓ ତାହାର ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ।


ପୁଣି ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ବେଦିର ଶୃଙ୍ଗ ଉପରେ ଦେବ, ଆଉ ସମାଗମ-ତମ୍ବୁର ଦ୍ୱାର ସମୀପସ୍ଥ ହୋମବେଦି ମୂଳରେ ତାହାର ସମସ୍ତ ରକ୍ତ ଢାଳିବ।


ଆଉ ଦ୍ରାକ୍ଷାରସରେ ମତ୍ତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ, ସ୍ତୋତ୍ର ଓ ଆଧ୍ୟାତ୍ମିକ ସଂକୀର୍ତ୍ତନ ଦ୍ୱାରା ପରସ୍ପରକୁ ଉତ୍ସାହ ଦିଅ,


କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ବରଙ୍କ ଶକ୍ତି ଅଟେ।


ସେହି ଦିନ ଅଶ୍ୱଗଣର ଘଣ୍ଟି ଏହି କଥା କହିବ, “ସଦାପ୍ରଭୁ ପବିତ୍ର” ଓ ସଦାପ୍ରଭୁଙ୍କ ଗୃହର ହାଣ୍ଡିସବୁ ଯଜ୍ଞବେଦି ସମ୍ମୁଖସ୍ଥ ପାତ୍ରସବୁର ପରି ହେବ।


ଯେହେତୁ ତାଙ୍କ ମଙ୍ଗଳଭାବ କିପରି ମହତ ଓ ତାଙ୍କର ସୌନ୍ଦର୍ଯ୍ୟ କିପରି ମହତ! ଶସ୍ୟ ଯୁବାଗଣକୁ ଓ ନୂତନ ଦ୍ରାକ୍ଷାରସ ଯୁବତୀଗଣକୁ ବର୍ଦ୍ଧିଷ୍ଣୁ କରିବ।


ପୁଣି, ବନ ପଶୁଗଣ ମଧ୍ୟରେ ଯେପରି ସିଂହ, ମେଷପଲ ମଧ୍ୟରେ ଯେପରି ଯୁବା ସିଂହ ଯାଇ ଦଳି ପକାଏ ଓ ବିଦୀର୍ଣ୍ଣ କରେ, ଆଉ ଉଦ୍ଧାରକାରୀ କେହି ନ ଥାଏ, ସେପରି ଗୋଷ୍ଠୀଗଣ ମଧ୍ୟରେ, ଅନେକ ଗୋଷ୍ଠୀ ମଧ୍ୟରେ ଯାକୁବର ଅବଶିଷ୍ଟାଂଶ ହେବେ।


“ହେ ତୃଷିତ ଲୋକସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ, ସେ ଆସୁ; ତୁମ୍ଭେମାନେ ଆସ, କିଣ ଓ ଭୋଜନ କର; ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।


କାରଣ ଆମ୍ଭେ ଆପଣା ସକାଶୁ ଓ ଆମ୍ଭ ଦାସ ଦାଉଦ ସକାଶୁ ଏହି ନଗରକୁ ରକ୍ଷା କରିବା ପାଇଁ ସପକ୍ଷ ହେବା।”


ତୁମ୍ଭର ମୁଖ ସର୍ବୋତ୍ତମ ଦ୍ରାକ୍ଷାରସ ତୁଲ୍ୟ, ତାହା ମୋʼ ପ୍ରିୟତମଙ୍କ ଗଳଦେଶରେ ଚିକ୍କଣ ଗଳିଯାଏ, ପୁଣି ତାହାଙ୍କ ଓଷ୍ଠ ଓ ଦାନ୍ତ ଦେଇ ଧୀରେ ଧୀରେ ଚାଲିଯାଏ।


ହେ ମୋହର ପ୍ରିୟେ, ମୋହର କନ୍ୟା, ମୁଁ ଆପଣା ଉଦ୍ୟାନକୁ ଆସିଅଛି; ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ୟ ସଂଗ୍ରହ କରିଅଛି; ମୁଁ ଆପଣା ମଧୁଚାକ ଓ ମଧୁ ଭୋଜନ କରିଅଛି; ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧ ପାନ କରିଅଛି। ହେ ବନ୍ଧୁଗଣ, ଭୋଜନ କର; ହେ ପ୍ରିୟତମଗଣ, ପାନ କର, ହଁ, ଯଥେଷ୍ଟ ପାନ କର।


ମୋତେ ତୁମ୍ଭେ ଟାଣି ନିଅ; ପୁଣି ଆମ୍ଭେ ତୁମ୍ଭ ପଛେ ପଛେ ଧାଇଁବା; ରାଜା ଆପଣା ଅନ୍ତଃପୁରକୁ ମୋତେ ଆଣିଅଛନ୍ତି; ଆମ୍ଭେମାନେ ତୁମ୍ଭଠାରେ ଆନନ୍ଦିତ ହେବା ଓ ଉଲ୍ଲାସ କରିବା। ଆମ୍ଭେମାନେ ଦ୍ରାକ୍ଷାରସ ଅପେକ୍ଷା ତୁମ୍ଭ ପ୍ରେମ ବିଷୟ ଅଧିକ କହିବା; ଯଥାର୍ଥରେ ଲୋକେ ତୁମ୍ଭକୁ ପ୍ରେମ କରନ୍ତି।


ତେବେ ଦାଉଦ ପଲେଷ୍ଟୀୟକୁ କହିଲେ, “ତୁମ୍ଭେ ଖଡ୍ଗ ଘେନି, ବର୍ଚ୍ଛା ଘେନି ଓ ଶଲ୍ୟ ଘେନି ମୋʼ କତିକି ଆସିଅଛ; ମାତ୍ର ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ, ସେହି ଇସ୍ରାଏଲ ସୈନ୍ୟଶ୍ରେଣୀର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି।


ଆଉ, ଯାଜକ ସେହି ରକ୍ତରୁ କିଛି ନେଇ ସମାଗମ-ତମ୍ବୁର ମଧ୍ୟସ୍ଥିତ ସୁଗନ୍ଧି ଧୂପବେଦିର ଶୃଙ୍ଗରେ ସଦାପ୍ରଭୁଙ୍କ ସମ୍ମୁଖରେ ଦେବ; ତହୁଁ ଗୋବତ୍ସର ସମସ୍ତ ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାରସ୍ଥିତ ହୋମବେଦି ମୂଳରେ ଢାଳିବ।


ତୀର ତାହାକୁ ତଡ଼ାଇ ପାରେ ନାହିଁ ଓ ଛାଟିଣୀ ପଥର ତାହା ପ୍ରତି ନଡ଼ା ପରି ହୁଏ।


ସେତେବେଳେ ସଦାପ୍ରଭୁ ବାହାର ହେବେ ଓ ସଂଗ୍ରାମ ଦିନରେ ଯେପରି ଯୁଦ୍ଧ କଲେ, ସେହିପରି ସେହି ସବୁ ଗୋଷ୍ଠୀ ବିରୁଦ୍ଧରେ ଯୁଦ୍ଧ କରିବେ।


ଦେଖ, ମୁଁ ସେମାନଙ୍କ ଉପରେ ଆପଣା ହସ୍ତ ହଲାଇବି, ତହିଁରେ ସେମାନେ ଆପଣା ସେବାକାରୀଗଣର ଲୁଟିତ ବସ୍ତୁ ସ୍ୱରୂପ ହେବେ ଆଉ, ସୈନ୍ୟାଧିପତି ସଦାପ୍ରଭୁ ଯେ ମୋତେ ପ୍ରେରଣ କରିଅଛନ୍ତି, ଏହା ତୁମ୍ଭେମାନେ ଜାଣିବ।


Swiv nou:

Piblisite


Piblisite