Biblia Todo Logo
Bib sou entènèt

- Piblisite -




ଯିଖରୀୟ 12:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ସେହି ଦିନ ଆମ୍ଭେ ଯିହୁଦାର ଅଧ୍ୟକ୍ଷଗଣକୁ କାଷ୍ଠ ମଧ୍ୟରେ ଅଗ୍ନିଧାରୀ ପାତ୍ର ସ୍ୱରୂପ ଓ ଶସ୍ୟବିଡ଼ା ମଧ୍ୟରେ ମଶାଲ ସ୍ୱରୂପ କରିବା ଆଉ, ସେମାନେ ଦକ୍ଷିଣ ଓ ବାମରେ ଚତୁଃପାର୍ଶ୍ଵସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ ଗ୍ରାସ କରିବେ; ଆଉ, ଯିରୂଶାଲମ ପୁନର୍ବାର ସ୍ୱ ସ୍ଥାନରେ, ଅର୍ଥାତ୍‍, ଯିରୂଶାଲମରେ ବାସ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ସେଦିନ ଆମ୍ଭେ ଯିହୁଦାର ଅଧ୍ୟକ୍ଷଗଣକୁ କାଷ୍ଠ ମଧ୍ୟରେ ଅଗ୍ନିଧାରୀ ପାତ୍ର ସ୍ଵରୂପ ଓ ଶସ୍ୟବିଡ଼ା ମଧ୍ୟରେ ମଶାଲ ସ୍ଵରୂପ କରିବା; ଆଉ, ସେମାନେ ଦକ୍ଷିଣ ଓ ବାମରେ ଚତୁଃପାର୍ଶ୍ଵସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ ଗ୍ରାସ କରିବେ; ଆଉ, ଯିରୂଶାଲମ ପୁନର୍ବାର ସ୍ଵସ୍ଥାନରେ, ଅର୍ଥାତ୍, ଯିରୂଶାଲମରେ ବାସ କରିବ।

Gade chapit la Kopi

ଓଡିଆ ବାଇବେଲ

6 ସେହି ଦିନ ଆମ୍ଭେ ଯିହୁଦାର ଅଧ୍ୟକ୍ଷଗଣକୁ କାଷ୍ଠ ମଧ୍ୟରେ ଅଗ୍ନିଧାରୀ ପାତ୍ର ସ୍ୱରୂପ ଓ ଶସ୍ୟବିଡ଼ା ମଧ୍ୟରେ ମଶାଲ ସ୍ୱରୂପ କରିବା ଆଉ, ସେମାନେ ଦକ୍ଷିଣ ଓ ବାମରେ ଚତୁଃପାର୍ଶ୍ଵସ୍ଥିତ ସମସ୍ତ ଗୋଷ୍ଠୀଙ୍କୁ ଗ୍ରାସ କରିବେ; ଆଉ, ଯିରୂଶାଲମ ପୁନର୍ବାର ସ୍ୱସ୍ଥାନରେ, ଅର୍ଥାତ୍‍, ଯିରୂଶାଲମରେ ବାସ କରିବ।

Gade chapit la Kopi

ପବିତ୍ର ବାଇବଲ

6 ସେହି ଦିନ ଯିହୁଦା ପରିବାରର ନେତାଗଣଙ୍କୁ ଆମ୍ଭେ ଗଛ ମଧ୍ୟରେ ଜଳନ୍ତା ପାତ୍ର ପରି କରିବା ଏବଂ କଟା ହୋଇଥିବା ନୂତନ ଶସ୍ୟ ମଧ୍ୟରେ ଏକ ଜଳନ୍ତା ମଶାଲ ସଦୃଶ କରିବା। ସେମାନେ ତାଙ୍କ ବାମ ଓ ଦକ୍ଷିଣରେ ଥିବା ଲୋକମାନଙ୍କୁ ଧ୍ୱଂସ କରିବେ କିନ୍ତୁ ଯିରୁଶାଲମ ତା'ର ସ୍ଥାନରେ ଅକ୍ଷତ ରହିବ।”

Gade chapit la Kopi




ଯିଖରୀୟ 12:6
25 Referans Kwoze  

ପୁଣି, ଯାକୁବର ବଂଶ ଅଗ୍ନି ସ୍ୱରୂପ ଓ ଯୋଷେଫର ବଂଶ ଅଗ୍ନିଶିଖା ସ୍ୱରୂପ ହେବେ, ଆଉ ଏଷୌର ବଂଶ ନଡ଼ା ସ୍ୱରୂପ ହେବେ, ଆଉ ସେମାନେ ତହିଁ ମଧ୍ୟରେ ଜ୍ୱଳି ତାହା ଗ୍ରାସ କରିବେ; ତହିଁରେ ଏଷୌ ବଂଶର କେହି ଅବଶିଷ୍ଟ ରହିବେ ନାହିଁ; କାରଣ ସଦାପ୍ରଭୁ ଏହା କହିଅଛନ୍ତି।


ପୁଣି, ତାହାଙ୍କୁ କହିଲେ, “ଦୌଡ଼, ଏହି ଯୁବା ଲୋକକୁ କୁହ ‘ଯିରୂଶାଲମର ମନୁଷ୍ୟ ଓ ପଶୁଗଣର ବାହୁଲ୍ୟ ହେତୁ ତାହା ପ୍ରାଚୀରବିହୀନ ଗ୍ରାମସମୂହର ତୁଲ୍ୟ ବସତି ସ୍ଥାନ ହେବ।


ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବେ; ତହିଁରେ ସେମାନେ ଗ୍ରାସ କରିବେ ଓ ଛାଟିଣୀ-ପଥରସବୁ ପଦ ତଳେ ଦଳିତ କରିବେ; ଆଉ, ସେମାନେ ପାନ କରିବେ ଓ ଦ୍ରାକ୍ଷାରସରେ ମତ୍ତ ଲୋକର ପରି ଶବ୍ଦ କରିବେ, ଆଉ ସେମାନେ ପାତ୍ର ପରି, ଯଜ୍ଞବେଦିର କୋଣ ପରି ପରିପୂର୍ଣ୍ଣ ହେବେ।


ହେ ସିୟୋନ କନ୍ୟେ, ଉଠ, ଶସ୍ୟମର୍ଦ୍ଦନ କର; କାରଣ ଆମ୍ଭେ ତୁମ୍ଭର ଶୃଙ୍ଗ ଲୌହମୟ ଓ ତୁମ୍ଭର ଖୁରା ପିତ୍ତଳମୟ କରିବା; ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଚୂର୍ଣ୍ଣ କରିବ; ପୁଣି, ତୁମ୍ଭେ ସେମାନଙ୍କର ଲୁଟିତ ଦ୍ରବ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ସେମାନଙ୍କର ସମ୍ପତ୍ତି ସମୁଦାୟ ଭୂମଣ୍ଡଳର ଅଧିପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।


ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଯାକୁବର ତମ୍ବୁସକଳର ବନ୍ଦୀତ୍ୱ ପରିବର୍ତ୍ତନ କରିବା ଓ ତାହାର ସକଳ ବାସସ୍ଥାନ ପ୍ରତି ଦୟା କରିବା; ତହିଁରେ ନଗର ଆପଣାର ଉପପର୍ବତ ଉପରେ ପୁନର୍ବାର ନିର୍ମିତ ହେବ ଓ ରାଜଗୃହ ତହିଁର ରୀତିମତେ ରହିବ।


କାରଣ ତୁମ୍ଭେ ଡାହାଣ ଓ ବାମରେ ବ୍ୟାପି ଯିବ ଓ ତୁମ୍ଭର ବଂଶ ଅନ୍ୟ ଦେଶୀୟମାନଙ୍କୁ ଅଧିକାର କରିବେ ଓ ନରଶୂନ୍ୟ ନଗରସମୂହକୁ ବସତି ସ୍ଥାନ କରାଇବେ।


ତହିଁରେ ଲୋକେ ଦକ୍ଷିଣ ହସ୍ତରେ ଛଡ଼ାଇବେ, ପୁଣି, କ୍ଷୁଧିତ ହେବେ; ପୁଣି, ବାମ ହସ୍ତରେ ଭୋଜନ କରିବେ ଓ ତୃପ୍ତ ହେବେ ନାହିଁ; ସେମାନେ ପ୍ରତ୍ୟେକେ ଆପଣା ଆପଣା ବାହୁର ମାଂସ ଭୋଜନ କରିବେ;


ସେମାନେ ପୃଥିବୀର ପ୍ରଶସ୍ତ ସ୍ଥାନରେ ବିସ୍ତାରିତ ହୋଇ ସାଧୁମାନଙ୍କ ଶିବିର ଓ ପ୍ରିୟତମା ନଗରୀକୁ ବେଷ୍ଟନ କଲେ। ସେତେବେଳେ ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଗ୍ରାସ କଲା।


ସତ୍ୟ ବାକ୍ୟରେ, ଈଶ୍ବରଙ୍କ ଶକ୍ତିରେ, ଦକ୍ଷିଣ ଓ ବାମହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ର ଦ୍ୱାରା,


ହେ ଲିବାନୋନ, ତୁମ୍ଭର ଏରସ ବୃକ୍ଷ ସକଳକୁ ଅଗ୍ନି ଯେପରି ଗ୍ରାସ କରିବ, ଏଥିପାଇଁ ତୁମ୍ଭର କବାଟସବୁ ଖୋଲି ଦିଅ।


ଆଉ, ସଦାପ୍ରଭୁ ପବିତ୍ର ଦେଶରେ ଯିହୁଦାକୁ ଆପଣା ଅଂଶ ରୂପେ ଅଧିକାର କରିବେ ଓ ଯିରୂଶାଲମକୁ ପୁନର୍ବାର ମନୋନୀତ କରିବେ।


ଏଥିପାଇଁ ସଦାପ୍ରଭୁ ଏହି କଥା କହନ୍ତି; ଆମ୍ଭେ ଦୟା ସହିତ ଯିରୂଶାଲମ ପ୍ରତି ଫେରିବୁ; ତହିଁ ମଧ୍ୟରେ ଆମ୍ଭ ଗୃହ ନିର୍ମିତ ହେବ ଓ ଯିରୂଶାଲମ ସୂତା ଦ୍ୱାରା ମପା ହେବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।


ପୁଣି, ଯିହୁଦାର ଅଧ୍ୟକ୍ଷଗଣ ଆପଣା ଆପଣା ମନରେ କହିବେ, ‘ଯିରୂଶାଲମର ନିବାସୀମାନେ ଆମର ବଳ ସ୍ୱରୂପ ଅଟନ୍ତି କାରଣ ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଅଟନ୍ତି।’


Swiv nou:

Piblisite


Piblisite