Biblia Todo Logo
Bib sou entènèt

- Piblisite -




ଯିଖରୀୟ 1:19 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ତହିଁରେ ମୋʼ ସଙ୍ଗେ କଥା କହୁଥିବା ଦୂତଙ୍କୁ ମୁଁ କହିଲି, “ଏହିସବୁ କଅଣ?” ତହୁଁ ସେ ମୋତେ ଉତ୍ତର କଲେ, “ଏହିସବୁ ଶୃଙ୍ଗ ଯିହୁଦା, ଇସ୍ରାଏଲ ଓ ଯିରୂଶାଲମକୁ ଛିନ୍ନଭିନ୍ନ କରିଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ତହିଁରେ ମୋʼ ସଙ୍ଗେ କଥା କହୁଥିବା ଦୂତଙ୍କୁ ମୁଁ କହିଲି, ଏସବୁ କଅଣ? ତହୁଁ ସେ ମୋତେ ଉତ୍ତର କଲେ, ଏହିସବୁ ଶୃଙ୍ଗ ଯିହୁଦା, ଇସ୍ରାଏଲ ଓ ଯିରୂଶାଲମକୁ ଛିନ୍ନଭିନ୍ନ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

19 ତହିଁରେ ମୋ’ ସଙ୍ଗେ କଥା କହୁଥିବା ଦୂତଙ୍କୁ ମୁଁ କହିଲି, “ଏହିସବୁ କଅଣ ?” ତହୁଁ ସେ ମୋତେ ଉତ୍ତର କଲେ, “ଏହିସବୁ ଶୃଙ୍ଗ ଯିହୁଦା, ଇସ୍ରାଏଲ ଓ ଯିରୂଶାଲମକୁ ଛିନ୍ନଭିନ୍ନ କରିଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ

19 ତା'ପରେ ମୁଁ ଯେଉଁ ସ୍ୱର୍ଗଦୂତ ସହ କଥାବାର୍ତ୍ତା ହେଉଥିଲି ତାଙ୍କୁ ପଗ୍ଭରିଲି, “ଏହି ଶିଙ୍ଗଗୁଡ଼ିକ କ’ଣ?” ସେ ଉତ୍ତର ଦେଲେ, “ଏହି ଶିଙ୍ଗଗୁଡ଼ିକ ଇସ୍ରାଏଲ, ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଚ୍ଛିନ୍ନଛତ୍ର କରି ଦେଇଛନ୍ତି।”

Gade chapit la Kopi




ଯିଖରୀୟ 1:19
20 Referans Kwoze  

କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭମାନଙ୍କର ପିତୃପୁରୁଷମାନେ ଆମ୍ଭଙ୍କୁ କ୍ରୋଧ କରାଇବା ବେଳେ ଆମ୍ଭେ ଯେପରି ତୁମ୍ଭମାନଙ୍କର ଅମଙ୍ଗଳ କରିବାକୁ ସଂକଳ୍ପ କଲୁ ଓ ଦୁଃଖିତ ନ ହେଲୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।


ତେବେ ମୁଁ କହିଲି, “ଆପଣ କେଉଁଠାକୁ ଯାଉଅଛନ୍ତି?” ତହୁଁ ସେ ମୋତେ କହିଲେ, “ଯିରୂଶାଲମକୁ ମାପିବା ପାଇଁ, ତହିଁର ଓସାର କେତେ ଓ ତହିଁର ଲମ୍ବା କେତେ, ଏହା ଦେଖିବା ପାଇଁ ଯାଉଅଛୁ।”


ତେବେ ମୁଁ କହିଲି, “ଏମାନେ କଅଣ କରିବା ପାଇଁ ଆସିଅଛନ୍ତି?” ତହିଁରେ ସେ କହିଲେ, “ସେହି ଶୃଙ୍ଗସକଳ ଯିହୁଦାକୁ ଏପରି ଛିନ୍ନଭିନ୍ନ କଲେ ଯେ, କୌଣସି ମନୁଷ୍ୟ ଆପଣା ମସ୍ତକ ଉଠାଇ ପାରିଲା ନାହିଁ; ମାତ୍ର ଯେଉଁ ଗୋଷ୍ଠୀଗଣ ଯିହୁଦା ଦେଶକୁ ଛିନ୍ନଭିନ୍ନ କରିବା ପାଇଁ ତାହା ବିରୁଦ୍ଧରେ ଆପଣା ଆପଣା ଶୃଙ୍ଗ ଉଠାଇଲେ, ସେମାନଙ୍କୁ ଭୟ ଦେଖାଇବା ପାଇଁ ଓ ସେମାନଙ୍କର ଶୃଙ୍ଗ ଭାଙ୍ଗି ପକାଇବା ପାଇଁ ଏମାନେ ଆସିଅଛନ୍ତି।”


ଏଥିରେ ମୁଁ କହିଲି, ‘ହେ ମହାଶୟ, ଏସବୁ କଅଣ?’ ତହିଁରେ ମୋʼ ସଙ୍ଗରେ କଥା କହୁଥିବା ଦୂତ ମୋତେ କହିଲେ, ‘ଏସବୁ କଅଣ, ଏହା ଆମ୍ଭେ ତୁମ୍ଭଙ୍କୁ ଜଣାଇବା।’


ତହିଁରେ ଦେଶସ୍ଥ ଲୋକମାନେ ଯିହୁଦାର ଲୋକମାନଙ୍କ ହସ୍ତ ଦୁର୍ବଳ କରିବାକୁ ଓ ନିର୍ମାଣ କାର୍ଯ୍ୟରେ ସେମାନଙ୍କୁ କ୍ଳେଶ ଦେବାକୁ ଲାଗିଲେ,


ଏଥିଉତ୍ତାରେ ବନ୍ଦୀତ୍ୱର ସନ୍ତାନଗଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରୁଅଛନ୍ତି ବୋଲି ଯିହୁଦାର ଓ ବିନ୍ୟାମୀନ୍‍ର ବିପକ୍ଷମାନେ ଶୁଣିଲେ।


ପୁନଶ୍ଚ, ଅର୍ତ୍ତକ୍ଷସ୍ତର ଅଧିକାର ସମୟରେ ବିଶ୍ଳମ୍‍, ମିତ୍ରଦାତ, ଟାବେଲ ଓ ତାହାର ଅନ୍ୟ ସଙ୍ଗୀମାନେ ପାରସ୍ୟ ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ; ସେହି ପତ୍ର ଅରାମୀୟ ଅକ୍ଷରରେ ଲିଖିତ ଓ ଅରାମୀୟ ଭାଷାରେ ରଚିତ ହୋଇଥିଲା।


ତୁମ୍ଭେ ତାହାର ନିଜ ଯଷ୍ଟି ଦ୍ୱାରା ତାହାର ଯୋଦ୍ଧାମାନଙ୍କର ମସ୍ତକ ବିଦ୍ଧ କଲ: ସେମାନେ ମୋତେ ଛିନ୍ନଭିନ୍ନ କରିବା ପାଇଁ ଘୂର୍ଣ୍ଣବାୟୁର ନ୍ୟାୟ ଆସିଲେ; ଦରିଦ୍ରକୁ ଗୋପନରେ ଗ୍ରାସ କରିବା ପାଇଁ ସେମାନଙ୍କର ଆନନ୍ଦ ଥିଲା।


ତୁମ୍ଭେମାନେ ଅବସ୍ତୁରେ ଆନନ୍ଦ କରୁଅଛ, ତୁମ୍ଭେମାନେ କହୁଅଛ, “ଆମ୍ଭେମାନେ ଆପଣା ବଳରେ କି କରନିମ୍ ଲାଭ କରି ନାହୁଁ?”


ତହିଁରେ ମୁଁ ଶୁଣିଲି, ଶୁକ୍ଳବସ୍ତ୍ରାନ୍ୱିତ ଓ ନଦୀଜଳ ଉପରେ ସ୍ଥିତ ମନୁଷ୍ୟ ଆପଣା ଦକ୍ଷିଣ ଓ ବାମ ହସ୍ତ ସ୍ୱର୍ଗ ଆଡ଼େ ଉଠାଇ ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ, “ଏହା ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ହେବ; ପୁଣି, ସେମାନେ ପବିତ୍ର ଲୋକମାନଙ୍କର ପରାକ୍ରମ ଭଗ୍ନ କରିବାର ଶେଷ କଲେ, ଏହି ସକଳ ବିଷୟ ସିଦ୍ଧ ହେବ।”


ସେହି ସମୟରେ ତତ୍ତନୟ, ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ ଓ ଶଥର-ବୋଷଣୟ ଓ ସେମାନଙ୍କ ସଙ୍ଗୀମାନେ ଆସି ସେମାନଙ୍କୁ ପଚାରିଲେ, “ଏହି ଗୃହ ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦେଲା?”


ଆଉ କନାନାର ପୁତ୍ର ସିଦିକୀୟ ଲୌହମୟ ଶୃଙ୍ଗମାନ ନିର୍ମାଣ କରି କହିଲା, “ସଦାପ୍ରଭୁ ଏହି କଥା କହନ୍ତି, ଏତଦ୍ଦ୍ୱାରା ଆପଣ ଅରାମୀୟମାନଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଭୁସି ପକାଇବେ।”


ଆମ୍ଭେ ଗର୍ବୀକୁ କହିଲୁ, “ଗର୍ବାଚରଣ କର ନାହିଁ,” ଆମ୍ଭେ ଦୁଷ୍ଟକୁ କହିଲୁ, “ଶୃଙ୍ଗ ଉଠାଅ ନାହିଁ;


ତୁମ୍ଭମାନଙ୍କ ଶୃଙ୍ଗ ଊର୍ଦ୍ଧ୍ୱକୁ ଉଠାଅ ନାହିଁ; ଶକ୍ତଗ୍ରୀବ ହୋଇ କଥା କୁହ ନାହିଁ।”


ସଦାପ୍ରଭୁ କହନ୍ତି, ମୋୟାବର ଶୃଙ୍ଗ କଟା ଯାଇଅଛି ଓ ତାହାର ବାହୁ ଭଗ୍ନ ହୋଇଅଛି।


ମୋର ନିକଟରେ ଯେଉଁମାନେ ଠିଆ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଏକ ଜଣର ନିକଟକୁ ମୁଁ ଯାଇ ଏସବୁର ତଥ୍ୟ ପଚାରିଲି। ତହିଁରେ ସେ ମୋତେ ସେହିସବୁର ଅର୍ଥ ଜଣାଇ କହିଲେ।


ଏଥିଉତ୍ତାରେ ମୁଁ ଚକ୍ଷୁ ଖୋଲି ଅନାଇଲି, ଆଉ ଚାରି ଶୃଙ୍ଗ ଦେଖିଲି।


Swiv nou:

Piblisite


Piblisite