Biblia Todo Logo
Bib sou entènèt

- Piblisite -




ପରମ ଗୀତ 5:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି; ମାତ୍ର ମୋହର ପ୍ରିୟତମ ସ୍ଥାନାନ୍ତରେ ଚାଲି ଯାଇଥିଲେ। ସେ କଥା କହିବା ବେଳେ ମୋହର ପ୍ରାଣ ଉଡ଼ିଗଲା; ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇପାରିଲି ନାହିଁ; ମୁଁ ତାଙ୍କୁ ଡାକିଲି, ମାତ୍ର ସେ ମୋତେ କୌଣସି ଉତ୍ତର ଦେଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ଵାର ଫିଟାଇଲି; ମାତ୍ର ମୋହର ପ୍ରିୟତମ ସ୍ଥାନାନ୍ତରେ ଚାଲି ଯାଇଥିଲେ। ସେ କଥା କହିବା ବେଳେ ମୋହର ପ୍ରାଣ ଉଡ଼ିଗଲା; ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇପାରିଲି ନାହିଁ; ମୁଁ ତାଙ୍କୁ ଡାକିଲି, ମାତ୍ର ସେ ମୋତେ କୌଣସି ଉତ୍ତର ଦେଲେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

6 ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି; ମାତ୍ର ମୋହର ପ୍ରିୟତମ ସ୍ଥାନାନ୍ତରେ ଚାଲି ଯାଇଥିଲେ। ସେ କଥା କହିବା ବେଳେ ମୋହର ପ୍ରାଣ ଉଡ଼ିଗଲା; ମୁଁ ତାଙ୍କୁ ଖୋଜିଲି, ମାତ୍ର ପାଇପାରିଲି ନାହିଁ; ମୁଁ ତାଙ୍କୁ ଡାକିଲି, ମାତ୍ର ସେ ମୋତେ କୌଣସି ଉତ୍ତର ଦେଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

6 ମୁଁ ଆପଣା ପ୍ରିୟତମଙ୍କ ପାଇଁ ଦ୍ୱାର ଫିଟାଇଲି। ମାତ୍ର ମୋହର ପ୍ରିୟତମ ସେ ସ୍ଥାନରୁ ଗ୍ଭଲି ଯାଇଥିଲେ। ମୋର ଆତ୍ମା ମୋତେ ଛାଡ଼ିଗଲା, ଯେତେବେଳେ ସେ କହିଲେ। ମୁଁ ତାହାଙ୍କୁ ଖୋଜିଲି ମାତ୍ର ପାଇଲି ନାହିଁ। ମୁଁ ତାହାଙ୍କୁ ଡାକିଲି, ମାତ୍ର ସେ ମୋତେ ଉତ୍ତର ଦେଲେ ନାହିଁ।

Gade chapit la Kopi




ପରମ ଗୀତ 5:6
30 Referans Kwoze  

ମୁଁ ନିଦ୍ରିତା ଥିଲି, ମାତ୍ର ମୋହର ହୃଦୟ ଜାଗ୍ରତ ଥିଲା; ଏହି ତ ମୋʼ ପ୍ରିୟତମଙ୍କ ରବ, ସେ ଦ୍ୱାରରେ ଆଘାତ କରି କହୁଅଛନ୍ତି, “ହେ ମୋହର ଭଗିନୀ, ମୋହର ପ୍ରିୟେ, ମୋହର କପୋତୀ, ମୋହର ଶୁଦ୍ଧମତେ; ମୋʼ ପାଇଁ ଦ୍ୱାର ଫିଟାଅ; କାରଣ ମୋହର ମସ୍ତକ ଶିଶିରରେ, ମୋହର କେଶ ରାତ୍ରିର ଜଳବିନ୍ଦୁରେ ପରିପୂର୍ଣ୍ଣ।”


ଆମ୍ଭେ ଯେତେ ଲୋକଙ୍କୁ ପ୍ରେମ କରୁ, ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ; ଅତଏବ ଉଦ୍‍ଯୋଗୀ ହୋଇ ମନ-ପରିବର୍ତ୍ତନ କର।


ସେହିକ୍ଷଣି କୁକୁଡ଼ା ଦ୍ୱିତୀୟ ଥର ରାବିଲା। ଏଥିରେ, “କୁକୁଡ଼ା ଦ୍ୱିତୀୟ ଥର ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ଯୀଶୁ ପିତରଙ୍କୁ କହିଥିଲେ, ତାହା ତାହାଙ୍କ ମନରେ ପଡ଼ିଲା, ଆଉ ସେ ସେହି କଥା ଭାବି ରୋଦନ କରିବାକୁ ଲାଗିଲେ।


ସେହିକ୍ଷଣି କୁକୁଡ଼ା ରାବିଲା। ଏଥିରେ “କୁକୁଡ଼ା ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ଯୀଶୁ କହିଥିଲେ, ତାହା ପିତରଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ।


ପୁଣି, ସୈନ୍ୟାଧିପତି ସଦାପ୍ରଭୁ କହିଲେ, “ମୁଁ ଡାକିବା ବେଳେ ସେମାନେ ଯେପରି ଶୁଣିଲେ ନାହିଁ; ତଦନୁସାରେ ସେମାନେ ଡାକିବେ, ମାତ୍ର ଆମ୍ଭେ ଶୁଣିବା ନାହିଁ,


ସେମାନେ ଆପଣା ଆପଣା ଅପରାଧ ସ୍ୱୀକାର କରି ଆମ୍ଭର ମୁଖ ଅନ୍ଵେଷଣ ନ କରିବା ପର୍ଯ୍ୟନ୍ତ ଆମ୍ଭେ ଫେରି ଆପଣା ସ୍ଥାନକୁ ଯିବା; ସେମାନେ ଆପଣାମାନଙ୍କର ଦୁଃଖ ସମୟରେ ଆନ୍ତରିକ ଭାବରେ ଆମ୍ଭର ଅନ୍ଵେଷଣ କରିବେ।


ସେମାନେ ଆପଣାମାନଙ୍କର ମେଷପଲ ଓ ଗୋପଲ ଘେନି ସଦାପ୍ରଭୁଙ୍କର ଅନ୍ଵେଷଣ କରିବା ପାଇଁ ଯିବେ; ମାତ୍ର ତାହାଙ୍କର ଉଦ୍ଦେଶ୍ୟ ପାଇବେ ନାହିଁ; କାରଣ ସେ ସେମାନଙ୍କ ନିକଟରୁ ଚାଲି ଯାଇଅଛନ୍ତି।


ହଁ, ମୁଁ ସାହାଯ୍ୟ ପାଇଁ ଆର୍ତ୍ତସ୍ୱର କଲେ, ସେ ମୋହର ପ୍ରାର୍ଥନା ଅଗ୍ରାହ୍ୟ କରନ୍ତି।


ତଥାପି ସେମାନେ ପ୍ରତିଦିନ ଆମ୍ଭର ଅନ୍ୱେଷଣ କରନ୍ତି ଓ ଆମ୍ଭ ପଥ ବିଷୟ ଜାଣିବାକୁ ସନ୍ତୁଷ୍ଟ ହୁଅନ୍ତି; ଯେଉଁ ଗୋଷ୍ଠୀୟ ଲୋକେ ଧର୍ମକର୍ମ କରନ୍ତି ଓ ଆପଣାମାନଙ୍କ ପରମେଶ୍ୱରଙ୍କର ବିଧାନ ତ୍ୟାଗ କରି ନାହାନ୍ତି, ସେମାନଙ୍କ ପରି ସେମାନେ ଧର୍ମ ବିଧାନ ବିଷୟ ଆମ୍ଭକୁ ପଚାରନ୍ତି ଓ ପରମେଶ୍ୱରଙ୍କର ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି।


କାରଣ ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ, ଅଥବା ନିରନ୍ତର କ୍ରୋଧ କରିବା ନାହିଁ; କଲେ, ଆତ୍ମା ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖରେ କ୍ଷୀଣ ହେବେ।


ଆମ୍ଭେ ଯେତେବେଳେ ଆସିଲୁ କାହିଁକି କେହି ଉପସ୍ଥିତ ନ ଥିଲା? ଆମ୍ଭେ ଯେତେବେଳେ ଡାକିଲୁ କାହିଁକି କେହି ଉତ୍ତର ଦେବାକୁ ନ ଥିଲା? ଆମ୍ଭର ହସ୍ତ କି କିଛି ଛୋଟ ହୋଇଅଛି ଯେ, ତାହା ମୁକ୍ତ କରି ନ ପାରେ? କିଅବା ଉଦ୍ଧାର କରିବା ପାଇଁ କି ଆମ୍ଭର ପରାକ୍ରମ ନାହିଁ? ଦେଖ, ଆମ୍ଭେ ଧମକରେ ସମୁଦ୍ରକୁ ଶୁଷ୍କ କରୁ, ଆମ୍ଭେ ନଦ-ନଦୀକୁ ପ୍ରାନ୍ତର କରୁ; ସେଠାସ୍ଥିତ ମତ୍ସ୍ୟ ଜଳ ଅଭାବରେ ତୃଷାର୍ତ୍ତ ହୋଇ ମରିଯାଇ ଦୁର୍ଗନ୍ଧ ହୁଏ।


ସେହି ଦିନରେ ତୁମ୍ଭେ କହିବ, “ହେ ସଦାପ୍ରଭୋ, ମୁଁ ତୁମ୍ଭର ଧନ୍ୟବାଦ କରିବି; କାରଣ ତୁମ୍ଭେ ଆମ୍ଭ ପ୍ରତି କ୍ରୁଦ୍ଧ ଥିଲ, ତୁମ୍ଭର କ୍ରୋଧ ନିବୃତ୍ତ ହୋଇଅଛି ଓ ତୁମ୍ଭେ ଆମ୍ଭକୁ ସାନ୍ତ୍ୱନା କରୁଅଛ।”


ପୁଣି, ଯେ ଯାକୁବ-ବଂଶଠାରୁ ଆପଣା ମୁଖ ଆଚ୍ଛାଦନ କରନ୍ତି, ମୁଁ ସେହି ସଦାପ୍ରଭୁଙ୍କର ଅପେକ୍ଷା କରିବି ଓ ତାହାଙ୍କ ପାଇଁ ଅନାଇ ରହିବି।


ହେ ନାରୀଗଣ ମଧ୍ୟରେ ପରମସୁନ୍ଦରୀ, ତୁମ୍ଭର ପ୍ରିୟତମ କେଉଁଆଡ଼େ ଯାଇଅଛନ୍ତି? ତୁମ୍ଭ ସଙ୍ଗେ ଆମ୍ଭେମାନେ ଯେପରି ଖୋଜି ପାରିବା, ଏଥିପାଇଁ ତୁମ୍ଭ ପ୍ରିୟତମ କେଉଁଆଡ଼େ ଯାଇଅଛନ୍ତି କୁହ?


ମୋʼ ପ୍ରିୟତମ ଦ୍ୱାରର ଛିଦ୍ରରେ ଆପଣା ହସ୍ତ ଥୋଇଲେ, ତହିଁରେ ମୋହର ହୃଦୟ ତାଙ୍କ ପାଇଁ ଉତ୍ତେଜିତ ହେଲା।


ସେତେବେଳେ ସେମାନେ ମୋତେ ଡାକ ପକାଇବେ, ମାତ୍ର ମୁଁ ଉତ୍ତର ଦେବି ନାହିଁ; ସେମାନେ ଅତି ଯତ୍ନରେ ମୋହର ଅନ୍ୱେଷଣ କରିବେ, ମାତ୍ର ମୋହର ଉଦ୍ଦେଶ୍ୟ ପାଇବେ ନାହିଁ।


ହେ ସଦାପ୍ରଭୋ, ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ଲୋକମାନଙ୍କ ପ୍ରାର୍ଥନା ପ୍ରତିକୂଳରେ ତୁମ୍ଭେ କେତେ କାଳ କ୍ରୁଦ୍ଧ ହୋଇଥିବ?


ମୁଁ ପରମେଶ୍ୱରଙ୍କୁ ସ୍ମରଣ କରି ଅସ୍ଥିର ହେଉଅଛି; ଭାବନା କରି କରି ମୋହର ଆତ୍ମା ମୂର୍ଚ୍ଛିତ ହୁଏ। [ସେଲା]


ମୁଁ ଡାକୁ ଡାକୁ କ୍ଳାନ୍ତ ହୁଏ; ମୋହର କଣ୍ଠ ଶୁଷ୍କ ହୋଇଅଛି; ମୁଁ ପରମେଶ୍ୱରଙ୍କର ଅପେକ୍ଷା କରୁ କରୁ ମୋହର ଚକ୍ଷୁ ନିସ୍ତେଜ ହୁଏ।


ହେ ସଦାପ୍ରଭୋ, ତୁମ୍ଭେ ଆପଣା ଅନୁଗ୍ରହ ସକାଶୁ ମୋହର ପର୍ବତ ଦୃଢ଼ କରି ସ୍ଥାପନ କରିଥିଲ; ମାତ୍ର ଯଦି ତୁମ୍ଭେ ଆପଣା ମୁଖ ଲୁଚାଇଲ; ତେବେ ମୁଁ ବ୍ୟାକୁଳ ହେଲି।


ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ ଡାକ ପକାଇବି; ହେ ମୋହର ଶୈଳ, ମୋʼ ପ୍ରତି ନୀରବ ହୁଅ ନାହିଁ; କେଜାଣି ତୁମ୍ଭେ ମୋʼ ପ୍ରତି ନୀରବ ହେଲେ, ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ପରି ହେବି।


ତହିଁରେ ରାଜା କହିଲେ, “ହେ ସରୁୟାର ପୁତ୍ରମାନେ, ତୁମ୍ଭମାନଙ୍କ ସହିତ ମୋʼ ର କʼଣ କରିବାର ଅଛି? ସେ ତ ଅଭିଶାପ ଦେଉଅଛି, ପୁଣି ଦାଉଦଙ୍କୁ ‘ଅଭିଶାପ ଦିଅ’ ବୋଲି ସଦାପ୍ରଭୁ ତାହାକୁ କହିଅଛନ୍ତି? ‘ଏଥିପାଇଁ କିଏ କହିବ, ତୁମ୍ଭେ କାହିଁକି ଏପରି କଲ?’”


ତହୁଁ ଶାଉଲ ସଦାପ୍ରଭୁଙ୍କ ନିକଟରେ ପଚାରନ୍ତେ, ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ ନାହିଁ; ନା ସ୍ୱପ୍ନ ଦ୍ୱାରା, ନା ଊରୀମ୍‍ ଦ୍ୱାରା, ନା ଭବିଷ୍ୟଦ୍‍ବକ୍ତାମାନଙ୍କ ଦ୍ୱାରା।


ତହିଁରେ ସେ ଭାଇମାନଙ୍କୁ କହିଲା, “ମୋହର ଟଙ୍କା ଫେରି ଆସିଅଛି; ଏହି ଦେଖ, ତାହା ମୋʼ ପଟରେ ଅଛି।” ଏଣୁ ସେମାନଙ୍କର ହଂସା ଉଡ଼ିଗଲା, ଆଉ ସେମାନେ କମ୍ପିତ ହୋଇ ପରସ୍ପର ପ୍ରତି ଅନାଇ କହିଲେ, “ପରମେଶ୍ୱର ଆମ୍ଭମାନଙ୍କର ପ୍ରତି ଏ କି କର୍ମ କରିଅଛନ୍ତି?”


Swiv nou:

Piblisite


Piblisite