Biblia Todo Logo
Bib sou entènèt

- Piblisite -




ରତର ବିବରଣ 4:11 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତହିଁରେ ନଗରଦ୍ୱାରବର୍ତ୍ତୀ ସମସ୍ତ ଲୋକ ଓ ପ୍ରାଚୀନଗଣ କହିଲେ, “ଆମ୍ଭେମାନେ ସାକ୍ଷୀ ହେଲୁ, ସଦାପ୍ରଭୁ ଇସ୍ରାଏଲ ବଂଶର ବୃଦ୍ଧିକାରିଣୀ ରାହେଲ ଓ ଲେୟା, ଦୁଇ ସ୍ତ୍ରୀର ତୁଲ୍ୟ ତୁମ୍ଭ ଗୃହକୁ ଆଗତା ଏହି ସ୍ତ୍ରୀକୁ କରନ୍ତୁ; ଆଉ, ତୁମ୍ଭେ ଇଫ୍ରାଥାରେ ବିକ୍ରମଶାଳୀ ହୁଅ ଓ ବେଥଲିହିମରେ ତୁମ୍ଭର ବିଖ୍ୟାତ ହେଉ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତହିଁରେ ନଗରଦ୍ଵାରବର୍ତ୍ତୀ ସମସ୍ତ ଲୋକ ଓ ପ୍ରାଚୀନଗଣ କହିଲେ, ଆମ୍ଭେମାନେ ସାକ୍ଷୀ ହେଲୁ, ସଦାପ୍ରଭୁ ଇସ୍ରାଏଲ ବଂଶର ବୃଦ୍ଧିକାରିଣୀ ରାହେଲ ଓ ଲେୟା, ଦୁଇ ସ୍ତ୍ରୀର ତୁଲ୍ୟ ତୁମ୍ଭ ଗୃହକୁ ଆଗତା ଏହି ସ୍ତ୍ରୀକି କରନ୍ତୁ; ଆଉ, ତୁମ୍ଭେ ଏଫ୍ରାଥାରେ ବିକ୍ରମଶାଳୀ ହୁଅ ଓ ବେଥ୍ଲିହିମରେ ତୁମ୍ଭର ସୁଖ୍ୟାତି ହେଉ।

Gade chapit la Kopi

ଓଡିଆ ବାଇବେଲ

11 ତହିଁରେ ନଗରଦ୍ୱାରବର୍ତ୍ତୀ ସମସ୍ତ ଲୋକ ଓ ପ୍ରାଚୀନଗଣ କହିଲେ, “ଆମ୍ଭେମାନେ ସାକ୍ଷୀ ହେଲୁ, ସଦାପ୍ରଭୁ ଇସ୍ରାଏଲ ବଂଶର ବୃଦ୍ଧିକାରିଣୀ ରାହେଲ ଓ ଲେୟା, ଦୁଇ ସ୍ତ୍ରୀର ତୁଲ୍ୟ ତୁମ୍ଭ ଗୃହକୁ ଆଗତା ଏହି ସ୍ତ୍ରୀକୁ କରନ୍ତୁ; ଆଉ, ତୁମ୍ଭେ ଇଫ୍ରାଥାରେ ବିକ୍ରମଶାଳୀ ହୁଅ ଓ ବେଥଲିହିମରେ ତୁମ୍ଭର ବିଖ୍ୟାତ ହେଉ।”

Gade chapit la Kopi

ପବିତ୍ର ବାଇବଲ

11 ତେଣୁ ପ୍ରାଚୀନବର୍ଗ ଏବଂ ଫାଟକ ନିକଟରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଏହାର ସାକ୍ଷୀ ରହିଲେ। ସେମାନେ କହିଲେ, “ରାହେଲ ଓ ଲେୟାପରି ଯିଏ କି ଇସ୍ରାଏଲର ଗୃହ ନିର୍ମାଣ କଲେ, ସେହିପରି ସଦାପ୍ରଭୁ ଏହି ସ୍ତ୍ରୀଲୋକଟିକୁ ତୁମ୍ଭର ଗୃହକୁ ଆଣନ୍ତୁ। ତୁମ୍ଭେ ଏଫ୍ରାଥାରେ ଶକ୍ତିଶାଳୀ ଓ ବୈ‌ଥ୍‌ଲେହମରେ ପ୍ରସିଦ୍ଧ ହୁଅ।

Gade chapit la Kopi




ରତର ବିବରଣ 4:11
24 Referans Kwoze  

ଏଥିପାଇଁ ଲେୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରନ୍ତେ, ତାହାର ନାମ ରୁବେନ୍‍ (ପୁତ୍ରକୁ ଦେଖ) ଦେଲା; ଯେହେତୁ ସେ କହିଲା, “ସଦାପ୍ରଭୁ ମୋହର ଦୁଃଖ ଦେଖିଅଛନ୍ତି; ଏବେ ମୋʼ ସ୍ୱାମୀ ମୋତେ ଭଲ ପାଇବେ।”


“ଆଉ ଗୋ ଯିହୂଦାଙ୍କ ପ୍ରଦେଶର ବେଥଲିହିମ, ତୁ ଯିହୂଦାର ପ୍ରଧାନ ନଗରସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୋହୁଁ, କାରଣ ଯେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ, ଏପରି ଜଣେ ଶାସନକର୍ତ୍ତା ତୋʼଠାରୁ ଆସିବେ।”


ମାତ୍ର ହେ ବେଥଲିହିମ-ଇଫ୍ରାଥା, ଯିହୁଦାର ସହସ୍ରଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ; ପୁରାତନ କାଳରୁ, ଅନାଦିକାଳରୁ ତାହାଙ୍କର ଉତ୍ପତ୍ତି ହୋଇଅଛି।


ଦେଖ, ଆମ୍ଭେମାନେ ଇଫ୍ରାଥାରେ ଏ ବିଷୟ ଶୁଣିଲୁ; ଆମ୍ଭେମାନେ ବନସ୍ଥ କ୍ଷେତ୍ରରେ ତାହା ପ୍ରାପ୍ତ ହେଲୁ।


ସେ ଲୋକର ନାମ ଏଲିମେଲକ ଓ ତାହାର ସ୍ତ୍ରୀଙ୍କ ନାମ ନୟମୀ, ପୁଣି ତାହାର ଦୁଇ ପୁତ୍ରଙ୍କ ନାମ ମହଲୋନ ଓ କିଲୀୟୋନ; ଏମାନେ ବେଥଲିହିମ-ଯିହୁଦାର ଇଫ୍ରାଥୀୟ ଲୋକ; ପୁଣି ଏମାନେ ମୋୟାବ ଦେଶକୁ ଆସି ସେଠାରେ ରହିଲେ।


ତେବେ ତାହାର ଭ୍ରାତୃର ଭାର୍ଯ୍ୟା ପ୍ରାଚୀନମାନଙ୍କ ସାକ୍ଷାତରେ ତାହାର ନିକଟକୁ ଆସି ତାହାର ପାଦରୁ ପାଦୁକା କାଢ଼ି ତାହା ମୁଖରେ ଛେପ ପକାଇବ; ପୁଣି ପ୍ରତ୍ୟୁତ୍ତର କରି କହିବ, ଯେକେହି ଆପଣା ଭାଇର ଘର ନ ତୋଳେ, ତାହା ପ୍ରତି ଏହିରୂପ କରାଯିବ।


ପୁଣି, ରିବିକାକୁ ଆଶୀର୍ବାଦ କରି କହିଲେ, “ତୁମ୍ଭେ ଆମ୍ଭମାନଙ୍କର ଭଗିନୀ, ସହସ୍ର ସହସ୍ର ଲୋକର ମାତା ହୁଅ; ତୁମ୍ଭର ବଂଶ ଆପଣା ଶତ୍ରୁଗଣର ନଗର ଅଧିକାର କରନ୍ତୁ।”


ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥେ; ମାତ୍ର ଅଜ୍ଞାନ ସ୍ୱହସ୍ତରେ ତାହା ଭାଙ୍ଗି ପକାଏ।


ସେତେବେଳେ ଇଫ୍ରୋଣ ହେତ୍‌ର ସନ୍ତାନମାନଙ୍କ ମଧ୍ୟରେ ବସିଥିଲା; ତେଣୁ, ହିତ୍ତୀୟ ଇଫ୍ରୋଣ ଆପଣା ନଗର-ଦ୍ୱାରରେ ପ୍ରବେଶକାରୀ ହେତ୍‌ର ସନ୍ତାନ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କୁ ଉତ୍ତର ଦେଲା,


ମାତ୍ର ପ୍ରଭାତ ହୁଅନ୍ତେ, ଦେଖ, ସେ ତ ଲେୟା! ତହୁଁ ଯାକୁବ ଲାବନଙ୍କୁ କହିଲା, “ତୁମ୍ଭେ ମୋʼ ସହିତ ଏ କି ବ୍ୟବହାର କରିଅଛ? ମୁଁ କʼଣ ରାହେଲ ନିମନ୍ତେ ତୁମ୍ଭର ଦାସ୍ୟକର୍ମ କରି ନାହିଁ; ତେବେ କାହିଁକି ମୋତେ ପ୍ରବଞ୍ଚନା କରିଅଛ?”


ତାହାର ସ୍ୱାମୀ ଦେଶୀୟ ପ୍ରାଚୀନମାନଙ୍କ ସଙ୍ଗେ ନଗର-ଦ୍ୱାରରେ ବସିବା ବେଳେ ଚିହ୍ନାଯାଏ।


ସେହି ଲାବନର ଦୁଇ କନ୍ୟା ଥିଲେ; ଜ୍ୟେଷ୍ଠାର ନାମ ଲେୟା, କନିଷ୍ଠାର ନାମ ରାହେଲ।


ଯାକୁବଙ୍କର ଦ୍ୱାଦଶ ପୁତ୍ର ଥିଲେ; ସେମାନଙ୍କ ମଧ୍ୟରେ ରୁବେନ୍‍ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର, ସେ, ପୁଣି, ଶିମୀୟୋନ ଓ ଲେବୀ ଓ ଯିହୁଦା ଓ ଇଷାଖର ଓ ସବୂଲୂନ, ଏମାନେ ଲେୟାର ସନ୍ତାନ;


ପୁଣି, ଯୋଷେଫ ଓ ବିନ୍ୟାମୀନ୍ ରାହେଲର ସନ୍ତାନ;


ଆଉ ସେହି ପୁରୁଷ ଯଦି ଆପଣା ଭ୍ରାତୃର ଭାର୍ଯ୍ୟାକୁ ଗ୍ରହଣ କରିବା ପାଇଁ ଅସମ୍ମତ ହୁଏ, ତେବେ ସେହି ସ୍ତ୍ରୀ ନଗର-ଦ୍ୱାରରେ ପ୍ରାଚୀନବର୍ଗଙ୍କ ନିକଟକୁ ଯାଇ କହିବ, “ଆମ୍ଭ ଦେବର ଇସ୍ରାଏଲ ମଧ୍ୟରେ ଆପଣା ଭ୍ରାତାର ନାମ ରଖିବାକୁ ଅସମ୍ମତ, ସେ ଆମ୍ଭ ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରିବାକୁ ଇଚ୍ଛା କରେ ନାହିଁ।”


ତହୁଁ ସେ ଆହାବଙ୍କ ନାମରେ ପତ୍ର ଲେଖି ଓ ତାଙ୍କର ମୁଦ୍ରାରେ ମୁଦ୍ରାଙ୍କିତ କରି ନାବୋତର ନଗରସ୍ଥ ଓ ତାହାର ପ୍ରତିବାସୀ ପ୍ରାଚୀନ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସେହି ପତ୍ର ପଠାଇଲା।


ସଲ୍ମା ବେଥଲିହିମର ପିତା, ହାରେଫ୍‍ ବେଥ୍-ଗାଦରର ପିତା;


ଆଉ, ମୁଁ କ୍ରୟପତ୍ରରେ ସ୍ୱାକ୍ଷର କରି ମୁଦ୍ରାଙ୍କ କଲି ଓ ସାକ୍ଷୀ ରଖି ନିକ୍ତିରେ ରୂପା ତୌଲି ତାହାକୁ ଦେଲି।


Swiv nou:

Piblisite


Piblisite