Biblia Todo Logo
Bib sou entènèt

- Piblisite -




ରତର ବିବରଣ 4:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ବୋୟଜ ନଗର-ଦ୍ୱାରକୁ ଯାଇ ସେଠାରେ ବସିଲା, ତହିଁରେ ଦେଖ, ସେ ଯେଉଁ ମୁକ୍ତିକର୍ତ୍ତା ଜ୍ଞାତି ବିଷୟ କହିଥିଲା, ସେ ସେଠାକୁ ଆସନ୍ତେ, ବୋୟଜ ତାହାକୁ ଡାକି କହିଲା, “ହେ ବନ୍ଧୁ, ଏଠିକି ଆସି ବସ,” ଏଣୁ ସେ ଆସି ସେଠାରେ ବସିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଏଥି ଉତ୍ତାରୁ ବୋୟଜ ନଗରଦ୍ଵାରକୁ ଯାଇ ସେଠାରେ ବସିଲା, ତହିଁରେ ଦେଖ, ସେ ଯେଉଁ ମୁକ୍ତିକର୍ତ୍ତା ଜ୍ଞାତି ବିଷୟ କହିଥିଲା, ସେ ସେଠାକୁ ଆସନ୍ତେ, ବୋୟଜ ତାହାକୁ ଡାକି କହିଲା, ହେ ବନ୍ଧୁ, ଏଠିକି ଆସି ବସ; ଏଣୁ ସେ ଆସି ସେଠାରେ ବସିଲା।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ବୋୟଜ ନଗର ଦ୍ୱାରକୁ ଯାଇ ସେଠାରେ ବସିଲା, ତହିଁରେ ଦେଖ, ସେ ଯେଉଁ ମୁକ୍ତିକର୍ତ୍ତା ଜ୍ଞାତି ବିଷୟ କହିଥିଲା, ସେ ସେଠାକୁ ଆସନ୍ତେ, ବୋୟଜ ତାହାକୁ ଡାକି କହିଲା, “ହେ ବନ୍ଧୁ, ଏଠିକି ଆସି ବସ,” ଏଣୁ ସେ ଆସି ସେଠାରେ ବସିଲା।

Gade chapit la Kopi

ପବିତ୍ର ବାଇବଲ

1 ବୋୟାଜ ନଗର ଦ୍ୱାରକୁ ଗଲା ଏବଂ ସେଠାରେ ବସିଲା, ସେ କହିଥିବା ନିକଟ ସମ୍ପର୍କୀୟକୁ ଯାଉଥିବାର ଦେଖିଲା। ତେଣୁ ସେ ତାହାକୁ ଡାକି କହିଲେ, “ଆସ ଏବଂ ଏହିଠାରେ ବସ!” ତେଣୁ ସେ ଲୋକଟି ଆସିଲା ଓ ସେହିଠାରେ ବସିଲା।

Gade chapit la Kopi




ରତର ବିବରଣ 4:1
21 Referans Kwoze  

ଯେହେତୁ ତୁମ୍ଭେ ଯେ ସମ୍ମାନୀୟ ସ୍ତ୍ରୀ, ଏହା ମୋହର ନଗରସ୍ଥ ସମସ୍ତ ଲୋକ ଜାଣନ୍ତି। ମୁଁ ମୁକ୍ତିକର୍ତ୍ତା ଜ୍ଞାତି ଅଟେ, ଏହା ସତ୍ୟ, ମାତ୍ର ମୋʼ ଠାରୁ ନିକଟ ସମ୍ପର୍କୀୟ ଆଉ ଜଣେ ମୁକ୍ତିକର୍ତ୍ତା ଜ୍ଞାତି ଅଛି।


ଆଉ ସେହି ପୁରୁଷ ଯଦି ଆପଣା ଭ୍ରାତୃର ଭାର୍ଯ୍ୟାକୁ ଗ୍ରହଣ କରିବା ପାଇଁ ଅସମ୍ମତ ହୁଏ, ତେବେ ସେହି ସ୍ତ୍ରୀ ନଗର-ଦ୍ୱାରରେ ପ୍ରାଚୀନବର୍ଗଙ୍କ ନିକଟକୁ ଯାଇ କହିବ, “ଆମ୍ଭ ଦେବର ଇସ୍ରାଏଲ ମଧ୍ୟରେ ଆପଣା ଭ୍ରାତାର ନାମ ରଖିବାକୁ ଅସମ୍ମତ, ସେ ଆମ୍ଭ ପ୍ରତି ଦେବରର କର୍ତ୍ତବ୍ୟ କର୍ମ କରିବାକୁ ଇଚ୍ଛା କରେ ନାହିଁ।”


ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସମସ୍ତ ବଂଶାନୁସାରେ ତୁମ୍ଭକୁ ଯେଉଁ ସମସ୍ତ ନଗର ଦେବେ, ତହିଁର ଦ୍ୱାର ମଧ୍ୟରେ ତୁମ୍ଭେ ଆପଣା ପାଇଁ ବିଚାରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କରିବ; ପୁଣି ସେମାନେ ନ୍ୟାୟ-ବିଚାରରେ ଲୋକମାନଙ୍କର ବିଚାର କରିବେ।


ମନ୍ଦକୁ ଘୃଣା କର, ଭଲକୁ ଭଲ ପାଅ ଓ ନଗର-ଦ୍ୱାରରେ ନ୍ୟାୟବିଚାର କର; ହୋଇପାରେ, ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ଯୋଷେଫର ଅବଶିଷ୍ଟାଂଶ ପ୍ରତି କୃପାମୟ ହେବେ।


ମୁଁ ନଗର-ଦ୍ୱାରରେ ନିଜ ଉପକାରୀକୁ ଦେଖି ଯଦି ପିତୃହୀନ ବିରୁଦ୍ଧରେ ଆପଣା ହସ୍ତ ଉଠାଇଥାଏ;


ମୁଁ ନଗର-ଦ୍ୱାରକୁ ଯାଇ ଛକସ୍ଥାନରେ ଆପଣା ଆସନ ପ୍ରସ୍ତୁତ କଲେ,


ତେବେ ତାହାର ପିତା ଓ ମାତା ତାହାକୁ ଧରି ତାହାର ନଗରସ୍ଥ ପ୍ରାଚୀନମାନଙ୍କ ନିକଟକୁ ତାହାର ନଗର-ଦ୍ୱାରକୁ ନେଇଯିବେ;


“ଆହେ, ଆହେ, ଉତ୍ତର ଦେଶରୁ ପଳାଅ, ଏହା ସଦାପ୍ରଭୁ କହନ୍ତି। କାରଣ ଆମ୍ଭେ ତୁମ୍ଭମାନଙ୍କୁ ଆକାଶର ଚତୁର୍ଦ୍ଦିଗ-ବାୟୁ ତୁଲ୍ୟ ବିସ୍ତୃତ କରିଅଛୁ, ଏହା ସଦାପ୍ରଭୁ କହନ୍ତି।


“ହେ ତୃଷିତ ଲୋକସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ, ସେ ଆସୁ; ତୁମ୍ଭେମାନେ ଆସ, କିଣ ଓ ଭୋଜନ କର; ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।


ତେବେ ଯେଉଁ ପୁରୁଷ କି ଯେଉଁ ସ୍ତ୍ରୀ ସେହି କୁକର୍ମ କରିଅଛି, ତୁମ୍ଭେ ସେହି ପୁରୁଷକୁ କି ସେହି ସ୍ତ୍ରୀକୁ ନଗର-ଦ୍ୱାର ନିକଟକୁ ବାହାର କରି ଆଣିବ; ଆଉ ତୁମ୍ଭେ ସେମାନଙ୍କର ମରଣ ପର୍ଯ୍ୟନ୍ତ ସେମାନଙ୍କୁ ପ୍ରସ୍ତରାଘାତ କରିବ।


ସେତେବେଳେ ଇଫ୍ରୋଣ ହେତ୍‌ର ସନ୍ତାନମାନଙ୍କ ମଧ୍ୟରେ ବସିଥିଲା; ତେଣୁ, ହିତ୍ତୀୟ ଇଫ୍ରୋଣ ଆପଣା ନଗର-ଦ୍ୱାରରେ ପ୍ରବେଶକାରୀ ହେତ୍‌ର ସନ୍ତାନ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କୁ ଉତ୍ତର ଦେଲା,


ଏଥିଉତ୍ତାରେ ହମୋର ଓ ତାହାର ପୁତ୍ର ଶିଖିମ ଆପଣା ନଗର-ଦ୍ୱାରକୁ ଆସି ନଗର ନିବାସୀମାନଙ୍କ ସହିତ କଥାବାର୍ତ୍ତା କରି କହିଲେ;


ଆଉ ତହିଁ ମଧ୍ୟରୁ କୌଣସି ନଗରକୁ ପଳାୟନକାରୀ ଲୋକ ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଠିଆ ହୋଇ ନଗରର ପ୍ରାଚୀନମାନଙ୍କ କର୍ଣ୍ଣଗୋଚରରେ ଆପଣାର କଥା କହିବ, ତହୁଁ ସେମାନେ ନଗର ମଧ୍ୟରେ ଆପଣାମାନଙ୍କ ନିକଟକୁ ତାହାକୁ ଆଣି ଆପଣାମାନଙ୍କ ମଧ୍ୟରେ ବାସ କରିବାକୁ ସ୍ଥାନ ଦେବେ।


ତହୁଁ ତାହାର ଶାଶୁ ତାହାକୁ କହିଲା, “ଆହେ ଆମ୍ଭର କନ୍ୟା, ଏ ବିଷୟ କʼଣ ହେବ, ଏହା ତୁମ୍ଭକୁ ଜଣା ହେବା ପର୍ଯ୍ୟନ୍ତ ବସିଥାଅ; କାରଣ ସେ ମନୁଷ୍ୟ ଆଜି ଏ କର୍ମ ସମାପ୍ତ ନ କରି ବିଶ୍ରାମ କରିବ ନାହିଁ।”


ପୁଣି ଅବଶାଲୋମ ପ୍ରଭାତରେ ଉଠି ରାଜଦ୍ୱାରର ପଥ ପାର୍ଶ୍ୱରେ ଠିଆ ହୁଏ; ଆଉ ଏପରି କରେ ଯେ, କାହାରି ବିଚାରାର୍ଥେ ରାଜାଙ୍କ ନିକଟକୁ ଆସିବାର ଯୋଗ୍ୟ କୌଣସି ବିବାଦ ଥିଲେ, ଅବଶାଲୋମ ତାହାକୁ ଡାକି କହେ, “ତୁମ୍ଭେ କେଉଁ ନଗରର ଲୋକ?” ତହିଁରେ “ଆପଣଙ୍କ ଦାସ ଆମ୍ଭେ ଇସ୍ରାଏଲର ଗୋଟିଏ ବଂଶର ଲୋକ ବୋଲି କହିଲେ,”


ଏଥିମଧ୍ୟରେ ଇସ୍ରାଏଲର ରାଜା ଓ ଯିହୁଦାର ରାଜା ଯିହୋଶାଫଟ୍‍ ଆପଣା ଆପଣା ରାଜବସ୍ତ୍ର ପିନ୍ଧି ଆପଣା ଆପଣା ସିଂହାସନରେ ବସିଥିଲେ, ସେମାନେ ଶମରୀୟାର ଦ୍ୱାର-ପ୍ରବେଶ ସ୍ଥାନ ନିକଟସ୍ଥ ମେଲାରେ ବସିଥିଲେ; ଆଉ ସମସ୍ତ ଭବିଷ୍ୟଦ୍‍ବକ୍ତା ସେମାନଙ୍କ ସମ୍ମୁଖରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରୁଥିଲେ,


ନଗର-ଦ୍ୱାରରେ ବସିବା ଲୋକମାନେ ମୋʼ ବିଷୟରେ ଗଳ୍ପ କରନ୍ତି ଓ ମୁଁ ମତ୍ତ ଲୋକମାନଙ୍କର ଗୀତ ସ୍ୱରୂପ ହୋଇଅଛି।


ତାହାର ସ୍ୱାମୀ ଦେଶୀୟ ପ୍ରାଚୀନମାନଙ୍କ ସଙ୍ଗେ ନଗର-ଦ୍ୱାରରେ ବସିବା ବେଳେ ଚିହ୍ନାଯାଏ।


ଆଉ, ମୁଁ କ୍ରୟପତ୍ରରେ ସ୍ୱାକ୍ଷର କରି ମୁଦ୍ରାଙ୍କ କଲି ଓ ସାକ୍ଷୀ ରଖି ନିକ୍ତିରେ ରୂପା ତୌଲି ତାହାକୁ ଦେଲି।


ଏଥିଉତ୍ତାରେ ସନ୍ଧ୍ୟା ବେଳେ ସେହି ଦୁଇ ସ୍ୱର୍ଗଦୂତ ସଦୋମରେ ଉପସ୍ଥିତ ହେଲେ; ସେତେବେଳେ ଲୋଟ ସଦୋମ ନଗରର ଦ୍ୱାରରେ ଉପବିଷ୍ଟ ଥିବାରୁ ସେମାନଙ୍କୁ ଦେଖି ସେମାନଙ୍କ ସହିତ ସାକ୍ଷାତ କରିବାକୁ ଉଠିଲା, ପୁଣି, ଭୂମିଷ୍ଠ ପ୍ରଣାମ କରି କହିଲା


Swiv nou:

Piblisite


Piblisite