Biblia Todo Logo
Bib sou entènèt

- Piblisite -




ରୋମୀୟ 2:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 କିନ୍ତୁ ଯଦି ତୁମ୍ଭେ ଯିହୁଦୀ ନାମ ବହନ କରି ମୋଶାଙ୍କ ବ୍ୟବସ୍ଥା ଉପରେ ନିର୍ଭର କରୁଅଛ ଓ ଈଶ୍ବରଙ୍କଠାରେ ଗର୍ବ କରୁଅଛ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 କିନ୍ତୁ ଯଦି ତୁମ୍ଭେ ଯିହୁଦୀ ନାମ ବହନ କରି ବ୍ୟବସ୍ଥା ଉପରେ ନିର୍ଭର କରୁଅଛ ଓ ଈଶ୍ଵରଙ୍କଠାରେ ଗର୍ବ କରୁଅଛ,

Gade chapit la Kopi

ଓଡିଆ ବାଇବେଲ

17 କିନ୍ତୁ ଯଦି ତୁମ୍ଭେ ଯିହୂଦୀ ନାମ ବହନ କରି ମୋଶାଙ୍କ ବ୍ୟବସ୍ଥା ଉପରେ ନିର୍ଭର କରୁଅଛ ଓ ଈଶ୍ୱରଙ୍କଠାରେ ଗର୍ବ କରୁଅଛ,

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

17 ତୁମ୍ଭେମାନେ ନିଜକୁ ଇହୁଦୀ ବୋଲାଉଛ, ବ୍ୟବସ୍ଥା ଉପରେ ନିର୍ଭର କରି ଓ ଈଶ୍ୱରଙ୍କ ସହିତ ନିଜ ସମ୍ପର୍କ ନେଇ ଗର୍ବ କରୁଛ;

Gade chapit la Kopi

ପବିତ୍ର ବାଇବଲ

17 ତୁମ୍ଭ ବିଷୟରେ କ’ଣ? ତୁମ୍ଭେ କହୁଛ ତୁମ୍ଭେ ଜଣେ ଯିହୂଦୀ। ତୁମ୍ଭର ବ୍ୟବସ୍ଥା ଉପରେ ଭରସା ଅଛି ଓ ଗର୍ବ କର ଯେ, ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ଅଛ।

Gade chapit la Kopi




ରୋମୀୟ 2:17
27 Referans Kwoze  

ମୋଶାଙ୍କ ବ୍ୟବସ୍ଥାରେ ଗର୍ବ କରୁଅଛ ଯେ ତୁମ୍ଭେ, ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ଦ୍ୱାରା ତୁମ୍ଭେ କି ଈଶ୍ବରଙ୍କୁ ଅନାଦର କରୁ ନାହଁ?


ସେହି ସ୍ଥାନର ପ୍ରଧାନବର୍ଗ ଲାଞ୍ଚ ନେଇ ବିଚାର କରନ୍ତି ଓ ତହିଁର ଯାଜକଗଣ ବେତନ ନେଇ ଶିକ୍ଷା ଦିଅନ୍ତି ଓ ତହିଁର ଭବିଷ୍ୟଦ୍‍ବକ୍ତାଗଣ ଅର୍ଥ ନେଇ ମନ୍ତ୍ର ପଢ଼ନ୍ତି; ତଥାପି ସେମାନେ ସଦାପ୍ରଭୁଙ୍କ ଉପରେ ନିର୍ଭର କରି କୁହନ୍ତି, “ସଦାପ୍ରଭୁ କି ଆମ୍ଭମାନଙ୍କ ମଧ୍ୟରେ ନାହାନ୍ତି? କୌଣସି ଅମଙ୍ଗଳ ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ।”


ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କ୍ଲେଶ ଓ ଦୀନତା ଜାଣୁ, (କିନ୍ତୁ ତୁମ୍ଭେ ଧନବାନ), ଆଉ ଯେଉଁମାନେ ଆପଣାମାନଙ୍କୁ ଯିହୁଦୀ ବୋଲି କହନ୍ତି, ମାତ୍ର ପ୍ରକୃତରେ ଯିହୁଦୀ ନୁହଁନ୍ତି, ବରଂ ଶୟତାନର ଦଳ, ସେମାନଙ୍କର ନିନ୍ଦା ମଧ୍ୟ ଆମ୍ଭେ ଜାଣୁ।


କାହିଁକି? କାରଣ ସେମାନେ ବିଶ୍ୱାସ ଦ୍ୱାରା ତାହା ନ ଖୋଜି କର୍ମ ଦ୍ୱାରା ଖୋଜୁଥିଲେ। ସେମାନେ ସେହି ବାଧାଜନକ ପ୍ରସ୍ତରରେ ଝୁଣ୍ଟି ପଡ଼ିଲେ,


ମୁଁ ଯେ ପିତାଙ୍କ ଛାମୁରେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବି, ଏହା ମନେ କର ନାହିଁ; ଯେଉଁ ମୋଶାଙ୍କଠାରେ ତୁମ୍ଭେମାନେ ଭରସା ରଖିଅଛ, ସେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଅଛନ୍ତି।


ପୁଣି, ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ଏପରି କହିବାକୁ ଭାବ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି।


ଦେଖ, ଯେଉଁମାନେ ଯିହୁଦୀ ନୁହଁନ୍ତି, କିନ୍ତୁ ମିଥ୍ୟାରେ ଆପଣାମାନଙ୍କୁ ଯିହୁଦୀ ବୋଲି କହନ୍ତି, ଏପରି ଶୟତାନର ଦଳର ଲୋକମାନଙ୍କୁ ଆମ୍ଭେ ଆଣି ତୁମ୍ଭର ଚରଣ ତଳେ ପ୍ରଣାମ କରାଇବୁ, ଆଉ ଆମ୍ଭେ ଯେ ତୁମ୍ଭକୁ ପ୍ରେମ କରିଅଛୁ, ଏହା ସେମାନଙ୍କୁ ଜ୍ଞାତ କରାଇବୁ।


“ସାର୍ଦ୍ଦୀ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ଈଶ୍ବରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରନ୍ତି, ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ନାମରେ ଜୀବିତ, ମାତ୍ର ପ୍ରକୃତରେ ମୃତ।


ଅତଏବ ତୁମ୍ଭେମାନେ ପୂର୍ବରେ ଯେତେବେଳେ ଶରୀର ସମ୍ବନ୍ଧରେ ଅଣଯିହୁଦୀ ଥିଲ ଓ ଶାରୀରିକ ଭାବେ ହସ୍ତକୃତ ସୁନ୍ନତ ଲୋକମାନଙ୍କ ଦ୍ୱାରା ଅସୁନ୍ନତ ବୋଲି ଖ୍ୟାତ ହେଉଥିଲ,


ଆମ୍ଭେମାନେ ଜନ୍ମରେ ଯିହୁଦୀ, ଅଣଯିହୁଦୀ ପାପୀ ନୋହୁଁ,


ସେମାନେ କି ଏବ୍ରୀୟ? ମୁଁ ମଧ୍ୟ ଏବ୍ରୀୟ। ସେମାନେ କି ଇସ୍ରାଏଲୀୟ? ମୁଁ ମଧ୍ୟ ଇସ୍ରାଏଲୀୟ। ସେମାନେ କି ଅବ୍ରହାମଙ୍କ ସନ୍ତାନ? ମୁଁ ମଧ୍ୟ ଅବ୍ରହାମଙ୍କ ସନ୍ତାନ।


ତୁମ୍ଭେମାନେ ତୁମ୍ଭମାନଙ୍କ ପିତାର କର୍ମସବୁ କରୁଅଛ।” ସେମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ବ୍ୟଭିଚାରରୁ ଜାତ ହୋଇ ନାହୁଁ; ଆମ୍ଭମାନଙ୍କର ଏକମାତ୍ର ପିତା, ସେ ଈଶ୍ବର।


ସେମାନେ ତାହାଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଅବ୍ରହାମଙ୍କର ବଂଶ, ଆଉ କେବେ ହେଁ କାହାରି ଦାସ ହୋଇ ନାହୁଁ, ତେବେ ତୁମ୍ଭେମାନେ ମୁକ୍ତ ହେବ ବୋଲି ତୁମ୍ଭେ କିପରି କହୁଅଛ?


ମୋଶା କଅଣ ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଇ ନାହାନ୍ତି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ। ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ?”


ସେଥିରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ଉତ୍ତର ଦେଲ; ଏହା କର, ତାହାହେଲେ ତୁମ୍ଭେ ଜୀବନ ପାଇବ।”


ତୁମ୍ଭେ ଆପଣାର ଯେଉଁସବୁ କ୍ରିୟାରେ ଆମ୍ଭର ଆଜ୍ଞାଲଙ୍ଘନ କରିଅଛ, ତହିଁ ସକାଶୁ ସେହି ଦିନ ତୁମ୍ଭେ ଲଜ୍ଜିତ ନୋହିବ; କାରଣ ସେସମୟରେ ଆମ୍ଭେ ତୁମ୍ଭ ମଧ୍ୟରୁ ତୁମ୍ଭର ଦର୍ପଯୁକ୍ତ ଉଲ୍ଲାସକାରୀମାନଙ୍କୁ ଦୂର କରିବା ଓ ତୁମ୍ଭେ ଆମ୍ଭ ପବିତ୍ର ପର୍ବତରେ ଆଉ ଅହଙ୍କାରୀ ନୋହିବ।


ଇସ୍ରାଏଲର ସମୁଦାୟ ବଂଶ ସଦାପ୍ରଭୁଙ୍କଠାରେ ଧାର୍ମିକୀକୃତ ହେବେ ଓ ଦର୍ପ କରିବେ।”


ଯେହେତୁ ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ଓ ନିଜର ସଞ୍ଚିତ ଧନ ରୂପେ ଇସ୍ରାଏଲକୁ ମନୋନୀତ କରିଅଛନ୍ତି।


ତୁମ୍ଭେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ; ଆଉ, ସେହି ଧର୍ମଶାସ୍ତ୍ର ମୋʼ ବିଷୟରେ ସାକ୍ଷ୍ୟ ଦେଉଅଛି।


ତେବେ ଗର୍ବ କେଉଁଠାରେ? ତାହା ଦୂରୀକୃତ ହେଲା। କେଉଁ ପ୍ରକାର ବ୍ୟବସ୍ଥା ଦ୍ୱାରା? କଅଣ କ୍ରିୟାକର୍ମର ବ୍ୟବସ୍ଥା ଦ୍ୱାରା? ନା, କିନ୍ତୁ ବିଶ୍ୱାସର ବ୍ୟବସ୍ଥା ଦ୍ୱାରା।


Swiv nou:

Piblisite


Piblisite