Biblia Todo Logo
Bib sou entènèt

- Piblisite -




ରୋମୀୟ 2:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଅତଏବ, ହେ ମନୁଷ୍ୟ, ଯେ ତୁମ୍ଭେ ବିଚାର କରୁଥାଅ, ତୁମ୍ଭେ ଯେ କେହି ହୁଅ, ତୁମ୍ଭର ଉତ୍ତର ଦେବାର ବାଟ ନାହିଁ, କାରଣ ଯେଉଁ ବିଷୟରେ ତୁମ୍ଭେ ଅନ୍ୟର ବିଚାର କରୁଥାଅ, ସେହି ବିଷୟରେ ତୁମ୍ଭେ ଆପଣାକୁ ଦୋଷୀ କରୁଥାଅ, ଯେଣୁ ତୁମ୍ଭେ ଯେ ବିଚାର କରୁଥାଅ, ସେହି ପ୍ରକାର କର୍ମ ମଧ୍ୟ କରୁଥାଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅତଏବ, ହେ ମନୁଷ୍ୟ, ବିଚାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ଯେକେହି ହୁଅ, ତୁମ୍ଭର ଉତ୍ତର ଦେବାର ବାଟ ନାହିଁ; କାରଣ ଯେଉଁ ବିଷୟରେ ତୁମ୍ଭେ ଅନ୍ୟର ବିଚାର କରୁଥାଅ, ସେହି ବିଷୟରେ ତୁମ୍ଭେ ଆପଣାକୁ ଦୋଷୀ କରୁଥାଅ, ଯେଣୁ ବିଚାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ନିଜେ ସେହିପ୍ରକାର କର୍ମ କରୁଥାଅ।

Gade chapit la Kopi

ଓଡିଆ ବାଇବେଲ

1 ଅତଏବ, ହେ ମନୁଷ୍ୟ, ବିଚାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ଯେ କେହି ହୁଅ, ତୁମ୍ଭର ଉତ୍ତର ଦେବାର ବାଟ ନାହିଁ, କାରଣ ଯେଉଁ ବିଷୟରେ ତୁମ୍ଭେ ଅନ୍ୟର ବିଚାର କରୁଥାଅ, ସେହି ବିଷୟରେ ତୁମ୍ଭେ ଆପଣାକୁ ଦୋଷୀ କରୁଥାଅ, ଯେଣୁ ବିଚାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ନିଜେ ସେହି ପ୍ରକାର କର୍ମ କରୁଥାଅ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

1 ବନ୍ଧୁ, ତୁମେ କଅଣ ଅନ୍ୟମାନଙ୍କର ବିଚାର କରୁଛ? ତୁମେ ଯେ କୌଣସି ବ୍ୟକ୍ତି ହେଲେ ମଧ୍ୟ, ଏହା କରିବା ତୁମ ପକ୍ଷରେ ଯଥାର୍ଥ ନୁହେଁ। ଅନ୍ୟମାନଙ୍କର ଦୋଷ ଧରି ତୁମେ ଯଦି ନିଜେ ତାହା କରୁଥାଅ, ତଦ୍ଦ୍ୱାରା ତୁମେ ନିଜକୁ ଦୋଷୀ କରୁଛ।

Gade chapit la Kopi

ପବିତ୍ର ବାଇବଲ

1 ଯଦି ତୁମ୍ଭେ ଭାବୁଛ ଯେ ତୁମ୍ଭେମାନେ ଅନ୍ୟ ଲୋକଙ୍କର ନ୍ୟାୟବିଗ୍ଭର କରି ପାରିବ ତା'ହେଲେ ତୁମ୍ଭେ ଭୁଲ୍ କରୁଛ। ତୁମ୍ଭେମାନେ ନିଜେ ମଧ୍ୟ ପାପର ଦୋଷୀ। ତୁମ୍ଭେ ଅନ୍ୟମାନଙ୍କର ନ୍ୟାୟ ବିଗ୍ଭର କରୁଛ, ହେଲେ ତୁମ୍ଭେ ମଧ୍ୟ ସେମାନଙ୍କ ପରି ମନ୍ଦ କାମ କରୁଛ। ଅତଏବ ଯେତେବେଳେ ତୁମ୍ଭେ ସେମାନଙ୍କର ନ୍ୟାୟବିଗ୍ଭର କରୁଛ, ସେତେବେଳେ ପ୍ରକୃତରେ ନିଜକୁ ଅପରାଧୀ ବୋଲି ନ୍ୟାୟବିଗ୍ଭର କରୁଛ।

Gade chapit la Kopi




ରୋମୀୟ 2:1
20 Referans Kwoze  

“ପୁଣି, ବିଚାର କର ନାହିଁ, ତାହାହେଲେ ତୁମ୍ଭେମାନେ ବିଚାରିତ ହେବ ନାହିଁ; ଦୋଷୀ କର ନାହିଁ, ତାହାହେଲେ ତୁମ୍ଭେମାନେ ଦୋଷୀକୃତ ହେବ ନାହିଁ। କ୍ଷମା କର, ତାହାହେଲେ ତୁମ୍ଭମାନଙ୍କୁ କ୍ଷମା କରାଯିବ;


ଆଉ, ହେ ଭାଇ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କର ବିଚାର କରି ଆପେ ସେହି ପ୍ରକାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ଈଶ୍ବରଙ୍କ ନ୍ୟାୟବିଚାରରୁ ପଳାୟନ କରିପାର ବୋଲି କଅଣ ମନେ କରୁଅଛ?


କିନ୍ତୁ ହେ ଭାଇ, ତୁମ୍ଭେ କିଏ ଯେ ଈଶ୍ବରଙ୍କ ପ୍ରତିବାଦ କର? ନିର୍ମିତ ବସ୍ତୁ କି ନିର୍ମାତାଙ୍କୁ କହିବ, ମୋତେ ଏପରି ଗଢ଼ିଲ କାହିଁକି?


ହେ ଭାଇମାନେ, ତୁମ୍ଭେମାନେ ପରସ୍ପରର ଗ୍ଳାନି କର ନାହିଁ; ଯେ ଭାଇର ଗ୍ଳାନି କରେ କିମ୍ବା ଭାଇର ବିଚାର କରେ, ସେ ବ୍ୟବସ୍ଥାର ଗ୍ଲାନି କରେ ଓ ସେଥିର ବିଚାର କରେ; କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥାର ବିଚାର କର, ତାହାହେଲେ ତୁମ୍ଭେ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିର ବିଚାରକର୍ତ୍ତା ଅଟ।


କିନ୍ତୁ ହେ ନିର୍ବୋଧ ମନୁଷ୍ୟ, କର୍ମ ବିନା ବିଶ୍ୱାସ ଯେ ନିଷ୍ଫଳ, ଏହା କଅଣ ଜାଣିବାକୁ ଇଚ୍ଛା କରୁଅଛ?


ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋହର ବିଚାର କରିବି। ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏ, ତାହା ଉଠାଇନିଏ, ପୁଣି, ଯାହା ବୁଣି ନ ଥାଏ, ତାହା କାଟେ, ଏହା କଅଣ ଜାଣିଥିଲୁ?


ଯେଣୁ ହେ ସ୍ତ୍ରୀ, ତୁମ୍ଭେ ଯେ ଆପଣା ସ୍ୱାମୀର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣ? କିମ୍ବା ହେ ସ୍ୱାମୀ, ତୁମ୍ଭେ ଯେ ଆପଣା ଭାର୍ଯ୍ୟାର ପରିତ୍ରାଣର କାରଣ ହେବ, ଏହା କଅଣ ଜାଣ?


କିନ୍ତୁ ସେ ତାହାଙ୍କୁ କହିଲେ, “ହେ ଭାଇ, କିଏ ମୋତେ ତୁମ୍ଭମାନଙ୍କ ଉପରେ ବିଚାରକର୍ତ୍ତା ଓ ମଧ୍ୟସ୍ଥ କରି ନିଯୁକ୍ତ କଲା?”


ଆଉ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କ ବିରୁଦ୍ଧରେ ଈଶ୍ବରଙ୍କ ବିଚାର ଯେ ନ୍ୟାୟସଙ୍ଗତ, ଏହା ଆମ୍ଭେମାନେ ଜାଣୁ।


ତେବେ କଅଣ? ଆମ୍ଭେମାନେ କି ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ? ନା, କୌଣସି ପ୍ରକାରେ ନୁହେଁ, କାରଣ ଯିହୁଦୀ ଓ ଗ୍ରୀକ୍‍ ସମସ୍ତେ ଯେ ପାପର ଅଧୀନ, ଆମ୍ଭେମାନେ ପୂର୍ବରେ ଉଭୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ କରିଅଛୁ,


ତୁମ୍ଭର ଯେଉଁ ବିଶ୍ୱାସ ଅଛି, ତାହା ତୁମ୍ଭେ ଈଶ୍ବରଙ୍କ ସାକ୍ଷାତରେ ଆପଣା ଅନ୍ତରରେ ଧରି ରଖ। ଯେ ଯାହା ପରୀକ୍ଷାସିଦ୍ଧ ବୋଲି ବିବେଚନା କରେ, ସେ ଯଦି ସେଥିରେ ଆପଣାକୁ ଦୋଷୀ ନ କରେ, ତେବେ ସେ ଧନ୍ୟ।


ତେଣୁ, ସମୟର ପୂର୍ବେ ପ୍ରଭୁଙ୍କ ନ ଆସିବା ପର୍ଯ୍ୟନ୍ତ କୌଣସି ବିଷୟ ବିଚାର କର ନାହିଁ ସେ ଅନ୍ଧକାରର ଗୁପ୍ତ ବିଷୟଗୁଡ଼ିକ ଆଲୋକରେ ଦେଖାଇବେ, ପୁଣି, ହୃଦୟର ସଂକଳ୍ପସମସ୍ତ ପ୍ରକାଶ କରିବେ ସେତେବେଳେ ପ୍ରତ୍ୟେକ ଜଣ ଈଶ୍ବରଙ୍କଠାରୁ ପ୍ରଶଂସା ପାଇବ।


Swiv nou:

Piblisite


Piblisite