Biblia Todo Logo
Bib sou entènèt

- Piblisite -




ରୋମୀୟ 14:6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଯେ ବିଶେଷ ଦିନ ମାନେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ମାନେ; ଆଉ ଯେ ଭୋଜନ କରେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ, କାରଣ ସେ ଈଶ୍ବରଙ୍କୁ ଧନ୍ୟବାଦ ଦିଏ; ପୁଣି, ଯେ ଭୋଜନ କରେ ନାହିଁ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ ନାହିଁ ଓ ଈଶ୍ବରଙ୍କୁ ଧନ୍ୟବାଦ ଦିଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଯେ ବିଶେଷ ଦିନ ମାନେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ମାନେ; ଆଉ ଯେ ଭୋଜନ କରେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ, କାରଣ ସେ ଈଶ୍ଵରଙ୍କୁ ଧନ୍ୟବାଦ ଦିଏ; ପୁଣି ଯେ ଭୋଜନ କରେ ନାହିଁ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ ନାହିଁ ଓ ଈଶ୍ଵରଙ୍କୁ ଧନ୍ୟବାଦ ଦିଏ।

Gade chapit la Kopi

ଓଡିଆ ବାଇବେଲ

6 ଯେ ବିଶେଷ ଦିନ ମାନେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ମାନେ; ଆଉ ଯେ ଭୋଜନ କରେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ, କାରଣ ସେ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ; ପୁଣି, ଯେ ଭୋଜନ କରେ ନାହିଁ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ ନାହିଁ ଓ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

6 ଯେ ଗୋଟିଏ ଦିବସକୁ ଉକ୍ରୃଷ୍ଟ ବୋଲି ଭାବେ, କେବଳ ପ୍ରଭୁଙ୍କ ଗୌରବାର୍ଥେ ସେ ତା’ କରୁ। ଯାହାର କୌରସି ଖାଦ୍ୟ ଖାଇବା ପାଇଁ ଆପତ୍ତି ନାହିଁ, ଈଶ୍ୱରଙ୍କୁ ଧନ୍ୟବାଦ ଦେଇ ସେ ତାହା ଖାଉ; ତଦ୍ଦ୍ୱାରା ଈଶ୍ୱର ଗୌରବାନ୍ୱିତ ହେବେ। ଯେଉଁ ବ୍ୟକ୍ତି କୌଣସି ଖାଦ୍ୟରୁ ନିବୃତ୍ତ ହୁଏ, ସେ ଏହା ଈଶ୍ୱରଙ୍କ ଗୌରବ ନିମନ୍ତେ କରୁ ଓ ଏଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉ।

Gade chapit la Kopi

ପବିତ୍ର ବାଇବଲ

6 ଯେଉଁ ଲୋକ ଗୋଟିଏ ଦିନକୁ ଅନ୍ୟ ଦିନ ଗୁଡ଼ିକ ତୁଳନାରେ ବିଶେଷ ମହତ୍ତ୍ୱ ଦିଏ, ତାହା ସେ ପ୍ରଭୁଙ୍କ ପାଇଁ ସେହିପରି କରେ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଏ, ତାହା ସେ ପ୍ରଭୁଙ୍କ ପାଇଁ କରେ। ଖାଦ୍ୟ ପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଏ। ଯେଉଁ ଲୋକ କେତେକ ପ୍ରକାରର ଖାଦ୍ୟ ଖାଇବାକୁ ବାରଣ କରେ, ତାହା ସେ ପ୍ରଭୁଙ୍କ ପାଇଁ ସେହିପରି କରେ, ଓ ତାହାଙ୍କୁ ଧନ୍ୟବାଦ ଜଣାଏ।

Gade chapit la Kopi




ରୋମୀୟ 14:6
12 Referans Kwoze  

ଆଉ ଯୀଶୁ ସେହି ସାତୋଟି ରୁଟି ଓ ମାଛଗୁଡ଼ିକ ଘେନି ଧନ୍ୟବାଦ ଦେଇ ସେହିସବୁ ଶିଷ୍ୟମାନଙ୍କୁ ଦିଅନ୍ତେ ସେମାନେ ଲୋକସମୂହକୁ ଦେଲେ।


ପୁଣି, ସେ ଲୋକସମୂହକୁ ଘାସ ଉପରେ ବସିବା ପାଇଁ ଆଜ୍ଞା ଦେଲେ, ଆଉ ସେ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟି ଗୁଡ଼ିକ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ ଆଉ ଶିଷ୍ୟମାନେ ଲୋକସମୂହକୁ ଦେଲେ।


ତୁମ୍ଭେମାନେ ବିଶେଷ ବିଶେଷ ଦିନ, ମାସ, ପର୍ବ ଓ ବର୍ଷ ପାଳନ କରିଥାଅ।


ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ଈଶ୍ବରଙ୍କ କାର୍ଯ୍ୟସବୁ କରିବା ନିମନ୍ତେ ଆମ୍ଭମାନଙ୍କୁ କଅଣ କରିବାକୁ ହେବ?


ଏହି ପ୍ରକାର ଉପବାସ, ମନୁଷ୍ୟ ଆପଣା ପ୍ରାଣକୁ କ୍ଲେଶ ଦେବା ନିମନ୍ତେ ଏହି ପ୍ରକାର ଦିନ, ଆମ୍ଭେ କʼଣ ମନୋନୀତ କରିଅଛୁ? ନଳବୃକ୍ଷ ପରି ମସ୍ତକ ନୁଆଁଇବାର, ପୁଣି ଚଟବସ୍ତ୍ର ଓ ଭସ୍ମ ଆପଣା ତଳେ ବିଛାଇବାର, ଏହାକୁ ତୁମ୍ଭେ ଉପବାସ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କି ଗ୍ରାହ୍ୟ ଦିନ ବୋଲି କହିବ?


ଏଥିଉତ୍ତାରେ ମୋଶା କହିଲେ, “ଆଜି ତୁମ୍ଭେମାନେ ତାହା ଭୋଜନ କର, ଯେହେତୁ ଆଜି ସଦାପ୍ରଭୁଙ୍କର ବିଶ୍ରାମବାର; ଆଜି କ୍ଷେତରେ ତାହା ପାଇବ ନାହିଁ।


ମିସର ଦେଶରୁ ସେମାନେ ବାହାର ହେବା ସକାଶୁ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ ପାଳନୀୟ ରାତ୍ରି; ତାହା ସଦାପ୍ରଭୁଙ୍କ ରାତ୍ରି ବୋଲି ଇସ୍ରାଏଲ ସନ୍ତାନମାନଙ୍କର ପୁରୁଷାନୁକ୍ରମେ ବିଶେଷ ପାଳନୀୟ ଅଟଇ।


ଆଉ ସେହି ଦିନ ତୁମ୍ଭମାନଙ୍କର ସ୍ମରଣୀୟ ହେବ, ପୁଣି, ତୁମ୍ଭେମାନେ ସେହି ଦିନକୁ ସଦାପ୍ରଭୁଙ୍କ ପର୍ବ ରୂପେ ପାଳନ କରିବ; ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧିମତେ ଏହି ପର୍ବ ପାଳନ କରିବ।


ହଁ, ଯିରୂଶାଲମର ଓ ଯିହୁଦାର ହାଣ୍ଡିସବୁ ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ଆଉ, ଯଜ୍ଞକାରୀ ସମସ୍ତେ ଆସି ସେହି ହାଣ୍ଡି ମଧ୍ୟରୁ ନେଇ ରୋଷେଇ କରିବେ ଓ ତହିଁରେ ପାକ କରିବେ; ପୁଣି, ସେହି ଦିନ ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହରେ କିଣାନୀୟ କୌଣସି ଲୋକ ଆଉ ନ ଥିବ।


Swiv nou:

Piblisite


Piblisite