Biblia Todo Logo
Bib sou entènèt

- Piblisite -




ରୋମୀୟ 12:19 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ ଈଶ୍ବରଙ୍କ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ; କାରଣ ଲେଖାଅଛି, “ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ; କାରଣ ଲେଖାଅଛି, ‘ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବାʼ।

Gade chapit la Kopi

ଓଡିଆ ବାଇବେଲ

19 ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ ଈଶ୍ୱରଙ୍କ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ; କାରଣ ଲେଖା ଅଛି, "ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା' ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

19 ବନ୍ଧୁଗଣ, ତୁମେମାନେ ନିଜେ କାହା ବିରୁଦ୍ଧରେ ପ୍ରତିଶୋଧ ନିଅ ନାହିଁ। ଈଶ୍ୱରଙ୍କ କ୍ରୋଧର ପାତ୍ର ହେବାକୁ ତାକୁ ଛାଡ଼ି ଦିଅ। କାରଣ ଶାସ୍ତ୍ରରେ ଲେଖାଅଛି: “ପ୍ରଭୁ କହନ୍ତି, ଆମ୍ଭେ ପ୍ରତିଶୋଧ ନେବା। ଆମ୍ଭେ ପ୍ରତିଫଳ ଦେବା।”

Gade chapit la Kopi

ପବିତ୍ର ବାଇବଲ

19 ତୁମ୍ଭମାନଙ୍କ ପ୍ରତି ଭୁଲ୍ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ୱରଙ୍କ କ୍ରୋଧ ଦ୍ୱାରା ଦଣ୍ତିତ ହେବା ଲାଗି ଅପେକ୍ଷା କର। ଶାସ୍ତ୍ରରେ ଲେଖା ଅଛି: ପରମେଶ୍ୱର କହିଛନ୍ତି, “ଦଣ୍ତ ଦେବା ମୋର କାମ। ମୁଁ ଲୋକମାନଙ୍କୁ ପ୍ରତିଦାନ ଦେବି।”

Gade chapit la Kopi




ରୋମୀୟ 12:19
24 Referans Kwoze  

ସେମାନଙ୍କ ପାଦ ଖସି ପଡ଼ିବା ବେଳେ ସମୁଚିତ ଦଣ୍ଡ ଓ ପ୍ରତିଫଳ ଦେବା ଆମ୍ଭର କର୍ମ; କାରଣ ସେମାନଙ୍କ ବିପଦର ଦିନ ସନ୍ନିକଟ ଓ ସେମାନଙ୍କ ପାଇଁ ଯାହା ନିରୂପିତ, ତାହା ଶୀଘ୍ର ଆସୁଅଛି।”


କାରଣ “ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା”, ଯେ ଏହି କଥା କହିଅଛନ୍ତି, ତାହାଙ୍କୁ ଆମ୍ଭେମାନେ ଜାଣୁ; ପୁନଶ୍ଚ, “ପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ।”


“ସେ ମୋʼ ପ୍ରତି ଯେପରି କରିଅଛି, ତାହା ପ୍ରତି ମୁଁ ସେପରି କରିବି ଓ ତାହାର କର୍ମାନୁସାରେ ମୁଁ ତାହାକୁ ପ୍ରତିଫଳ ଦେବି, ଏରୂପ କୁହ ନାହିଁ।”


“ଆମ୍ଭେ ଅନିଷ୍ଟର ପ୍ରତିଫଳ ଦେବା,” ତୁମ୍ଭେ ଏପରି କଥା କୁହ ନାହିଁ, ସଦାପ୍ରଭୁଙ୍କଠାରେ ଅନୁସରଣ କର, ସେ ତୁମ୍ଭକୁ ଉଦ୍ଧାର କରିବେ।


ମନ୍ଦ ବଦଳରେ କାହାରି ମନ୍ଦ କର ନାହିଁ; ସମସ୍ତ ମନୁଷ୍ୟଙ୍କ ଦୃଷ୍ଟିରେ ଯାହା ଯାହା ଉତ୍ତମ, ସେହିସବୁ ଚିନ୍ତା କର;


ପୁଣି, ଯେପରି କେହି ଏହି ବିଷୟରେ ସୀମା ଅତିକ୍ରମ କରି ଆପଣା ଭାଇକୁ ପ୍ରବଞ୍ଚନା ନ କରେ, ଯେଣୁ ପ୍ରଭୁ ଏସମସ୍ତ ବିଷୟରେ ଦଣ୍ଡଦାତା, ଯେପରି ଆମ୍ଭେମାନେ ପୂର୍ବେ ମଧ୍ୟ ତୁମ୍ଭମାନଙ୍କୁ ଜଣାଇ ସାକ୍ଷ୍ୟ ଦେଇଥିଲୁ।


ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣକୁ ପ୍ରତିହିଂସା କି ଦ୍ୱେଷ କରିବ ନାହିଁ, ବରଞ୍ଚ ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବ; ଆମ୍ଭେ ସଦାପ୍ରଭୁ।


ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ।


ହେ ଅନ୍ୟ ଦେଶୀୟ ଲୋକମାନେ, ତୁମ୍ଭେମାନେ ତାହାଙ୍କ ଲୋକମାନଙ୍କ ସଙ୍ଗରେ ଆନନ୍ଦ କର; କାରଣ ସେ ଆପଣା ଦାସମାନଙ୍କ ରକ୍ତପାତର ପ୍ରତିକାର କରିବେ ଓ ଆପଣା ବିପକ୍ଷଗଣଠାରୁ ପରିଶୋଧ ନେବେ, ପୁଣି ସେ ଆପଣା ଦେଶ ନିମନ୍ତେ, ଆପଣା ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବେ।


କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦୁଷ୍ଟର ପ୍ରତିରୋଧ କର ନାହିଁ, ମାତ୍ର ଯେ କେହି ତୁମ୍ଭର ଡାହାଣ ଗାଲରେ ଚାପୁଡ଼ା ମାରେ, ତାହାକୁ ଅନ୍ୟ ଗାଲ ମଧ୍ୟ ଦେଖାଇଦିଅ।


କାରଣ ସେ ମଙ୍ଗଳ ନିମନ୍ତେ ତୁମ୍ଭ ପାଇଁ ଈଶ୍ବରଙ୍କ ସେବକ। କିନ୍ତୁ ଯଦି ଅସଦାଚାର କର, ତାହାହେଲେ ଭୀତ ହୁଅ, ଯେଣୁ ସେ ନିରର୍ଥକ ଖଡ୍ଗ ଧାରଣ କରନ୍ତି ନାହିଁ, କାରଣ ସେ ଈଶ୍ବରଙ୍କ ସେବକ ସ୍ୱରୂପେ ଅସଦାଚାରୀ ପ୍ରତି କ୍ରୋଧ ପ୍ରକାଶ କରିବା ନିମନ୍ତେ ଦଣ୍ଡଦାତା ଅଟନ୍ତି।


ପୁଣି, ତୁମ୍ଭର ସୁବିଚାର ଧନ୍ୟ ହେଉ ଓ ଆଜି ମୋତେ ରକ୍ତପାତ ଦୋଷରୁ ଓ ମୋର ନିଜ ହସ୍ତରେ ଆତ୍ମ-ପ୍ରତିକାରରୁ ନିବୃତ୍ତ କଲ ଯେ ତୁମ୍ଭେ, ତୁମ୍ଭେ ଧନ୍ୟା ହୁଅ।


ହେ ମୋହର ପ୍ରଭୋ, ସଦାପ୍ରଭୁ ତ ଆପଣଙ୍କୁ ରକ୍ତପାତ ଦୋଷରୁ ଓ ଆପଣଙ୍କ ନିଜ ହସ୍ତରେ ଆତ୍ମ-ପ୍ରତିକାର କରିବାରୁ ବାରଣ କଲେ, ଏହେତୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପ୍ରମାଣେ ଆପଣଙ୍କ ଶତ୍ରୁମାନେ ଓ ମୋର ପ୍ରଭୁଙ୍କ ଅମଙ୍ଗଳ ଅନ୍ୱେଷଣକାରୀମାନେ ନାବଲ ପରି ହେଉନ୍ତୁ।


ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଇଦୋମ ପ୍ରତିଶୋଧ ନେବା ଦ୍ୱାରା ଯିହୁଦା ବଂଶ ବିରୁଦ୍ଧରେ ଦୁର୍ବ୍ୟବହାର କରିଅଛି ଓ ସେମାନଙ୍କ ଉପରେ ପ୍ରତିହିଂସା ସାଧି ଅତ୍ୟନ୍ତ ଅପରାଧ କରିଅଛି,


ଆହୁରି ଦାଉଦ କହିଲେ, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସଦାପ୍ରଭୁ ତାଙ୍କୁ ଆଘାତ କରିବେ; ଅବା ତାଙ୍କର ମରଣ ଦିନ ଉପସ୍ଥିତ ହେବ; କିଅବା ସେ ଯୁଦ୍ଧକୁ ଯାଇ ବିନଷ୍ଟ ହେବେ।


ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ ହସ୍ତ ବିସ୍ତାର କରିବି, ଏହା ସଦାପ୍ରଭୁ ମୋʼ ଠାରୁ ଦୂର କରନ୍ତୁ; ମାତ୍ର ତୁମ୍ଭେ ତାଙ୍କ ମସ୍ତକ ପାଖରୁ ବର୍ଚ୍ଛା ଓ ଜଳପାତ୍ର ନେଇଆସ, ଆମ୍ଭେମାନେ ଯିବା।”


ଏହେତୁ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ଆମ୍ଭେ ତୁମ୍ଭର ବିବାଦ ନିଷ୍ପନ୍ନ କରିବା ଓ ତୁମ୍ଭ ନିମନ୍ତେ ପ୍ରତିଶୋଧ ନେବା। ପୁଣି, ଆମ୍ଭେ ତାହାର ସମୁଦ୍ରକୁ ଜଳଶୂନ୍ୟ ଓ ତାହାର ନିର୍ଝରକୁ ଶୁଷ୍କ କରିବା।


ଚୋର ଆଉ ଚୋରି ନ କରୁ,


କଂସାରି ଆଲେକ୍‌ଜାଣ୍ଡର ମୋହର ବହୁତ ଅନିଷ୍ଟ କରିଅଛି; ପ୍ରଭୁ ତାହାର କର୍ମ ଅନୁସାରେ ତାହାକୁ ପ୍ରତିଫଳ ଦେବେ;


Swiv nou:

Piblisite


Piblisite