Biblia Todo Logo
Bib sou entènèt

- Piblisite -




ରୋମୀୟ 11:16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଆଉ ଯଦି ପ୍ରଥମ ଉତ୍ସର୍ଗୀକୃତ ଅଂଶ ପବିତ୍ର, ତାହାହେଲେ ସମସ୍ତ ପିଠୋଉ ମଧ୍ୟ ପବିତ୍ର; ପୁଣି, ଯଦି ମୂଳ ପବିତ୍ର, ତେବେ ଶାଖାସବୁ ମଧ୍ୟ ପବିତ୍ର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଆଉ ଯଦି ପ୍ରଥମ ଉତ୍ସର୍ଗୀକୃତ ଅଂଶ ପବିତ୍ର, ତାହାହେଲେ ସମସ୍ତ ପିଠୋଉ ମଧ୍ୟ ପବିତ୍ର; ପୁଣି, ଯଦି ମୂଳ ପବିତ୍ର, ତେବେ ଶାଖାସବୁ ମଧ୍ୟ ପବିତ୍ର।

Gade chapit la Kopi

ଓଡିଆ ବାଇବେଲ

16 ଆଉ ଯଦି ପ୍ରଥମ ଉତ୍ସର୍ଗୀକୃତ ଅଂଶ ପବିତ୍ର, ତାହାହେଲେ ସମସ୍ତ ପିଠୋଉ ମଧ୍ୟ ପବିତ୍ର; ପୁଣି, ଯଦି ମୂଳ ପବିତ୍ର, ତେବେ ଶାଖାସବୁ ମଧ୍ୟ ପବିତ୍ର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

16 ରୋଟୀରୁ ଖଣ୍ଡେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲେ, ସମଗ୍ର ରୋଟୀଟି ମଧ୍ୟ ଉତ୍ସର୍ଗିତ ବୋଲି ମନେ କରାଯାଏ। ଗୋଟିଏ ବୃକ୍ଷର ମୂଳ ଉତ୍ସର୍ଗିତ ହୋଇଥିଲେ, ତା’ର ଶାଖା ପ୍ରଶାଖା ମଧ୍ୟ ଉତ୍ସର୍ଗ କରାଯାଇଛି ବୋଲି ଭାବିବାକୁ ହେବ।

Gade chapit la Kopi

ପବିତ୍ର ବାଇବଲ

16 ଆମ୍ଭ ଭୋଜନର ପ୍ରଥମ ଭାଗଟି ଯଦି ପରମେଶ୍ୱରଙ୍କୁ ସମର୍ପଣ କରାଯାଏ, ତା'ହେଲେ ସମସ୍ତ ଭୋଜନ ପବିତ୍ର ହୁଏ। ଯଦି କୌଣସି ଗଛର ଚେର ପବିତ୍ର, ତା'ହେଲେ ସେହି ଗଛର ସମସ୍ତ ଡାଳ ମଧ୍ୟ ପବିତ୍ର।

Gade chapit la Kopi




ରୋମୀୟ 11:16
17 Referans Kwoze  

ଆମ୍ଭେମାନେ ଯେପରି ତାହାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ଏକ-ପ୍ରକାର ପ୍ରଥମ ଫଳ ସ୍ୱରୂପ ହେଉ, ଏଥିନିମନ୍ତେ ସେ ଆପଣା ଇଚ୍ଛାନୁସାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଜନ୍ମ ଦେଲେ।


ପୁଣି, ସବୁ ଦ୍ରବ୍ୟର ପ୍ରଥମ ଫଳର ଅଗ୍ରିମାଂଶ ଓ ତୁମ୍ଭମାନଙ୍କର ଯାବତୀୟ ଉପହାର ମଧ୍ୟରେ ପ୍ରତ୍ୟେକ ଉପହାର ଯାଜକମାନଙ୍କର ହେବ; ମଧ୍ୟ ତୁମ୍ଭେମାନେ ଆପଣା ଆପଣା ଗୃହରେ ଆଶୀର୍ବାଦ ଅବସ୍ଥିତି କରାଇବା ପାଇଁ ଯାଜକକୁ ଆପଣା ଆପଣା ସୁଜିର ଅଗ୍ରିମାଂଶ ଦେବ।


ତୁମ୍ଭେ ଆପଣା ଧନରେ ଓ ସମସ୍ତ ଆୟର ପ୍ରଥମ ଫଳରେ ସଦାପ୍ରଭୁଙ୍କର ସମାଦର କର।


ତଥାପି ଆମ୍ଭେ ତୁମ୍ଭକୁ ସର୍ବତୋଭାବେ ପ୍ରକୃତ ବୀଜରୁ ଉତ୍ପନ୍ନ ଉତ୍ତମ ଦ୍ରାକ୍ଷାଲତା କରି ରୋପଣ କରିଥିଲୁ; ତେବେ ତୁମ୍ଭେ କିପରି ଆମ୍ଭ ନିକଟରେ ବିଜାତୀୟ ଦ୍ରାକ୍ଷାଲତାରୁ ଉତ୍ପନ୍ନ ବିକୃତ ଚାରା ହେଲ?


କିନ୍ତୁ ଯଦି ଘରୋଇ ଜୀତବୃକ୍ଷର କେତେକ ଶାଖା ଉଚ୍ଛିନ୍ନ ହେଲା ଓ ତୁମ୍ଭେ ବନ୍ୟ ଜୀତବୃକ୍ଷର ଶାଖା ହେଲେ ହେଁ ସେହି ଘରୋଇ ଜୀତବୃକ୍ଷରେ କଲମ କରାଗଲ, ପୁଣି, ସେମାନଙ୍କ ସହିତ ଜୀତବୃକ୍ଷ ମୂଳର ରସର ଅଂଶୀ ହେଲ,


“ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦେବା, ସେହି ଦେଶରେ ପ୍ରବେଶ କରି ଯେତେବେଳେ ତୁମ୍ଭେମାନେ ଶସ୍ୟ କାଟିବ, ସେତେବେଳେ ତୁମ୍ଭମାନଙ୍କର ପ୍ରଥମ କଟା ଶସ୍ୟର ଏକ ବିଡ଼ା ଯାଜକ ନିକଟକୁ ଆଣିବ।


ଏବେ, ହେ ସଦାପ୍ରଭୋ, ଦେଖ, ତୁମ୍ଭେ ଆମ୍ଭକୁ ଯେଉଁ ଭୂମି ଦେଇଅଛ, ଆମ୍ଭେ ତହିଁର ପ୍ରଥମ ଫଳ ଆଣିଅଛୁ।” ଏଉତ୍ତାରେ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ତାହା ରଖିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ପ୍ରଣାମ କରିବ।


ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର, ଓ ଆପଣା ତୈଳର ଓ ଆପଣା ମେଷଲୋମର ଅଗ୍ରିମାଂଶ ତାହାକୁ ଦେବ।


ଆଉ, ତୁମ୍ଭେ ଶସ୍ୟଚ୍ଛେଦନ ଉତ୍ସବ, ଅର୍ଥାତ୍‍, କ୍ଷେତରେ ଯାହା ବୁଣ, ତହିଁର ପ୍ରଥମ ସଂଗୃହୀତ ଫଳର ଉତ୍ସବ ପାଳନ କର; ପୁଣି, ବର୍ଷ ଶେଷରେ କ୍ଷେତରୁ ଫଳ ସଂଗ୍ରହ କରିବା ସମୟରେ ଫଳ ସଞ୍ଚୟର ଉତ୍ସବ ପାଳନ କର।


ଆମ୍ଭେ ତୁମ୍ଭ ସହିତ ଓ ତୁମ୍ଭ ଭବିଷ୍ୟତ ବଂଶ-ପରମ୍ପରା ସହିତ ଯେଉଁ ନିୟମ ସ୍ଥିର କଲୁ, ତାହା ଅନନ୍ତକାଳସ୍ଥାୟୀ ହେବ। ତହିଁରେ ଆମ୍ଭେ ତୁମ୍ଭର ଓ ତୁମ୍ଭ ଭବିଷ୍ୟତ ବଂଶର ପରମେଶ୍ୱର ହେବା।


ସେମାନେ ସ୍ତ୍ରୀମାନଙ୍କ ସହିତ ଆପଣା ଆପଣାକୁ କଳୁଷିତ କରି ନ ଥିଲେ କାରଣ ସେମାନେ ଶୁଚି କରି ରଖିଥିଲେ। ମେଷଶାବକ ଯେକୌଣସି ସ୍ଥାନକୁ ଗମନ କରନ୍ତି, ସେ ସ୍ଥାନକୁ ସେମାନେ ତାହାଙ୍କର ଅନୁଗାମୀ ହୁଅନ୍ତି। ସେମାନେ ଈଶ୍ବର ଓ ମେଷଶାବକଙ୍କ ଉଦ୍ଦେଶ୍ୟରେ ପ୍ରଥମଜାତ ଫଳ ସ୍ୱରୂପେ ମନୁଷ୍ୟମାନଙ୍କ ମଧ୍ୟରୁ କ୍ରୀତ ହୋଇଅଛନ୍ତି;


କାରଣ ଅବିଶ୍ୱାସୀ ସ୍ୱାମୀ ବିଶ୍ୱାସୀ ଭାର୍ଯ୍ୟା ହେତୁ ପବିତ୍ର କରାଯାଇଅଛି, ଆଉ ଅବିଶ୍ୱାସିନୀ ଭାର୍ଯ୍ୟା ବିଶ୍ୱାସୀ ସ୍ୱାମୀ ହେତୁ ପବିତ୍ର କରାଯାଇଅଛି; ତାହା ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅଶୁଚି ହୁଅନ୍ତେ, କିନ୍ତୁ ଏବେ ସେମାନେ ପବିତ୍ର।


ତୁମ୍ଭ ଭୂମିର ପ୍ରଥମଜାତ ଫଳ ତୁମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଗୃହକୁ ଆଣିବ। ତୁମ୍ଭେ ଛାଗବତ୍ସକୁ ତାହାର ମାତୃ ଦୁଗ୍ଧରେ ପାକ କରିବ ନାହିଁ।


ତୁମ୍ଭେ ଆପଣା ଶସ୍ୟର ପୂର୍ଣ୍ଣତାରୁ ଓ (ଫଳାଦିର) ରସରୁ ଉତ୍ସର୍ଗ କରିବାକୁ ବିଳମ୍ବ କରିବ ନାହିଁ। ତୁମ୍ଭେ ଆପଣା ପ୍ରଥମଜାତ ପୁତ୍ରମାନଙ୍କୁ ଆମ୍ଭଙ୍କୁ ଦେବ।


ଆଉ କେବଳ ତାହା ନୁହେଁ, କିନ୍ତୁ ପ୍ରଥମ ଫଳ ସ୍ୱରୂପେ ଆତ୍ମାଙ୍କୁ ପାଇଅଛୁ ଯେ ଆମ୍ଭେମାନେ, ଆମ୍ଭେମାନେ ନିଜେ ନିଜେ ମଧ୍ୟ ପୁତ୍ରତ୍ୱ, ଅର୍ଥାତ୍‍ ଆପଣା ଆପଣା ଶରୀରର ମୁକ୍ତି ନିମନ୍ତେ ଅପେକ୍ଷା କରୁ କରୁ ଆପଣା ଆପଣା ଅନ୍ତରରେ ଆର୍ତ୍ତନାଦ କରୁଅଛୁ।


Swiv nou:

Piblisite


Piblisite