Biblia Todo Logo
Bib sou entènèt

- Piblisite -




ରୋମୀୟ 11:15 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 କାରଣ ଯଦି ସେମାନଙ୍କର ତୁଚ୍ଛ କରିବା ଦ୍ୱାରା ସଂସାରର ମିଳନ ଘଟିଲା, ତେବେ ସେମାନଙ୍କ ଗ୍ରହଣ ଦ୍ୱାରା କଅଣ ନିଶ୍ଚୟ ମୃତମାନଙ୍କ ମଧ୍ୟରୁ ଜୀବନ ଲାଭ ନ ହେବ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 କାରଣ ଯଦି ସେମାନଙ୍କର ଦୂରୀକରଣ ଦ୍ଵାରା ଜଗତର ମିଳନ ଘଟିଲା, ତେବେ ସେମାନଙ୍କ ଗ୍ରହଣ ଦ୍ଵାରା କଅଣ ନିଶ୍ଚୟ ମୃତମାନଙ୍କ ମଧ୍ୟରୁ ଜୀବନ ଲାଭ ନ ହେବ?

Gade chapit la Kopi

ଓଡିଆ ବାଇବେଲ

15 କାରଣ ଯଦି ସେମାନଙ୍କର ଦୂରୀକରଣ ଦ୍ୱାରା ଜଗତର ମିଳନ ଘଟିଲା, ତେବେ ସେମାନଙ୍କ ଗ୍ରହଣ ଦ୍ୱାରା କ'ଣ ନିଶ୍ଚୟ ମୃତମାନଙ୍କ ମଧ୍ୟରୁ ଜୀବନ ଲାଭ ନ ହେବ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

15 କାରଣ ସେମାନେ ପରିତ୍ୟକ୍ତ ହେବା ଦ୍ୱାରା ଈଶ୍ୱରଙ୍କ ସହିତ ସମଗ୍ର ମାନବ ଜାତିର ବନ୍ଧୁତା ସ୍ଥାପନ ହୋଇଛି। ତାହାହେଲେ, ଯଦି ଈଶ୍ୱର ସମୁଦାୟ ଇହୁଦୀ ଜାତିକୁ ଗ୍ରହଣ କରନ୍ତି, ତାହାର ଫଳ କଅଣ ହେବ? ତା’ ହେବ ମୃତ ବ୍ୟକ୍ତି ସଞ୍ଜୀବିତ ହେବା ସଦୃଶ।

Gade chapit la Kopi

ପବିତ୍ର ବାଇବଲ

15 ଯିହୂଦୀମାନଙ୍କୁ ପରମେଶ୍ୱର ଅସ୍ୱୀକାର କରି ଦେଲାପରେ, ସେ ଜଗତର ଅନ୍ୟଲୋକ ମାନଙ୍କ ସହିତ ମୈତ୍ରୀ କଲେ। ଅତଏବ, ଯିହୂଦାମାନଙ୍କୁ ପୁନଃ ଗ୍ରହଣ କରିବା ଅର୍ଥ ଜଗତର ଅନ୍ୟ ଲୋକମାନଙ୍କ ପାଇଁ ମୃତ୍ୟୁରୁ ପୁନର୍ଜୀବନ ଆଣିବା।

Gade chapit la Kopi




ରୋମୀୟ 11:15
14 Referans Kwoze  

ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଙ୍କଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ।


କିନ୍ତୁ ଏହି ଯେ ତୋହର ଭାଇଟି ମୃତ ହୋଇଥିଲା, ପୁନର୍ବାର ବଞ୍ଚିଲା, ହଜିଯାଇଥିଲା, ଆଉ ମିଳିଲା, ସେହି ହେତୁରୁ ଉତ୍ସବ ଓ ଆନନ୍ଦ କରିବା ଉଚିତ୍ ଥିଲା।”


କାରଣ ମୋହର ଏହି ପୁଅ ମୃତ ହୋଇଥିଲା, ପୁନର୍ବାର ବଞ୍ଚିଅଛି; ହଜିଯାଇଥିଲା, ଆଉ ମିଳିଅଛି। ସେଥିରେ ସେମାନେ ଉତ୍ସବ କରିବାକୁ ଲାଗିଲେ।


ସାଢ଼େ ତିନି ଦିନ ଉତ୍ତାରେ ଈଶ୍ବରଙ୍କଠାରୁ ଜୀବନ-ବାୟୁ ଆସି ସେମାନଙ୍କଠାରେ ପ୍ରବେଶ କଲେ, ସେଥିରେ ସେମାନେ ପାଦରେ ଭରା ଦେଇ ଠିଆ ହେଲେ, ଆଉ ସେମାନଙ୍କୁ ଦେଖିବା ଲୋକମାନେ ଅତ୍ୟନ୍ତ ଭୟଭୀତ ହେଲେ।


ଆଜ୍ଞାଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ୍ତ କରିବାକୁ, ଆଉ ଅନନ୍ତକାଳସ୍ଥାୟୀ ଧର୍ମ ଆଣିବାକୁ, ପୁଣି ଦର୍ଶନ ଓ ଭବିଷ୍ୟଦ୍‍ବାକ୍ୟ ମୁଦ୍ରାଙ୍କିତ କରିବାକୁ ଓ ମହାପବିତ୍ର ସ୍ଥାନକୁ ଅଭିଷିକ୍ତ କରିବାକୁ ତୁମ୍ଭ ଲୋକଙ୍କର ଓ ତୁମ୍ଭ ପବିତ୍ର ନଗର ନିମନ୍ତେ ସତୁରି ସପ୍ତାହ ନିରୂପିତ ହୋଇଅଛି।


ବିଶ୍ୱାସରେ ଯେ ଦୁର୍ବଳ, ତାହାକୁ ଗ୍ରହଣ କର, କିନ୍ତୁ ବିଭିନ୍ନ ମତ ସମ୍ବନ୍ଧରେ ତର୍କବିତର୍କ କରିବା ନିମନ୍ତେ ତାହା କର ନାହିଁ।


ଯେ ଭୋଜନ କରେ, ସେ ଭୋଜନ ନ କରିବା ଲୋକକୁ ତୁଚ୍ଛ ନ କରୁ; ପୁଣି, ଯେ ଭୋଜନ କରେ ନାହିଁ, ସେ ଭୋଜନ କରିବା ଲୋକର ବିଚାର ନ କରୁ, କାରଣ ଈଶ୍ବର ତାହାକୁ ଗ୍ରହଣ କରିଅଛନ୍ତି।


Swiv nou:

Piblisite


Piblisite