Biblia Todo Logo
Bib sou entènèt

- Piblisite -




ରୋମୀୟ 1:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କିନ୍ତୁ ଧର୍ମମୟ ପବିତ୍ର ଆତ୍ମା ସମ୍ବନ୍ଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ୱାରା ଈଶ୍ବରଙ୍କ ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଧିଷ୍ଟ ହେଲେ

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କିନ୍ତୁ ଧର୍ମମୟ ଆତ୍ମା ସମ୍ଵନ୍ଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ଵାରା ଈଶ୍ଵରଙ୍କ ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଦିଷ୍ଟ ହେଲେ;

Gade chapit la Kopi

ଓଡିଆ ବାଇବେଲ

4 କିନ୍ତୁ ଧର୍ମମୟ ପବିତ୍ର ଆତ୍ମା ସମ୍ବନ୍ଧରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଦ୍ୱାରା ଈଶ୍ୱରଙ୍କ ପୁତ୍ର ବୋଲି ଶକ୍ତି ସହ ନିର୍ଦ୍ଧିଷ୍ଟ ହେଲେ

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

4 କିନ୍ତୁ ତାଙ୍କ ଐଶ୍ୱରିକ ପବିତ୍ରତା ହେତୁ ସେ ଈଶ୍ୱରଙ୍କ ପୁତ୍ର ବୋଲି ପ୍ରକାଶିତ ହେଲେ। ମୃତ୍ୟୁରୁ ତାଙ୍କର ଅଲୌକିକ ପୁନରୁତ୍ଥାନ ଦ୍ୱାରା ଏହା ଆହୁରି ସ୍ପଷ୍ଟ ହେଲା।

Gade chapit la Kopi

ପବିତ୍ର ବାଇବଲ

4 ସେ ଦାଉଦଙ୍କ ବଂଶରେ ମନୁଷ୍ୟ ରୂପରେ ଜନ୍ମ ହୋଇଥିଲେ। କିନ୍ତୁ, ପବିତ୍ରଆତ୍ମା ଦ୍ୱାରା ପୁନରୁତ୍‌‌ଥାନର ଫଳ ସ୍ୱରୂପ ସେ ମହାନ ଶକ୍ତି ସହିତ ପରମେଶ୍ୱରଙ୍କର ପୁତ୍ର ରୂପେ ଘୋଷିତ ହେଲେ।

Gade chapit la Kopi




ରୋମୀୟ 1:4
20 Referans Kwoze  

ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳି ସ୍ୱରୂପେ ଈଶ୍ବରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ବରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ ନ କରିବ!


କିନ୍ତୁ ସେ ତୁମ୍ଭମାନଙ୍କ ପ୍ରତି ଦୁର୍ବଳ ନୁହଁନ୍ତି, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିମାନ ଅଟନ୍ତି। କାରଣ ଯଦ୍ୟପି ସେ ଦୁର୍ବଳତା ହେତୁ କ୍ରୁଶାର୍ପିତ ହେଲେ, ତଥାପି ଈଶ୍ବରଙ୍କ ଶକ୍ତି ହେତୁ ସେ ଜୀବିତ। ଆମ୍ଭେମାନେ ମଧ୍ୟ ତାହାଙ୍କଠାରେ ଦୁର୍ବଳ, ମାତ୍ର ଈଶ୍ବରଙ୍କ ଶକ୍ତି ହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ତାହାଙ୍କ ସହିତ ଜୀବିତ ହେବା।


କାରଣ କୌଣସି ଭାବବାଣୀ କେବେ ହେଁ ମନୁଷ୍ୟର ଇଚ୍ଛାରୁ ଉତ୍ପନ୍ନ ହୋଇ ନାହିଁ, ମାତ୍ର ଈଶ୍ବର ପ୍ରେରିତ ମନୁଷ୍ୟମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ କଥା କହିଥିଲେ।


ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା, ସେ କେଉଁ କାଳକୁ ଲକ୍ଷ୍ୟ କରୁଅଛନ୍ତି, ତାହା ସେମାନେ ଅନୁସନ୍ଧାନ କଲେ।


ସେହି ଯୀଶୁ ଖ୍ରୀଷ୍ଟ ଶରୀର ସମ୍ବନ୍ଧରେ ଦାଉଦଙ୍କ ବଂଶଜାତ,


କିନ୍ତୁ ଜୀବନର କର୍ତ୍ତାଙ୍କୁ ବଧ କଲେ; ତାହାଙ୍କୁ ଈଶ୍ବର ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି, ଆମ୍ଭେମାନେ ସେଥିର ସାକ୍ଷୀ।


ଏହି ଯୀଶୁଙ୍କୁ ଈଶ୍ବର ଉଠାଇଅଛନ୍ତି, ସେହି ବିଷୟରେ ଆମ୍ଭେମାନେ ସମସ୍ତେ ସାକ୍ଷୀ।


କିନ୍ତୁ ଈଶ୍ବର ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ଉଠାଇଅଛନ୍ତି, କାରଣ ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ରହିବେ ତାହା ଅସମ୍ଭବ।


ତହିଁରେ ମୁଁ ତାହାଙ୍କୁ ପ୍ରଣାମ କରିବା ନିମନ୍ତେ ତାହାଙ୍କ ପାଦ ତଳେ ଉବୁଡ଼ ହେଲି। ସେଥିରେ ସେ ମୋତେ କହିଲେ, “ସାବଧାନ, ଏହା କର ନାହିଁ, ମୁଁ ତୁମ୍ଭର ଓ ଯୀଶୁଙ୍କ ସାକ୍ଷୀ ଯେ ତୁମ୍ଭର ଭାଇମାନେ, ସେମାନଙ୍କର ସହଦାସ; ଈଶ୍ବରଙ୍କୁ ପ୍ରଣାମ କର। ଯୀଶୁଙ୍କ ବିଷୟକ ସାକ୍ଷ୍ୟ ତ ସାର।”


“ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି, ସ୍ୱୟଂଜୀବୀ; ଆମ୍ଭେ ମୃତ ହେଲୁ, ଆଉ ଦେଖ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି, ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି।


କାରଣ ଯେଉଁ ଦିନ ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି, ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ଏହି ବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି।


ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, “ତୁମ୍ଭେ ଯେବେ ଈଶ୍ବରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକ ରୁଟି ହେବା ପାଇଁ ଆଜ୍ଞା ଦିଅ।”


Swiv nou:

Piblisite


Piblisite